Skip to main content

Posts

Showing posts with the label Level Playing Field Election India Odia

ଅସମତଳ ନିର୍ବାଚନୀ କ୍ରୀଡ଼ାଙ୍ଗନ !

କୌଣସି କୁସ୍ତି ଆରମ୍ଭ ହେବା ପୂର୍ବରୁ ଯଦି ଜଣେ ପହିଲମାନଙ୍କ ହାତକୁ ପଛ ପାଖରୁ ବାନ୍ଧି ଦେଇ ଲଢ଼େଇରେ ଭାଗ ନେବାକୁ ବାଧ୍ୟ କରାଯାଏ, ତେବେ ଲଢ଼େଇର ଫଳାଫଳ କ’ଣ ହେବ ? ସୁତରାଂ, ପ୍ରତିଯୋଗିତାରେ ଉଭୟ ପକ୍ଷଙ୍କ ଲାଗି ଖେଳର ନିୟମ ସମାନ ହେବା ଜରୁରୀ । ତେଣୁ କୁହାଯାଏ ଯେ କ୍ରୀଡ଼ାଙ୍ଗନ ସମତଳ ନଥିଲେ ତାହା ଅଂଶଗ୍ରହଣକାରୀଙ୍କ ପ୍ରତି ଅନ୍ୟାୟ ଏବଂ ଦର୍ଶକମାନଙ୍କ ଲାଗି ଏକ ପ୍ରକାର ବେଇମାନୀ ହୋଇଥାଏ । ନିର୍ବାଚନୀ କୁସ୍ତି ପାଇଁ ଉପରୋକ୍ତ କଥାଟି ସର୍ବାଧିକ ପ୍ରଯୁଜ୍ୟ । କିନ୍ତୁ ବିଡ଼ମ୍ୱନା ହେଲା, ତାହାର ଅନୁପାଳନ ହେଉଥିବା ପରିଲକ୍ଷିତ ହେଉନାହିଁ । ନିର୍ବାଚନରେ ‘ଲେଭଲ୍ ପ୍ଲେଇଂ ଫିଲ୍ଡ’ ବା ‘ସମତଳ କ୍ରୀଡ଼ାଙ୍ଗନ’ ଉପଲବ୍ଧ ହେଉ ନଥିବା ଦର୍ଶାଇ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ହେଲେଣି । ତେଣୁ ମୁକ୍ତ ଓ ଅବାଧ ନିର୍ବାଚନ କରିବା ଲାଗି ସମତଳ କ୍ରୀଡ଼ାଙ୍ଗନ ସୁନିଶ୍ଚିତ ହେବା କେତେ ଅପରିହାର୍ଯ୍ୟ, ତାହା ବୁଝିବାର ଆବଶ୍ୟକତା ରହିଛି । ଅସମତଳ ନିର୍ବାଚନୀ ରଣାଙ୍ଗନ କହିଲେ ସେହି ଅବସ୍ଥାନକୁ ବୁଝାଏ ଯେଉଁଠି କ୍ଷମତାସୀନ ଦଳ କ୍ଷମତାର ଅପବ୍ୟବହାର କରି ସମ୍ୱଳ, ଗଣମାଧ୍ୟମ ଓ ରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକୁ ନିଜ ଅକ୍ତିଆରକୁ ନେଇ ବିରୋଧୀ ଦଳଗୁଡ଼ିକ ପାଇଁ ସେଗୁଡ଼ିକର ପହଞ୍ଚରେ ଏପରି ଅନ୍ତରାୟ ସୃଷ୍ଟି କରିଦିଏ ଯେ ସେମାନଙ୍କ ପକ୍ଷରେ ନିଜକୁ ସଂଗଠିତ କରିବା ତଥା ଗମ୍ଭୀରତାର ସହ ନିର୍ବାଚନ ଲଢ଼ିବା ଦୁରୁହ ହୋଇପଡ଼େ ...