Skip to main content

ସୁନା ବଢ଼ାଉଛି ଦେଶର ଚିନ୍ତା

୨୦୨୫ ମସିହା ଆରମ୍ଭରେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରା ପିଛା ଥିଲା ୭୮ ହଜାର ଟଙ୍କା ଆଉ ୨୨ କ୍ୟାରେଟର ୭୧୫୦୦ ଟଙ୍କା। ବର୍ଷ ଶେଷ ବେଳକୁ ତାହା ହୋଇଯାଇଥିଲା ଯଥାକ୍ରମେ ୧.୩୪ ଲକ୍ଷ ଟଙ୍କା ଓ ୧.୨୩ ଲକ୍ଷ ଟଙ୍କା। ଅର୍ଥାତ୍ ବର୍ଷକ ଭିତରେ ସୁନା ଦର ପ୍ରାୟ ୭୦ ପ୍ରତିଶତ ବଢ଼ିଥିଲା। ସେହିପରି ରୁପାର ଦର ସେହି ସମୟ ଖଣ୍ଡରେ କେଜି ପିଛା ୯୧ ହଜାର ଟଙ୍କାରୁ ବଢ଼ି ପହଞ୍ଚିଥିଲା ୨ ଲକ୍ଷରୁ ଅଧିକ ଟଙ୍କାରେ। ଏବେ ସୁନା ଦର ଦେଢ଼ ଲକ୍ଷ ଟଙ୍କାକୁ ଟପିଗଲାଣି। ଝିଅ ବାହାଘର ପାଇଁ ପ୍ରସ୍ତୁତ ହେଉଥିବା ପରିବାରଗୁଡ଼ିକ ଲାଗି ଏହା ଚଡ଼କ ସଦୃଶ। ସୁନା କ୍ରମଶଃ ଅଧିକ ଲୋକଙ୍କ ପହଞ୍ଚ ବାହାରକୁ ଚାଲିଯାଉଥିବା ବେଳେ ସୁନା ନ କିଣିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।  

ଇସ୍ରାଏଲ-ଇରାନ ଯୁଦ୍ଧ ଜନିତ ଅଶୋଧିତ ତେଲର ଦରବୃଦ୍ଧି, ଦୁର୍ବଳ ଟଙ୍କା, ଚାପଗ୍ରସ୍ତ ବୈଦେଶିକ ମୁଦ୍ରା ଭଣ୍ଡାର ଯୋଗୁଁ ଦେଶର ଆର୍ଥିକ ସ୍ଥିତି ସଙ୍କଟାଭିମୁଖୀ ହେଉଥିବାବେଳେ ମେ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଯେଉଁ ୭ଟି ଅପିଲ୍ କରିଥିଲେ, ସେଥିରୁ ଗୋଟିଏ ଥିଲା ଅନ୍ତତଃ ବର୍ଷେ ଯାଏଁ ଦେଶବାସୀ ସୁନା କିଣିବାରୁ ବିରତ ରହନ୍ତୁ। ୨୦୨୫ ଆର୍ଥିକ ବର୍ଷରେ ଭାରତକୁ ୭୫୭ ଟନ ଓଜନର ସୁନା ଆମଦାନୀ ହୋଇ ଆସିଥିବା ବେଳେ ୨୦୨୬ ଆର୍ଥିକ ବର୍ଷରେ ତାହା ୪ ପ୍ରତିଶତ ହ୍ରାସ ପାଇ ୭୨୧ ଟନ ହୋଇଛି। କିନ୍ତୁ ସୁନାର ବର୍ଦ୍ଧିତ ମୂଲ୍ୟ ଯୋଗୁଁ ଗତ ବର୍ଷ ସୁନା ଆମଦାନୀ କରିବା ଲାଗି ୭୧୫୮ କୋଟି ଡଲାର ବ୍ୟୟ କରିବାକୁ ହୋଇଛି ଯାହା ପୂର୍ବ ବର୍ଷ ତୁଳନାରେ ୧୩୫୮ କୋଟି ଡଲାର ଅଧିକ। ଉଲ୍ଲେଖଯୋଗ୍ୟ ଯେ ଅଶୋଧିତ ତେଲ ପଛକୁ ସୁନା ଆମଦାନୀରେ ଦେଶର ସର୍ବାଧିକ ବ୍ୟୟ ହୁଏ, ଯାହା ସମୁଦାୟ ଆମଦାନୀ ବ୍ୟୟର ୯ ପ୍ରତିଶତ। ୨୦୨୩ ଆର୍ଥିକ ବର୍ଷରେ ସୁନା ଆମଦାନୀ ବାବଦକୁ ଦେଶକୁ ମାତ୍ର ୩୫୦୦ କୋଟି ଡଲାର ଦେବାକୁ ହୋଇଥିଲା, ଯାହର ଅର୍ଥ ୩ ବର୍ଷ ଭିତରେ ସୁନା ଆମଦାନୀ ଲାଗି ଦୁଇ ଗୁଣରୁ ଅଧିକ ଡଲାର ଦେବାକୁ ହୋଇଛି। ଫଳରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଚାପଗ୍ରସ୍ତ। ଇରାନ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଫେବୃଆରୀ ୨୭ ତାରିଖ ଦିନ ବୈଦେଶିକ ମୁଦ୍ରା ଭଣ୍ଡାରରେ ଗଚ୍ଛିତ ଥିଲା ୭୨,୮୪୯ କୋଟି ଡଲାର ଏବଂ ମେ ୮ ତାରିଖ ସୁଦ୍ଧା ତାହା ହ୍ରାସ ପାଇ ପହଞ୍ଚିଲାଣି ୬୯,୬୯୯ କୋଟି ଡଲାରରେ। ଏହା ସ୍ୱାଭାବିକ ଯେ ଏପରି ସ୍ଥଳେ ଅଧିକ ଦର ଓ ଅଧିକ ପରିମାଣରେ ଅଶୋଧିତ ତେଲ ଓ ସୁନା ଆମଦାନୀ କରିବାକୁ ହେଲେ ତାହା ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଏକ ବଡ଼ ଧରଣର ବୋଝରେ ପରିଣତ ହେବ। 

ବିଶ୍ୱ ସ୍ୱର୍ଣ୍ଣ କାଉନସିଲ (ୱାର୍ଲଡ ଗୋଲ୍ଡ କାଉନସିଲ)ର ତଥ୍ୟ ଅନୁଯାୟୀ ୨୦୨୫ ମସିହାରେ ସାରା ବିଶ୍ୱରେ ସୁନାର ଚାହିଦା ଥିଲା ପ୍ରାୟ ୪୯୦୦ ଟନ୍। ଏଥିରୁ ପ୍ରାୟ ୪୫ ପ୍ରତିଶତ ଗହଣା ତିଆରିରେ ବ୍ୟବହୃତ ହୋଇଥିଲା ବେଳେ ସୁନା ବାର୍, ମୁଦ୍ରା ଓ ଇ.ଟି.ଏଫ.(ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ)ରେ ୨୮ ପ୍ରତିଶତ ଓ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ହେଉଥିବା କ୍ରୟରେ ୨୨ ପ୍ରତିଶତ ବ୍ୟବହୃତ ହୋଇଛି। ଅବଶିଷ୍ଟ ୫ ପ୍ରତିଶତ ଔଦ୍ୟୋଗିକ କଞ୍ଚାମାଲ ରୂପେ ବ୍ୟବହାର କରାଯାଇଛି। ଉଲ୍ଲେଖଯୋଗ୍ୟ, ବିଶ୍ୱ ଗହଣା ଚାହିଦାର ଅଧାରୁ ବେଶି ଭାରତ ଓ ଚୀନ ଭଳି ମାତ୍ର ଦୁଇଟି ଦେଶ ଦ୍ୱାରା ସୃଷ୍ଟ। ସର୍ବାଧିକ ୯୧୦ ଟନ ବା ପ୍ରାୟ ୨୦ ପ୍ରତିଶତ ସୁନାର ଚାହିଦା ଚୀନରେ ଥିଲା ବେଳେ ୭୮୦ ଟନ ବା ୧୬ ପ୍ରତିଶତ ଚାହିଦା ସହ ଭାରତ ରହିଛି ଦ୍ୱିତୀୟ ସ୍ଥାନରେ। 

ଭାରତରେ ସୁନାର ଚାହିଦା ବାର୍ଷିକ ପ୍ରାୟ ୮୦୦ ଟନ ହୋଇଥିଲେ ବି ଏଠାକାର ସୁନାଖଣିରୁ ମିଳୁଥିବା ସୁନାର ପରିମାଣ ନଗଣ୍ୟ। ୨୦୨୫ ଆର୍ଥିକ ବର୍ଷରେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ଝାଡ଼ଖଣ୍ଡସ୍ଥିତ ସୁନାଖଣିଗୁଡ଼ିକରୁ ଉତଖନନ ହୋଇଥିବା ପଥରରୁ ମାତ୍ର ୧.୬ ଟନ ସୁନା ମିଳିଥିଲା। ପୁରୁଣା ଗହଣା ବଦଳାଇ କିଛିଟା  ଚାହିଦା ପୂରଣ ହେଉଛି ସତ ହେଲେ ସୁନାର ଚାହିଦା ମେଣ୍ଟାଇବା ଲାଗି ସ୍ୱିଜରଲାଣ୍ଡ, ୟୁ.ଏ.ଇ., ଦକ୍ଷିଣ ଆଫ୍ରିକା ଭଳି ଦେଶଗୁଡ଼ିକରୁ ପ୍ରତିବର୍ଷ ପ୍ରାୟ ୭୫୦ରୁ ୮୦୦ ଟନ ସୁନା ଆମଦାନୀ କରିବାକୁ ହୋଇଥାଏ। ସେଥିରୁ ପ୍ରାୟ ୫୬୦ ଟନ ଗହଣା ପାଇଁ ହେଉଥିଲା ବେଳେ ପ୍ରାୟ ୨୨୦ ଟନ ନିବେଶ ଲାଗି ସୁନା ବିସ୍କୁଟ, ବାର୍ ଓ ମୁଦ୍ରା ଆକାରରେ ଆସିଥାଏ। ତେବେ ଗହଣା ଚାହିଦାର ସିଂହ ଭାଗ ବାହାଘର ସହିତ ଜଡ଼ିତ କାରଣ ଭାରତରେ ସୁନାକୁ ବାଦ ଦେଇ ବାହାଘରର ପରିକଳ୍ପନା କରାଯାଇ ନ ପାରେ। ଦେଶରେ ପ୍ରତି ବର୍ଷ ହେଉଥିବା ପ୍ରାୟ ଏକ କୋଟି ବାହାଘରରେ ଯୌତୁକ ଓ ଉପହାର ସ୍ୱରୂପ ପ୍ରାୟ ୩୦୦ ଟନ ସୁନା ଆବଶ୍ୟକ ହୋଇଥାଏ। ସୁନା ଏଣିକି ଗରିବ ଲୋକଙ୍କ ପହଞ୍ଚ ବାହାରର ହୋଇସାରିଥିବାରୁ ସୁନା କିଣୁଥିବା ମଧ୍ୟବିତ୍ତୀୟ ଓ ଉଚ୍ଚ ବର୍ଗର ଲୋକଙ୍କୁ ଅନାବଶ୍ୟକ ଗହଣା କିଣିବା କମ କରିବାକୁ ପଡ଼ିପାରେ। ଅକ୍ଷୟ ତୃତୀୟା, ଧନତେରାସ ଭଳି ପର୍ବଗୁଡ଼ିକରେ ବିପୁଳ ପରିମାଣରେ ସୁନାର କାରବାର ହୁଏ। ଏଥିରେ ହ୍ରାସ ଘଟାଇବା ସମ୍ଭବ। କିଛି ଧନିକ ଶ୍ରେଣୀର ବ୍ୟକ୍ତି ଏଣିକି ଗହଣା ନ କିଣି ସୁନା ବିସ୍କୁଟ, ମୁଦ୍ରା ଆଦିରେ ନିବେଶ କରୁଛନ୍ତି ତ କିଛି ଲୋକଙ୍କ ପାଇଁ ସୁନା ମଧ୍ୟ କଳାଧନକୁ ମହଜୁଦ କରି ରଖିବାର ମାଧ୍ୟମ ହୋଇଛି। ଏ ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ଆୟକର ଓ ଅନ୍ୟ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ତତ୍ପରତା ପ୍ରକାଶ ପାଇଲେ ଏହି ଧରଣର ସୁନା କିଣା ଉପରେ ରୋକ ଲାଗିପାରିବ।      

ତଥାପି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣ କରି ହୁଏତ ସାଧାରଣ ଲୋକେ ସୁନା କିଣିବା କମ କରି ଦେଇପାରନ୍ତି। କିନ୍ତୁ ମ୍ୟୁଚୁଆଲ ଫଣ୍ଡଗୁଡ଼ିକ ଦ୍ୱାରା ପରିଚାଳିତ ସୁନା ଓ ରୂପାର ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ (ଇ.ଟି.ଏଫ.)ରେ ନିବେଶ ଜନିତ ସୁନା ଆମଦାନୀରେ ହ୍ରାସ ଘଟିବାର ସମ୍ଭାବନା କ୍ଷୀଣ। ୨୦୨୧ ଆର୍ଥିକ ବର୍ଷରୁ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ନିବେଶକମାନେ ଏହି ‘ଇ.ଟି.ଏଫ.’ଗୁଡ଼ିକରେ ବାର୍ଷିକ ୪୬ ହଜାର କୋଟି ଟଙ୍କାରୁ ୮୩ ହଜାର କୋଟି ଟଙ୍କା ମଧ୍ୟରେ ନିବେଶ କରିଥିଲେ। ୨୦୨୬ ଆର୍ଥିକ ବର୍ଷରେ ଏହି ନିବେଶ ପରିମାଣ ହଠାତ୍ ୨ ଗୁଣରୁ ଅଧିକ ହୋଇ ୧.୮ ଲକ୍ଷ କୋଟି ଟଙ୍କା ହୋଇଗଲା। ଏହାର ଏକ ବଡ଼ କାରଣ ହେଲା ସୁନା ଓ ରୂପା ଦର ଆଶାତୀତ ଭାବେ ବୃଦ୍ଧି ପାଇବା ଯୋଗୁଁ ‘ଇ.ଟି.ଏଫ.’ ନିବେଶକମାନେ ଅନ୍ୟ ନିବେଶ ତୁଳନାରେ ଯଥେଷ୍ଟ ଅଧିକ ଲାଭ ପାଇଲେ। ଏଭଳି ‘ଇ.ଟି.ଏଫ.’ଗୁଡ଼ିକ ନିବେଶ ଦୃଷ୍ଟିରୁ ଆକର୍ଷଣୀୟ ହୋଇଥିବାରୁ ଏଥିରେ ନିବେଶ ବଢ଼ିପାରେ। 

ଗତ କିଛି ବର୍ଷ ଧରି ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଅଧିକ ପରିମାଣରେ ସୁନା କିଣି ମହଜୁଦ ରଖୁଛନ୍ତି। ଏହି ବ୍ୟାଙ୍କଗୁଡ଼ିକ ୨୦୨୨ ମସିହାଠାରୁ ସାମଗ୍ରିକ ଭାବେ ପ୍ରତି ବର୍ଷ ହାରାହାରି ୧୦୦୦ ଟନ ସୁନା କିଣୁଥିବାର ଜଣାପଡ଼େ। ଡଲାର ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ଏ ପ୍ରକାର କ୍ରୟର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିଲା ବେଳେ ବୈଦେଶିକ ମୁଦ୍ରା ଭଣ୍ଡାରର ବିବିଧୀକରଣ, ମୁଦ୍ରାସ୍ଫୀତିରୁ ସୁରକ୍ଷା, ଆର୍ଥିକ ସଙ୍କଟର ମୁକାବିଲା ଆଦି ମଧ୍ୟ ଏହାର ଅନ୍ୟ ଉଦ୍ଦେଶ୍ୟ। ତେବେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁନା ମହଜୁଦ କରିବା ଲାଗି ତତ୍ପର ହେବା ପରଠାରୁ ସୁନାର ଚାହିଦା ବୃଦ୍ଧି ପାଇ ସୁନାର ଦର ଅଧିକ ବଢ଼ୁଛି କହିଲେ ଅତ୍ୟୁକ୍ତି ହେବନାହିଁ। ‘ପିପୁଲସ୍ ବ୍ୟାଙ୍କ ଅଫ୍ ଚାଇନା’ ଲଗାତାର ଭାବେ ପ୍ରତି ମାସ ପ୍ରାୟ ୪୦ ଟନ ସୁନା କିଣି ଚାଲିଛି। କେବଳ ୨୦୨୨ରୁ ୨୦୨୪ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ପ୍ରାୟ ୨୦୦ ଟନ ସୁନା କିଣିଥିଲା। ଏବେ ରିଜର୍ଭ ବ୍ୟାଙ୍କ ନିକଟରେ ଗଚ୍ଛିତ ଥିବା ପ୍ରାୟ ୮୮୦ ଟନ୍ ସୁନାର ମୂଲ୍ୟ ୧୦୦୦୦ କୋଟି ଡଲାରରୁ ଅଧିକ। ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରର ଏହା ପ୍ରାୟ ୧୬ ପ୍ରତିଶତ।   

ସୁନା ନ କିଣିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ସୁନା ବିକ୍ରୀ ହ୍ରାସ ପାଇବା ଆଶଙ୍କାରେ ଟାଇଟାନ, କଲ୍ୟାଣ ଜୁଏଲାରୀ, ସେନକୋ ଗୋଲଡ ଭଳି ଗହଣା କମ୍ପାନୀର ସେୟାର ଦାମ ୯ ପ୍ରତିଶତ ଯାଏଁ କମିଯାଇଥିଲା। ସାରା ଦେଶରେ ଛୋଟ ବଡ଼ ଗହଣା ଦୋକାନରେ ମୂଲ୍ୟବାନ ପଥର ଓ ଗହଣା ତିଆରି କାର‌୍ୟ୍ୟରେ ନିୟୋଜିତ ପ୍ରାୟ ୧ କୋଟି କାରିଗର ଓ ଶ୍ରମିକଙ୍କ ଜୀବିକା ପ୍ରତି ମଧ୍ୟ ଏହା ଦ୍ୱାରା ବିପଦ ସୃଷ୍ଟି ହୋଇଛି। ତେଣୁ ସେମାନଙ୍କ ଜୀବିକାର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଇତିମଧ୍ୟରେ ‘ପ୍ରେସିଅସ ମେଟାଲ ରିଫାଇନେରିଜ ଫୋରମ୍’ ତରଫରୁ ସୁନାର ଆମଦାନୀ ଓ ଘରୋଇ ଗଚ୍ଛିତ ସୁନାର ଉତ୍ତମ ପରିଚାଳନା ନିମନ୍ତେ ଦୁଇଟି ପରାମର୍ଶ ଦିଆଯାଇଛି। ପ୍ରଥମତଃ, ଆମଦାନୀ ହେଉଥିବା ସୁନାକୁ କଡ଼ାକଡ଼ି ଭାବେ କେବଳ ଗହଣା ରପ୍ପାନିକାରୀଙ୍କ ଉପଯୋଗ ଲାଗି ଗଚ୍ଛିତ ରଖାଯାଉ ଓ ଏଥିଲାଗି ବର୍ଷେ ଅବଧିର ସୁନା ଋଣ (ଗୋଲ୍ଡ ମେଟାଲ ଲୋନ)ର ପ୍ରଚଳନ କରାଯାଇପାରେ। ଦ୍ୱିତୀୟତଃ, ଦେଶରେ ଘରୋଇ ଭାବେ ଗଚ୍ଛିତ ସୁନାର ପୁନଃ ବ୍ୟବହାର (ରିସାଇକ୍ଲିଙ୍ଗ) ମାଧ୍ୟମରେ ଦେଶ ଭିତରେ ଗହଣାର ଚାହିଦାକୁ ମେଣ୍ଟାଇବା ଲାଗି ପ୍ରୟାସ କରାଯାଇପାରେ।

ଭାରତୀୟଙ୍କ ଲାଗି ସୁନା କେବଳ ଏକ ମୂଲ୍ୟବାନ ଧାତୁ ନୁହେଁ ବରଂ ଏଥିସହ ସେମାନେ ଆବେଗିକ ଭାବେ ସଂଯୁକ୍ତ। ଅସୁବିଧା ବେଳେ ସେମାନଙ୍କ ନିକଟରେ ଥିବା ସୁନା ହିଁ କାମରେ ଲାଗେ। ତେଣୁ, ବ୍ୟାଙ୍କ ଜମା ଓ ଅନ୍ୟ ସମ୍ପତ୍ତି ତୁଳନାରେ ସୁନା ଉପରେ ସେମାନଙ୍କର ଅଧିକ ଭରସା। ଏହି ଭରସା ହିଁ ଭାରତୀୟଙ୍କର ସୁନା ପ୍ରତି ଥିବା ଅତ୍ୟଧିକ ଆକର୍ଷଣର ଏକ ବଡ଼ କାରଣ। ଫଳସ୍ୱରୂପ, ଲୋକଙ୍କ ନିକଟରେ ପ୍ରାୟ ୨୫ ହଜାର ଟନରୁ ଅଧିକ ସୁନା ଗଚ୍ଛିତ ଅଛି। ଉପରକୁ ଏହା ଆମ ଲୋକଙ୍କ ସମ୍ପନ୍ନତାର ନିଦର୍ଶନ ଭଳି ପ୍ରତୀତ ହେଉଥିଲେ ବି ବିଡ଼ମ୍ୱିତ ବାସ୍ତବତାଟି ହେଉଛି ଏତେ ପରିମାଣରେ ସୁନା ଦେଶର ଅର୍ଥନୈତିକ ବିକାଶରେ କୌଣସି କାମରେ ଲାଗୁନାହିଁ। ତେଣୁ ଏହି ‘ସୁପ୍ତ ସମ୍ପତ୍ତି’କୁ ‘ଉପାର୍ଜନକ୍ଷମ ସମ୍ପତ୍ତି’ରେ ପରିଣତ କରାଯାଇପାରିଲେ ତାହା ଅର୍ଥନୀତିକୁ ଅଧିକ ଗତିଶୀଳ କରନ୍ତା। ଏଥିପାଇଁ ୨୦୧୫ ମସିହାରୁ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏକ ସ୍ୱଳ୍ପ ମିଆଦି ‘ଗୋଲଡ ମନିଟାଇଜେସନ ସ୍କିମ’ର ପ୍ରଚଳନ ହୋଇଛି ଯେଉଁଥିରେ ବ୍ୟକ୍ତିବିଶେଷ, ଅନୁଷ୍ଠାନ, ଟ୍ରଷ୍ଟ, ମନ୍ଦିର ଆଦି ସେମାନଙ୍କ ଅବ୍ୟବହୃତ ସୁନାକୁ ବ୍ୟାଙ୍କରେ ଜମା ରଖି ସୁଧ ଉପାର୍ଜନ କରିପାରିବେ। ତେବେ ବିଭିନ୍ନ କାରଣରୁ ଏହି ଯୋଜନା ଆଶାନୁରୂପ ଆଦୃତି ଲାଭ କରିପାରିନାହିଁ। ଅନ୍ୟ ପକ୍ଷରେ ଭୌତିକ ସୁନା (ଫିଜିକାଲ ଗୋଲଡ)ର ଚାହିଦାକୁ ହ୍ରାସ କରି ସୁନା ଆମଦାନୀକୁ କମ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ମଧ୍ୟମ ଓ ଦୀର୍ଘ ମିଆଦି ବିଶିଷ୍ଟ ‘ସୋଭେରେନ ଗୋଲଡ ବଣ୍ଡ’ର ପ୍ରଚଳନ ହୋଇଥିଲା। ଏହି ଯୋଜନାରେ ମାର୍ଚ୍ଚ ୩୧, ୨୦୨୫ ସୁଦ୍ଧା ୧୪୬.୯୬ ଟନ ପରିମାଣର ସୁନା ଲାଗି ୭୨,୨୭୫ କୋଟି ଟଙ୍କାର ପାଣ୍ଠି ସଂଗୃହୀତ ହୋଇଥିଲା। ତେବେ ଗତ ୨ ବର୍ଷ ଧରି ଏହି ବଣ୍ଡର ନୂଆ କିସ୍ତି ଆଉ ଜାରି ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ ସୁନା ଆମଦାନୀ ହ୍ରାସ ପାଇ ନଥିବାରୁ ବଣ୍ଡ ପ୍ରଚଳନର ଈପସିତ ଲକ୍ଷ୍ୟ ହାସଲ ହୋଇନାହିଁ। 

ଇତିମଧ୍ୟରେ ସରକାର ସୁନାର ଆମଦାନୀକୁ ନିରୁତ୍ସାହିତ କରିବା ଲାଗି ଆମଦାନୀ ଶୁଳ୍କକୁ ୯ ପ୍ରତିଶତ ବଢ଼ାଇ ୧୫ ପ୍ରତିଶତ କରିଥିବାରୁ ସୁନା ଦର ବୃଦ୍ଧି ପାଇଛି। ତେଣୁ ସୁନା କିଣାକୁ ନିୟନ୍ତ୍ରଣ କରିବା ଲାଗି ଭବିଷ୍ୟତରେ ସରକାରଙ୍କ ତରଫରୁ ଆହୁରି ପଦକ୍ଷେପ ନିଆଯାଇପାରେ। ସୁନାର ଆମଦାନୀ ବାବଦ ବ୍ୟୟକୁ ୭୨୦୦ କୋଟି ଡଲାରରୁ ଅନ୍ତତଃ ୧୦୦୦ କୋଟି ଡଲାର ହ୍ରାସ କରିପାରିଲେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କିଛି ମାତ୍ରାରେ ସଫଳ ହୁଅନ୍ତା। ଏଥିପାଇଁ ସୁନା ଆମଦାନୀକୁ ଅନ୍ତତଃ ୧୦୦ ଟନ ହ୍ରାସ କରିବାକୁ ହେବ, ଯେଉଁଥିପାଇଁ ସକ୍ରିୟ ଜନ ସହଯୋଗ ନିତାନ୍ତ ଆବଶ୍ୟକ। ତେବେ ଏଥି ସହ ଦେଶ ଭିତରେ ଘରୋଇ ଭାବେ ଗଚ୍ଛିତ ଥିବା ସୁନାକୁ ଅଧିକ ପରିମାଣରେ ଉପାର୍ଜନକ୍ଷମ କରିବା ନେଇ ସରକାରୀ ତତ୍ପରତା ପ୍ରକାଶ ପାଇବା ଉଚିତ। ଅନ୍ତତଃ ପରିବାରର ଦମ୍ଭ ବୃଦ୍ଧିରେ ସହାୟକ ହେଉଥିବା ସୁନା ଦେଶର ଚିନ୍ତା ବୃଦ୍ଧିର କାରଣ ନ ହେଉ।


Published in Sambad on May 19, 2026

Comments

Popular posts from this blog

‘ଦାଦନ’ ନୁହେଁ କି ‘ପ୍ରବାସୀ’ ନୁହେଁ

“ମୁଁ ଜଣେ ଓଏଏସ ଅଫିସର । ତୋ’ ଭଳି କେଉଁଠିକୁ ଯାଇ ଦାଦନ ଖଟୁ ନାହିଁ ।” କିଛି ବାହାର ରାଜ୍ୟରେ କାମ କରି ଓଡିଶାକୁ ଫେରିଥିବା ଶ୍ରମିକଙ୍କ ପ୍ରତି ଜଣେ ଉତକ୍ଷିପ୍ତ ବିଡିଓଙ୍କର ଏ ଭଳି ଆପ ତ୍ତି ଜନକ କଟୂ ମନ୍ତବ୍ୟ ଭାଇରାଲ ହେବା ପରେ ବିଭିନ୍ନ କାରଣରୁ ତାହା ରାଜ୍ୟବାସୀଙ୍କୁ ବ୍ୟଥିତ ଓ ସ୍ତମ୍ଭୀଭୂତ କଲା । ଏଭଳି ଶ୍ରମିକଙ୍କ ଘରବାହୁଡାର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସେମାନଙ୍କୁ ଦାଦନ ଶ୍ରମିକ ଭାବେ ସମ୍ବୋ ଧନ  କରି ତା ଚ୍ଛ ଲ୍ୟ କରିବା ସହିତ ‘ଦାଦନ’ ଶବ୍ଦଟିକୁ ଏକ ଗାଳି ରୂପେ ବ୍ୟବହାର କରିଥିବାର ଅନେକ ଘଟଣା ଦେଖିବାକୁ ମିଳିଥିଲା । ଏମାନେ ଫେରିବା ପରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକେ ସଂକ୍ରମିତ ହେବାର ଭୟ ଏହାର ମୁଖ୍ୟ କାରଣ ହୋଇଥିଲା ବେଳେ ସ୍ଥଳ ବିଶେଷରେ ଫେରିଥିବା କେତେକଙ୍କ ଆଚରଣ ମଧ୍ୟ ସେଥିପାଇଁ ଖୋରାକ ଯୋଗାଇଥିଲା । “ଓଡିଶାକୁ ଫେରିବା ପାଇଁ ସରକାରଙ୍କୁ କାକୁତି ମିନତି ହୋଇ ହାତ ଯୋଡି ଭିଡିଓ ପଠାଉଥିଲେ । ଏଠି ପହ ଞ୍ଚି ଲା ପରେ ଉତ୍ପାତ ହେଉଛନ୍ତି । ଦାଦନ ଖଟିବାକୁ ଗଲା ବେଳେ କ’ଣ ସରକାରଙ୍କୁ ଜଣାଇ ଯାଇଥିଲେ? ଏମାନଙ୍କୁ ଓଡିଶା ଭିତରେ ପୂରାଇ ଦେବା କଥା ନୁହେଁ ।”, ବୋଲି କେହି କେହି ଖୋଲାଖୋଲି କହୁଥିବା ବେଳେ ସେମାନଙ୍କ ପ୍ରତି ଥିବା ଘୃଣା ଭାବ ସେଥିରୁ ସ୍ପଷ୍ଟ ରୂପେ ଜଣା ପଡୁଛି । ଏହ...

ଭଲଗପ - 2021

2021ରେ  ପ୍ରକାଶିତ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ 2021ରେ ପ୍ରକାଶ ପାଇଥିବା 1600ରୁ ବେଶି ଲେଖକଙ୍କର 6100ରୁ ଊର୍ଦ୍ଧ୍ୱ ଓଡିଆ ଗପ ମଧ୍ୟରୁ ପାଠକ ଓ ଲେଖକଙ୍କ ପସନ୍ଦର କିଛି ଭଲ ଗପ ବାଛିବାର ଏକ ପ୍ରୟାସ ଚାଲିଛି । ତଦନୁଯାୟୀ ପାଠକ ଓ ଲେଖକଙ୍କ ଦ୍ୱାରା  ପ୍ରସ୍ତାବ ଦାଖଲର ଶେଷ ତାରିଖ ମେ 31, 2022 ସୁଦ୍ଧା 260 ଜଣ ଲେଖକଙ୍କର 368ଟି ଭଲ ଗପର ସୂଚନା ଉପଲବ୍ଧ ହୋଇଛି ଯାହା ନିମ୍ନ ପ୍ରଦତ୍ତ ତାଲିକାରେ ସ୍ଥାନିତ । ଏହି ଗପଗୁଡିକ ମଧ୍ୟରୁ 42ଟି ଗପର ପିଡିଏଫ ମିଳି ନାହିଁ । ପିଡିଏଫ ବା ସ୍ପ୍କାନ କପି ଉପଲବ୍ଦାଧ କରାଇବା ପାଇଁ ଆଉ 7 ଦିନ ସମୟ ଦିଆଯାଉଛି । ପ୍ରତିଟି ଗପ ପଢା ହେବାକୁ ଥିବାରୁ ତାପରେ ପିଡିଏଫ ଉପଲବ୍ଧ ହୋଇ ପାରି ନଥିବା ଗପଗୁଡିକୁ ଚୟନ ପ୍ରକ୍ରିୟାରୁ ବାଦ ଦିଆଯିବ । (ସରଳ କୁମାର ଦାସ) 9437038015 saral_das@yahoo.co.in ତାଲିକାରେ ସ୍ଥାନିତ କୌଣସି ଗପ 2021 ପୂର୍ବରୁ ପ୍ରକାଶ ପାଇଥିଲେ ଲେଖକ ଓ ପାଠକମାନେ ତାହା ଜଣାଇବାକୁ ଅନୁରୋଧ । ଜଣାପଡିଲେ ସେଇଟିକୁ ତାଲିକାରୁ ବାଦ ଦିଆଯିବ । ପ୍ରତିଟି ମନୋନୀତ ଗପ ପଢା ହେବାକୁ ଥିବାରୁ ସେଗୁଡିକର ପିଡିଏଫ ପଠାଇବାକୁ ସମ୍ପୃକ୍ତ ଲେଖକମାନଙ୍କୁ ଅନୁରୋଧ । ଏକାଧିକ ଗପ ଥିବା ଲେଖକଙ୍କ ଶ୍ରେଷ୍ଠ ଗପଟିକୁ ଚୟନ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଜୟ ...

‘ଭିକରେ ମିଳିଥିବା ସ୍ୱାଧୀନତା’ ଓ ‘ପଦ୍ମଶ୍ରୀ’ ପ୍ରତ୍ୟାହାର

ଦେଶକୁ ୧୯୪୭ରେ ମିଳିଥିବା ‘ସ୍ୱାଧୀନତା’, ସ୍ୱାଧୀନତା ନୁହେଁ ବରଂ ‘ଭିକ’ ଥିଲା ଓ ୨୦୧୪ରେ ମୋଦୀ କ୍ଷମତା ହାସଲ କରିବା ପରେ ହିଁ ଭାରତକୁ ପ୍ରକୃତ ଅର୍ଥରେ ସ୍ୱାଧୀନତା ମିଳିଥିଲା ବୋଲି କହି ବଲିଉଡ ଅଭିନେତ୍ରୀ ତଥା ‘ପଦ୍ମଶ୍ରୀ’ ପ୍ରାପ୍ତ କଙ୍ଗନା ରଣାୱତ ଏବେ ବିବାଦରେ । ଦେଶବ୍ୟାପୀ ତାଙ୍କ ଏହି ଉକ୍ତିର ବିରୋଧ ହୋଇ ତାଙ୍କଠାରୁ ‘ପଦ୍ମଶ୍ରୀ’ ପ୍ରତ୍ୟାହାର ଦାବି ହେଉଛି । କେହି କେହି ଏହା ତାଙ୍କ ଅଭିବ୍ୟକ୍ତିର ସ୍ୱାଧୀନତା ବୋଲି ଯୁକ୍ତି ବାଢୁଥିବା ବେଳେ ରାଷ୍ଟ୍ରପ୍ରଦତ୍ତ ସମ୍ମାନର ଅଧିକାରୀମାନଙ୍କ ଉପରେ ଆତ୍ମନିୟନ୍ତ୍ରିତ ଅଙ୍କୁଶ ଲାଗିବା ଉଚିତ କି ନୁହେଁ ସେ ନେଇ ମଧ୍ୟ ବିମର୍ଶ ହେବାକୁ ଲାଗିଲାଣି । ‘ପଦ୍ମଶ୍ରୀ’ ଭଳି ଏକ ସମ୍ମାନରେ ଭୂଷିତ ଜଣେ ବ୍ୟକ୍ତି ଦେଶର ସ୍ୱାଧୀନତା ଉପରେ ପ୍ରଶ୍ନ ଉଠାଇବା ଦ୍ୱାରା ଅନେକେ ‘ପଦ୍ମଶ୍ରୀ’ ସମ୍ମାନର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବାରେ ସେ ଅସମର୍ଥ ବୋଲି ମଣୁଛନ୍ତି । ତେବେ ଏ ଭଳି ଭାବେ ସମ୍ମାନିତ ବ୍ୟକ୍ତିଙ୍କ ଆପତ୍ତିଜନକ ଓ ବିବାଦିତ ଉଚ୍ଚାରଣ ଓ ଆଚରଣ ପାଇଁ ସେମାନଙ୍କ ନିକଟରୁ ସମ୍ମାନ ପ୍ରତ୍ୟାହାର କରାଯାଇପାରିବ କି ଓ ସେଥିପାଇଁ ବିଧି ବ୍ୟବସ୍ଥା କ’ଣ, ତାହା ଆଲୋଚନାଯୋଗ୍ୟ । ଅତୀତରେ ପଦ୍ମ ସମ୍ମାନ ଘୋଷଣା ହେଲା ପରେ ମୌଲାନା ଅବୁଲ କଲାମ ଆଜାଦ, ସୁନ୍ଦରଲାଲ ବହୁଗୁଣା, ବାବା ଆମତେ, ବିଲାୟତ ଖାଁ, ବାଦଲ ସରକାର, କାଳୀଚରଣ ପଟ୍ଟନାୟକଙ୍କ ପରି କିଛି ସମ୍ମାନିତ ବ୍ୟକ୍ତି ବିଭିନ୍ନ କା...

2024ର ଭଲ ଗପ

  2024 ମସିହାର ଭଲ ଗପ ଏ ପର୍ଯ୍ୟନ୍ତ ପାଠକ ଓ ଲେଖକଙ୍କଠାରୁ ମିଳିଥିବା 2024 ମସିହାରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ପାଠକାଦୃତ ଗପର ସୂଚନା ଦିଆଯାଇଛି । ଗପଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରିବେ । ଯେ କୌଣସି ପାଠକ, ସମ୍ପାଦକ ବା ଲେଖକ ତାଙ୍କୁ ଭଲ ଲାଗିଥିବା ଯେ କୌଣସି ଗପର ସୂଚନା ପ୍ରଦାନ କରିପାରିବେ । ଗପଗୁଡ଼ିକ ହସ୍ତଗତ ହେଲେ ସେଗୁଡ଼ିକ ମଧ୍ୟ ଏହି ତାଲିକା ଅନ୍ତର୍ଭୁକ୍ତ କରାଯିବ । ଲେଖକମାନେ ଚାହିଁଲେ ସେମାନଙ୍କ ଗପଟିକୁ ବଦଳାଇପାରିବେ । ଯୁବ କଥାକାରମାନେ ସେମାନଙ୍କ ଜନ୍ମ ତାରିଖ ଜଣାଇଲେ ସେମାନଙ୍କ ଗପକୁ ନିର୍ଦ୍ଦିଷ୍ଟ ବର୍ଗରେ ରଖାଯାଇପାରିବ । ଭୁଲ ବର୍ଗରେ ଥିଲେ ଜଣାଇବାକୁ ଅନୁରୋଧ । ଲେଖକଙ୍କ ନାମର ଆଦ୍ୟ ଅକ୍ଷର କ୍ରମରେ ଗପଗୁଡ଼ିକ ସଜ୍ଜିତ ହୋଇଛି । ସରଳ କୁମାର ଦାସ ୯୪୩୭୦ ୩୮୦୧୫ saral_das@yahoo.co.in (କ) ଜାନୁଆରୀ ୧ , ୧ ୯ ୮୦ ପରେ ଜନ୍ମ ଗ୍ରହଣ କରିଥିବା ଯୁବ କଥାକାରଙ୍କ ଗଳ୍ପ କ୍ରମିକ ସଂଖ୍ୟା ଲେଖକ ଗଳ୍ପର ନାମ କେଉଁଠି(ପତ୍ରିକା ଇତ୍ୟାଦି) ପ୍ରକାଶନ ସଂଖ୍ୟା/ ତାରିଖ 1 ଅଞ୍ଜଳି ସାହୁ ଆଖି ସେପଟର ଛବି କଥା କଥା କବିତା କବିତା ପୂଜା ସଂଖ୍ୟା 2 ଆନନ୍ଦ କୁମାର ମାଇତି ଦାମ୍ପତ୍ୟ ଝଙ୍କାର ସେପ୍ଟେମ୍ୱର 3 ଗିରିଜା ଶଙ୍କର ମିଶ୍ର ପ୍ୟାଟରସନରେ ସନ୍ଧ୍ୟା କଥା ଡିସେମ୍ୱର 4 ଘନଶ୍ୟାମ ପଲେଇ ସମ୍ୱର୍ଦ୍ଧନା ପ୍ରଗତିବାଦୀ-ସୃଜନୀ 19 ମେ 5 ଚିନ୍ମୟୀ ଏସ ଦେବପ୍ରିୟା ଆଣ୍ଡ୍ରୟୁଙ୍କ ଡାଏରୀ ପ୍ରଜନ୍...

ପେଗାସସ୍ ମାମଲା ସରକାରଙ୍କ ତଣ୍ଟିରେ କଣ୍ଟା ହେବ ?

ପେଗାସସ୍ ମାମଲାରେ ଏକାଧିକ ପିଟିସନର ବିଚାର କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣାଙ୍କ ସମେତ ଏକ ତିନି ଜଣିଆ ଖଣ୍ଡପୀଠ ଅକ୍ଟୋବର ୨୭, ୨୦୨୧ରେ ଦେଇଥିବା ଆଦେଶକୁ ଅନେକେ ‘ଐତିହାସିକ’ କହୁଥିବା ବେଳେ ଏହା ମାଧ୍ୟମରେ କେନ୍ଦ୍ର ସରକାର ଭର୍ତ୍ସିତ ହୋଇଛନ୍ତି ବୋଲି ମଧ୍ୟ କୁହାଯାଉଛି । ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ଏହି ୪୬ ପୃଷ୍ଠା ବିଶିଷ୍ଟ ଆଦେଶଟି ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବାରୁ ଏ ସମ୍ପର୍କରେ ବିମର୍ଶର ଆବଶ୍ୟକତା ରହିଛି । କାନାଡାର ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ‘ସିଟିଜେନ ଲ୍ୟାବ’ ସେପ୍ଟେମ୍ୱର ୨୦୧୮ରେ ଇସ୍ରାଏଲି ଟେକ୍ନୋଲୋଜି କମ୍ପାନୀ ଏନଏସଓ ଦ୍ୱାରା ପ୍ରସ୍ତୁତ ପେଗାସସ୍ ନାମକ ସ୍ପାଏୱେୟାର ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲେ । ଏହି ସ୍ପାଏୱେୟାରକୁ ବ୍ୟବହାର କରି ଯେ କୌଣସି ବ୍ୟକ୍ତିର ଫୋନ, କମ୍ପ୍ୟୁଟର ଭଳି ଡିଜିଟାଲ ଉପକରଣଗୁଡିକୁ ସ୍ପର୍ଶ ନ କରି ମଧ୍ୟ ସେଗୁଡିକୁ ନିୟନ୍ତ୍ରଣ କରି ହେବ । ଥରେ ଏହି ସ୍ପାଏୱେୟାର ଲକ୍ଷ୍ୟରେ ଥିବା ଉପକରଣରେ ଅବସ୍ଥାପିତ ହୋଇଗଲେ ସେଥିରେ ଥିବା ସମସ୍ତ ତଥ୍ୟ (ଡାଟା) ସହ ଉପକରଣର ଇ-ମେଲ, ଟେକ୍ସଟ, ଫୋନ, କ୍ୟାମେରା, ରେକର୍ଡିଙ୍ଗ କରିବା କ୍ଷମତାଗୁଡିକ ମଧ୍ୟ ସ୍ପାଏୱେୟାର ବ୍ୟବହାରୀଙ୍କ ନିୟନ୍ତ୍ରଣକୁ ଚାଲିଯାଇଥାଏ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଅଜାଣତରେ ଅନ୍ୟ ତଥ୍ୟ ମଧ୍ୟ ଉପକରଣର...