ଲୁଣକୁ ବାଦ ଦେଇ ଏକ ଅଲଣା ଜୀବନ ଯେ ବ ଞ୍ଚି ବା ସମ୍ଭବ, ତାହା ଭାବି ହେଉନାହିଁ । ଆଶ୍ଚର୍ଯ୍ୟ ହେବାକୁ ହୁଏ, ଲବଣ ସତ୍ୟାଗ୍ରହ ଜରିଆରେ ଯେଉଁ ଲୁଣ ଗାନ୍ଧୀଜୀଙ୍କୁ ବିଶ୍ୱ ପ୍ରସିଦ୍ଧି ଆଣି ଦେଇଥିଲା, ସେହି ଲୁଣକୁ ସେ ଭଲ ପାଉ ନଥିଲେ ଓ ଖାଦ୍ୟରେ ତାର ବ୍ୟବହାରକୁ ଗ୍ରହଣ କରି ପାରୁ ନଥିଲେ । ସେ ଖାଉଥିବା ଫଳ ଓ ପନି ପରିବାଗୁଡିକରେ ପ୍ରଚୁର ପରିମାଣରେ ଲବଣାଂଶ ଥିବାରୁୁ ତାଙ୍କ ଖାଦ୍ୟରେ ଆଉ ଅଲଗା କରି ଲୁଣ ମିଶାଇବା ସପକ୍ଷରେ ସେ ନ ଥିଲେ । ଆଧୁନିକ ଆହାର ବିଜ୍ଞାନୀମାନେ ମଧ୍ୟ ସେହି କଥାରେ ଏକମତ ହୋଇ କହୁଛନ୍ତି ଯେ ଯଦି ଜଣେ ସନ୍ତୁଳିତ ଆହାର ଗ୍ରହଣ କରୁଥାଏ, ତେବେ ତା ଖାଦ୍ୟରେ ଆଉ ଲୁଣ ମିଶାଇବାର ଆବଶ୍ୟକତା ନାହିଁ । ଗାନ୍ଧୀଜୀ ୧୯୧୧ ମସିହାରେ ତାଙ୍କ ଖାଦ୍ୟକୁ ସମ୍ପୂର୍ଣ୍ଣ ଲବଣମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ ବୋଲି ଗାନ୍ଧୀଜୀଙ୍କ ଖାଦ୍ୟାଭ୍ୟାସ ଉପରେ ଗବେଷଣା କରିଥିବା ନିକୋ ସ୍ଲେଟଙ୍କ ନିକଟରେ ପ୍ରକାଶିତ ପୁସ୍ତକ ‘ଗାନ୍ଧୀଜ୍ ସର୍ଚ୍ଚ ଫର ଏ ପରଫେକ୍ଟ ଡାଏଟ’ରେ ଉଲ୍ଲେଖ ହୋଇଛି । ତେବେ ଡାକ୍ତରମାନଙ୍କ ପରାମର୍ଶ କ୍ରମେ ଧୀରେ ଧୀରେ ଲୁଣ ପ୍ରତି ତାଙ୍କ କଠୋର ମନୋଭାବରେ ପରିବ ର୍ତ୍ତ ନ ଆସିଥିଲା । ବେଶ କିଛି ବର୍ଷ ପରେ ତାଙ୍କ ଖାଦ୍ୟରେ ଅଳ୍ପ ପରିମାଣରେ ଲୁଣ ମିଶାଯିବା ଆରମ୍ଭ ହେଲା । ତେବେ ଦିନକୁ ୩୦ଟି ଦାନାରୁ ଅଧିକ ଲୁଣ ସେ ସେବନ କରୁ ନଥିଲେ । ବିଲବାଡିରେ କାମ କରୁଥିବା ସାଧାରଣ ଚାଷୀ ମୂଲିଆଟିଏ ପାଇଁ ଯ...