Skip to main content

Posts

Showing posts from December, 2021

ୟୁଏପିଏ ଅଭିଯୁକ୍ତଙ୍କୁ ଜାମିନ ମିଳିବାର ନୂତନ ଆଶା

‘ଥ୍ୱାହା ଫଜଲ ବନାମ ଭାରତ ସରକାର’ ମାମଲାରେ ସୁପ୍ରିମକୋର୍ଟଙ୍କ ଏକ ଖଣ୍ଡପୀଠ ଅକ୍ଟୋବର ୨୮, ୨୦୨୧ରେ ୟୁଏପିଏ ଅଭିଯୁକ୍ତ ଥ୍ୱାହା ଫଜଲ ଓ ଅଲାନ ସୁଏବଙ୍କୁ ଜାମିନ ପ୍ରଦାନ କରି ଯେଉଁ ଐତିହାସିକ ଆଦେଶ ଦେଇଛନ୍ତି ତାହା ଦୀର୍ଘ ଦିନ ଧରି ଜେଲରେ ରହିଥିବା ଅନେକ ୟୁଏପିଏ ଅଭିଯୁକ୍ତଙ୍କ ପାଇଁ ଜାମିନ ପାଇବା ଲାଗି ଆଶାର ସଞ୍ଚାର କରିଥିବାରୁ ପ୍ରଣିଧାନଯୋଗ୍ୟ । ଅନଲଫୁଲ ଆକ୍ଟିଭିଟିଜ ପ୍ରିଭେନସନ ଆକ୍ଟ (ୟୁଏପିଏ) ବା ବେଆଇନ ଗତିବିଧି ନିରୋଧକ ଆଇନ, ୧୯୬୭ରୁ କାର୍ଯ୍ୟକାରୀ ହୋଇ ଆସୁଥିଲେ ବି ୨୦୧୪ ପରଠାରୁ ଏହି ଆଇନରେ ରୁଜ୍ଜୁ ହୋଇଥିବା ମାମଲାରେ ଅଭିଯୁକ୍ତଙ୍କ ସଂଖ୍ୟା ପ୍ରତି ବର୍ଷ ବୃଦ୍ଧି ପାଇଚାଲିଛି । ରାଷ୍ଟ୍ରଠାରେ ଏହି ଆତଙ୍କବାଦ ନିରୋଧ ଆଇନକୁ ମାଧ୍ୟମ କରି ଅଭିଯୁକ୍ତଙ୍କୁ ବିନା ବିଚାରରେ ଦୀର୍ଘ ଦିନ ଧରି ଜେଲ ଭିତରେ ଅଟକାଇ ରଖିବାର ପ୍ରବଣତା ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି । ଏନସିଆରବି ଦ୍ୱାରା ୨୦୨୦ରେ ପ୍ରକାଶିତ ‘ଭାରତରେ ଅପରାଧ’ ଶୀର୍ଷକ ରିପୋର୍ଟ ଅନୁଯାୟୀ ୟୁଏପିଏରେ ୨୦୧୪, ୨୦୧୫, ୨୦୧୬, ୨୦୧୭, ୨୦୧୮, ୨୦୧୯ରେ ଯଥାକ୍ରମେ ୯୭୬, ୮୯୭, ୯୨୨, ୯୦୧, ୧୧୮୨, ୧୨୨୬ଟି ମାମଲା ରୁଜ୍ଜୁ ହୋଇ ହଜାର ହଜାର ଲୋକ ଜେଲରେ ଅଟକ ରହିଛନ୍ତି । ଅବଶ୍ୟ ୨୦୨୦ରେ ଏହି ସଂଖ୍ୟା ୭୯୬କୁ କମ ହେବା ଉତ୍ସାହଜନକ ହୋଇଥିଲେ ବି ଏଥିରେ ୪୪ ଜଣ ମହିଳାଙ୍କ ସମେତ ୧୩୨୧ ଜଣଙ୍କୁ ଗିରଫ କରାଯାଇଥିଲା । ୨୦୧୪ରୁ ୨୦୨୦ ମଧ୍ୟରେ ପ୍ରାୟ ୬୯୦୦ ୟୁଏପି

ପ୍ରତ୍ୟକ୍ଷ ବିଦେଶୀ ନିବେଶ ଓ ‘ମରିସସ୍ ବାଟ’

ଭାରତ ୨୦୨୦-୨୧ ଆର୍ଥିକ ବର୍ଷରେ ୮୧୭୨ କୋଟି ଡଲାରର ରେକର୍ଡ ପରିମାଣର ପ୍ରତ୍ୟକ୍ଷ ବିଦେଶୀ ନିବେଶ ବା ଫରେନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ (ଏଫଡିଆଇ) ଆକୃଷ୍ଟ କରି ପାରିଛି, ଯାହା ପୂର୍ବ ବର୍ଷର ଏଫଡିଆଇ ପ୍ରବାହ ୭୪୩୯ କୋଟି ଡଲାର ତୁଳନାରେ ପ୍ରାୟ ୧୦ ପ୍ରତିଶତ ଅଧିକ । ତନ୍ମଧ୍ୟରୁ ଅଂଶଧନ (ଇକ୍ୱିଟି) ଆକାରରେ ଆସିଥିବା ଏଫଡିଆଇର ପରିମାଣ ୫୯୬୪ କୋଟି ଡଲାର, ଯାହା ପୂର୍ବ ବର୍ଷର ୪୯୯୮ କୋଟି ଡଲାର ତୁଳନାରେ ପ୍ରାୟ ୧୯ ପ୍ରତିଶତ ଅଧିକ ହୋଇ ପ୍ରଫୁଲ୍ଲତାର କାରଣ ପାଲଟିଛି । ଯେ କୌଣସି ବିକାଶଶୀଳ ଦେଶର ନୀତି ନିର୍ଦ୍ଧାରକଙ୍କ ପାଇଁ ଏଫଡିଆଇ ଅଧିକ ଆକର୍ଷକ ହୋଇଥାଏ, କାରଣ ତାହା ବିଦେଶୀ ଋଣ ହୋଇ ନ ଥିବାରୁ ଏଫଡିଆଇ ପ୍ରବାହ ଅଧିକ ହେଲେ ଅର୍ଥନୀତି ପ୍ରାଣବନ୍ତ ହେବା ଆଶା କରାଯାଏ । ତେବେ ଭାରତକୁ ଆସୁଥିବା ଏଫଡିଆଇର ଚରିତ୍ରକୁ ଅନୁଶୀଳନ କଲେ ସେଥିରେ ଉଭୟ ପ୍ରଫୁଲ୍ଲିତ ଓ ଆଶଙ୍କିତ ହେବାର ଲକ୍ଷଣ ଦେଖା ଦେଇପାରେ । ସଂଯୁକ୍ତ ରାଷ୍ଟ୍ର ବ୍ୟାପାର ଓ ବିକାଶ ସମ୍ମିଳନୀ (ଅଙ୍କଟାଡ) ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଏହି କୋଭିଡ କାଳରେ ଆମେରିକା, ସିଙ୍ଗାପୁର, ବ୍ରାଜିଲ, କାନାଡା, ୟୁଏଇ ଭଳି ଉନ୍ନତ ଦେଶଙ୍କର ଏଫଡିଆଇ ପ୍ରବାହ ହ୍ରାସ ପାଇଥିବା ବେଳେ ଭାରତର ଏଫଡିଆଇ ପୂର୍ବ ବର୍ଷ ତୁଳନାରେ ୧୦ ପ୍ରତିଶତ ଅଧିକ ହେବା ବାସ୍ତବିକ ଉତ୍ସାହପ୍ରଦ । ଏ ବର୍ଷ ଭାରତକୁ ଆସିଥିବା ଏଫଡିଆଇ ମଧ୍ୟରୁ ଏଫଆଇପିବି, ଆରବିଆଇ ଓ ଅଧିଗ୍ରହଣ ମାଧ୍ୟମର