Skip to main content

Posts

Showing posts with the label Covid Vaccination

ରାଜ୍ୟ ଉପରେ ଟିକାକରଣ ବୋଝ

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଦେଶର ଅଗ୍ରାଧିକାର ଜନସଂଖ୍ୟା କୁହାଯାଉଥିବା ୪୫ ବର୍ଷ ଓ ତା’ଠାରୁ ଅଧିକ ବୟସର ଲୋକ, ସ୍ୱାସ୍ଥ୍ୟ କର୍ମୀ, କୋଭିଡର ସମ୍ମୁଖ ଯୋଦ୍ଧାଙ୍କ ସରକାରୀ ହସପିଟାଲରେ ଟିକାକରଣ ଦାୟିତ୍ୱ କେନ୍ଦ୍ର ସରକାର ନିଃଶୁଳ୍କ ବହନ କରୁଥିବା ବେଳେ ୧୮ ବର୍ଷରୁ ୪୫ ବର୍ଷ ବୟସ ବର୍ଗରେ ଥିବା ଲୋକଙ୍କ ଟିକାକରଣ ଦାୟିତ୍ୱ ରାଜ୍ୟଗୁଡିକ ଉପରେ ନ୍ୟସ୍ତ କରାଯାଇଛି । ଓଡିଶା ସମେତ କେତେକ ରାଜ୍ୟ ଏହି ବୟସ ବର୍ଗର ସରକାରୀ ହସପିଟାଲରେ ଟିକାକରଣକୁ ନିଃଶୁଳ୍କ ଘୋଷଣା କରି ସାରିଛନ୍ତି । ଦେଶର ସମୁଦାୟ ଜନସଂଖ୍ୟା ୧୩୩ କୋଟିରୁ ଟିକା ନେବା ପାଇଁ ଯୋଗ୍ୟ (୧୮ ବର୍ଷରୁ ଅଧିକ) ଲୋକଙ୍କ ସଂଖ୍ୟା ପ୍ରାୟ ୮୪ କୋଟି । ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କର ଟିକାକରଣ ପାଇଁ ୬୭୧୯୩ କୋଟି ଟଙ୍କା ବା ସମୁଦାୟ ଘରୋଇ ଉତ୍ପାଦର ୦.୩୬ ପ୍ରତିଶତ ବ୍ୟୟ ହୋଇପାରେ ବୋଲି ଇଣ୍ଡିଆ ରେଟିଙ୍ଗସ ଆଣ୍ଡ ରିସର୍ଚ୍ଚ (ଇଣ୍ଡ-ରା) ସଂସ୍ଥା ଅପ୍ରେଲ ମାସର ଶେଷ ଆଡକୁ ଆକଳନ କରିଥିଲେ । ସେହି ଆକଳନ ଅନୁଯାୟୀ ଏଥିପାଇଁ କେନ୍ଦ୍ର ସରକାରଙ୍କ ଉପରେ ୨୦୮୭୦ କୋଟି ଟଙ୍କା (ଜିଡିପିର ୦.୧୨ ପ୍ରତିଶତ) ଓ ରାଜ୍ୟଗୁଡିକ ଉପରେ ୪୬୩୨୩ କୋଟି ଟଙ୍କା (ଜିଡିପିର ୦.୨୪ ପ୍ରତିଶତ) ବୋଝ ପଡିପାରେ । ତେବେ ଏହା ଦ୍ୱାରା ଯେଉଁ ରାଜ୍ୟଗୁଡିକ ଉପରେ ସର୍ବାଧିକ ପ୍ରଭାବ ପଡିବ ସେଗୁଡିକ ହେଲା ବିହାର (ଜିଡିପିର ୦.୬୦ ପ୍ରତିଶତ), ଉତ୍ତରପ୍ରଦେଶ (୦.୪୭), ଝାରଖଣ୍ଡ (୦....