Skip to main content

Posts

Showing posts with the label World

ଜଳବାୟୁର ସତର୍କ ପ୍ରହରୀ ଗ୍ରେଟା ଥୁନବର୍ଗ

“ଏ ସବୁ ଭୁଲ । ମୁଁ ଏଠି ଠିଆ ହେବା କଥା ନୁହେଁ । ଏଇ ମୁହୂ ର୍ତ୍ତ ରେ ମୁଁ ଦରିଆ ସେପାରି ମୋ ସ୍କୁଲରେ ଥିବା କଥା । ତଥାପି ତମେମାନେ ମୋ ପାଖକୁ ଆସିଛ ଆଶା ପାଇଁ ? ତମର ଏ ଦୁଃସାହସ ହେଲା କେମିତି ! ତମେ ତମ ଫମ୍ପା କଥାରେ ମୋ ସ୍ୱପ୍ନ, ମୋ ବାଲ୍ୟାବସ୍ଥାକୁ ହରଣ କରିଛ । ତଥାପି ମୁଁ ଅଳ୍ପ କିଛି ସୌଭାଗ୍ୟଶାଳୀଙ୍କ ଭିତରେ ଜଣେ । ଲୋକମାନେ ଦୁଃଖକଷ୍ଟରେ ଅଛନ୍ତି । ଲୋକମାନେ ମରୁଛନ୍ତି । ସମଗ୍ର ଜୈବ ପରିବେଶ ଭୁଶୁଡି ପଡୁଛି । ଆମେ ଏବେ ଗଣ ନିଶ୍ଚିହ୍ନର ପାଦଦେଶରେ । ଆଉ ତମ ପାଖରେ ଟଙ୍କା ଓ ଅନନ୍ତ ସମୃଦ୍ଧିର ପରୀ କାହାଣୀ ଛଡା ଆଉ କଣ ବା କହିବାକୁ ଅଛି? ତମର ଏ ଦୁଃସାହସ ହେଲା କେମିତି ! ... ତମେ ଆମକୁ ହତାଶ କରିଛ ।  କିଂତୁ  ଯୁବବର୍ଗ ତମର ଏଇ ପ୍ରତାରଣାକୁ ବୁଝିବା ଆରମ୍ଭ କରି ଦେଇଛି । ଭବିଷ୍ୟତ ବଂଶଧରଙ୍କ ନଜର ତମ ଉପରେ । ଆଉ ତମେ ଯଦି ଆମକୁ ହତାଶ କରିବାକୁ ଚେଷ୍ଟା କର, ତେବେ ମୁଁ କହୁଛି ଆମେ ତମକୁ କେବେହେଲେ କ୍ଷମା କରି ପାରିବୁନି ।” ସେପ୍ଟେମ୍ବର ୨୩, ୨୦୧୯ରେ ଜାତିସଂଘର ଜଳବାୟୁ ଶୀର୍ଷ ସମ୍ମିଳନୀରେ ଇଏ ଥିଲା ଷୋହଳ ବର୍ଷୀୟା ଝିଅ ତଥା ଜଳବାୟୁ ଆନ୍ଦୋଳନର ପ୍ରତୀକ ଗ୍ରେଟା ଥୁନବର୍ଗର ବିଶ୍ୱ ନେତାଙ୍କ ଉଦ୍ଦେଶ୍ୟରେ ଓଜସ୍ୱିନୀ ଭାଷଣ ମାଧ୍ୟମରେ ଚେତାବନୀ । ତାର ଏହି ଭାଷଣରେ ସମଗ୍ର ବିଶ୍ୱର ନେତାମାନେ ସ୍ତବ୍ଧ ହୋଇ ଯାଇଥିଲେ । ସ୍ୱିଡେନର ରାଜଧାନୀ ଷ୍ଟକହୋମରେ ୨୦୦୩ ମସିହାରେ ଜନ୍ମିତ ଗ୍ରେଟା ଥ...

କରୋନା : ଖାଦ୍ୟ ସଙ୍କଟ ଆଶଙ୍କା

ଭାରତରେ ଲକଡାଉନର ପ୍ରଭାବ କୃଷି କ୍ଷେତ୍ର ଉପରେ ଏପରି ପଡିଛି ଯେ ଚାଷୀ ତା ଉତ୍ପାଦିତ ଫସଲ ଅମଳ ଓ ବିକ୍ରି କରିବା ପାଇଁ ଅସମର୍ଥ ହୋଇ ବିଲରେ ନଷ୍ଟ ହେବାକୁ ଛାଡି ଦେଉଥିବା ବେଳେ ସହରମାନଙ୍କରେ ଆବଶ୍ୟକ ପରିମାଣର ପନିପରିବା ଉପଲବ୍ଧ ହେଉ ନଥିବାରୁ ଗ୍ରାହକମାନେ ଚଢା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି । ଏହି ପରିସ୍ଥିତି ଆଉ କିଛି ଦିନ ଲାଗି ରହିଲେ ଆଗାମୀ ଦିନରେ କେବଳ ପନିପରିବା ନୁହେଁ ବରଂ ଦେଶରେ ସବୁ ପ୍ରକାର ଖାଦ୍ୟଦ୍ରବ୍ୟର ଉପଲବ୍ଧତା ହ୍ରାସ ପାଇ ଦରଦାମ ହୁ ହୁ ହୋଇ ବଢିପାରେ ବୋଲି କେହି କେହି ଏବେଠୁ ଆଶଙ୍କା ବ୍ୟକ୍ତ କଲେଣି । ବିଭିନ୍ନ ଦେଶ କରୋନା ଭାଇରସ ବିପ ତ୍ତି ର ସୁପରିଚାଳନା କରିବାକୁ ଅସମର୍ଥ ହେଲେ ବିଶ୍ୱବ୍ୟାପୀ ଏକ ଉତ୍କଟ ଖାଦ୍ୟସଙ୍କଟ ଦେଖା ଦେଇପାରେ ବୋଲି ଇତିମଧ୍ୟରେ ଖାଦ୍ୟ ଓ କୃଷି ସଂଗଠନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବିଶ୍ୱ ବାଣିଜ୍ୟ ସଂଗଠନ ମିଳିତ ଭାବେ ସବୁ ଦେଶକୁ ସତର୍କ କରାଇ ଦେଇଛନ୍ତି । ଅଧିକାଂଶ ଦେଶ ଲକଡାଉନକୁ ପାଳନ କରୁଥିବାରୁ ଅନ୍ତର୍ଜାତୀୟ ବାଣିଜ୍ୟ ଯଥେଷ୍ଟ ହ୍ରାସ ପାଇବା ସହ ଖାଦ୍ୟ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ) ଅତିମାତ୍ରାରେ ବାଧାପ୍ରାପ୍ତ ହୋଇସାରିଛି । ଅବଶ୍ୟ ଭାରତରେ ଆବଶ୍ୟକ ପରିମାଣରେ ଖାଦ୍ୟଶସ୍ୟ ଗଚ୍ଛିତ ଥିବାରୁ ଦେଶବାସୀ ସେଥିପାଇଁ ଚିନ୍ତିତ ହେବାର କାରଣ ନାହିଁ ବୋଲି ସରକାର ଆଶ୍ୱାସନା ଦେଇ ଆସୁଥିଲେ ମଧ୍ୟ ସାରା ବିଶ୍ୱରେ କରୋନାଜନିତ ଖାଦ୍ୟ ସଙ୍କଟ ଦେଖା ଦେବାର ଆଶଙ୍କ...

ଫାସିବାଦର ସତର୍କ ଘଣ୍ଟି

ତୃଣମୂଳ କଂଗ୍ରେସ ଦଳର ନବ ନିର୍ବାଚିତ ସାଂସଦ ମହୁଆ ମୈତ୍ର ସଂସଦରେ ତାଙ୍କର ପ୍ରଥମ ଭାଷଣ ପାଇଁ ବେଶ ପ୍ରଶଂସିତ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏକଦା ନିଉୟର୍କ ଓ ଲଣ୍ଡନଠାରେ ଉଚ୍ଚ ପଦବୀରେ ଅଧିଷ୍ଠିିତ ଏହି ପ୍ରାକ୍ତନ ଇନଭେଷ୍ଟମେ ଣ୍ଟ  ବ୍ୟାଙ୍କର ତାଙ୍କ ଦଶ ମିନିଟର ଓଜସ୍ୱିନୀ ଭାଷଣରେ ପ୍ରଖ୍ୟାତ ହିନ୍ଦୀ କବି ଦିନକରଙ୍କୁ ଉଦ୍ଧାର କରି କହିଥିଲେ ଯେ ଅସହମତି ହେଉଛି ଏହି ଦେଶର ରାଷ୍ଟ୍ରୀୟ ଚରିତ୍ର ଓ କେହି ଏହାକୁ ବଦଳାଇ ପାରିବେ ନାହିଁ । ସରକାର ଫାସିବାଦ ଆଡକୁ ଅଗ୍ରସର ହେଉଛନ୍ତି ବୋଲି ସତର୍କ ବାଣୀ ଶୁଣାଇ ସେ ଯେଉଁ ସାତୋଟି ବିନ୍ଦୁ ଉପରେ ଆକ୍ରମଣ କରିଥିଲେ ସେଗୁଡିକ ହୋଲୋକଷ୍ଟ ମ୍ୟୁଜିୟମରେ ସ୍ଥାନିତ ଏକ ପୋଷ୍ଟରରେ ଉଲ୍ଲିଖିତ ଫାସିବାଦ ପୂର୍ବ ସୂଚନାର ଅଂଶ ବିଶେଷ ବୋଲି ସେ ଉଲ୍ଲେଖ କରିଥିଲେ । ୟୁରୋପରେ ନାଜୀ ଗଣସଂହାରରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ନୃତିରେ ଆମେରିକାରେ ସ୍ଥାପିିତ ହୋଲୋକଷ୍ଟ ମେମୋରିଆଲ ମ୍ୟୁଜିୟମର ଏକ ଉପହାର ଦୋକାନରେ ୨୦୧୭ ମସିହା ଜାନୁଆରୀ ମାସରେ ଏକ ପୋଷ୍ଟର ବିକ୍ରି ପାଇଁ ସ୍ଥାନିତ ହୋଇଥିବା ଲକ୍ଷ୍ୟ କରାଗଲା, ଯେଉଁଥିରେ ଫାସିବାଦର ଚଉଦଟି ଲକ୍ଷଣର ସତର୍କ ସୂଚନା ଉଲ୍ଲିଖିତ ଥିଲା । ରାଷ୍ଟ୍ରପତି ଟ୍ରମ୍ପଙ୍କ ଶାସନରେ ଫାସିବାଦୀ ଲକ୍ଷଣ ଦେଖୁଥିବା କିଛି ଲୋକ ଏହି ପୋଷ୍ଟରର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିବାକୁ ଲାଗିଲେ । ତେବେ ଏହି ତାଲିକାରେ ଥିବା ଲକ୍ଷଣଗୁଡ...

ତରୁଣ ଭାରତର ବିଡମ୍ଵନା - ହାତରେ କାମ ନାହିଁ

ଶାସନ କ୍ଷମତାକୁ ଆସିଲା ପରେ ବିଦେଶୀ ପୁଞ୍ଜି ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦେଶରେ ମୋଦି ଭାରତର ତୁଳନାତ୍ମକ ବୈଶିଷ୍ଟ୍ୟକୁ ଦର୍ଶାଇବାକୁ ଯାଇ ସର୍ବତ୍ର ତିନୋଟି ‘ଡି’ ଉପରେ ଗୁରୁତ୍ଵ ଦେଉଥିଲେ l ସେଗୁଡିକ ହେଲା ଏଠାକାର ‘ଡେମୋକ୍ରେସି’ ବା ଗଣତନ୍ତ୍ର, ‘ଡେମୋଗ୍ରାଫିକ ଡିଭିଡେଣ୍ଡ’ ବା ଜନସାଂଖ୍ୟିକୀୟ ଲାଭାଂଶ ଓ ‘ଡିମାଣ୍ଡ’ ବା ଚାହିଦା l ଭାରତର ଶକ୍ତି କୁହାଯାଉଥିବା ଏହି ତିନୋଟି ‘ଡି’ ଏବେ ବି ଅପରିବର୍ତ୍ତିତ ଥିଲେ ମଧ୍ୟ ଏଣିକି ମୋଦି କିନ୍ତୁ ସେ କଥା ଉପରେ ଆଉ ବିଶେଷ ଗୁରୁତ୍ଵ ଦେଉଥିବା ପରି ମନେ ହେଉନାହିଁ l ଗଣତନ୍ତ୍ର ତ ଆହୁରି ଅନେକ ଦେଶରେ ଅଛି l କିନ୍ତୁ ଏଠାକାର ଜନସଂଖ୍ୟାର ବିଶାଳତା ପାଇଁ ଏଠାରେ ଚାହିଦା ଏତେ ଅଧିକ ଯେ ସବୁ ଜିନିଷ ପାଇଁ ଏକ ବଡ ବଜାର ରହିଛି, ଯାହା ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ସ୍ଵାଭାବିକ l କିନ୍ତୁ ତା ଅପେକ୍ଷା ଅଧିକ ଗୁରୁତ୍ଵପୂର୍ଣ୍ଣ ଭାରତ ଜନସଂଖ୍ୟାର ଅର୍ଦ୍ଧାଧିକ ତରୁଣ ହୋଇଥିବାରୁ ଭାରତକୁ ସେଥିରୁ ଜନସାଂଖ୍ୟିକୀୟ ଲାଭାଂଶ ମିଳି ଦେଶ ସମୃଦ୍ଧିଶାଳୀ ହେବାର ସମ୍ଭାବନା l ତେବେ ଜନସଂଖ୍ୟାରେ ତରୁଣଙ୍କ ପ୍ରତିଶତ ଅଧିକ ସତ୍ତ୍ଵେ ଭାରତ ଜନସାଂଖ୍ୟିକୀୟ ଲାଭାଂଶର ସୁଫଳ ନ ପାଇବାର କାରଣ ଜାଣିବାକୁ ହେଲେ ଏହା କିପରି ମିଳିଥାଏ, ତାହା ବୁଝିବାକୁ ପଡିବ l କୌଣସି ଦେଶରେ ଉଭୟ ପ୍ରଜନନ ଦର ଓ ମୃତ୍ୟୁ ହାର କମ ହେବା ଯୋଗୁ ଜନସଂଖ୍ୟାର ବୟସ ବର୍ଗରେ ହେଉଥିବା ପରିବର୍ତ୍ତନ...