Skip to main content

Posts

Showing posts with the label Women Empowerment NFHS India

ଭିନ୍ନ ମାପକାଠିରେ ଓଡିଶାର ମହିଳା ସଶକ୍ତିକରଣ

ମହିଳା ସଶକ୍ତିକରଣ କହିଲେ ସାଧାରଣତଃ ସାମାଜିକ, ଅର୍ଥନୈତିକ, ରାଜନୈତିକ ତଥା ଅନ୍ୟାନ୍ୟ ପ୍ରତିଟି କ୍ଷେତ୍ରରେ ମହିଳାମାନଙ୍କ ବର୍ଦ୍ଧିତ ଅଂଶଗ୍ରହଣକୁ ହିଁ ବୁଝାଇଥାଏ । ତେବେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନଏଫଏଚଏସ)ରେ ମହିଳା ସଶକ୍ତିକରଣକୁ ମାପିବା ପାଇଁ ଏକ ଭିନ୍ନ ମାପକାଠିର ପ୍ରୟୋଗ ହୋଇଥାଏ । ଏହାର ୫ମ ପର୍ୟ୍ୟାୟ (୨୦୨୦-୨୧) ରିପୋର୍ଟରେ ସାରା ଦେଶ ଓ ବିଭିନ୍ନ ରାଜ୍ୟରେ ୧୫ରୁ ୪୯ ବର୍ଷର ମହିଳାମାନଙ୍କର ସଶକ୍ତିକରଣର ସ୍ଥିତି ପ୍ରକାଶ ପାଇଛି । ଏହି ସର୍ଭେରେ ମହିଳା ସଶକ୍ତିକରଣର ସ୍ଥିତି ଜାଣିବା ପାଇଁ ଯେଉଁ ୬ଟି ପରିମାପକର ସାହାଯ୍ୟ ନିଆଯାଇଛି ସେଗୁଡିକୁ ପର୍ୟ୍ୟାଲୋଚନା କରାଯାଉ । ମହିଳା ସଶକ୍ତିକରଣର ପ୍ରଥମ ପରିମାପକ ରୂପେ ଜଣେ ବିବାହିତା ମହିଳା ପରିବାରର ତିନିଟି ମୁଖ୍ୟ ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବା ପାଇଁ କେତେ ଦୂର ସମର୍ଥ, ତାହା ବିବେଚନା କରାଯାଇଥାଏ । ସେହି ପ୍ରସଙ୍ଗ ତିନିଟି ହେଲା ମହିଳା ଜଣକ ନିଜ ସ୍ୱାସ୍ଥ୍ୟର ଯତ୍ନ ପାଇଁ ନିଜେ ନିର୍ଣ୍ଣୟ ନେବା, ପରିବାର ପାଇଁ ବଡ ବଡ ଜିନିଷର କ୍ରୟ ନିଷ୍ପତ୍ତିରେ ଅଂଶଗ୍ରହଣ କରିବା ଓ ନିଜ ପରିବାର ବା ସମ୍ପର୍କୀୟଙ୍କ ନିକଟକୁ ବୁଲିଯିବାର ନିଷ୍ପତ୍ତି ନିଜେ ନେବା । ଓଡିଶାରେ ୯୦.୨ ପ୍ରତିଶତ ମହିଳା ଏହି ତିନିଟି ପ୍ରସଙ୍ଗରେ ନିଷ୍ପତ୍ତି ନେବାରେ ଅଂଶଗ୍ରହଣ କରି ପାରୁଛନ୍...