Skip to main content

Posts

Showing posts from February, 2023

ପ୍ରଶ୍ନ ଓ ସନ୍ଦେହ ଘେରରେ ଏଲଆଇସି

ହିଣ୍ଡେନବର୍ଗ-ଆଦାନୀ ପ୍ରକରଣରେ ଏଲଆଇସି ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭଳି ସରକାରୀ ନିୟନ୍ତ୍ରଣାଧୀନ ସଂସ୍ଥାଦ୍ୱୟର ଭୂମିକାକୁ ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଏହାପରେ ଏଲଆଇସିର ବୀମାଧାରକ, ଅଂଶଧନଧାରକଙ୍କ ମଧ୍ୟରେ ସେମାନଙ୍କ କଷ୍ଟୋପାର୍ଜିତ ଧନର ସୁରକ୍ଷା ଓ ବୃଦ୍ଧିକୁ ନେଇ ଅନିଶ୍ଚିତତା ଓ ଆଶଙ୍କାର ଏକ ବାତାବରଣ ଦେଖା ଦେଇଛି ଓ ସେମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି । ଏହା ସତ୍ତ୍ୱେ ଏଲଆଇସି ତରଫରୁ ଏ ଯାଏଁ ସର୍ବସମକ୍ଷରେ କୌଣସି ସନ୍ତୋଷଜନକ ଉତ୍ତର ଉପସ୍ଥାପିତ ହୋଇନାହିଁ । ତେଣୁ ସର୍ବସାଧାରଣରେ ଉପଲବ୍ଧ ତଥ୍ୟ ଆଧାରରେ ଏଲଆଇସି ନିବେଶର ବାସ୍ତବ ସ୍ଥିତିକୁ ଅନୁଶୀଳନ କରାଯିବା ସହିତ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବାର ପ୍ରୟାସ କରାଯାଉ ।   ଫେବୃଆରି ୭, ୨୦୨୩ରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ରାଜ୍ୟସଭାରେ କହିଥିଲେ ଯେ ଡିସେମ୍ୱର ୩୧, ୨୦୨୨ ସୁଦ୍ଧା  ଆଦାନୀ କମ୍ପାନି ସମୂହରେ ଏଲଆଇସି ଦ୍ୱାରା ସମୁଦାୟ ୩୫୯୧୭ କୋଟି ଟଙ୍କା ବିନିଯୋଗ ହୋଇଛି । ଏହା ଏଲଆଇସିର ସମୁଦାୟ ପରିଚାଳନାଧୀନ ସମ୍ପତ୍ତି (ଆସେଟ ଅଣ୍ଡର ମ୍ୟାନେଜମେଣ଼୍ଟ – ଏୟୁଏଏମ) ୪୧.୬୬ ଲକ୍ଷ କୋଟି ଟଙ୍କାର ଏକ ପ୍ରତିଶତରୁ ବି କମ୍ ।.ସେଥିରୁ ୩୦୧୨୭ କୋଟି ଟଙ୍କା ଅଂଶଧନ ଆକାରରେ ଗତ କିଛି ବର୍ଷ ମଧ୍ୟରେ ହୋଇଥିଲା ବେଳେ ଅବଶିଷ୍ଟ ୫୮୧୦ କୋଟି ଟଙ୍କା ଋଣ ଆକାରରେ ପ୍ରଦାନ କରାଯାଇଛି । ଜାନୁଆରି ୨୭, ୨୦୨୩ରେ ଅଂଶଧନର ବଜାର ମୂଲ୍ୟ ୫୬୧୨୪ କୋଟି ଟ

ବିଚାରପତିଙ୍କ ପୁନଃନିଯୁକ୍ତି ବିତର୍କ

ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅବଦୁଲ ନାଜିରଙ୍କ ନିଯୁକ୍ତି ଘୋଷଣା ହେବା ଏବେ ବିତର୍କର ବିଷୟ ହୋଇଛି । ସମ୍ୱେଦନଶୀଳ ବାବରି ମସଜିଦ-ଶ୍ରୀରାମ ଜନ୍ମଭୂମି ବିବାଦ ମାମଲା ଓ ବିମୁଦ୍ରାକରଣ ନିଷ୍ପତ୍ତିର ବୈଧତା ଉପରେ ମୋହର ମାରି ନିର୍ଣ୍ଣୟ ଦେଇଥିବା ସୁପ୍ରିମକୋର୍ଟର ଅନ୍ୟତମ ବିଚାରପତି ଅବଦୁଲ ନଜିର ଜାନୁଆରି ୪, ୨୦୨୩ରେ ଅବସର ଗ୍ରହଣ କରିବା ପରେ ମାତ୍ର ୪୦ ଦିନ ମଧ୍ୟରେ ତାଙ୍କ ନାମ ରାଜ୍ୟପାଳ ରୂପେ ଘୋଷଣା ହେବା ସମାଲୋଚନାର କାରଣ ହୋଇଛି । ପ୍ରାକ୍ତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ରାଜ୍ୟସଭାର ସାଂସଦ ଭାବେ ମନୋନୀତ ହେବା ପରେ ଜଷ୍ଟିସ ନଜିରଙ୍କ ନିଯୁକ୍ତି ଘୋଷଣା ଦ୍ୱାରା ‘ନ୍ୟାୟପାଳିକାର ସ୍ୱାଧୀନତା’ ପ୍ରତି ବିପଦ ଘନଉଥିବା କୁହାଯାଉଛି । ତେଣୁ ବିଚାରପତି ପୁନଃନିଯୁକ୍ତି ପ୍ରସଙ୍ଗଟିର ବିଭିନ୍ନ ଦିଗ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି ।  ଅବସର ଗ୍ରହଣ ପରେ ଜଣେ ବିଚାରପତିଙ୍କୁ ପୁନଃନିଯୁକ୍ତି ପ୍ରଦାନ କରାଗଲେ ନ୍ୟାୟପାଳିକାର ସ୍ୱାଧୀନତା ବାଧାପ୍ରାପ୍ତ ହୋଇଥାଏ ବୋଲି ସମାଲୋଚନା ହୋଇଥାଏ । ସାମ୍ୱିଧାନିକ ଶାସନ ବ୍ୟବସ୍ଥାର ସମଗ୍ର ଢାଞ୍ଚା କ୍ଷମତାର ବିଭାଜନ ଉପରେ ତିଷ୍ଠି ରହିଛି । ତଦନୁଯାୟୀ ନ୍ୟାୟପାଳିକା ସମ୍ୱିଧାନର ତର୍ଜମା କରି ଏହାକୁ ସୁରକ୍ଷା ପ୍ରଦାନ କରିବା ସହ କାର୍ଯ୍ୟପାଳିକା ଓ ବିଧାନମଣ୍ଡଳର ମନୋମୁଖୀ, ମାତ୍ରାଧିକ, ଅସାମ୍ୱିଧାନିକ ଓ ବେଆଇନ କାର୍

କାହିଁକି ଫସର ଫାଟିଲା ଗୋ ଆଲିଙ୍ଗନ ଦିବସ

ନବେ ଦଶକର ପ୍ରାରମ୍ଭରୁ ଦେଶରେ ଅର୍ଥନୈତିକ ଉଦାରୀକରଣ ବ୍ୟବସ୍ଥା ପ୍ରଚଳନ ସହ ‘ଭାଲେଣ୍ଟାଇନ ଡେ’ ପାଳନର ଲୋକପ୍ରିୟତା ମଧ୍ୟ ବଢ଼ି ବଢ଼ି ଚାଲିଲା । କିଛି ବର୍ଷ ପରେ ଏହାକୁ ଅପସଂସ୍କୃତି କହି ବଜରଙ୍ଗ ଦଳ ପରି ମୌଳବାଦୀ ସଙ୍ଗଠନଗୁଡ଼ିକ ଏହାର ହିଂସାତ୍ମକ ଭାବେ ତୀବ୍ର ବିରୋଧ କରିବାକୁ ଲାଗିଲେ । ଏହା ସତ୍ତ୍ୱେ ଏହାର ପାଳନରେ ଉତ୍ସାହ ହ୍ରାସ ପାଇଲା ନାହିଁ । ୨୦୧୮ରେ ଭାରତୀୟ ଜନତା ଦଳ ତରଫରୁ ଏହି ଦିନଟିକୁ ‘ମାତୃ-ପିତୃ ଦିବସ’ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ ବି ରାଜସ୍ଥାନ ସରକାରଙ୍କ ଶିକ୍ଷାମନ୍ତ୍ରୀ ତାକୁ ଅଗ୍ରାହ୍ୟ କରି କହିଥିଲେ ଯେ ବାପା-ମାଙ୍କୁ କେବଳ ଗୋଟିଏ ଦିନ ସମ୍ମାନ ଜଣାଇ ଦାୟିତ୍ୱମୁକ୍ତ ହୋଇହେବନାହିଁ । ବସ୍ତୁତଃ ‘ଭାଲେଣ୍ଟାଇନ ଡେ’ ପାଳନକୁ ଫିକା ପକାଇବା ଲାଗି ହୋଇଥିବା ଉଦ୍ୟମଗୁଡ଼ିକ ଆଶାନୁରୂପ ସଫଳତା ହାସଲ କରିବା ପରିବର୍ତ୍ତେ ‘ଭାଲେଣ୍ଟାଇନ ଡେ’ର ଲୋକପ୍ରିୟତା, ବିଶେଷ କରି ସହରାଞ୍ଚଳମାନଙ୍କରେ, ବୃଦ୍ଧି ପାଇ ଚାଲିଛି । ଏକ ଆକଳନ ଅନୁସାରେ କେବଳ ୨୦୨୦ ମସିହା ଭାଲେଣ୍ଟାଇନ ଦିବସ ଦିନ ଭାରତରେ ୧୦ କୋଟିରୁ ଅଧିକ ଡଲାର (ପ୍ରାୟ ୮୦୦ କୋଟି ଟଙ୍କା)ର ଉପହାର ଦିଆନିଆ ହୋଇଥିଲା । ‘ଭାଲେଣ୍ଟାଇନ ଡେ’କୁ ବିରୋଧ କ୍ରମରେ ସଦ୍ୟତମ ପ୍ରୟାସ ହେଉଛି ଫେବୃଆରି ୧୪ ଦିନଟିକୁ  ‘ଗୋ ଆଲିଙ୍ଗନ ଦିବସ’ (କାଓ ହଗ ଡେ) ରୂପେ ପାଳନ କରିବାର ଘୋଷଣା । ୨୦୨୩ରେ ଏହି ଦିନଟିକୁ ‘ଗୋ ଆଲିଙ୍ଗନ ଦିବସ’ (କାଓ ହଗ ଡେ) ରୂପେ ପା

ଆଦାନୀ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିବା ରିପୋର୍ଟ

ଜାନୁଆରୀ ୨୪, ୨୦୨୩ ମଙ୍ଗଳବାର ଦିନ ଗୋଟିଏ ଗବେଷଣା ଆଧାରିତ ରିପୋର୍ଟ ପ୍ରକାଶ ପାଇଲା । ଷ୍ଟକ ମାର୍କେଟରେ ଜାନୁଆରୀ ୨୫ରୁ ଫେବୃଆରୀ ୧ ପାଞ୍ଚଟି ବ୍ୟବସାୟ ଦିବସରେ ଗୌତମ ଆଦାନୀଙ୍କ ମାଲିକାନାରେ ଥିବା ଆଦାନୀ ସମୂହର ୭ଟି ପ୍ରମୁଖ ସୂଚିବଦ୍ଧ (ଲିଷ୍ଟେଡ) କମ୍ପାନିର ଶେୟାର ନିମ୍ନ ପ୍ରକାରେ ରସାତଳଗାମୀ ହେବାକୁ ଲାଗିଲା – ଆଦାନୀ ଏଣ୍ଟରପ୍ରାଇଜେସ – ୩୪୪୨ଟଙ୍କାରୁ ୨୧୨୯ ଟଙ୍କା ( ୧୩୧୩ ଟଙ୍କା), ଆଦାନୀ ଟ୍ରାନସମିସନ – ୨୭୫୬ ଟଙ୍କାରୁ ୧୭୩୦ ଟଙ୍କା (୧୦୨୬ ଟଙ୍କା), ଆଦାନୀ ଟୋଟାଲ ଗ୍ୟାସ –  ୩୮୫୧ ଟଙ୍କାରୁ ୧୯୦୨ ଟଙ୍କା (୧୯୪୯ ଟଙ୍କା), ଆଦାନୀ ଗ୍ରିନ ଏନର୍ଜି – ୧୯୧୭ ଟଙ୍କାରୁ ୧୧୫୩ ଟଙ୍କା (୭୬୪ ଟଙ୍କା),  ଆଦାନୀ ପାୱାର – ୨୭୫ ଟଙ୍କାରୁ ୨୨୪ ଟଙ୍କା (୫୧ ଟଙ୍କା), ),  ଆଦାନୀ ପୋର୍ଟସ – ୭୬୧ ଟଙ୍କାରୁ ୪୯୨ ଟଙ୍କା ( ୨୬୯ ଟଙ୍କା), ଆଦାନୀ ୱିଲମାର – ୫୭୩ ଟଙ୍କାରୁ ୪୪୪ ଟଙ୍କା (୧୨୯ ଟଙ୍କା) । ଫଳରେ ଗୌତମ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୧୨୭ ବିଲିଅନ ଡଲାରରୁ ହ୍ରାସ ପାଇ ୭୫.୧ ବିଲିଅନ ଡଲାରରେ ପହଞ୍ଚି ତାଙ୍କ ସମ୍ପତ୍ତିର ମୂଲ୍ୟ ୫୦ ବିଲିଅନ ଡଲାରରୁ ଅଧିକ ବା ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇଲା । ବିଶ୍ୱର ୩ୟ ଧନୀ ବୋଲାଉଥିବା ବ୍ୟକ୍ତିଜଣକ ପ୍ରଥମ ୧୦ ଜଣ ଧନୀଙ୍କ ତାଲିକାରୁ ବି ବାଦ୍ ପଡ଼ି ୧୫ଶ ସ୍ଥାନରେ ପହଞ୍ଚିଗଲେ । କର୍ପୋରେଟ ଦୁନିଆରେ ଚହଳ ପକାଇ ବିତ୍ତଶାଳୀ ଆଦାନୀ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିବା ୧୦୬ ପୃଷ୍ଠା, ୩୨

ମହାବାତ୍ୟାର ରୂପ ନେବ କି ଆଦାନି ଝଡ଼ !

ଆମେରିକାସ୍ଥିତ ହିଣ୍ଡନବର୍ଗ ସଂସ୍ଥା ଦ୍ୱାରା ଆଦାନି ସମୂହର କମ୍ପାନିଗୁଡ଼ିକର ଆର୍ଥିକ କାରବାରରେ ହୋଇଥିବା ବ୍ୟାପକ ହେରଫେରକୁ ରେଖାଙ୍କିତ କରି ଏକ ଗବେଷଣା ଆଧାରିତ ରିପୋର୍ଟ ଜାନୁଆରୀ ୨୪ରେ ପ୍ରକାଶ ପାଇବା ପରେ ପୁଞ୍ଜିବଜାରରେ ଝଡ଼ ସୃଷ୍ଟି ହୋଇଛି । ଫଳରେ ଆଦାନି କମ୍ପାନିଗୁଡିକର ସେୟାର ଦର ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇସାରିଲାଣି । ସପ୍ତାହକ ଭିତରେ ଗୌତମ ଆଦାନିଙ୍କ ସମ୍ପତ୍ତିର ମୂଲ୍ୟ ଯାହା ୧୨୭ ବିଲିଅନ ଡଲାର ଥିଲା ତାହା ହ୍ରାସ ପାଇ ୬୩ ବିଲିଅନ ଡଲାରରେ ପହଞ୍ଚିସାରିଲାଣି । ସେହି ଝଡ଼ର ପ୍ରଭାବ ଏବେ ପୁଞ୍ଜିବଜାରକୁ ଅତିକ୍ରମ କରି ସଂସଦରେ ଅନୁଭୂତ ହେବାକୁ ଲାଗିଲାଣି । ତେଣୁ ଏହି ରିପୋର୍ଟର ତଥ୍ୟ ଏବଂ ତଦ୍ଦ୍ୱାରା ସମ୍ଭାବ୍ୟ ଆର୍ଥିକ ଓ ରାଜନୈତିକ ପ୍ରଭାବ ସମ୍ପର୍କରେ ଏକ ଆଲୋଚନା କରାଯିବା ଆବଶ୍ୟକ ।  ଶହେ ଛଅ ପୃଷ୍ଠା ବିଶିଷ୍ଟ ସେହି ରିପୋର୍ଟଟିର ପ୍ରସ୍ତୁତକର୍ତ୍ତା ହେଉଛନ୍ତି ଆମେରିକାର ବିତ୍ତୀୟ ଫରେନସିକ ଗବେଷଣା ସଂସ୍ଥା ‘ହିଣ୍ଡନବର୍ଗ ରିସର୍ଚ୍ଚ’, ଯାହାର ପ୍ରତିଷ୍ଠାତା ନାଥାନ ଏଣ୍ଡରସନ । ଏହି କମ୍ପାନିର ଗବେଷଣା ମାଧ୍ୟମରେ ଏଯାବତ୍ ବିଭିନ୍ନ ଦେଶର ୧୬ଟି କମ୍ପାନିର ବ୍ୟାବସାୟିକ ଅନିୟମିତତା ଓ ଦୁର୍ନୀତି ପଦାରେ ପଡ଼ିସାରିଲାଣି । ତନ୍ମଧ୍ୟରୁ ଆମେରିକାର ନିକୋଲା ଟ୍ରକ କମ୍ପାନିର ମାଲିକ ଟ୍ରେଭର ମିଲଟନ୍ ଠକ ଘୋଷିତ ହୋଇ ଦଣ୍ଡିତ ହେବା ସହ ଅନେକ କମ୍ପାନିର ଅଂଶଧନର ମୂଲ୍ୟ ୯୦ ପ୍ରତିଶତ ଯାଏଁ ହ୍ରାସ ପାଇ