Skip to main content

Posts

Showing posts from October, 2021

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡିଆଙ୍କ କାଟତି

କେନ୍ଦ୍ରରେ ପ୍ରତି ଥର ମନ୍ତ୍ରୀମଣ୍ଡଳ ଗଠନ ବା ବିସ୍ତାର ହେଲେ ଓଡିଶା ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଯାଏ ଏ ଥର ରାଜ୍ୟକୁ କେତେ ଜଣ ମନ୍ତ୍ରୀ ମିଳିବେ, କେତେ ଜଣ କ୍ୟାବିନେଟ ମନ୍ତ୍ରୀ, କେତେଜଣ ରାଷ୍ଟ୍ରମନ୍ତ୍ରୀ, ସେମାନଙ୍କୁ କି କି ବିଭାଗ ମିଳିପାରେ ଇତ୍ୟାଦି, ଯେମିତି କି ଏହି ବହୁ ପ୍ରତୀକ୍ଷିତ ଘଟଣା ସଂଘଟିତ ହେବା ପରେ ଓଡିଶାରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି । କିନ୍ତୁ ସେପରି କିଛି ହୁଏ ନାହିଁ ଓ ନ ହେବାଟା ବି ଲୋକଙ୍କ ଦେହସୁହା ହୋଇ ସାରିଲାଣି । ସ୍ୱାଧୀନତା ପୂର୍ବରୁ ଗଠିତ ମଧ୍ୟବର୍ତ୍ତୀକାଳୀନ ମନ୍ତ୍ରୀମଣ୍ଡଳଠାରୁ ଆରମ୍ଭ କରି ପ୍ରାୟ ୨୬ ଥର ମନ୍ତ୍ରୀମଣ୍ଡଳ ଗଠିତ ହୋଇ ସେଥିରେ ଅନେକ ଓଡିଆ ମନ୍ତ୍ରୀ ସ୍ଥାନ ପାଇଥିଲେ ବି ଆଜି ଯାଏଁ କୌଣସି ଜଣେ ହେଲେ ଓଡିଆଙ୍କୁ କୌଣସି ଗୋଟିଏ ବି ଅତି ଗୁରୁତ୍ୱପୂର୍ଣ୍ଣ ମନେ କରା ଯାଉଥିବା ମନ୍ତ୍ରାଳୟର ଦାୟିତ୍ୱ ନ ମିଳିବା ହୁଏତ ଏହାର ଏକ କାରଣ ହୋଇପାରେ । ଏପରିକି ବିଜୁ ପଟ୍ଟନାୟକ ଅଳ୍ପକେ ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଥିଲେ ବୋଲି କେହି କେହି ଦୁଃଖ ପ୍ରକାଶ କରିଥାଆନ୍ତି । ହେଲେ ବାସ୍ତବତା ହେଉଛି ପ୍ରଧାନମନ୍ତ୍ରୀ ତ ଦୂରର କଥା ତାଙ୍କୁ ବା ଅନ୍ୟ କେଉଁ ଓଡିଆକୁ ଆଜି ଯାଏଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିବା ପାଞ୍ଚଟି ମନ୍ତ୍ରାଳୟ – ଗୃହ, ଅର୍ଥ, ପ୍ରତିରକ୍ଷା, ବିଦେଶ ବ୍ୟାପାର ଓ ରେଳ ମଧ୍ୟରୁ ଗୋଟିଏ ହେଲେ ମନ୍ତ୍ରାଳୟର ଦାୟିତ୍ୱ ମିଳିନାହିଁ । ଅ

ଗାନ୍ଧୀଜୀ ଓ ବାଡି

ଖାଲି ଦେହରେ ବୁଢା ଲୋକଟିଏ ବାଡି ଖଣ୍ଡିଏ ଧରି ଜୋରରେ ଚାଲୁଥିବାର ଦୃଶ୍ୟ ମନକୁ ଆସିଲେ ଯେ କୌଣସି ଭାରତୀୟ ମାନସ ପଟରେ ସଙ୍ଗେ ସଙ୍ଗେ ଗାନ୍ଧୀଜୀଙ୍କ ଛବିଟି ଆଙ୍କି ହୋଇଯାଏ । ସେଥିପାଇଁ ବୋଧେ ତାଙ୍କର ଅଧିକାଂଶ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ସେ ଧରିଥିବା ବାଡିଟି ଯେପରି ତାଙ୍କର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଛି । ତାଙ୍କ ଜୀବନର ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବାଡିଟି ଭିନ୍ନ ଭିନ୍ନ ଭାବେ ତାଙ୍କ ସହ ଯୋଡି ହୋଇ ରହିଥିଲା । ତେବେ ଆଶ୍ଟର୍ଯ୍ୟ ହେବାକୁ ହୁଏ ଅହିଂସାର ପୂଜାରୀ ଗାନ୍ଧୀଜୀ ଏମିତି ଏକ ବାଡିକୁ, ଯାହା ନିକଟରେ ହିଂସା ଆଚରଣ ବେଳେ ତୁରନ୍ତ ଅସ୍ତ୍ରରେ ପରିଣତ ହୋଇଯିବାର ସାମର୍ଥ୍ୟ ଥାଏ, ସହଚର କରିବାକୁ କାହିଁକି ପସନ୍ଦ କଲେ !   ସ୍କୁଲ ପଢିବା ଦିନୁ ଗାନ୍ଧୀଜୀ ଲମ୍ୱା ରାସ୍ତା ଚାଲି ଚାଲି ଯିବାକୁ ଭଲ ପାଉଥିଲେ । ଇଂଲଣ୍ଡରେ ପଢିଲା ବେଳେ ସେଠାରେ ସେ ଅର୍ଥ ସଞ୍ଚୟ କରିବା ପାଇଁ ଦୈନିକ ଆଠ ଦଶ ମାଇଲ ବାଟ ଚାଲି ଚାଲି ଯାଉଥିଲେ । ତାଙ୍କର ଏହି ଅଭ୍ୟାସ ତାଙ୍କୁ ସୁସ୍ଥ ଓ ଫିଟ ରଖିବାରେ ସାହାଯ୍ୟ କରିଥିଲା ଓ ପରବର୍ତ୍ତୀ ସମୟରେ ଲମ୍ୱା ବାଟ ଚାଲିବା ବେଳେ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ପ୍ରସ୍ତୁତ ହେବା ପାଇଁ ଶକ୍ତି ଓ ଆତ୍ମବିଶ୍ୱାସ ଯୋଗାଇଥିଲା । ୨୦୧୯ରେ ଇଣ୍ଡିଆନ ଜର୍ଣ୍ଣାଲ ଅଫ ମେଡିକାଲ ରିସର୍ଚ୍ଚରେ  ଗାନ୍ଧୀଜୀଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ପ୍ରକାଶିତ ତଥ୍ୟ ଅନୁଯାୟୀ ୧୯୧୩ରୁ ୧୯୪୮ ମସିହା ମଧ୍ୟରେ ସେ ପ

ପାଣ୍ଡୋରା ପେପରସ୍ ତଥ୍ୟ ପ୍ରଘଟ - ପ୍ରତିକ୍ରିୟା କାହିଁ ?

ଇଣ୍ଟରନ୍ୟାସନାଲ କନସୋର୍ଟିଅମ ଅଫ ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଷ୍ଟସ (ଆଇସିଆଇଜେ) ଦ୍ୱାରା ଅକ୍ଟୋବର ୩, ୨୦୨୧ ରେ ‘ପାଣ୍ଡୋରା ପେପରସ’ ତଥ୍ୟ ପ୍ରଘଟ ହେବା ପରେ ସାରା ବିଶ୍ୱରେ ତାହା ଚର୍ଚ୍ଚିତ ହୋଇଥିଲେ ବି ଏ ଧରଣର ପ୍ରଘଟ କିଛି ନୂଆ ଘଟଣା ନୁହେଁ । ଏଥି ପୂର୍ବରୁ ୨୦୧୪ରେ ‘ଲକ୍ସଲିକସ୍’, ୨୦୧୬ରେ ‘ପାନାମା ପେପରସ୍’, ୨୦୧୭ରେ ‘ପାରାଡାଇଜ୍ ପେପରସ୍ ଲିକସ’ ଓ ୨୦୨୦ରେ ‘ଫିନସେନ ଫାଇଲସ ଲିକ୍’ ଆଦି ହୋଇସାରିଛି । ତେବେ ପାଣ୍ଡୋରା ପେପରସ୍ ମାମଲାରେ ସାରା ବିଶ୍ୱର ୩୩୬ ଜଣ ରାଜନେତା, ୧୩୦ ଜଣ ଫୋର୍ବସ ବିଲିଅନେୟାରଙ୍କ ସମେତ ଅନେକ ସେଲିବ୍ରିଟି, ରାଜ ପରିବାର, ଠକ, ନିଶା ବେପାରୀ, ଧାର୍ମିକ ସଙ୍ଗଠନର ନେତାଙ୍କ ନାମ ପ୍ରକାଶ ପାଇବା ଅନେକଙ୍କୁ ବିସ୍ମିତ କରିଛି । ପାଣ୍ଡୋରା ପେପରସ ଅନୁସନ୍ଧାନ ହେଉଛି ଏ ଯାବତ୍ ସର୍ବବୃହତ୍ ସାମ୍ୱାଦିକ ସହଯୋଗିତା ଆଧାରିତ ଏକ ଅନୁସନ୍ଧାନ ଯେଉଁଥିରେ ବିଶ୍ୱର ୧୧୭ଟି ଦେଶର ୧୫୦ଟି ମିଡିଆ ସଂସ୍ଥାର ୬୦୦ରୁ ଊର୍ଦ୍ଧ୍ୱ ସାମ୍ୱାଦିକ ଅଂଶଗ୍ରହଣ କରିଥିଲେ । ବିଶ୍ୱର ୧୪ଟି ସମୁଦ୍ରତଟାତିକ୍ରାନ୍ତ ସେବା ପ୍ରଦାନକାରୀ (ଅଫସୋର ସର୍ଭିସ ପ୍ରୋଭାଇଡର) କମ୍ପାନୀଙ୍କ ପ୍ରଘଟ ହୋଇଥିବା ଗୋପନୀୟ ତଥ୍ୟ ଭିତ୍ତିରେ ଏହି ପାଣ୍ଡୋରା ପେପରସ ପ୍ରସ୍ତୁତ ହୋଇଛି । ସଂଗୃହୀତ ତଥ୍ୟଗୁଡିକ ପ୍ରାୟତଃ ୧୯୯୬ରୁ ୨୦୨୦ ସମୟ ସୀମା ମଧ୍ୟର ଓ ୧.୧୯ କୋଟି ବିଭିନ୍ନ ପ୍ରକାର ଦସ୍ତାବିଜରୁ ସଂଗୃହୀତ ଏହି ତଥ୍ୟର ଆକାର ୨.୯୪ ଟେଟ୍ରାବାଇଟ

କୋଇଲା ସଙ୍କଟ ବିଜୁଳି ଦର ବୃଦ୍ଧିର କାରଣ ହେବ ?

ଦେଶରେ ଥିବା କେନ୍ଦ୍ର-ନିୟନ୍ତ୍ରିତ ୧୩୫ଟି ତାପଜ ବିଦ୍ୟୁତ କେନ୍ଦ୍ର ମଧ୍ୟରୁ ୧୧୫ଟି କେନ୍ଦ୍ର ‘ସଙ୍କଟପୂର୍ଣ୍ଣ ଓ ଅତି ସଙ୍କଟପୂର୍ଣ୍ଣ’ କୋଇଲା ଅଭାବର ସମ୍ମୁଖୀନ ହେବା ଓ ତନ୍ମଧ୍ୟରୁ ୭୦ଟି କେନ୍ଦ୍ରରେ ମାତ୍ର ୪ ଦିନ ଲାଗି କୋଇଲା ଗଚ୍ଛିତ ଥିବା ସରକାରୀ ଭାବେ ଜଣା ପଡିବା ପରେ ଦେଶରେ କୋଇଲା ଉତ୍ପାଦନ ଓ ଯୋଗାଣର ବ୍ୟବସ୍ଥିତ ପରିଚାଳନା ନେଇ ଶଙ୍କା ସୃଷ୍ଟି ହେଲା । ଏହାର ସିଧାସଳଖ ପ୍ରଭାବ ବିଦ୍ୟୁତ ଉତ୍ପାଦନ ଓ ଯୋଗାଣ ଉପରେ ପଡିବାକୁ ଲାଗିଲା । ଅନେକ ରାଜ୍ୟରେ ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକ ଯଥେଷ୍ଟ କମ କ୍ଷମତାରେ ଚାଲିବା ସହ କେତେକ କେନ୍ଦ୍ରରେ କିଛି ୟୁନିଟରେ ଉତ୍ପାଦନ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଗଲା । ବିଦ୍ୟୁତ ଯୋଗାଣର ଆସନ୍ନ ସଙ୍କଟ ସମ୍ପର୍କରେ ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ପଞ୍ଜାବ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ବିହାର ଓ ତାମିଲନାଡୁ ଭଳି ରାଜ୍ୟ କେନ୍ଦ୍ର ସରକାରଙ୍କୁ ଜଣାଇ ସାରିଥିବା ବେଳେ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟର ଗ୍ରାମାଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଥିବାରୁ ସଙ୍କଟର ଗମ୍ଭୀରତା ଜାଣି ହେଉଛି । ଦେଶରେ ଦୁଇ ତୃତୀୟାଂଶ ବିଦ୍ୟୁତ ଉତ୍ପାଦନ କୋଇଲାରୁ ହେଉଥିବାରୁ ଏ କ୍ଷେତ୍ରରେ ସଙ୍କଟ ଲାଗି ରହିଲେ ତାହା ବିଦ୍ୟୁତ ଦରକୁ କିପରି ପ୍ରଭାବିତ କରିବ, ତାହା ବୁଝିବାର ଆବଶ୍ୟକତା ରହିଛି ।     ଦେଶରେ କୋଇଲା ଉତ୍ପାଦନର ସ୍ଥିତିକୁ ଅନୁଧ୍ୟାନ କଲେ ଜଣାଯାଏ

ଜନ ଲେନନ ଓ ଲୋକପ୍ରିୟ ଗୀତ ‘ଇମାଜିନ’

ପ୍ରସିଦ୍ଧ 'ବିଟଲସ୍' ରକ୍ ବ୍ୟାଣ୍ଡ ଭାଙ୍ଗି ଯିବା ପରେ ଏହାର ଅନ୍ୟତମ ପ୍ରମୁଖ ଗାୟକ ଜନ ଲେନନଙ୍କର ବ୍ୟକ୍ତିଗତ ଭାବେ 'ଇମାଜିନ' ନାମକ ଏକ ଗୀତ ୧୯୭୧ରେ ଆତ୍ମପ୍ରକାଶ କରି ସାରା ବିଶ୍ୱରେ ଚହଳ ପକାଇ ଦେଇଥିଲା । ବିଶ୍ୱ ଶାନ୍ତି ଓ ବିଶ୍ୱ ଭ୍ରାତୃତ୍ୱର କଥା କହୁଥିବା ଏହି ଗୀତଟି ଶ୍ରୋତାଙ୍କର ଏତେ ଆଦୃତି ଲାଭ କଲା ଯେ ତାହା ଆଉ କେବଳ ଗୋଟିଏ ଗୀତରେ ସୀମିତ ନ ରହି ଏକ ପ୍ରକାର ଏକ ଅନ୍ତର୍ଜାତୀୟ ସଙ୍ଗୀତ (International Anthem)ରେ ପରିଣତ ହୋଇଗଲା । ଏକ ଈର୍ଷା, ହିଂସା, ଦ୍ୱେଷରହିତ ଆଦର୍ଶ ବିଶ୍ୱର କଥା କହୁଥିବା ଏହି ଗୀତଟିକୁ ଏକ ପ୍ରେମ ସଙ୍ଗୀତ ବି କୁହା ଯାଇପାରେ । ୫୦ ବର୍ଷ ତଳେ ପ୍ରସ୍ତୁତ ହୋଇଥିବା ଏହି ଗୀତଟି ଏହି ଗୀତର ଗାୟକ ଜନ ଲେନନଙ୍କ ମୃତ୍ୟୁର ୪୧ ବର୍ଷ ପରେ ବି ବିଶ୍ୱର କୋଣ ଅନୁକୋଣରେ ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟକୁ ନିରବଚ୍ଛିନ୍ନ ଭାବେ ଉଦବେଳିତ କରି ଚାଲିଛି । ସେହି କାଳଜୟୀ ଗୀତ ‘ଇମାଜିନ’ର ପ୍ରସ୍ତୁତି ଓ ଏହାର ଗାୟକ ଜନ ଲେନନଙ୍କ ସଙ୍ଗୀତ ଯାତ୍ରା ସମ୍ପର୍କରେ ଅଧିକ ଜାଣିବାର ଅବକାଶ ରହିଛି ।    ୧୯୪୦ରେ ଇଂଲଣ୍ଡର ଲିଭରପୁଲଠାରେ ଜନ୍ମିତ ସୁପ୍ରସିଦ୍ଧ ଗାୟକ ଜନ ଉଇନଷ୍ଟନ ଲେନନ ଏକାଧାରରେ ଜଣେ  ଉଚ୍ଚକୋଟୀର ସଙ୍ଗୀତକାର, ଗୀତିକାର ମଧ୍ୟ ଥିଲେ । ପିଲାଦିନରୁ ସେ ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇ ୧୯୫୬ରେ ନିଜର ବ୍ୟାଣ୍ଡ ‘କ୍ୱେରିମେନ’ ପ୍ରତିଷ୍ଠା କରିଥିଲେ, ଯାହା ୧୯୬୦ରେ ‘ବିଟଲସ୍’ ଗ୍ରୁ

ଅଶାନ୍ତ ମାଳି ପର୍ବତ

ହଠାତ୍ ଅଶାନ୍ତ ହୋଇପଡିଲା ମାଳିପର୍ବତ । କୋରାପୁଟ ଜିଲ୍ଲାର ଅନ୍ୟତମ ବକ୍ସାଇଟ ଖଣି ମାଳିପର୍ବତକୁ ହିନ୍ଦାଲକୋ କମ୍ପାନିକୁ ପଟ୍ଟା ଦେବା ଉଦ୍ଦେଶ୍ୟରେ ପରିବେଶ ମଞ୍ଜୁରୀ ପ୍ରଦାନ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ କଙ୍କଡାଆମ୍ୱଠାରେ ସେପ୍ଟେମ୍ୱର ୨୨, ୨୦୨୧ ରେ ଜନଶୁଣାଣି ହେଉଥିଲା । ତେବେ କମ୍ପାନି ଚାପରେ ଶୁଣାଣି ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା କରାଯାଇ ନ ଥିବାର ଅଭିଯୋଗ କରି ହଜାର ହଜାର ସଂଖ୍ୟାରେ ସ୍ଥାନୀୟ ଅଧିବାସୀଙ୍କ ପ୍ରବଳ ବିରୋଧ ଯୋଗୁ ଅଳ୍ପ ସମୟ ମଧ୍ୟରେ ତାହା ରଣକ୍ଷେତ୍ରରେ ପରିଣତ ହୋଇ ଜନଶୁଣାଣି ବନ୍ଦ ହୋଇଗଲା । ଏହା ପରେ ପୁଲିସ ଦ୍ୱାରା ବ୍ୟାପକ ଗିରଫଦାରି ହୋଇ ସମଗ୍ର ଅଞ୍ଚଳଟି ଅଶାନ୍ତ ହୋଇ ପଡିଛି । ତେଣୁ ଏହାର କାରଣ ବୁଝି ଉତ୍ତେଜନା ହ୍ରାସ ଲାଗି ପ୍ରୟାସର ଆବଶ୍ୟକତା ରହିଛି । ଭାରତର ଅଧାରୁ ବେଶି ବକ୍ସାଇଟ ଓଡିଶାରେ ଗଚ୍ଛିତ । କୋରାପୁଟ ଜିଲ୍ଲାର ପଞ୍ଚପୁଟମାଳି, ପଟ୍ଟାଙ୍ଗୀ, ମାଳିପର୍ବତ, ବଳଦା, କୋଡିଙ୍ଗାମାଳି, ହାତୀମାଳି, କାକରିମାଳି, ଚିନ୍ତମଗୁଣ୍ଡି, କର୍ନାପାଡିକୋଣ୍ଡା, ମେଦାମଗୁଣ୍ଡି ଆଦି ସ୍ଥାନମାନଙ୍କରେ ବକ୍ସାଇଟ ଖଣି ରହିଛି । ଏଥିମଧ୍ୟରୁ ଭାରତର ସର୍ବବୃହତ୍ ଖଣି ପଞ୍ଚପୁଟମାଳିରୁ ନାଲକୋ ଗତ ଚାରି ଦଶନ୍ଧି ଧରି ବକ୍ସାଇଟ ଉତ୍ତୋଳନ କରି ଆସୁଛି । ପ୍ରାୟ ୧୮ ବର୍ଷ ତଳେ ହିନ୍ଦାଲକୋକୁ ଆନୁମାନିକ ୯୮ ଲକ୍ଷ ଟନ ବକ୍ସାଇଟ ଥିବା ମାଳିପର୍ବତକୁ ଲିଜ୍ ଦେବା ପାଇଁ ସ୍ଥିର ହେବା ପରେ ନ

ସ୍ୱାଧୀନତାର ସ୍ୱାଦ ଚଖାଇଛି ସମ୍ୱିଧାନ

ଦେଶ ସ୍ୱାଧୀନ ହେବାର ଠିକ୍ ୨ ବର୍ଷ ୩ ମାସ ୧୧ ଦିନ ପରେ, ଅର୍ଥାତ୍ ନଭେମ୍ୱର ୨୬, ୧୯୪୯ରେ ସଦ୍ୟ ସ୍ୱାଧୀନ ହୋଇଥିବା ଏକ ବିଶାଳ ଦେଶକୁ ତା’ର ଅଧିବାସୀଙ୍କ ଆକାଂକ୍ଷା ଅନୁରୂପ ପରିଚାଳନା କରିବା ପାଇଁ ସମ୍ୱିଧାନ ପ୍ରଣୟନ ସଭା ଦ୍ୱାରା ପ୍ରଣୀତ ‘ଭାରତୀୟ ସମ୍ୱିଧାନ’ ଗୃହୀତ ହୋଇଥିଲା ଓ ଠିକ ଦୁଇ ମାସ ପରେ ଜାନୁଆରି ୨୬,୧୯୫୦ ରେ ତାହା କାର୍ଯ୍ୟକାରୀ ହେଲା । ସ୍ୱାଧୀନତା ପରେ ବି ଭାରତ ବ୍ରିଟେନର ଏକ ‘ଡୋମିନିଅନ’ ଭାବେ ‘ଭାରତ ସରକାର ଆଇନ, ୧୯୩୫’ ଅନୁଯାୟୀ ଶାସିତ ହେଉଥିଲା । ସେହି ଆଇନ ସ୍ଥାନରେ ‘ଭାରତୀୟ ସମ୍ୱିଧାନ’ ଗୃହୀତ ହେଲା ପରେ ଭାରତ ଆଉ ‘ଡୋମିନିଅନ’ ନ ରହି ଏକ ‘ଗଣତନ୍ତ୍ର’ (ରିପବ୍ଲିକ)ରେ ପରିଣତ ହେଲା ଓ ଦେଶ ପ୍ରକୃତ ଅର୍ଥରେ ସ୍ୱାଧୀନ ହୋଇଥିଲା । ତେଣୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଥିବା ବେଳେ ଆମ ସମ୍ୱିଧାନ ମଧ୍ୟ ଆଉ ଅଳ୍ପ ଦିନ ପରେ ତେସ୍ତରି ବର୍ଷରେ ପାଦ ଥାପିବାକୁ ଯିବା ଦେଶର ସବୁ ନାଗରିକଙ୍କ ପାଇଁ ଆନନ୍ଦ ତଥା ଗର୍ବର ବିଷୟ । କାରଣ ଭାରତ ସହ ପ୍ରାୟ ଏକା ସମୟରେ ସ୍ୱାଧୀନତା ଲାଭ କରି ନିଜ ନିଜ ଦେଶ ପାଇଁ ସମ୍ୱିଧାନ ପ୍ରସ୍ତୁତ କରିଥିବା ଦେଶଗୁଡିକ ମଧ୍ୟରୁ ଅଧିକାଂଶଙ୍କର ସମ୍ୱିଧାନ ବଦଳି ସାରିଛି । ଭାରତୀୟ ସମ୍ୱିଧାନ ପ୍ରଣୟନ ହେବାର ବର୍ଷକ ପରେ ୧୯୫୧ରେ ପ୍ରଖ୍ୟାତ ବ୍ରିଟିଶ ସମ୍ୱିଧାନ ଆଇନ ବିଶାରଦ ସାର୍ ଆଇଭର ଜେନିଙ୍ଗସ ଭାରତୀୟ ସମ୍ୱିଧାନ ସମ୍ପର୍କରେ ଏକ କଟୂ ମନ୍ତବ୍ୟ ପ୍ରକାଶ କରି କହିଥିଲେ

ଜରୁରୀ ହେଲାଣି ପ୍ରକୃତି ସହ ଶାନ୍ତି ସ୍ଥାପନ

ଶାନ୍ତି ପ୍ରସଙ୍ଗ ଉଠିଲେ ସ୍ୱାଭାବିକ ଭାବେ ଅହିଂସା କଥା ମନକୁ ଆସିଥାଏ, ଯେଉଁଠି ଦେଶ ଦେଶ ମଧ୍ୟରେ ଯୁଦ୍ଧ ବା ବିବାଦ ଲାଗି ରହି ନ ଥାଏ । ଏ ଭଳି ଏକ ହିଂସା, ଦ୍ୱେଷ, ବିବାଦ ଓ ଯୁଦ୍ଧରହିତ ସମାଜ ସମସ୍ତଙ୍କର କାମ୍ୟ । ତେବେ ମଣିଷ ଯେଉଁପରି ଅବିଚାରିତ ଭାବେ ପ୍ରକୃତିକୁ ଅହରହ ଆକ୍ରମଣ କରି ବ୍ୟାପକ କ୍ଷତି କରି ଚାଲିଛି, ତାହା ହିଂସାର ଭିନ୍ନ ଏକ ପ୍ରତିରୂପ ମାତ୍ର । ମାନବ ସମାଜର ଏହି ସଂଜ୍ଞାହୀନ ଆତ୍ମଘାତୀ ଆଚରଣ ନିରନ୍ତର ଚାଲିଥିବାରୁ ସେ ସମ୍ପର୍କରେ ସେ ତିଳେ ମାତ୍ର ଚିନ୍ତିତ ବା ବିବ୍ରତ ଥିଲା ପରି ଜଣା ପଡୁନାହିଁ । ପ୍ରକୃତି ସହ ଅହରହ ଯୁଦ୍ଧରେ ଲିପ୍ତ ହୋଇ ତାକୁ କ୍ଷତବିକ୍ଷତ କରି ମଣିଷ ନିଜେ ନିଜର ରକ୍ଷାକବଚକୁ ନିଜଠାରୁ ଦୂରେଇ ଦେଉଛି । ଯୁଦ୍ଧରୁ କ୍ଷାନ୍ତ ହୋଇ ପ୍ରକୃତି ସହ ସହାବସ୍ଥାନ କରିବା ନ ଶିଖିଲେ କେବଳ ମଣିଷ ନୁହେଁ ବରଂ ସମଗ୍ର ଜୀବଜଗତ ନିଶ୍ଚିହ୍ନ ହେବାର ଦ୍ୱାରଦେଶରେ ଉପନୀତ ହେବ, ଏଥିରେ ସନ୍ଦେହ ନାହିଁ ବୋଲି ଅନ୍ତତଃ କୋଭିଡ ମହାମାରୀ ସାରା ବିଶ୍ୱବାସୀଙ୍କୁ ଏକ ବଡ ଶିକ୍ଷା ଦେଇଛି ।  ପ୍ରତି ବର୍ଷ ସେପ୍ଟେମ୍ୱର ୨୧ ଦିନଟିକୁ ମିଳିତ ଜାତିସଙ୍ଘ ଦ୍ୱାରା ସାରା ବିଶ୍ୱରେ ଅନ୍ତର୍ଜାତୀୟ ଶାନ୍ତି ଦିବସ ରୂପେ ପାଳନ କରା ଯାଇଥାଏ । ଏ ବର୍ଷର ଏହି ଶାନ୍ତି ଦିବସର ମୂଳ ବିଷୟ ଥିଲା ‘ପ୍ରକୃତି ସହ ଶାନ୍ତି ସ୍ଥାପନ’ । ପ୍ରକୃତି ସହ ଶାନ୍ତି ସ୍ଥାପନର ଅର୍ଥ ପ୍ରକୃତିର ସଂରକ୍ଷଣକୁ ବୁଝାଉଥିଲେ ବି ତହିଁର ପ୍ରକୃତ