Skip to main content

Posts

Showing posts with the label Contaminated Cough Syrup Spurious drugs India Odisha Odia

ଔଷଧ ଯେବେ ବିଷ ହୁଏ

“କଫ ଔଷଧ ନାଁରେ ବିଷ ପିଆଇ ମୁଁ ମୋ ନିଜ ହାତରେ ମୋ ପୁଅକୁ ମାରିଦେଇଛି।“ ଏହା ଥିଲା ମଧ୍ୟପ୍ରଦେଶର ଛିନ୍ଦୱାଡାରେ ନିଜ ୪ ବର୍ଷର ଶିଶୁ ପୁତ୍ରକୁ ଚିର ଦିନ ଲାଗି ହରାଇଥିବା ଜଣେ ମାଆର କରୁଣ ବିଳାପ। ପୁଅକୁ ଜ୍ୱର ଓ କାଶ ଛାଡ଼ୁ ନଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ କଫ ଔଷଧ ଦିଆଯାଇଥିଲା। ସେହି ଔଷଧ ହିଁ ବିଷାକ୍ତ ଥିଲା। ତେଣୁ ବୃକକ୍ ଏଚଳ ହୋଇ ପରିସ୍ରା ବନ୍ଦ ହୋଇଯିବାରୁ ଶିଶୁଟିର ପ୍ରାଣବାୟୁ ଉଡ଼ିଯାଇଥିଲା। କେବଳ ଏହି ଗୋଟିଏ ଶିଶୁ ନୁହେଁ, ସେପ୍ଟେମ୍ୱର ମାସରେ ‘କୋଲଡରିଫ୍’ ନାମକ କଫ ଔଷଧ ସେବନ କରି ମଧ୍ୟପ୍ରଦେଶ ଓ ରାଜସ୍ଥାନର ୨୪ ଜଣ ଶିଶୁଙ୍କ ପ୍ରାଣହାନି ଘଟିଛି। ତେବେ ଏଭଳି ବିମର୍ଷକର ଘଟଣା ପରେ ଦେଶର ଔଷଧର ଗୁଣବତ୍ତା ନିରୀକ୍ଷଣ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି।      ଭାରତୀୟ କମ୍ପାନୀଙ୍କ ଦ୍ୱାରା ପ୍ରସ୍ତୁତ କଫ ଔଷଧ ସେବନରୁ ଶିଶୁଙ୍କ ମୃତ୍ୟୁ ଘଟିବାର ଏହା ପ୍ରଥମ ଉଦାହରଣ ନୁହେଁ। ଏଥିପୂର୍ବରୁ ୨୦୧୯ ମସିହାରେ କଫ ଔଷଧ ସେବନ କରି ଜମ୍ମୁର ୧୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ୨୦୨୨ ମସିହା ଜୁଲାଇରୁ ସେପ୍ଟେମ୍ୱର ମଧ୍ୟରେ ଆଫ୍ରିକାର ଗାମ୍ୱିୟାରେ ଭାରତୀୟ କମ୍ପାନୀ ପ୍ରସ୍ତୁତ କଫ୍ ସିରପ୍ ସେବନ କରି ୭୦ ଜଣ ଶିଶୁ ମୃତ୍ୟୁ ମୁଖରେ ପଡ଼ିଥିଲେ। ଏଥିରେ ମାତ୍ରାଧିକ ଡାଇ-ଇଥାଇଲ୍ ଗ୍ଲାଇକୋଲ (ଡିଇଜି) ଓ ଇଥାଇଲ୍ ଗ୍ଲାଇକୋଲ୍ (ଇଜି) ଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚାଇଥିଲେ। ୨୦୨୩ ମସ...