Skip to main content

Posts

Showing posts with the label Suicide prevention

ଜୀବନ ବି ବଞ୍ଚାଇ ହେବ

ପ୍ରଖ୍ୟାତ ଜର୍ମାନ ଲେଖକ ଗେଟେଙ୍କୁ ପ୍ରସିଦ୍ଧି ଆଣି ଦେଇଥିବା ତାଙ୍କ ପ୍ରଥମ ଉପନ୍ୟାସ ‘ଦି ସରୋଜ୍ ଅଫ ୟଙ୍ଗ  ଓ୍ଵେ ର୍ଥର’ ୧୭୭୪ ମସିହାରେ ପ୍ରକାଶ ପାଇଲା ପରେ ତାହା ପ୍ରବଳ ଜନାଦୃତି ଲାଭ କରିଥିଲା । ଉପନ୍ୟାସରେ ପ୍ରେମରେ ବିଫଳ ହୋଇ ନାୟିକାକୁ ଆଉ ହାସଲ କରି ପାରିବ ନାହିଁ ବୋଲି ଉପଲବ୍ଧି କରି ନାୟକ  ଓ୍ଵେ ର୍ଥର ପରିଶେଷରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି । ନାୟକର ଆତ୍ମହତ୍ୟା ପ୍ରାକ୍ ପ୍ରସ୍ତୁତିର ବର୍ଣ୍ଣନା ସମଗ୍ର ୟୁରୋପରେ ଅସଫଳ ପ୍ରେମିକମାନଙ୍କ ଉପରେ ଏପରି ପ୍ରଭାବ ପକାଇଲା ଯେ ତାକୁ ଅନୁସରଣ କରି କେତେକ ନିଜକୁ  ଓ୍ଵେ ର୍ଥରଙ୍କ ପରି ବେଶ ପୋଷାକରେ ଆଭୂଷିତ କରି ସମାନ ପ୍ରକାର ପିସ୍ତଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିବାକୁ ପଛାଇଲେ ନାହିଁ । ସ୍ଥଳ ବିଶେଷରେ ଶବ ନିକଟରୁ ସେହି ପୁସ୍ତକ ମଧ୍ୟ ଉଦ୍ଧାର ହୋଇଥିଲା ବୋଲି କୁହାଯାଏ । ଫଳରେ ସେ ସମୟରେ ୟୁରୋପର ଅନେକ ଦେଶରେ ବହିଟିକୁ ପ୍ରତିବନ୍ଧିତ କରାଯାଇଥିଲା । ସମ୍ଭବତଃ, ସମଗ୍ର ବିଶ୍ୱରେ ଏହା ହିଁ ଥିଲା ‘ଆତ୍ମହତ୍ୟା ନକଲ’ (କପିକ୍ୟାଟ ସୁଇସାଇଡ)ର ପ୍ରଥମ ଉଦାହରଣ ଓ ଏହାକୁ ‘ ଓ୍ଵେ ର୍ଥର ଇଫେକ୍ଟ’ ବୋଲି କୁହାଯାଏ । ମିଡିଆ ଜନିତ ‘ଆତ୍ମହତ୍ୟା ସଂକ୍ରମଣ’କୁ ମଧ୍ୟ ‘ ଓ୍ଵେ ର୍ଥର ଇଫେକ୍ଟ’ ବୋଲି କୁହାଯାଇଥାଏ । ଏଥିରୁ ପୁସ୍ତକ, ନାଟକ, ସିନେମା, ଟେଲିଭିଜନ ଓ ଗଣମାଧ୍ୟମରେ ଆତ୍ମହତ୍ୟାକୁ ନେଇ ଉପସ୍ଥାପିତ, ପ୍ରଚାରିତ ଓ ପ୍ରସାରିତ ତଥ୍ୟ, ବ...

କି ହେବ ଜୀବନ ହାରି

ବର୍ଷକ ତଳୁ ପାଠପଢା ଛାଡି ପିୟୁବିଜି ମୋବାଇଲ ଖେଳରେ ଅଧିକ ସମୟ ବିତାଉଥିବା ଜଣେ ୧୭ ବର୍ଷୀୟ ବାଳକ ମାଆଙ୍କ ଦ୍ୱାରା ଭର୍ତ୍ସିତ ହୋଇ ଆତ୍ମହତ୍ୟା କରିଥିବାର ଏକ ଦୁଃଖଦ ଖବର ନିକଟରେ ମୁମ୍ବଇର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । କିଛି ମାସ ତଳେ ଓଡିଶାର ଜଣେ ପୋଲିସ ଏସିପିଙ୍କ ବାର ବର୍ଷର ପୁଅର ଆତ୍ମହତ୍ୟା ଘଟଣା ମଧ୍ୟ ଅନେକଙ୍କୁ ବ୍ୟଥିତ କରିଥିଲା । ସେହିପରି ଅତୀତରେ ବ୍ଲୁ ହ୍ୱେଲ ଖେଳ ବା ମୋମୋ ଚ୍ୟାଲେଞ୍ଜ ଭଳି ଅନଲାଇନ ଖେଳ ଖେଳି ଅନେକ ପିଲାଙ୍କ ଅକାଳରେ ଜୀବନ ଯିବା ପରେ ଅଭିଭାବକମାନେ ଏଥିପାଇଁ ସେହି ଖେଳଗୁଡିକୁ ଦାୟୀ କରିଛନ୍ତି । ଆମେରିକାର ସ୍ୱାସ୍ଥ୍ୟ ଓ ମାନବ ସେବା ବିଭାଗ ଅନୁଯାୟୀ ଆତ୍ମହତ୍ୟା କରୁଥିବା ୯୦ ପ୍ରତିଶତ ଲୋକ ଅବସାଦ, ବାଇପୋଲାର ଡିସଅର୍ଡର, ସ୍କିଜୋଫ୍ରେନିଆ, ମଦ୍ୟାସକ୍ତି ଭଳି ଏକ ବା ଏକାଧିକ ମାନସିକ ଅସୁସ୍ଥତାରେ ପୀଡିତ ହୋଇଥାନ୍ତି । ତେଣୁ ମାନସିକ ଅସୁସ୍ଥତାକୁ ଆତ୍ମହତ୍ୟାର ମୂଳ କାରଣ ବୋଲି ଗ୍ରହଣ ନ କରିବା ଯାଏଁ ସମସ୍ୟା ଉ ତ୍କ ଟ ହୋଇ ରହିଥିବ । ଏଥି ସଂଲଗ୍ନ ସାମାଜିକ କଳଙ୍କ ପାଇଁ ଅଧିକାଂଶ ଲୋକ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନ ଥିବାରୁ ଉପଚାର ପାଇଁ ପଦକ୍ଷେପ ନେବାର ପ୍ରଶ୍ନ ଉଠୁଛି ବା କାହିଁକି ? ଆତ୍ମହତ୍ୟା ଏକ ବିଶ୍ୱବ୍ୟାପି ସମସ୍ୟା ଓ ପ୍ରତିବର୍ଷ ସାରା ବିଶ୍ୱରେ ପ୍ରାୟ ୮ରୁ ୧୦ ଲକ୍ଷ ଲୋକ ଆତ୍ମହତ୍ୟା ଜନିତ ମୃତ୍ୟୁର ଶିକାର ହେଉଛନ୍ତି, ଯାହା ସମଗ୍ର ମୃତ୍ୟୁର ୧.୪ ପ୍ରତି...