Skip to main content

Posts

Showing posts with the label Impact of High Tariff US India Odia

ଟ୍ରମ୍ପଙ୍କ ଟାରିଫର ସମ୍ଭାବ୍ୟ ପ୍ରଭାବ

‘ଆମେରିକାକୁ ପୁଣିଥରେ ମହାନ କର’ ( ମେକ୍ ଆମେରିକା ଗ୍ରେଟ୍ ଏଗେନ୍ ବା ମାଗା) ଭଳି ସ୍ଳୋଗାନ ସହ  ଟ୍ରମ୍ପ ଦ୍ୱିତୀୟ ଦଫା ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ସ୍ପଷ୍ଟ କରିଥିଲେ ଯେ ବର୍ଦ୍ଧିତ ଟାରିଫ୍ ଲଗାଇ ସେ ବିଭିନ୍ନ ଦେଶ ସହ ଥିବା ବାଣିଜ୍ୟିକ ଅସନ୍ତୁଳନକୁ ଦୂର କରିବେ। ଏଥିଲାଗି ତୁରନ୍ତ ଆମେରିକା ସହ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାକୁ ସେ ବିଭିନ୍ନ ଦେଶକୁ ଆହ୍ୱାନ ଜଣାଇଥିଲେ। ସେହି କ୍ରମରେ ଗତ ଏପ୍ରିଲ ମାସରୁ ସେ ଦେଶଗୁଡ଼ିକ ଉପରେ ବର୍ଦ୍ଧିତ ଟାରିଫ୍ ଲଗାଇବା ଆରମ୍ଭ କରିଥିଲେ ବି ଅଗଷ୍ଟ ପହିଲା ଯାଏଁ ମହଲତ ଦେଇଥିଲେ। ଇତିମଧ୍ୟରେ ଭାରତର ବାଣିଜ୍ୟ ମନ୍ତ୍ରାଳୟର ପ୍ରତିନିଧିମଣ୍ଡଳ ଆମେରିକା ସହ ବାର୍ତ୍ତାଳାପ ଜାରି ରଖିଥିଲେ। ଆଶା କରାଯାଉଥିଲା ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଟ୍ରମ୍ପଙ୍କ ସହ ବ୍ୟକ୍ତିଗତ ସୁସମ୍ପର୍କ ଥିବାରୁ ହୁଏତ ଭାରତ ଉପରେ ଆମେରିକାର ଟାରିଫ୍ ହାର ଅପେକ୍ଷାକୃତ କମ ହେବ। କିନ୍ତୁ ବାଣିଜ୍ୟ ଚୁକ୍ତିକୁ ଅପେକ୍ଷା ନ କରି ଟ୍ରମ୍ପ୍ ଭାରତ ଉପରେ ଅଗଷ୍ଟ ପହିଲାରୁ ୨୫ ପ୍ରତିଶତ ଟାରିଫ୍ ଲାଗିବ ବୋଲି ଘୋଷଣା କରିବାର ୭ ଦିନ ମଧ୍ୟରେ ଭାରତ ରୁଷିଆଠାରୁ ତେଲ କିଣୁଥିବାରୁ ଜୋରିମାନା ସ୍ୱରୂପ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ କଷିବା କଥା ଘୋଷଣା କଲେ। ଏହା ୨୭ ଅଗଷ୍ଟରୁ କାର୍ଯ୍ୟକାରୀ ହେବ। ଅର୍ଥାତ୍ ଭାରତ ଉପରେ ସର୍ବାଧିକ ୫୦ ପ୍ରତିଶତ ଆମଦାନି ଶୁଳ୍କ ଲାଗିଛି।, ଭାରତ ଛଡ଼ା ଆଉ କେବ...