Skip to main content

Posts

Showing posts with the label Children's story

ଗୋଟିଏ ଟଫି ନେବ ନା ଦୁଇଟି

ଗତ ଶତାବ୍ଦୀର ଷାଠିଏ ଦଶକର କଥା । ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଜଣେ ଶିକ୍ଷକ ଚାରି ବର୍ଷ ବୟସର ନର୍ସରୀ ପଢୁଥିବା ଜଣେ ଛାତ୍ର ସହ ଗୋଟିଏ କୋଠରି ଭିତରକୁ ପ୍ରବେଶ କଲେ । କୋଠରିରେ ଆଉ କେହି ନ ଥାଆନ୍ତି । ପିଲାଟି ସହ କିଛି ସମୟ କଥାବାର୍ତ୍ତା ହେଲା ପରେ ସେ ପକେଟରୁ ଗୋଟିଏ ସୁନ୍ଦର ଟଫି କାଢି ପିଲାଟି ସମ୍ମୁଖରେ ଥିବା ଟେବୁଲ ଉପରେ ରଖିଲେ । ଶିକ୍ଷକ ତାକୁ ଦେଉଛନ୍ତି ବୋଲି ଭାବି ପିଲାଟି ତୁରନ୍ତ ଟଫିଟିକୁ ନେବା ପାଇଁ ହାତ ବଢାଇଲା । ହେଲେ ଟଫିଟିକୁ ଉଠାଇ ନେଇ ଶିକ୍ଷକ ଜଣକ କହିଲେ, “ମୁଁ ଏଇଟି ତମକୁ ଦେବା ପାଇଁ ଆଣିଛି । ଏଇଟିକୁ ତମ ଆଗରେ ରଖି ଦେଇ ଦଶ ମିନିଟ ଲାଗି ବାହାରକୁ ଯାଉଛି । ମୁଁ ଫେରି ଆସିବା ବେଳକୁ ତମେ ଯଦି ଟଫିଟିକୁ ଖାଇ ନ ଥିବ ତେବେ ଏଇ ଟଫି ସହ ମୁଁ ତମକୁ ଆଉ ଗୋଟିଏ ଟଫି ଦେବି ।” ଏହା କହି ଶିକ୍ଷକ ବାହାରକୁ ବାହାରି ଗଲେ । ଶିକ୍ଷକ ଗଲା ପରେ ପିଲାଟି ଭାବିଲା, “ଦଶ ମିନିଟ କଥା ତ । ଅପେକ୍ଷା କରି ଗଲେ ଦୁଇଟି ଟଫି ମିଳିବ । ଏଇ ଟଫି ଆଡକୁ ଅନାଇବି ନାହିଁ ।” ହେଲେ ଅଳ୍ପ ସମୟ ପରେ ସେ ଆଉ ରହି ପାରିଲା ନାହିଁ । ତା’ ଆଖି ସେହି ଟଫି ଆଡକୁ ଟାଣି ହୋଇ ଯାଇ ଗୁଡା ହୋଇଥିବା ସୁନ୍ଦର ଜରି ଉପରେ ଅଟକି ଗଲା । ସେ ଆଉ ଟଫି ଉପରୁ ଆଖି ଫେରାଇ ଆଣି ପାରିଲା ନାହିଁ । କିଛି ସମୟ ପରେ ଭାବିଲା ଶିକ୍ଷକ ସିନା ଟଫିଟିକୁ ଖାଇବାକୁ ମନା କରିଛନ୍ତି, ହେଲେ ଜରି ଖୋଲି ଦେଖିବାକୁ ତ ମନା କରି ନାହାନ୍ତି । ଏହ...