Skip to main content

Posts

Showing posts with the label Agriculture MSP APMC India Odia

ଚାଷୀ ଉଚିତ ମୂଲ୍ୟ ପାଇବ ତ !

ପ୍ରତିଶ୍ରୁତି ନୁହେଁ, ବରଂ ‘ଏମଏସପି’କୁ ଆଇନରେ ପରିଣତ କରିବା ଉପରେ ଚାଷୀ ସଂଗଠନମାନେ ଅଡି ବସିଥିବା ବେଳେ ସରକାର ତାକୁ ଆଇନଗତ ବୈଧତା ପ୍ରଦାନ କରିବା ପାଇଁ ଅନାଗ୍ରହୀ । ‘ଏମଏସପି’ରେ ଶସ୍ୟ ସଂଗ୍ରହ ବନ୍ଦ ହେବ ନାହିଁ ବୋଲି ସରକାରୀ ଘୋଷଣା ସତ୍ତ୍ୱେ ସରକାର କ୍ରମେ ସଂଗ୍ରହ ପ୍ରକ୍ରିୟାରୁ ଓହରି ଯିବାକୁ ଚାହୁଁଛନ୍ତି ବୋଲି ଚାଷୀଙ୍କର ଦୃଢ ବିଶ୍ୱାସ । ନୂଆ ଆଇନରେ କୃଷି ବଜାରରେ କମ୍ପାନୀଙ୍କ ପ୍ରବେଶ ଫଳରେ ପ୍ରତିଦ୍ୱନ୍ଦ୍ୱିତା ବଢି ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ ପରିବର୍ତ୍ତେ ଯଥେଷ୍ଟ ଅଧିକ ମୂଲ୍ୟ ପାଇବ ବୋଲି ସରକାରଙ୍କ ଯୁକ୍ତି । ଚାଷୀଙ୍କର ଯୁକ୍ତି ଯେ ଅଧିକ ମୂଲ୍ୟ ମିଳିଲେ ଅସୁବିଧା ନାହିଁ, କିନ୍ତୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ‘ଏମଏସପି’ ଚାଷୀର ଚାଷ ବାବଦରେ ଖର୍ଚ୍ଚକୁ ଆଧାର କରି ସର୍ବନିମ୍ନ ମୂଲ୍ୟ ହୋଇଥିବାରୁ କେହି ତା’ଠାରୁ କମରେ କିଣିବା ଅର୍ଥ ଚାଷୀର ଶୋଷଣ କରିବା । ମୋଟ ଉପରେ ଏମଏସପି ଓ ଶସ୍ୟ ସଂଗ୍ରହକୁ ନେଇ ଚାଷୀଙ୍କ ମନରେ ସରକାରଙ୍କ ପ୍ରତି ଏକ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଛି, ଯାହାର କାରଣ ଅନୁଧ୍ୟାନ ସାପେକ୍ଷ । ସ୍ୱାମୀନାଥନ କମିଟିର ସୁପାରିଶ କ୍ରମେ କୃଷକଙ୍କୁ ସେମାନଙ୍କ ଚାଷ ବାବଦ ବ୍ୟୟର ଦେଢଗୁଣ ‘ଏମଏସପି’ ଆକାରରେ ଦିଆଯିବ ବୋଲି ବିଜେପି ତରଫରୁ ୨୦୧୪ ମସିହାରେ ନିର୍ବାଚନୀ ପ୍ରତିଶ୍ରୁତି ଦିଆ ଯାଇଥିଲା । ମାତ୍ର ଶାସନକୁ ଆସିଲା ପରେ ୨୧ ଫେବୃଆରି ୨୦୧୫ 5ରେ ସରକାରଙ୍କ ତରଫରୁ ସୁପ୍ରିମକ...