Skip to main content

Posts

ନିର୍ବାଚନ ଆୟୋଗ ଓ ଗଣ ଆସ୍ଥା

‘ଇଣ୍ଡିଆନ ଏକ୍ସପ୍ରେସ’ ଖବରକାଗଜରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ନିଷ୍ପତ୍ତି ଓ କାର୍ଯ୍ୟଶୈଳୀକୁ ନେଇ ଏକ ଅନୁସନ୍ଧାନମୂଳକ ଆଲେଖ୍ୟ ପ୍ରକାଶ ପାଇବା ପରେ ତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନଚିହ୍ନ ଲାଗିଗଲା। ସାରା ଦେଶରେ ବିରୋଧୀ ଦଳଗୁଡ଼ିକ ଓ ନାଗରିକ ସମାଜ କ୍ଷୁବ୍ଧ ଓ ଆନ୍ଦୋଳନରତ। ଏଥିପୂର୍ବରୁ ଦାୟିତ୍ୱ ନିର୍ବାହ କରିଥିବା ୨୫ ଜଣ ମୁଖ୍ୟ ନିର୍ବାଚନ କମିସନରଙ୍କ ମଧ୍ୟରୁ କେହି ଜଣେ ହେଲେ ଏଭଳି ଜନ ଆକ୍ରୋଶର ଶରବ୍ୟ ହୋଇନାହାନ୍ତି। ନିର୍ବାଚନୀ ଗଣତନ୍ତ୍ରରେ ନିର୍ବାଚନ ଆୟୋଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେ ନାଗରିକଙ୍କ ଆସ୍ଥାଭାଜନ ନ ହେଲେ ଗଣତନ୍ତ୍ର ଦୁର୍ବଳ ହେବା ଅବଶ୍ୟମ୍ଭାବୀ। ସମ୍ୱିଧାନର ଅନୁଚ୍ଛେଦ ୩୨୪ ଅନୁଯାୟୀ ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନାର ଦାୟିତ୍ୱ ନିର୍ବାଚନ ଆୟୋଗ ଉପରେ ନ୍ୟସ୍ତ ଏବଂ ବର୍ତ୍ତମାନ ଆୟୋଗରେ ମୁଖ୍ୟ ନିର୍ବାଚନ କମିସନରଙ୍କୁ ମିଶାଇ ୩ ଜଣ ସଦସ୍ୟ ଅଛନ୍ତି। ସମ୍ୱିଧାନ ପ୍ରଣୟନ ସଭାରେ ଚିଠା ସମ୍ୱିଧାନର ଅନୁଚ୍ଛେଦ ୨୮୯ରେ ଥିବା ନିର୍ବାଚନ ଆୟୋଗ ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିବା ସଦସ୍ୟମାନେ ଏହାର ସ୍ୱାତନ୍ତ୍ର‌୍ୟ ଓ ନିରପେକ୍ଷତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ତେବେ ପଣ୍ଡିତ ହୃଦୟନାଥ କୁଞ୍ଜ୍ରୁ ଆଉ ପାଦେ ଆଗକୁ ଆଗକୁ ଯାଇ ଆୟୋଗର ଚୟନ ପ୍ରକ୍ରିୟାରେ ନିରପେକ୍ଷତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ମତରେ ରାଜନୈତିକ...

ଦେୟମୁକ୍ତ ‘ୟୁପିଆଇ’ ସପକ୍ଷରେ

ଗତ ପ୍ରାୟ ୬ ବର୍ଷ ଧରି 'ୟୁପିଆଇ'ରେ ଅର୍ଥ ପ୍ରଦାନ ସମ୍ପୂର୍ଣ୍ଣ ଦେୟମୁକ୍ତ ଥିଲାବେଳେ ଏହାକୁ ପରିଚାଳନା କରୁଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ସେପ୍ଟେମ୍ୱର ୧୫ ତାରିଖ ଦିନ ଜାରି ହୋଇଥିବା ସର୍କୁଲାରରେ ଅକ୍ଟୋବର ୧୫ ତାରିଖଠାରୁ ନିର୍ଦ୍ଦିଷ୍ଟ ଧରଣର 'ୟୁପିଆଇ' କାରବାର ଉପରେ ୦.୪ ପ୍ରତିଶତ ମର୍ଚେଣ୍ଟ ଡିସକାଉଣ୍ଟ ରେଟ (ଏମ.ଡି.ଆର.) ଆଦାୟ କରାଯିବ ବୋଲି କୁହାଯାଇଛି। ଏହାକୁ ପ୍ରତ୍ୟାହାର କରିବା ନେଇ ଦାବି ଉଠିଲାଣି। ପ୍ରଶ୍ନ ହେଉଛି ଏହାକୁ ଏଡ଼ାଇ ଦିଆଯାଇପାରିଥା’ନ୍ତା କି?     ଏମ.ଡି.ଆର. କହିଲେ ଇଲେକ୍ଟ୍ରୋନିକ ମାଧ୍ୟମକୁ ବ୍ୟବହାର କରି ପଠାଯାଉଥିବା ଟଙ୍କା ଉପରେ ଗ୍ରାହକକୁ ଦେବାକୁ ହେଉଥିବା ଦେୟକୁ ବୁଝାଏ। ସର୍କୁଲାର ଅନୁଯାୟୀ ଏଣିକି ବ୍ୟକ୍ତି-ବ୍ୟକ୍ତି (ପି୨ପି) ଓ ୨୦୦୦ ଟଙ୍କା ପର‌୍ୟ୍ୟନ୍ତ ବ୍ୟକ୍ତି-ବ୍ୟବସାୟୀ (ପି୨ଏମ୍)ଙ୍କ ମଧ୍ୟରେ ହେଉଥିବା କାରବାର ଦେୟଶୂନ୍ୟ। ତା’ଠାରୁ ଅଧିକ ଟଙ୍କାର କାରବାର ଉପରେ ବ୍ୟବସାୟୀଙ୍କଠାରୁ ୦.୪ ପ୍ରତିଶତ ବା ସର୍ବାଧିକ ୩୦୦ ଟଙ୍କା ଆଦାୟ ହେବ। ରେଳବାଇ, ଇନସୁରାନ୍ସ, ଇନ୍ଧନ, କୃଷି ସାମଗ୍ରୀରେ ୨ ହଜାର ଟଙ୍କାରୁ ଅଧିକର କାରବାର ଲାଗି ୫ ଟଙ୍କା ଲେଖାଏଁ ଓ ମ୍ୟୁଚୁଆଲ ଫଣ୍ଡ, ଅଂଶଧନ କାରବାରରେ ୦.୦୨ ପ୍ରତିଶତ ବା ସର୍ବାଧିକ ୩୦୦ ଟଙ୍କା ଆଦାୟ ହେବ। ଆଦାୟ ହେବାକୁ ଥିବା ରାଶିକୁ 'ୟୁପିଆଇ' ପରିମଣ୍ଡଳରେ ଭାଗୀଦାର ...

ଏକତାର ସ୍ୱର ହେଉ ବନ୍ଦେ ମାତରମ୍

ଜାତୀୟ ଗୀତ ‘ବନ୍ଦେ ମାତରମ୍’ର ଗାୟନକୁ ନେଇ ଏବେ ବିବାଦ ଦେଖା ଦେଇଛି। ଏଣିକି ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ବନ୍ଦେ ମାତରମର ଛଅଟି ଯାକ ପଦ ଗାୟନ କରାଯିବାର ନିଷ୍ପତ୍ତି ନିଆଯାଇଥିବା ବେଳେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ୧୯୩୭ ମସିହାରେ କଂଗ୍ରେସ କାର୍ଯ୍ୟବାହୀ ସମିତିର ନିଷ୍ପତ୍ତି ଅନୁଯାୟୀ କଂଗ୍ରେସ ତା’ର ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ କେବଳ ପ୍ରଥମ ଦୁଇଟି ପଦ ଗାନ କରିବ। ଏ ବିବାଦ ପରିପ୍ରେକ୍ଷୀରେ ଅନେକ ବିଭ୍ରାନ୍ତି ସୃଷ୍ଟି କରାଯାଉଥିବାରୁ ଏ ନେଇ ଏକ ସ୍ପଷ୍ଟ ଆଲୋଚନାର ଆବଶ୍ୟକତା ରହିଛି।  ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ରଚିତ ‘ବନ୍ଦେ ମାତରମ୍’ରେ ମୋଟ ୬ଟି ପଦରୁ ପ୍ରଥମ ଦୁଇଟି ପଦ ତାଙ୍କ ଦ୍ୱାରା ସମ୍ପାଦିତ ‘ବଙ୍ଗ ଦର୍ଶନ’ ପତ୍ରିକାରେ ପ୍ରଥମେ ୧୮୭୫ ମସିହାରେ ପ୍ରକାଶ ପାଇଥିଲା। ୧୮୮୧ ମସିହାରେ ତାଙ୍କ ଉପନ୍ୟାସ ‘ଆନନ୍ଦମଠ’ ସେହି ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶ ପାଇବାକୁ ଲାଗିଲା, ଯେଉଁଥିରେ ‘ବନ୍ଦେ ମାତରମ୍’ର ଛଅ ପଦ ବିଶିଷ୍ଚ ସଂସ୍କରଣଟି ସ୍ଥାନିତ ହୋଇଥିଲା। ସ୍ୱୟଂ ରବୀନ୍ଦ୍ରନାଥ ଠାକୁର ଏହାର ସ୍ୱର ସଂଯୋଜନା କରି ୧୮୯୬ ମସିହାରେ ଜାତୀୟ କଂଗ୍ରେସର କଲିକତା ଅଧିବେଶନରେ ପ୍ରଥମ ଥର ଲାଗି ଗାଇଥିଲେ। ୧୯୦୫ ମସିହାରେ ‘ବଙ୍ଗଭଙ୍ଗ’ ଘୋଷଣା ପରେ ବନ୍ଦେ ମାତରମ୍ କ୍ରମେ ଜାତୀୟତାବାଦୀ ଆନ୍ଦୋଳନରେ ଏକ ବଳିଷ୍ଠ ସ୍ଳୋଗାନରେ ପରିଣତ ହେଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ମୁସଲମାନମାନେ ମଧ୍ୟ ବନ୍ଦେ ମାତରମ ସ...

ଏଣିକି ଚିନି କମ୍

ବଜାରରେ ଜୁଲାଇ ମାସ ଚିନି ଦର କେ.ଜି. ପ୍ରତି ୪୬ ଟଙ୍କା ଥିଲା ବେଳେ ଅଗଷ୍ଟ ମାସ ସୁଦ୍ଧା ୭୦ ଟଙ୍କାରେ ପହଞ୍ଚିଗଲା, ଅର୍ଥାତ୍ ମାତ୍ର ଦେଢ଼ ମାସ ମଧ୍ୟରେ ପ୍ରାୟ ଦେଢ଼ ଗୁଣ ବୃଦ୍ଧି। ଏହି ଦରବୃଦ୍ଧି ପାଇଁ ସରକାର ପ୍ରଶ୍ନର ସମ୍ମୁଖୀନ ହେଲେ। ଖାଉଟିମାନେ ମଧ୍ୟ ଆନ୍ଦୋଳିତ ହେଲେ ଯେ ହଠାତ୍ ଚିନିର ଦର ବଢ଼ିଲା କାହିଁକି? ଏହାକୁ ଏଡ଼ାଯାଇପାରିଥାନ୍ତା କି?    ପ୍ରତିଟି ଭାରତୀୟ ପରିବାର ଲାଗି ଚିନି ଏକ ଅତ୍ୟାବଶ୍ୟକ ଦ୍ରବ୍ୟ। ଭାରତୀୟଙ୍କ ମୁଣ୍ଡପିଛା ଚିନିର ବ୍ୟବହାର ବାର୍ଷିକ ପ୍ରାୟ ୨୦ କିଲୋଗ୍ରାମ। ଗୁଡ଼, ଖଣ୍ଡସାରି ଆଦିକୁ ହିସାବକୁ ନେଲେ ଚିନିଜାତୀୟ ଦ୍ରବ୍ୟର ବ୍ୟବହାର ପ୍ରାୟ ୨୩ କିଲୋଗ୍ରାମ। ତେଣୁ ଚିନି ଦରରେ ଅସ୍ଥିରତା ଦେଖାଦେଲେ ପରିବାରର ମାସିକ ବଜେଟ ପ୍ରଭାବିତ ହେବା ସ୍ୱାଭାବିକ। ଭାରତରେ ଚିନି ବ୍ୟବହାରର ବାର୍ଷିକ ପରମାଣ ପ୍ରାୟ ୨.୮୫ କୋଟି ଟନ୍, ଯାହା ପୃଥିବୀରେ ସର୍ବାଧିକ। ଏଣେ ଚିନି ଉତ୍ପାଦନକାରୀ ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ସାରା ବିଶ୍ୱରେ ବ୍ରାଜିଲ ପଛକୁ ଦ୍ୱିତୀୟ। ୨୦୨୩-୨୪ ଚିନି ବର୍ଷ (ଅକ୍ଟୋବର, ୨୦୨୩ରୁ ସେପ୍ଟେମ୍ୱର ୨୦୨୪)ରେ ଦେଶରେ ୩.୨୦ କୋଟି ଟନ୍ ଚିନି ଉତ୍ପାଦିତ ହୋଇଥିଲା। ଅର୍ଥାତ୍ ଦେଶର ଚିନି ଚାହିଦାକୁ ମେଣ୍ଟାଇବା ଲାଗି ତାହା ଯଥେଷ୍ଟ ଥିଲା। ୨୦୨୪-୨୫ ଚିନି ବର୍ଷରେ ପ୍ରାୟ ୩୫ ଲକ୍ଷ ଟନ୍ ଚିନି ଇଥାନଲ ଉତ୍ପାଦନ ଲାଗି ବ୍ୟବହୃତ ହୋଇଥିବାରୁ ଖାଉଟିଙ୍କ ଲାଗି ଚିନି ଉପଲବ୍ଧତା ଓ...

ଓଡ଼ିଶାର ଲକ୍ଷେ କୋଟି ଟଙ୍କା ସ୍ୱାହା!

ସଂସଦର ମୌସୁମୀ ଅଧିବେଶନରେ ୧୨ଟି ବିଲ୍ ପାରିତ ହୋଇଛି। ସେହି ବିଲଗୁଡ଼ିକ ମଧ୍ୟରେ ଥିଲା ମାତ୍ର ଗୋଟିଏ ବିଲ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଅନ୍ୟ ବିଲଗୁଡ଼ିକ ବିନା ଚର୍ଚ୍ଚାରେ ମୌଖିକ ଭୋଟରେ ପାରିତ ହେଲା। ସେହି ବିଲଗୁଡ଼ିକ ମଧ୍ୟରେ ଥିଲା ଗୁରୁତ୍ୱପୂର୍ଣ୍ଣ ‘ଖଣି ଓ ଖଣିଜ ( ବିକାଶ ଓ ନିୟାମକ) ସଂଶୋଧନ ବିଲ’ ବା ଏମ.ଏମ.ଡି.ଆର୍. ଆମେଣ୍ଡମେଣ୍ଟ ବିଲ’ ଯାହା ବିନା ଚର୍ଚ୍ଚାରେ ମୌଖିକ ଭୋଟରେ ପାରିତ ହେଲା। ଏହି ସଂଶୋଧନ ବିଲ୍ ଆଇନରେ ପରିଣତ ହେଲେ ଓଡ଼ିଶାର ଏକ ଲକ୍ଷ କୋଟି ଟଙ୍କା ସ୍ୱାହା ହେବାର ଆଶଙ୍କା ସୃଷ୍ଟି ହୋଇଛି।    ଗତ ଅଗଷ୍ଟ ୧୩ ତାରିଖ ଦିନ ଏମ.ଏମ.ଡି.ଆର୍. ସଂଶୋଧନ ବିଲ ସଂସଦର ଉଭୟ ସଦନରେ ପାରିତ ହୋଇସାରିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଏହା ଆଇନରେ ପରିଣତ ହେବ। ଏମଏମଡିଆର୍ ଆଇନ, ୧୯୫୭ର ରୟାଲଟି ସଂକ୍ରାନ୍ତୀୟ ଧାରା ୯ରେ ଆଉ ଏକ ଉପଧାରା ‘ଘ’ ଯୋଗ କରାଗଲା, ଯଦ୍ଦ୍ୱାରା ଖଣି ସମ୍ପର୍କୀୟ ଟିକସ ନିର୍ଦ୍ଧାରଣରେ ଆଉ ରାଜ୍ୟଗୁଡ଼ିକର ସ୍ୱାଧୀନତା ରହିବ ନାହିଁ। କେନ୍ଦ୍ର ସରକାରଙ୍କ ସର୍ତ୍ତ ଓ କଟକଣା ବାହାରକୁ ଯାଇ ରାଜ୍ୟଗୁଡ଼ିକ ଆଉ ଖଣିଜ ପଦାର୍ଥ ଥିବା ଜମି ଉପରେ କୌଣସି ଟିକସ, ଲେଭି ଇତ୍ୟାଦି ଲଗାଇପାରିବେ ନାହିଁ। କେବଳ ସେତିକି ନୁହେଁ ଅନ୍ୟ କୌଣସି ଆଇନ ବା ଅଦାଲତଙ୍କ ରାୟ ବଳରେ ଆଦାୟ ହେବାକୁ ଥିବା ବକେୟା ଦେୟ ଏହି ସଂଶୋଧିତ ଆଇନ କାର୍ଯ୍ୟକାରୀ ହେବା ଦିନଠାରୁ ଆଉ ଆଦାୟ କରିହେବନ...

ଇଏ ପରା ‘ଜେନ୍-ଜି’

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ପ୍ରତିବାଦରେ ‘କକ୍ରୋଚ ଜନତା ପାର୍ଟି’ (ସିଜେପି)ର ଆହ୍ୱାନ କ୍ରମେ ହୋଇଥିବା ଆନ୍ଦୋଳନ ମୁଖ୍ୟତଃ ଏକ ‘ଜେନ୍-ଜି’ ଆନ୍ଦୋଳନ ଥିଲା, ଯାହାର ମୁଖ୍ୟ ଦାବି ଥିଲା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା। ପ୍ରଥମେ ସେମାନଙ୍କ ଦାବିକୁ କେହି ଗୁରୁତ୍ୱ ନେଇ ନଥିଲେ, କାରଣ ମୋଦୀଙ୍କ ଦୀର୍ଘ ଶାସନ କାଳରେ କୌଣସି ଜଣେ ହେଲେ ମନ୍ତ୍ରୀଙ୍କୁ ଜନସାଧାରଣଙ୍କ ଚାପରେ ଇସ୍ତଫା ଦେବାକୁ ପଡ଼ି ନଥିଲା। କିନ୍ତୁ ଏଥର ଶିକ୍ଷାମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଲା। ଯାହା ସମସ୍ତଙ୍କୁ ଚକିତ କଲା ତାହା ହେଲା ମାତ୍ର ଦୁଇମାସ ତଳେ ଥଟ୍ଟାମଜାରେ ଆରମ୍ଭ ହୋଇଥିବା ‘ଜେନ୍-ଜି’ଙ୍କ ଏହି ଆନ୍ଦୋଳନ ଏତେ ବଡ଼ ସଫଳତା ହାସଲ କରିବା। ତେଣୁ ଏହା ପଛର କାରଣଗୁଡ଼ିକୁ ପର୍ଯ୍ୟାଲୋଚନା କରାଯାଉ।      ୧୯୯୭ରୁ ୨୦୧୨ ମସିହା ମଧ୍ୟରେ ଜନ୍ମ ହୋଇଥିବା ସମସ୍ତଙ୍କୁ ‘ଜେନ-ଜି’ (ଜେନେରେସନ୍-ଜେଡ) କୁହାଯାଇଥାଏ। ୨୦୧୩ ପରେ ଜନ୍ମ ହୋଇଥିବା ପିଢ଼ିକୁ ‘ଜେନ୍-ଆଲଫା’ କୁହାଯାଉଛି। ତେବେ ‘ଜେନ-ଜି’ଙ୍କ ପୂର୍ବର ପିଢ଼ିଗୁଡ଼ିକ ହେଲେ ‘ମିଲେନିଆଲ’ ବା ‘ଜେନ-ୱାଇ’ (୧୯୮୧-୧୯୯୬), ‘ଜେନ-ଏକସ୍’ (୧୯୬୫-୧୯୮୦), ‘ବେବି ବୁମର୍ସ’ (୧୯୪୬-୧୯୬୪), ‘ସାଇଲେଣ୍ଟ ଜେନେରେସନ୍’ (୧୯୨୮-୧୯୪୫), ‘ଗ୍ରେଟେଷ୍ଟ ଜେନେରେସନ୍’ (୧୯୦୧-୧୯୨୭)।  ଏବେ ‘ଜେନ-ଜି’ ପିଢ଼ିର ହାରାହାରି ବୟସ ମାତ୍ର ୨୨ ବର୍ଷ। ସେମାନେ ଦୁନିଆକୁ ଦେଖିଲା ଦିନୁଁ ଇଣ...

ଇ-୨୦ ଓ ବିଶ୍ୱାସ ସଙ୍କଟ

ଭାରତ ସରକାରଙ୍କ ଅଧୀନସ୍ଥ ତୈଳ ବିତରଣ କମ୍ପାନି ଭାରତ ପେଟ୍ରୋଲିଅମ (ବିପିସିଏଲ୍)ର ଲୋଗୋ ହେଉଛି ‘ପିଓର ଫର ସିଓର’ ବା ‘ନିଶ୍ଚିତ ରୂପେ ଖାଣ୍ଟି’। ପାଣିମିଶା କ୍ଷୀରକୁ କ୍ଷୀରବାଲା ଖାଣ୍ଟି କ୍ଷୀର କହିବା ଯାହା, ଏଣିକି ଭାରତରେ ପେଟ୍ରୋଲକୁ ଖାଣ୍ଟି ପେଟ୍ରୋଲ ବୋଲି ଦାବି କରିବା ତାହା। ହୁଏତ ବିପିସିଏଲ୍ କମ୍ପାନିକୁ ଅଚିରେ ତା’ର ଲୋଗୋ ବଦଳାଇବାକୁ ପଡ଼ିପାରେ। କାରଣ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦେଶରେ କୌଣସି ପେଟ୍ରୋଲ ପମ୍ପରେ ଆଉ ଖାଣ୍ଟି ପେଟ୍ରୋଲ ମିଳୁନାହି। ଏଣିକି ଅଳ୍ପ କେତେକ ସ୍ଥାନରେ ମିଳୁଥିବା ପ୍ରିମିଅମ ପେଟ୍ରୋଲକୁ ବାଦ୍ ଦେଇ ସର୍ବତ୍ର ବାଧ୍ୟତାମୂଳକ ଭାବେ କେବଳ ୨୦ ପ୍ରତିଶତ ଇଥାନଲ ମିଶା ଇ-୨୦ ପେଟ୍ରୋଲ ହିଁ ଉପଲବ୍ଧ, ଯାହାକୁ ଜଣେ କିଣିବାକୁ ବାଧ୍ୟ। ଏହାର ଅର୍ଥ ୫ ଲିଟର ପେଟ୍ରୋଲ କିଣିଲେ ଘୋଷିତ ରୂପେ ସେଥିରେ ଏକ ଲିଟର ଇଥାନଲ ନିଶ୍ଟିତ ମିଶାଯାଇଥିବ। ଏହି ପ୍ରସଙ୍ଗ ଜନସ୍ୱାର୍ଥ ସମ୍ୱଳିତ ହୋଇଥିବାରୁ ଇଥାନଲ ମିଶ୍ରଣର ବିଭିନ୍ନ ଦିଗ ସମ୍ପର୍କରେ ଜନସାଧାରଣ ଅବଗତ ହେବା ଜରୁରି। ଜୀବଶ୍ମ ଇନ୍ଧନର ଭଣ୍ଡାର ହ୍ରାସ ପାଇବା, ଅଶୋଧିତ ତେଲ ଦରରେ ମାତ୍ରାଧିକ ଅସ୍ଥିରତା ଓ ପରିବେଶ ସଂକ୍ରାନ୍ତ କଡ଼ା ନିୟମ ଆଦି ଯୋଗୁଁ ସାରା ବିଶ୍ୱ ଏବେ ବିକଳ୍ପ ଇନ୍ଧନର ସନ୍ଧାନ ଲାଗି ବାଧ୍ୟ ହୋଇଛି। ଏହି ପରିପ୍ରେକ୍ଷୀରେ ତେଲରେ ଇଥାନଲ ମିଶ୍ରଣ ଏକ ଗ୍ରହଣୀୟ ବିକଳ୍ପ ଭାବେ ଆଦୃତି ଲାଭ କରିଛି। ତେବେ ଇଥାନଲ ମିଶ୍ରଣ କ୍...

ରାମ ମନ୍ଦିର ଦାନ ଚୋରିରୁ ଶିକ୍ଷା

ଏବେ ସାମାଜିକ ଗଣମାଧ୍ୟମରେ ରାମ ମନ୍ଦିରରେ ଦାନ ଚୋରି ଘଟଣାକୁ ବ୍ୟଙ୍ଗ କରି ଏକ କାର୍ଟୁନ ପ୍ରସାରିତ ହେଉଛି, ଯହିଁରେ ଦର୍ଶାଯାଇଛି ଯେ ସୈନ୍ୟସାମନ୍ତ ଧରି ମନ୍ଦିର ଲୁଟ କରିବାକୁ ଆସିଥିବା ଜଣେ ବିଦେଶୀ ଆକ୍ରମଣକାରୀ ତାଙ୍କ ସୈନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇ କହୁଛନ୍ତି, ‘ଫେରିଚାଲ, ଏଥର ସେମାନେ ନିଜେ ମନ୍ଦିର ଲୁଟ କରିସାରିଛନ୍ତି।‘  ସମ୍ପ୍ରତି ଅଯୋଧ୍ୟାର ରାମଲଲା ମନ୍ଦିରରୁ ଦାନ ଚୋରିର ଅନୁସନ୍ଧାନ ଚାଲିଥିବା ବେଳେ ବଦ୍ରୀନାଥ ଓ କେଦାରନାଥ ମନ୍ଦିରରୁ ମଧ୍ୟ ଦାନଚୋରିର ଅନୁରୂପ ଅଭିଯୋଗ ଆସିଲାଣି। ନିୟମିତ ଅନ୍ତରାଳରେ ବଡ଼ ବଡ଼ ମନ୍ଦିରରୁ ଦାନ ଅର୍ଥ, ସୁନା, ରୂପା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରିର ଅଭିଯୋଗମାନ ଆସିଲାଣି। ଅତି ପ୍ରସିଦ୍ଧ ମନ୍ଦିରମାନଙ୍କରେ ଘଟୁଥିବା ଏଭଳି ଘଟଣା ବାସ୍ତବିକ ଉଦବେଗଜନକ। ତେବେ ଏହାର ଏକ ବଡ଼ କାରଣ ହେଉଛି ଅନେକ ମନ୍ଦିରରେ ଏବେ ମଧ୍ୟ ଦାନ ଅର୍ଥ ସଂଗ୍ରହ ଓ ପାଣ୍ଠି ପରିଚାଳନା ସଂକ୍ରାନ୍ତୀୟ ‘ମାନକ ସଞ୍ଚାଳନ ପ୍ରଣାଳୀ’ (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର- ଏସ୍.ଓ.ପି.) ନାହିଁ। କହିବା ବାହୁଲ୍ୟ, ଏଭଳି ଘଟଣା ପୃଥିବୀ ସାରା କୋଟ କୋଟି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମ୍ରିୟମାଣ କରିଛି। ପ୍ରଶ୍ନ ହେଉଛି ରାମ ମନ୍ଦିର ଦାନ ଚୋରି ମାମଲାରୁ ଶିକ୍ଷା ଗ୍ରହଣ କରି ମନ୍ଦିରଗୁଡ଼ିକର ଦାନ ସଂଗ୍ରହ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିହେବ କି?  ଅଯୋଧ୍ୟା ବିବାଦରେ ରାମ ମନ୍ଦିର ନିର୍ମାଣ ନେଇ...

ରାଜ୍ୟରେ ଭିଡ଼ ହିଂସା ବୃଦ୍ଧି: ଏକ ଅନୁଚିନ୍ତା

ମେ ୭ ତାରିଖ ଦିନ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜଣେ ଯୁବକ ବର୍ବରୋଚିତ ଭିଡ଼ ହିଂସାରେ ମୃତ୍ୟୁବରଣ କଲେ। ଏହା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣାକୁ ମାସେ ପୂରିଛି କି ନାହିଁ ଜୁନ୍ ୧୬ ତାରିଖରେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରଠାରେ ରାଜ୍ୟ ବାହାରର ଦୁଇଜଣ ଏନ.ଜି.ଓ. ଶିକ୍ଷାନବୀଶଙ୍କୁ ପିଲାଚୋର ସନ୍ଦେହରେ ଭିଡ଼ ହିଂସା ଭୋଗିବାକୁ ହେଲା। ମହିଳା କର୍ମୀଜଣକ ପାଇଥିବା ଶାରୀରିକ ଓ ମାନସିକ ଯାତନାର ଛାତିଥରା ଘଟଣା ସାମ୍ନାକୁ ଆସିଲା, ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଏଭଳି ଘଟଣାର ସଂଖ୍ୟା ହଠାତ୍ ବୃଦ୍ଧି ପାଇବା ଉଦବେଗର ବିଷୟ।     ଉପରୋକ୍ତ ଘଟଣା ଦୁଇଟି ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଜ୍ୟ ବିଧାନସଭାରେ ଜଣାଇଥିଲେ ଯେ ଗତ ଦୁଇ ବର୍ଷ (ଜୁନ ୨୦୨୪ରୁ ଫେବୃଆରୀ ୨୦୨୬) ମଧ୍ୟରେ ରାଜ୍ୟରେ ୭ଟି ଭିଡ଼ ହିଂସା ଘଟଣା ଘଟିଛି ଓ ସେଥିରେ ୬୧ ଜଣଙ୍କୁ ଗିରଫ କରାଯାଇଛି। ଏଥିରୁ ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୩ଟି, ଢେଙ୍କାନାଳ ଜିଲ୍ଲାରେ ୨ଟି ଏବଂ ଦେବଗଡ଼ ଓ ବାଲେଶ୍ୱର ଜିଲ୍ଲାରେ ଗୋଟିଏ ଲେଖାଏଁ ଭିଡ଼ ହିଂସା ସଂଘଟିତ ହୋଇଛି। ଏତଦଭିନ୍ନ ଗତବର୍ଷ ଜୁନ ମାସ ଗଞ୍ଜାମ ଜିଲ୍ଲାର ଧରାକୋଟଠାରେ ଗୋରୁ ଚାଲାଣ ସନ୍ଦେହରେ ଦଳିତ ବର୍ଗର ଦୁଇଜଣଙ୍କୁ ଅଧା ଲଣ୍ଡା କରି, ଦଉଡ଼ିରେ ବାନ୍ଧି, ନର୍ଦ୍ଦମା ପାଣି ପିଇବାକୁ ବାଧ୍ୟ କରି ବର୍ବରୋଚିତ...

ତେଲ ଦର କମ୍ କରି ହେବ କି!

ପଶ୍ଚିମ ଏସିଆରେ ଯୁଦ୍ଧ ଲାଗି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ହୁ ହୁ ହୋଇ ବଢ଼ୁଥିବା ସତ୍ତ୍ୱେ ଭାରତରେ ୫ଟି ରାଜ୍ୟରେ ନିର୍ବାଚନ ଥିବାରୁ ତେଲ ଦର ଦୁଇ ମାସ ଧରି ଅପରିବର୍ତ୍ତିତ ରହିଲା ଏବଂ ଫଳ ଘୋଷଣାର ସପ୍ତାହେ ପରଠାରୁ ପନ୍ଦର ଦିନ ମଧ୍ୟରେ ୪ ଦଫାରେ ପେଟ୍ରୋଲ ଓ ଡିଜେଲର ଦର ସାଢ଼େ ସାତ ଟଙ୍କା ବଢ଼ାଇଦିଆଗଲା। ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ତେଲର ଦର ଅପେକ୍ଷାକୃତ କମ ବୃଦ୍ଧି ପାଇଛି ବୋଲି କୁହାଯାଉଛି। ହେଲେ, ଯୁଦ୍ଧ ଆଗରୁ ବି ଯେତେବେଳେ ତେଲର ଅନ୍ତର୍ଜାତୀୟ ଦର ବ୍ୟାରେଲ ପ୍ରତି ୭୦ ଡଲାରରୁ କମ ଥିଲା ସେତେବେଳେ ମଧ୍ୟ ଭାରତରେ ତେଲର ଦର ଉଚ୍ଚ ଥିଲା। ଭୂ-ରାଜନୈତିକ ଜଟିଳତା ବୃଦ୍ଧି ପାଇଲେ ତେଲ ଦର ଆହୁରି ବଢ଼ିବାର ଆଶଙ୍କା ରହିଛି। ତୈଳ ବିପଣନକାରୀ କମ୍ପାନୀଗୁଡ଼ିକର କ୍ଷତିକୁ କମ କରିବା ଲାଗି ତେଲ ଦରକୁ ବଢ଼ାଇବାକୁ ପଡ଼ୁଛି ବୋଲି କୁହାଯାଉଛି। ତେବେ ପ୍ରଶ୍ନ ହେଲା, ତେଲ ଦରବୃଦ୍ଧିରେ ଅତିଷ୍ଠ ଖାଉଟିର ବୋଝ ଲାଘବ କରିବା ଲାଗି ଅନ୍ୟ କିଛି ଉପାୟ କରିହେବ କି? ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର, ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ, ପରିବହନ, ବୀମା, ବିଶୋଧନ, ବିପଣନ ଖର୍ଚ୍ଚ ଓ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଟିକସ ନୀତି ଉପରେ ନିର୍ଭର କରିଥାଏ ଖାଉଟିଙ୍କୁ ମିଳୁଥିବା ପେଟ୍ରୋଲ ଓ ଡିଜେଲର ଦର। ଏବେ ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦର ୧୦୦ ଟଙ୍କା ଟପି ସ...

ସୁନା ବଢ଼ାଉଛି ଦେଶର ଚିନ୍ତା

୨୦୨୫ ମସିହା ଆରମ୍ଭରେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରା ପିଛା ଥିଲା ୭୮ ହଜାର ଟଙ୍କା ଆଉ ୨୨ କ୍ୟାରେଟର ୭୧୫୦୦ ଟଙ୍କା। ବର୍ଷ ଶେଷ ବେଳକୁ ତାହା ହୋଇଯାଇଥିଲା ଯଥାକ୍ରମେ ୧.୩୪ ଲକ୍ଷ ଟଙ୍କା ଓ ୧.୨୩ ଲକ୍ଷ ଟଙ୍କା। ଅର୍ଥାତ୍ ବର୍ଷକ ଭିତରେ ସୁନା ଦର ପ୍ରାୟ ୭୦ ପ୍ରତିଶତ ବଢ଼ିଥିଲା। ସେହିପରି ରୁପାର ଦର ସେହି ସମୟ ଖଣ୍ଡରେ କେଜି ପିଛା ୯୧ ହଜାର ଟଙ୍କାରୁ ବଢ଼ି ପହଞ୍ଚିଥିଲା ୨ ଲକ୍ଷରୁ ଅଧିକ ଟଙ୍କାରେ। ଏବେ ସୁନା ଦର ଦେଢ଼ ଲକ୍ଷ ଟଙ୍କାକୁ ଟପିଗଲାଣି। ଝିଅ ବାହାଘର ପାଇଁ ପ୍ରସ୍ତୁତ ହେଉଥିବା ପରିବାରଗୁଡ଼ିକ ଲାଗି ଏହା ଚଡ଼କ ସଦୃଶ। ସୁନା କ୍ରମଶଃ ଅଧିକ ଲୋକଙ୍କ ପହଞ୍ଚ ବାହାରକୁ ଚାଲିଯାଉଥିବା ବେଳେ ସୁନା ନ କିଣିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।   ଇସ୍ରାଏଲ-ଇରାନ ଯୁଦ୍ଧ ଜନିତ ଅଶୋଧିତ ତେଲର ଦରବୃଦ୍ଧି, ଦୁର୍ବଳ ଟଙ୍କା, ଚାପଗ୍ରସ୍ତ ବୈଦେଶିକ ମୁଦ୍ରା ଭଣ୍ଡାର ଯୋଗୁଁ ଦେଶର ଆର୍ଥିକ ସ୍ଥିତି ସଙ୍କଟାଭିମୁଖୀ ହେଉଥିବାବେଳେ ମେ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଯେଉଁ ୭ଟି ଅପିଲ୍ କରିଥିଲେ, ସେଥିରୁ ଗୋଟିଏ ଥିଲା ଅନ୍ତତଃ ବର୍ଷେ ଯାଏଁ ଦେଶବାସୀ ସୁନା କିଣିବାରୁ ବିରତ ରହନ୍ତୁ। ୨୦୨୫ ଆର୍ଥିକ ବର୍ଷରେ ଭାରତକୁ ୭୫୭ ଟନ ଓଜନର ସୁନା ଆମଦାନୀ ହୋଇ ଆସିଥିବା ବେଳେ ୨୦୨୬ ଆର୍ଥିକ ବର୍ଷରେ ତାହା ୪ ପ୍ରତିଶତ ହ୍ରାସ ପାଇ ୭୨୧ ଟନ ହୋଇଛି। କିନ୍ତୁ ସୁନାର ବର୍ଦ୍ଧିତ ମୂଲ୍ୟ ...

ଶକ୍ତି ସୁରକ୍ଷା ପ୍ରାଥମିକତା ପାଉ

ହର୍ମୁଜ ପ୍ରଣାଳୀ ବନ୍ଦ ରହି ତେଲ ଓ ଗ୍ୟାସର ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାରୁ ସାରା ବିଶ୍ୱରେ ଶକ୍ତି ସଙ୍କଟ କେତେ ଉତ୍କଟ ହୋଇଛି, ତାହା ହାଣ୍ଡିଶାଳରେ ଅନୁଭୂତ ହେଲା। ତେଣୁ ପ୍ରତ୍ୟେକ ଦେଶ ପୁଣି ଥରେ ନିଜ ନିଜ ଶକ୍ତି ସୁରକ୍ଷା ନେଇ ନୂଆ କରି ଚିନ୍ତା କରିବାକୁ ବାଧ୍ୟ ହେଲେଣି। ଶକ୍ତି ସୁରକ୍ଷା କହିଲେ ଶକ୍ତିର ନିରନ୍ତର ଉପଲବ୍ଧତାକୁ ବୁଝାଇଥାଏ, ପୁଣି ତାହା ସୁଲଭ ମୂଲ୍ୟରେ। ଶକ୍ତି ପାଇଁ ଯେଉଁ ଦେଶ ଆମଦାନୀ ଉପରେ ଯେତେ ଅଧିକ ନିର୍ଭରଶୀଳ, ସେହି ଦେଶ ସେତେ ଅଧିକ ଶକ୍ତି ଅସୁରକ୍ଷିତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଶକ୍ତିର ପ୍ରଧାନ ଉତ୍ସ ତେଲ ଓ ଗ୍ୟାସ ଭଳି ଜୀବାଶ୍ମ ଇନ୍ଧନ, ଯାହା ନିର୍ଦ୍ଦିଷ୍ଟ କିଛି ଦେଶରେ ବିପୁଳ ପରିମାଣରେ ଗଚ୍ଛିତ ଥିବାରୁ ଭୂ-ରାଜନୈତିକ ସ୍ଥିତିରେ ପରିବର୍ତ୍ତନ ହେଲେ ଜୀବାଶ୍ମ ଇନ୍ଧନର ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୁଏ, ଯାହା ଫଳରେ ସାରା ବିଶ୍ୱରେ ତେଲ ଓ ଗ୍ୟାସର ଦର ବୃଦ୍ଧି ପାଇଥାଏ। ସେହି ଦୃଷ୍ଟିରୁ ଭାରତର ସ୍ଥିତି ବିଶେଷ ଭଲ ନୁହେଁ କାରଣ ତେଲ ଆମଦାନୀ ଉପରେ ଭାରତ ଅତ୍ୟଧିକ ନିର୍ଭରଶୀଳ। ଏହି ଦରବୃଦ୍ଧି ଦେଶର ଅର୍ଥନୀତିକୁ ଖୁବ୍ ପ୍ରଭାବିତ କରିଥାଏ। ଉଦାହରଣ ସ୍ୱରୂପ ତେଲର ଦର ବ୍ୟାରେଲ ପିଛା ମାତ୍ର ୧ ଡଲାର ବଢ଼ିଲେ ଭାରତ ଉପରେ ୧୪୦ କୋଟି ଡଲାର ବା ପ୍ରାୟ ୧୩୦୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିଥାଏ। ଇରାନ ସହିତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଫେବୃଆରି ମାସ ବ୍ରେଣ୍ଟ...