Skip to main content

Posts

Showing posts with the label Language

ଭାରତୀୟ ଭାଷା ବିଭବର ସୁରକ୍ଷା ଜରୁରୀ

ଶିଶୁଟିଏ ଜନ୍ମ ହେବା ମାତ୍ରେ ତା' ଭାଷାରେ କ'ଣ ସବୁ କହି ଚାଲିଥାଏ, ହେଲେ ଆମେ ତା' ଭାଷା ବୁଝି ପାରି ନଥାଉ l ଜନ୍ମ ହେବାର କିଛି ଦିନ ପର୍ଯ୍ୟନ୍ତ ସାରା ବିଶ୍ଵରେ ସବୁ ଶିଶୁଙ୍କ ଭାଷା ଏକା ପରି l ସେ ତା ମାଆ କହୁଥିବା ଭାଷା ଓ ଆଖପାଖରୁ ଶୁଣୁଥିବା ଭାଷାକୁ ଶିଖି କହିବା ଆରମ୍ଭ କରେ ଓ କ୍ରମଶଃ ସେହି ଭାଷା ତା'ର ମାତୃଭାଷା ପାଲଟି ଯାଏ l ସାରା ବିଶ୍ଵରେ ପ୍ରାୟ ୬୫୦୦ରୁ ଊର୍ଦ୍ଧ୍ଵ କଥିତ ଭାଷା ରହିଛି   l ଚୀନ ଦେଶର ମାଣ୍ଡାରିନ ଭାଷା ସବୁଠାରୁ ଅଧିକ ଲୋକଙ୍କ ଭାଷା ହୋଇଥିବା ବେଳେ ସ୍ପେନୀୟ, ଇଂରାଜୀ ପରେ ହିନ୍ଦୀ ଚତୁର୍ଥ ସ୍ଥାନରେ ରହିଛି l ସଂଖ୍ୟା ଦୃଷ୍ଟିରୁ ସାରା ବିଶ୍ଵରେ ଓଡିଆ ଭାଷୀ ୩୭ତମ ସ୍ଥାନରେ ଅଛନ୍ତି l ପପୁଆ ନିଉ ଗିନି ନାମକ ଦେଶରେ ବିଶ୍ଵର ସର୍ବାଧିକ ସଂଖ୍ୟକ ଭାଷା ପ୍ରଚଳିତ l ତା' ପଛକୁ ପ୍ରାୟ ୭୮୦ଟି ଭାଷାର ସମ୍ଭାର ସହ ଭାରତର ସ୍ଥାନ ଦ୍ଵିତୀୟ l ଜାତିସଂଘରେ ହେଉଥିବା ସବୁ ପ୍ରକାର ଲେଖାପଢା ଆରବୀ, ଇଂରାଜୀ, ଫ୍ରେଞ୍ଚ, ସ୍ପେନୀୟ, ଋଷୀୟ (ରସିଆନ) ଓ ଚାଇନିଜ (ମାଣ୍ଡାରିନ) ଭଳି ଛଅଟି ଆଧିକାରିକ ଭାଷାରେ କରାଯାଇଥାଏ l ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ପାଇଥିବା ୨୨ଟି ଭାଷାକୁ ତଫସିଲଭୁକ୍ତ ଭାଷାର ମାନ୍ୟତା ମିଳିଛି l ସମ୍ଵିଧାନ ପ୍ରଣୟନ ହେଲା ବେଳେ ୧୪ଟି ଭାଷାକୁ ତଫସିଲଭୁକ୍ତ ଭାଷାର ମାନ୍ୟତା ମିଳିଥିଲା l ଇଂରାଜୀ ଏକ ବିଦେଶୀ ଭାଷା ହୋଇଥିବାରୁ ଏହା...