Skip to main content

Posts

Showing posts with the label credibility

ବିପନ୍ନ ଗଣମାଧ୍ୟମର ସ୍ୱାଧୀନତା ଓ ବିଶ୍ୱସନୀୟତା

ନୋବେଲ ଶାନ୍ତି ପୁରସ୍କାର ପାଇଁ  ୨୦୨୧ରେ ଫିଲିପାଇନ୍ସର ମାରିଆ ରେସା ଓ ରୁଷିଆର ମିତ୍ରି ଆନ୍ଦ୍ରିୟେଭିଚ ମୁରାତଭାଙ୍କ ଭଳି ଦୁଇ ଜଣ ସାମ୍ୱାଦିକଙ୍କ ନାମ ଘୋଷଣା ହେବା ପରେ ସମ୍ୱାଦ ଦୁନିଆରେ ଖୁସିର ଲହରୀ ଖେଳିଯିବା ସ୍ୱାଭାବିକ । ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଯେତେବେଳେ ବିଶ୍ୱରେ ଅତ୍ୟଧିକ ମିଛ ଖବର ଓ ଘୃଣାର ବାଣୀ (ହେଟ ସ୍ପିଚ) ପ୍ରସାରିତ ହୋଇ ଗଣତନ୍ତ୍ର ବିପନ୍ନ ହେଉଛି, ସେତେବେଳେ ଦୁଇଜଣ ନିରପେକ୍ଷ ଓ ସାହସୀ ସାମ୍ୱାଦିକଙ୍କୁ ନୋବେଲ ପୁରସ୍କାର ପ୍ରଦାନର ଅର୍ଥ ପରୋକ୍ଷରେ ନିର୍ଭୀକ ସାମ୍ୱାଦିକତା ପ୍ରତି ସମ୍ମାନ ପ୍ରଦର୍ଶନ ସହ ଗଣମାଧ୍ୟମର ସ୍ୱାଧୀନତା ଓ ବିଶ୍ୱସନୀୟତା ଯେ କେତେ ଅପରିହାର୍ୟ୍ୟ ତାହା ରେଖାଙ୍କିତ କରିବା ବୋଲି ଗ୍ରହଣ କରିବାକୁ ହେବ । ହେଲେ ଭାରତରେ ଗଣମାଧ୍ୟମର ସ୍ୱାଧୀନତା ଆଜି ବିପନ୍ନ । ତେଣୁ ଗଣମାଧ୍ୟମ ନିଜର ବିଶ୍ୱସନୀୟତା ବି ହରାଇ ଚାଲିଛି । ଖବରକାଗଜ ପଢୁଥିବା ଓ ଟେଲିଭିଜନ ଦେଖୁଥିବା ଯେ କୌଣସି ପାଠକ ଓ ଦର୍ଶକ ଏ କଥା ମୁକ୍ତ କଣ୍ଠରେ ସ୍ୱୀକାର କରିବ ଯେ ଅଳ୍ପ କେତୋଟି ଖବରକାଗଜ ଓ ଚ୍ୟାନେଲକୁ ବାଦ ଦେଲେ ଅଧିକାଂଶ ଖବରକାଗଜ ଓ ଚ୍ୟାନେଲ ନିଜ ସ୍ୱାଧୀନତାକୁ ବନ୍ଧା ପକାଇବା ପାଇଁ ସତେ ଯେପରି ନିଜ ନିଜ ଭିତରେ ପ୍ରତିଯୋଗିତାରେ ଲିପ୍ତ । ଜନତାଙ୍କ ସ୍ୱର ଓ ଜନସାଧାରଣଙ୍କ ସ୍ୱାର୍ଥରକ୍ଷା କରୁଥିବା କଥା ଉଚ୍ଚସ୍ୱରରେ କହୁଥିବା ଏହି ଗଣମାଧ୍ୟମଗୁଡିକ ପ୍ରକୃତରେ ଜନତାଙ୍କ ପକ୍ଷଭୁକ୍ତ ନ ହୋଇ ଶା...