Skip to main content

Posts

Showing posts with the label Budget

ରାଜ୍ୟ କୃଷି ବଜେଟ ୨୦୨୦-୨୧ – ଏକ ଅବଲୋକନ

ଓଡିଶା ସରକାରଙ୍କ ଦ୍ୱାରା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଥିବା ସ୍ୱତନ୍ତ୍ର କୃଷି ବଜେଟର ଆକାର ୧୯,୪୦୮ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି, ଯାହା ସମଗ୍ର ବଜେଟ ରାଶି ୧.୫୦ ଲକ୍ଷ କୋଟି ଟଙ୍କାର ୧୨.୯୪ ପ୍ରତିଶତ । ଉଲ୍ଲେଖଯୋଗ୍ୟ, ୨୦୧୯-୨୦ ପାଇଁ ପ୍ରସ୍ତୁତ ବଜେଟରେ କୃଷି ବଜେଟର ଆକାର ୨୧,୦୧୬ କୋଟି ଟଙ୍କା ଥିବା ବେଳେ ଏହା ସମଗ୍ର ବଜେଟର ୧୫.୧୧ ପ୍ରତିଶତ ଥିଲା । ଅର୍ଥାତ୍‌, ପରିମାଣ ଦୃଷ୍ଟିରୁ ଗତ ବର୍ଷ ତୁଳନାରେ ଏ ବର୍ଷ କୃଷି ପାଇଁ ପ୍ରାୟ ୧,୬୦୮ କୋଟି ଟଙ୍କା କମ ପ୍ରାବଧାନ କରାଯାଇଛି । ୨୦୧୩-୧୪ରୁ ସ୍ୱତନ୍ତ୍ର କୃଷି ବଜେଟ ପ୍ରସ୍ତୁତ ହେବା ପରଠାରୁ ଆଜି ଯାଏଁ ପୂର୍ବ ବର୍ଷ ତୁଳନାରେ କୃଷି ବଜେଟ ପାଇଁ ପ୍ରାବଧାନ କେବେ ବି କମ କରାଯାଇ ନଥିଲା ।  ଅବଶ୍ୟ ୨୦୧୯-୨୦ର ସଂଶୋଧିତ ଆକଳନ ତୁଳନାରେ ଏହା ପ୍ରାୟ ୧,୯୦୦ କୋଟି ଟଙ୍କା ଅଧିକ । ଏ ବର୍ଷ କୃଷି ବଜେଟର ପରିମାଣ ହ୍ରାସ ପାଇବାର ଏକ ମୁଖ୍ୟ କାରଣ ହେଉଛି ଗତ ବର୍ଷ କାଳିଆ ଯୋଜନା ପାଇଁ ୫,୬୧୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଏ ବର୍ଷ ତାହା ପ୍ରାୟ ୨,୩୦୦ କୋଟି ଟଙ୍କା ହ୍ରାସ ପାଇ ୩,୩୦୫ କୋଟି ଟଙ୍କା ହୋଇଛି । ଅର୍ଥମନ୍ତ୍ରୀ ତାଙ୍କ ବଜେଟୀୟ ଅଭିଭାଷଣରେ ଜଣେ ହେଲେ ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନାରୁ ବାଦ ଦିଆଯିବ ନାହିଁ ବୋଲି କହିଥିବା ବେଳେ ଏଥିପାଇଁ ଆବ ଣ୍ଟି ତ ରାଶିରେ ସର୍ବାଧିକ ୩୨ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ । ...

ଅର୍ଥନୈତିକ ସମୀକ୍ଷାରେ ସମ୍ପତ୍ତି ସୃଷ୍ଟିିି ପାଇଁ ନୂଆ ବିଚାର

ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ଦ୍ୱାରା ୨୦୧୯-୨୦ ବର୍ଷ ପାଇଁ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସମୀକ୍ଷାର ବିଷୟବସ୍ତୁ ହେଉଛି ‘ସମ୍ପ ତ୍ତି  ସୃଷ୍ଟି’ ଓ ଏହା ମାଧ୍ୟମରେ ବିକାଶର ଲକ୍ଷ୍ୟ ହାସଲ କରିବା ପାଇଁ ଯେଉଁ ଦଶଟି ନୂଆ ବିଚାରର ଅବତାରଣା କରାଯାଇଛି, ତାହା ତର୍ଜମାର ଅପେକ୍ଷା ରଖେ । ପ୍ରଥମ, ସମ୍ପ ତ୍ତି  ସୃଷ୍ଟି ହେବାରେ ସମସ୍ତଙ୍କର ଲାଭ ହୋଇଥାଏ । ଦେଶରେ ସମସ୍ତଙ୍କ ମଧ୍ୟରେ ସମ୍ପ ତ୍ତି  ବ ଣ୍ଟ ନ ଲାଗି ପ୍ରଥମେ ଅଧିକରୁ ଅଧିକ ସମ୍ପ ତ୍ତି  ସୃଷ୍ଟି ହେବା ଆବଶ୍ୟକ । ବାସ୍ତବିକ ବିକାଶକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ‘ସମ୍ପ ତ୍ତି  ସୃଷ୍ଟି’ର ଏକ ଗୁଣକ ପ୍ରଭାବ (ମଲଟିପ୍ଲାୟର ଇଫେକ୍ଟ) ପରିଲକ୍ଷିତ ହୋଇଥାଏ । କିନ୍ତୁ ପରିତାପର ବିଷୟ ଭାରତରେ ସମ୍ପ ତ୍ତି  ସୃଷ୍ଟିକାରୀଙ୍କୁ ଭଲ ଦୃଷ୍ଟିରେ ଦେଖାଯାଇ ନଥାଏ । ସେମାନଙ୍କୁ ସମ୍ପ ତ୍ତି  ଠୁଳକାରୀ ‘ଶୋଷକ ବର୍ଗ’ର ବୋଲି ଚିତ୍ରିତ କରାଯାଇଥାଏ ଓ ସମାଜର ଏକ ବଡ ବର୍ଗ ସେମାନଙ୍କୁ ଆନ୍ତରିକ ଭାବେ ଗ୍ରହଣ କରି ପାରି ନଥାଏ । ସମ୍ପ ତ୍ତି  ସୃଷ୍ଟିକାରୀଙ୍କ ପ୍ରତି ଏହି ନକାରାତ୍ମକ ମନୋଭାବ ଉଦ୍ୟୋଗୀ ସୃଷ୍ଟି କରିବାରେ ବାଧକ ସାଜୁଥିବାରୁ ସମ୍ପ ତ୍ତି  ସୃଷ୍ଟିକାରୀଙ୍କୁ ସମ୍ମାନ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଦ୍ୱିତୀୟ, ବଜାର ଅର୍ଥନୀତିର ଅଦୃଶ୍ୟ ହାତ ସମ୍ପ ତ୍ତି  ସୃଷ୍ଟ...

କର୍ପୋରେଟ କର ହ୍ରାସ- ମାନ୍ଦାବସ୍ଥା ସୁଧାରିବ?

ଅର୍ଥନୈତିକ ମାନ୍ଦାବସ୍ଥାକୁ ପ୍ରକାଶ୍ୟରେ ସ୍ୱୀକାର ନ କଲେ ମଧ୍ୟ ତାକୁ ସଜାଡିବା ପ୍ରଚେଷ୍ଟାରେ ଅର୍ଥମନ୍ତ୍ରୀ କର୍ପୋରେଟ କ୍ଷେତ୍ରକୁ ସରକାରଙ୍କ ତରଫରୁ ପ୍ରାୟ ୧.୪୫ ଲକ୍ଷ କୋଟି ଟଙ୍କାର କର ରିହାତି ପ୍ରଦାନ କରିଛନ୍ତି । ଯଦିଓ ଏହା ଦ୍ୱାରା ବିଶେଷ କିଛି ଲାଭ ହେବାର ସଙ୍କେତ ଦିଶିନାହିଁ, ତଥାପି ଏହାକୁ କେହି କେହି ଏକ ବଡ ଧରଣର ଅର୍ଥନୈତିକ ସଂସ୍କାର କହି ମତ ଦେଉଛନ୍ତି ଯେ ଏହା ଦେଶର ଅର୍ଥନୀତିକୁ ପୁଣି ବାଟକୁ ଫେରାଇ ଆଣିବ । ତେବେ ଏ କଥା ମଧ୍ୟ କୁହାଯାଉଛି ଯେ ସାବଧାନତା ଅବଲମ୍ବନ ନ କଲେ ଏହା ଦ୍ୱାରା ଦେଶ ଅଧିକ ଆର୍ଥିକ ସଙ୍କଟ ଭିତରକୁ ଟାଣି ହୋଇଯାଇପାରେ । ଯେମିତି କରଯୋଗ୍ୟ ଆୟ ଉପରେ ବ୍ୟକ୍ତିକୁ ଆୟକର ଦେବାକୁ ହୋଇଥାଏ, ଠିକ ସେହିପରି କମ୍ପାନିଗୁଡିକୁ ସେମାନଙ୍କ ନିଟ ଲାଭ ଉପରେ ପ୍ରତିବର୍ଷ କର୍ପୋରେଟ କର ଦେବାକୁ ପଡିଥାଏ । ଏ ପର୍ଯ୍ୟନ୍ତ ଘରୋଇ କମ୍ପାନିମାନଙ୍କୁ ସେମାନଙ୍କ ଲାଭ ଉପରେ ସର୍ବାଧିକ ଶତକଡା ୩୦ ଭାଗ (ମୂଳ ଦର ଭାବେ) କର୍ପୋରେଟ କର ଦେବାକୁ ହେଉଥିଲା । ଏହା ଉପରେ ସରଚାର୍ଜ ଓ ସେସ ମିଶାଇଲେ ତାହା ପ୍ରାୟ ୩୫ ପ୍ରତିଶତ ହୋଇ ଯାଉଥିଲା । ନୂତନ ନିଷ୍ପ ତ୍ତି  ଅନୁଯାୟୀ କର୍ପୋରେଟ କରର ଏହି ମୂଳ ଦରକୁ ୮ପ୍ରତିଶତ କମାଇ ୨୨ ପ୍ରତିଶତ କରି ଦିଆଗଲା । ଏହା ଉପରେ ସରଚାର୍ଜ ଓ ସେସ ମିଶାଇଲେ ପ୍ରକୃତ କର ହାର (ଇଫେକ୍ଟିଭ ଟ୍ୟାକ୍ସ ରେଟ) ୨୫.୧୭ ପ୍ରତିଶତ ହେବ, ଯାହା କି ପୂର୍ବାପେକ୍ଷା ପ୍ରାୟ ୧୦...

ଶଗଡ ଗୁଳାରେ ରାଜ୍ୟ କୃଷି ବଜେଟ

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ରାଜ୍ୟ କୃଷି ବଜେଟର କଳେବର ଗତ ବର୍ଷ ତୁଳନାରେ ୩୯୪୯ କୋଟି ଟଙ୍କା, ଅର୍ଥାତ ପ୍ରାୟ ୨୪ ପ୍ରତିଶତ ବଢି ୨୦୭୧୪ କୋଟି ଟଙ୍କାରେ ପହ ଞ୍ଚି ଛି । ତେବେ ସମଗ୍ର ରାଜ୍ୟ ବଜେଟ ୧,୩୯,୦୦୦ କୋଟି ଟଙ୍କାର ଏହା ୧୪.୯୦ ପ୍ରତିଶତ ଯାହା ଗତ ବର୍ଷର ୧୪ ପ୍ରତିଶତ ତୁଳନାରେ ସାମାନ୍ୟ ଅଧିକ । ପ୍ରକୃତ ପକ୍ଷେ ବଜେଟରେ ନୂଆ କରି ଯୋଗ ହୋଇଥିବା ‘କାଳିଆ’ ଯୋଜନା ପାଇଁ ଆବ ଣ୍ଟି ତ ୫୬୧୧ କୋଟି ଟଙ୍କାକୁ ବାଦ ଦେଲେ କୃଷି ବଜେଟର କଳେବର ୧୫୧୦୩ କୋଟି ଟଙ୍କା ହେବ, ଯାହା ଗତ ବର୍ଷର କୃଷି ବଜେଟର କଳେବରଠାରୁ କମ । ପ ଞ୍ଚ ସ୍ତରୀ ଲକ୍ଷ କୃଷି ପରିବାରକୁ ‘କାଳିଆ’ ଯୋଜନା ଲାଭ ପହ ଞ୍ଚା ଇବ ବୋଲି ବଜେଟରେ ଉଲ୍ଲେଖ ହୋଇ ସେଥିପାଇଁ କୃଷି ବଜେଟର ପ୍ରାୟ ୨୭ ପ୍ରତିଶତ ରାଶି ଆବ ଣ୍ଟି ତ ହୋଇଥିବାରୁ, ଏଥର କୃଷି ବଜେଟକୁ ‘କାଳିଆ ସର୍ବସ୍ୱ’ ବଜେଟ ଆଖ୍ୟା ଦିଆଯାଇପାରେ । କାରଣ ବଜେଟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ବିଭାଗ ଓ ମତ୍ସ୍ୟ ଓ ପଶୁ ସମ୍ବଳ ବିକାଶ ବିଭାଗ ଭଳି ତିନୋଟି ବିଭାଗ ପାଇଁ ଆବ ଣ୍ଟି ତ ହୋଇଥିବା ସମୁଦାୟ ୫୩୮୯ କୋଟି ଟଙ୍କା ଅପେକ୍ଷା କାଳିଆ ଯୋଜନାରେ ଅଧିକ ରାଶି ଆବ ଣ୍ଟି ତ ହୋଇଛି । ଏହି ଯୋଜନାଟି ସରକାରଙ୍କର ‘ଫ୍ଲାଗସିପ’ କାର୍ଯ୍ୟକ୍ରମ ହୋଇଥିବାରୁ ଏହାରି ମାଧ୍ୟମରେ କୃଷିର ଉନ୍ନତି ସହ କୃଷକଙ୍କ ସମୃଦ୍ଧି ସମ୍ଭବ ବୋଲି ସରକାରଙ୍କ ଅଜସ୍ର ବିଶ୍ୱାସ । ଡାଇରେକ୍ଟ ବେନିଫିଟ ଟ୍ର...

ବୁଲେଟ ଟ୍ରେନ ବନାମ ବୁଲେଟ ପ୍ରୁଫ ଜାକେଟ

ଦେଶର ପ୍ରତିରକ୍ଷା ବଜେଟ ପ୍ରଥମ ଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଟପିଲା ବୋଲି ଅର୍ଥମନ୍ତ୍ରୀ ଏ ବର୍ଷ ବଜେଟ ଅଭିଭାଷଣରେ ଘୋଷଣା କରିବା ମାତ୍ରେ ସଂସଦରେ ତାକୁ ହର୍ଷୋଲ୍ଲାସର ସହ ସ୍ଵାଗତ କରାଗଲା l ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟରେ ପ୍ରତିରକ୍ଷା ବାବଦକୁ ୩.୧୯ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ଶତକଡା ୭ ଭାଗ ଅଧିକ l ତେବେ ପରିମାଣ ଦୃଷ୍ଟିରୁ ଏହି ଆବଣ୍ଟିତ ରାଶି ଅଧିକ ଭଳି ଜଣା ପଡୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ସେଥି ମଧ୍ୟରୁ ପୁଞ୍ଜି ବିନିଯୋଗ ବ୍ୟୟ ବାବଦ (କ୍ୟାପିଟାଲ ଏକସପେଣ୍ଡିଚର) ଆବଣ୍ଟିତ ରାଶି ଆଦୌ ଯଥେଷ୍ଟ ନୁହେଁ l ଉଦାହରଣ ସ୍ଵରୂପ, ୨୦୧୩-୧୪ରେ ପ୍ରତିରକ୍ଷା ବାବଦରେ ପ୍ରାୟ ୨.୦୯ ଲକ୍ଷ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ତନ୍ମଧ୍ୟରୁ ପ୍ରାୟ ୮୦ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ ବାବଦରେ ବ୍ୟୟ ହୋଇଥିଲା l ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରତିରକ୍ଷା ବଜେଟ ପ୍ରାୟ ଏକ ଲକ୍ଷ ଦଶ ହଜାର କୋଟି ଟଙ୍କା ବଢିଥିଲେ ମଧ୍ୟ ପୁଞ୍ଜି ବିନିଯୋଗ ବ୍ୟୟ ବାବଦ ଆବଣ୍ଟନରେ ସେଭଳି ବୃଦ୍ଧି ପରିଲକ୍ଷିତ ହୋଇନାହିଁ l ପ୍ରତିରକ୍ଷା ବିଭାଗର ଦରମା ଓ ଅନ୍ୟାନ୍ୟ ରାଜସ୍ଵ ବ୍ୟୟ ବାବଦରେ ଅର୍ଥ ବରାଦରେ ଯଥେଷ୍ଟ ବୃଦ୍ଧି ଘଟିଛି, ହେଲେ ପୁଞ୍ଜି ବିନିଯୋଗ ବାବଦରେ ଅର୍ଥ ବରାଦ ମାତ୍ର ୨୮ ହଜାର କୋଟି ଟଙ୍କା   ବଢିଛି, ଯାହା ଏହି ସମୟ ମଧ୍ୟରେ ହୋଇଥିବା ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ ନଗଣ୍...