‘ଦେଲା ନାରୀ ହେଲା ପାରି’, ‘ଝିଅ ଘିଅ’, ‘ଗୃହଯୋଗ୍ୟା ହେବା’ ଆଦି ଆମ ସମାଜରେ ପ୍ରଚଳିତ ପୁରୁଷ ମାନସିକତାର ଏହି କଥାଗୁଡିକରେ ବଢିଲା ଝିଅକୁ ବୋଝ ବା ବିପଦ ବୋଲି ଅଭିହିତ କରାଯାଇଛି । ସେହି କଥା ବାରମ୍ବାର ଶୁୁଣୁୁଥିବା ଲୋକଟିଏ ସତକୁ ସତ ଝିଅକୁ ବୋଝ ବୋଲି ଗ୍ରହଣ କରି ନେଇ ଯଥାଶୀଘ୍ର ତା ହାତକୁ ଦି ହାତ କରିବା ପାଇଁ ବୋଝ ଓ ବିପଦମୁକ୍ତ ହେବାକୁ ବ୍ୟଗ୍ର ହୋଇପଡେ । ଫଳସ୍ୱରୂପ, ସମୟ ପୂର୍ବରୁ ବାଲ୍ୟ ବିବାହ କରି ଆଉ ଗୋଟିଏ ଝିଅ ବାହା ବେଦିରେ ବଳି ପଡିଯାଏ । ସାରା ବିଶ୍ୱରେ ବାଲ୍ୟବିବାହ ପ୍ରଥାକୁ ମୌଳିକ ମାନବିକ ଅଧିକାରର ପରିପନ୍ଥୀ ବୋଲି ବିବେଚନା କରା ଯାଇଛି । ତେଣୁ ୧୯୮ଟି ଦେଶ ବିବାହ ପାଇଁ ସର୍ବନିମ୍ନ ବୟସ ସ୍ଥିର କରି ଆଇନ ପ୍ରଣୟନ କରଥିଲେ ମଧ୍ୟ ଅନେକ ଦେଶରେ ତାହା କଡାକଡି ଭାବେ ପାଳନ ହେଉନାହିଁ । ଫଳରେ ପୃଥିବୀର ବିଭିନ୍ନ ଦେଶରେ ଏହି କୁପ୍ରଥା ଏବେ ମଧ୍ୟ ପ୍ରଚଳିତ ଓ ବିଶ୍ୱରେ ପ୍ରତି ପାଞ୍ଚ ଜଣରେ ଜଣେ ବାଳିକା ନିର୍ଦ୍ଧାରିତ ୧୮ ବର୍ଷ ବୟସ ପୂର୍ବରୁ ବାଲ୍ୟବିବାହ କରିବାକୁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନ ଜୀବିତ ୬୫ କୋଟି ମହିଳା ବାଲ୍ୟବିବାହ କରିଥିଲେ । ପ୍ରତିବର୍ଷ ପ୍ରାୟ ୧ କୋଟି ୨୦ଲକ୍ଷ ବାଳିକା ୧୮ ବର୍ଷ ନ ପୂରୁଣୁ ବାହା ହେଉଛନ୍ତି, ଯାହା ଅର୍ଥ ପ୍ରତି ମିନିଟରେ ୨୩ ଜଣ । ନାଇଜର ନାମକ ଦେଶରେ ସର୍ବାଧିକ ୭୬ ପ୍ରତିଶତ ବାଳିକା ବାଲ୍ୟବିବାହର ଶିକାର ହେଉଛନ୍ତି । ଏକଦା ଭାରତରେ ...