Skip to main content

Posts

Showing posts from July, 2018

ସମୁଦ୍ରରୁ ସୌଭାଗ୍ୟର ତଲାସ

କୁହାଯାଏ ସମୁଦ୍ର କୂଳରେ ଅବସ୍ଥିତ ଦେଶ ଓ ରାଜ୍ୟଗୁଡିକ ସମୃଦ୍ଧିଶାଳୀ ହୋଇଥାନ୍ତି କାରଣ ଭୂ-ବନ୍ଦୀ (ଲ୍ୟାଣ୍ଡ ଲକଡ୍) ଦେଶ ବା ରାଜ୍ୟଙ୍କ ତୁଳନାରେ ନିଜ ସ୍ଵପ୍ନ ଚରିତାର୍ଥ କରିବା ପାଇଁ ସେମାନଙ୍କ ପାଖରେ ଥାଏ ଅସୁମାରି ସମ୍ଭାବନା l ମଗଧ ଭଳି ଏକ ଭୂ-ବନ୍ଦୀ ରାଜ୍ୟର ସମ୍ରାଟ ଅଶୋକଙ୍କ କଳିଙ୍ଗ ଆକ୍ରମଣ ପଛରେ ଅନ୍ୟତମ କାରଣ ଥିଲା କଳିଙ୍ଗକୁ ମଗଧର ଅଂଶ ବିଶେଷ କରି ତାଙ୍କ ରାଜ୍ୟକୁ ଏକ ସମୁଦ୍ର ତଟବର୍ତ୍ତୀ ରାଜ୍ୟରେ ପରିଣତ କରି ମଗଧକୁ ସମୃଦ୍ଧିଶାଳୀ କରିବା l ଭାରତର ଦୁଇ ତୃତୀୟାଂଶ ରାଜ୍ୟ ସମୁଦ୍ରକୁ ଛବିରେ ଦେଖୁଥିବା ବେଳେ ଓଡିଶା ଭାଗ୍ୟବାନ ଯେ ଏହାର ସୁଦୀର୍ଘ ୪୮୦ କିଲୋମିଟର ବେଳାଭୂମି ରହିଛି l ତେବେ ନଅଟି ତଟବର୍ତ୍ତୀ ରାଜ୍ୟ ମଧ୍ୟରେ ଓଡିଶା ହେଉଛି ସବୁଠୁ ଦରିଦ୍ର ଓ ଏହି ଦାରିଦ୍ର୍ୟର ଅନ୍ୟ ଏକ କାରଣ ହେଉଛି ଆମକୁ ପ୍ରକୃତି ଦେଇଥିବା ସମୁଦ୍ରର ଉପହାରକୁ ଆମେ ଓ ଆମର ରାଜନେତାମାନେ ସମୃଦ୍ଧିର ସୋପାନ କରିବାକୁ କେବେହେଲେ ବିଧିବଦ୍ଧ ସ୍ଵପ୍ନ ଦେଖିନାହାନ୍ତି l ଆମେ ଏକ ସମୁଦ୍ର ତଟୀୟ ରାଜ୍ୟ ହୋଇଥିଲେ ମଧ୍ୟ ସମୁଦ୍ର ସହ ଆମର ସମ୍ପର୍କ କହିଲେ ପୁରୀ, ଚନ୍ଦ୍ରଭାଗା, ଗୋପାଳପୁର, ଚାନ୍ଦିପୁର ଆଦି ବେଳାଭୂମିରେ ଠିଆ ହୋଇ ଢେଉ ଗଣିବା ଭିତରେ ସୀମିତ ଥାଏ l କିଛି ମତ୍ସ୍ୟଜୀବୀ ଓ ସେହି ବ୍ୟବସାୟ ସହ ସମ୍ପୃକ୍ତ କେତେ ଜଣକୁ ବାଦ ଦେଲେ ଆମ ଜନସଂଖ୍ୟାର ଶତକଡା ଏକ ଭାଗ ଲୋକ ମଧ୍ୟ ସମୁଦ୍ର ଭିତରକୁ ଯିବାର ସୌଭାଗ୍ୟ ଅର୍ଜନ କରି ନଥି

ଦେଶପାଇଁ ଜୀବନ ଦିଅନ୍ତି ହେଲେ ଶହୀଦ ନୁହନ୍ତି

ସେମାନେ ସୈନିକ ନୁହନ୍ତି, ହେଲେ ସୈନିକଙ୍କଠାରୁ କିଛି କମ ବି ନୁହନ୍ତି । ଭାରତର ସବୁଠାରୁ ବିପଦସଙ୍କୁଳ ସିଆଚେନ ଗ୍ଲାସିଅରସ୍ଥିତ ସୀମାକୁ ଶତୃ କବଳରୁ ସୁରକ୍ଷିତ ରଖିବାରେ ସେମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଏପରିକି ସେମାନେ ସୈନ୍ୟମାନଙ୍କ ପରି ଦେଶପାଇଁ ପ୍ରାଣ ବିସର୍ଜନ କରିବାକୁ ମଧ୍ୟ କୁଣ୍ଠାବୋଧ କରି ନଥାନ୍ତି । ପରିତାପର ବିଷୟ ହେଉଛି, ଦେଶରକ୍ଷା ପାଇଁ ଜୀବନ ଦେଉଥିଲେ ବି ସେମାନଙ୍କୁ ଶହୀଦ ବୋଲି ବିବେଚନା ମଧ୍ୟ କରାଯାଏ ନାହିଁ କି ସେମାନଙ୍କ ବଳିଦାନର କୌଣସି ସ୍ୱୀକୃତି ମିଳେନାହିଁ । ସିଆଚେନ ଗ୍ଲାସିଅର ହେଉଛି ପୃଥିବୀର ସର୍ବୋଚ୍ଚ ରଣକ୍ଷେତ୍ର ଯେଉଁଠାରେ ୧୯୮୪ରୁ ଆଜି ଯାଏଁ ଯୁଦ୍ଧ ଲାଗିରହିଛି । ଏହି  ଅଞ୍ଚଳ  ସମୁଦ୍ର  ପତ୍ତନ ଠାରୁ ୧୮ରୁ ୨୫ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ । ସାତ ଶହ ବର୍ଗ କିଲୋମିଟର କ୍ଷେତ୍ରରେ ପରିବ୍ୟ।ପ୍ତ ଏହି  ଅଞ୍ଚଳ ରେ ଶୀତ ଦିନେ ହାରାହାରି ୩୫ ଫୁଟ ବରଫପାତ ହୋଇଥାଏ । ଏଠାରେ ତାପମାନ ବେଳେବେଳେ ମାଇନସ ୫୦ ଡିଗ୍ରୀ ସେଲସିଅସ ପର୍ଯ୍ୟନ୍ତ ଖସି ଆସିଥାଏ । ପ୍ରତିକୂଳ ପାଗରେ ଗ୍ଲାସିଅରରେ ଏତେ ଉଚ୍ଚତାରେ ଥିବା ପ୍ରାୟ ଶହେଟି ସେନା ପୋଷ୍ଟରେ ସୈନିକମାନେ ନିରନ୍ତର ଶତୃପକ୍ଷର ଗତିବିଧିକୁ ଅନୁଧ୍ୟାନ କରିବା ସଙ୍ଗେସଙ୍ଗେ ସୀମାକୁ ସୁରକ୍ଷା ପ୍ରଦାନ କରିବା ଯେ କେତେ କଷ୍ଟକର, ତାହା ସହଜରେ ଅନୁମେୟ । ଗୋଟିଏ ଆର୍ମି ୟୁନିଟ ସିଆଚେନର ମୂଳ ଶିବିର(ବ୍ୟାସ କ୍ୟାମ୍ପ)ରେ ଛଅ ମାସ ଯା

ପୁଣି ଆହତ ବନ୍ଦେ ଉତ୍କଳ ଜନନୀ

ସେତେବେଳେ ଓଡିଶା ଆହୁରି ସ୍ଵତନ୍ତ୍ର ପ୍ରଦେଶ ହୋଇ ନଥାଏ, ଉତ୍କଳ ସମ୍ମିଳନୀ ମାଧ୍ୟମରେ ସେଥିପାଇଁ ଲଢେଇ ଜାରି ରହିଥାଏ l ୧୯୧୨ ମସିହାରେ ବାଲେଶ୍ଵରଠାରେ ଆୟୋଜିତ ଉତ୍କଳ ସମ୍ମିଳନୀର ଏକ ସ୍ଵତନ୍ତ୍ର ଅଧିବେଶନର ଉଦଘାଟନୀ ଉତ୍ସବରେ ଦେଶାତ୍ମବୋଧକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ ହେଲା ମାତ୍ରେ ସମଗ୍ର ପରିବେଶ ଗୁରୁଗମ୍ଭୀର ହୋଇଗଲା l ଗୀତଟି ସରିଲା ମାତ୍ରେ ଖୋଜା ପଡିଲେ ସେହି ହୃଦୟସ୍ପର୍ଶୀ ଗୀତର ଲେଖକ, ଆଉ ସଭାରେ ଉପସ୍ଥିତ ଉତ୍କଳମଣି ଗୋପବନ୍ଧୁଙ୍କ ସମ୍ମୁଖରେ ଉଭା ହେଲେ ୨୪ ବର୍ଷର ଯୁବକ ନଖି ଓରଫ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର l ଗୀତଟି ଶୁଣି ସ୍ତବ୍ଧ ହୋଇ ଯାଇଥିବା ଗୋପବନ୍ଧୁ ତାଙ୍କୁ କୁଣ୍ଢାଇ ପକାଇଲେ ଓ ତାଙ୍କ ଆଖିରୁ ଝରଝର ହୋଇ ଝରି ପଡିଲା ଆନନ୍ଦାଶ୍ରୁ l ଉତ୍କଳଗୌରବ ମଧୁସୂଦନ ମଧ୍ୟ ତାଙ୍କୁ ଭୂୟସୀ ପ୍ରଶଂସା କଲେ I ସେ ସମୟର ଅନ୍ୟାନ୍ୟ ଅନେକ ଦେଶାତ୍ମବୋଧକ ଗୀତ ମଧ୍ୟରୁ ଏହାର ସାବଲୀଳତା ପାଇଁ ସର୍ବସମ୍ମତିକ୍ରମେ ଏହା ପ୍ରାଦେଶିକ ଗୀତ ଭାବେ ଗୃହୀତ ହେଲା I କେତେକଙ୍କ ମତରେ ଏହା ୧୯୦୮ ମସିହାରେ ଉତ୍କଳ ସମ୍ମିଳନୀର ପୁରୀ ଅଧିବେଶନରେ ପ୍ରଥମ ଥର ପାଇଁ ଗାନ ହୋଇଥିଲା l ଓଡିଆ ଲୋକଙ୍କୁ ଏକଜୁଟ କରିବା ପାଇଁ ଓ ସେମାନଙ୍କଠାରେ ଜାତିପ୍ରୀତି ଉଦ୍ରେକ କରିବା ଦିଗରେ ‘ବନ୍ଦେ ଉତ୍କଳ ଜନନୀ’ ଏକ ଅସ୍ତ୍ର ଭଳି ବ୍ୟବହୃତ ହେଲା l ଉତ୍କଳ ସମ୍ମିଳନୀର ପ୍ରତିଟି ଅଧିବେଶନ ଆରମ୍ଭରେ ଗୀତଟି ପରିବେଷଣ ହେବାକୁ ଲାଗି