Skip to main content

Posts

Showing posts from February, 2019

ସର୍ବାଧିକ ପସନ୍ଦର ଦେଶ ପାକିସ୍ତାନ !

ଜାମ୍ମୁ-କାଶ୍ମୀରର ପୁଲ ଓ୍ଵା ମାଠାରେ  କ୍ରୁର ଆତଙ୍କବାଦୀ  ଆକ୍ରମଣର ବିଭୀଷିକା ପରେ ଭାରତ ସରକାର ପାକିସ୍ତାନଠାରୁ ‘ମୋଷ୍ଟ ଫେଭର୍ଡ ନେସନ’ (ଏମଏଫଏନ) ବା ‘ସର୍ବାଧିକ ପସନ୍ଦର ଦେଶ’ ମାନ୍ୟତା ପ୍ରତ୍ୟାହାର କରିବା ନେଇ ଅର୍ଥମନ୍ତ୍ରୀ ଘୋଷଣା କଲେ । ବର୍ଷ ବର୍ଷ ଧରି ପାକିସ୍ତାନ ସହ ଶତୃତା ଲାଗି ରହିଥିବା ବେଳେ ପାକିସ୍ତାନ  କିପରି  ଭାରତର ସର୍ବାଧିକ ପସନ୍ଦର ଦେଶ ହୋଇ ରହିଥିଲା, ଏମଏଫଏନ ମାନ୍ୟତା ପ୍ରତ୍ୟାହାରର ଅର୍ଥ କଣ ଓ ଉଭୟ ଦେଶ ଉପରେ ଏହାର କି ପ୍ରଭାବ ପଡିବାକୁ ଯାଉଛି, ତାହା ବିଶ୍ଳେଷଣର ଅପେକ୍ଷା ରଖେ । ବିଶ୍ୱ ସ୍ତରରେ ଦେଶ ଦେଶ ମଧ୍ୟରେ ବାଣିଜ୍ୟକୁ ସୁଗମ ଓ ବୃଦ୍ଧି କରିବା ପାଇଁ ପ୍ରତିଷ୍ଠିତ ବିଶ୍ୱ ବାଣିଜ୍ୟ ସଂଗଠନ (ଡବଲ୍ୟୁଟିଓ)ର ଶୁଳ୍କ ଓ ବାଣିଜ୍ୟ ପାଇଁ ସାଧାରଣ ଚୁକ୍ତି (ଗାଟ)ର ଧାରା ୧ ଅନୁଯାୟୀ ସଦସ୍ୟ ରାଷ୍ଟ୍ରମାନେ ପରସ୍ପରକୁ ଏମଏଫଏନ ମାନ୍ୟତା ପ୍ରଦାନ କରିଥାନ୍ତି । ଏହା ଦ୍ୱାରା ଉଭୟ ମାନ୍ୟତା ପ୍ରଦାନ କରୁଥିବା ଓ ପାଉଥିବା ଦେଶ ସେମାନଙ୍କ ବାଣିଜ୍ୟିକ ଆଚରଣକୁ ଏ ଭଳି ସ ଞ୍ଚା ଳନ କରିଥାନ୍ତି ଯେପରି ଅନ୍ୟ ଦେଶ ତୁଳନାରେ ମାନ୍ୟତା ପାଇଥିବା ଦେଶଟି ବୈଷମ୍ୟର ଶିକାର ହୋଇ ନଥାଏ । ମାନ୍ୟତା ପ୍ରଦାନ କରୁଥିବା ଦେଶଟି ମାନ୍ୟତା ପାଉଥିବା ଦେଶକୁ ବାଣିଜ୍ୟ କ୍ଷେତ୍ରରେ କେତେକ ରିହାତି, ସୁବିଧା ଓ ସଂରକ୍ଷଣ ପ୍ରଦାନ କରିଥାଏ । ଫଳରେ ମାନ୍ୟତା ପାଇଥିବା ଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ

ବୁଲେଟ ଟ୍ରେନ ବନାମ ବୁଲେଟ ପ୍ରୁଫ ଜାକେଟ

ଦେଶର ପ୍ରତିରକ୍ଷା ବଜେଟ ପ୍ରଥମ ଥର ପାଇଁ ୩ ଲକ୍ଷ କୋଟି ଟଙ୍କା ଟପିଲା ବୋଲି ଅର୍ଥମନ୍ତ୍ରୀ ଏ ବର୍ଷ ବଜେଟ ଅଭିଭାଷଣରେ ଘୋଷଣା କରିବା ମାତ୍ରେ ସଂସଦରେ ତାକୁ ହର୍ଷୋଲ୍ଲାସର ସହ ସ୍ଵାଗତ କରାଗଲା l ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟରେ ପ୍ରତିରକ୍ଷା ବାବଦକୁ ୩.୧୯ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ଶତକଡା ୭ ଭାଗ ଅଧିକ l ତେବେ ପରିମାଣ ଦୃଷ୍ଟିରୁ ଏହି ଆବଣ୍ଟିତ ରାଶି ଅଧିକ ଭଳି ଜଣା ପଡୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ସେଥି ମଧ୍ୟରୁ ପୁଞ୍ଜି ବିନିଯୋଗ ବ୍ୟୟ ବାବଦ (କ୍ୟାପିଟାଲ ଏକସପେଣ୍ଡିଚର) ଆବଣ୍ଟିତ ରାଶି ଆଦୌ ଯଥେଷ୍ଟ ନୁହେଁ l ଉଦାହରଣ ସ୍ଵରୂପ, ୨୦୧୩-୧୪ରେ ପ୍ରତିରକ୍ଷା ବାବଦରେ ପ୍ରାୟ ୨.୦୯ ଲକ୍ଷ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ତନ୍ମଧ୍ୟରୁ ପ୍ରାୟ ୮୦ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ ବାବଦରେ ବ୍ୟୟ ହୋଇଥିଲା l ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରତିରକ୍ଷା ବଜେଟ ପ୍ରାୟ ଏକ ଲକ୍ଷ ଦଶ ହଜାର କୋଟି ଟଙ୍କା ବଢିଥିଲେ ମଧ୍ୟ ପୁଞ୍ଜି ବିନିଯୋଗ ବ୍ୟୟ ବାବଦ ଆବଣ୍ଟନରେ ସେଭଳି ବୃଦ୍ଧି ପରିଲକ୍ଷିତ ହୋଇନାହିଁ l ପ୍ରତିରକ୍ଷା ବିଭାଗର ଦରମା ଓ ଅନ୍ୟାନ୍ୟ ରାଜସ୍ଵ ବ୍ୟୟ ବାବଦରେ ଅର୍ଥ ବରାଦରେ ଯଥେଷ୍ଟ ବୃଦ୍ଧି ଘଟିଛି, ହେଲେ ପୁଞ୍ଜି ବିନିଯୋଗ ବାବଦରେ ଅର୍ଥ ବରାଦ ମାତ୍ର ୨୮ ହଜାର କୋଟି ଟଙ୍କା   ବଢିଛି, ଯାହା ଏହି ସମୟ ମଧ୍ୟରେ ହୋଇଥିବା ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ ନଗଣ୍ୟ ହେ

Soil Health Management issues in India

Soil and nutrient loss are among the major impediments to a stable and sustained agricultural development. Admittedly modern agricultural practices with excessive thrust on use of chemical fertilizers helped in increasing agricultural production manifold in the country. However, indiscriminate and irrational use of chemical fertilizers such as nitrogen, phosphorus and potassium (NPK) has caused excessive damage to the soil, soil erosion, soil salinisation, depletion of groundwater and loss of balance of natural habitat. Some of these agricultural practices have resulted in causing irreversible damage to the soil health. There is an urgent need to make people aware about taking good care of the soil. Maintaining healthy soil implies managing the land sustainably. The International Union of Soil Sciences (ISUS) in 2002, had adopted a resolution proposing the 5 th of December as World Soil Day to celebrate the importance of soil as a critical component of natural system and a vital c

ରାଜ୍ୟ ଋଣ ଭାରର ବାସ୍ତବତା

ଗତ  ପାଞ୍ଚ  ବର୍ଷ ମଧ୍ୟରେ ଓଡିଶା ସରକାରଙ୍କ ଋଣ ପ୍ରାୟ ଦୁଇଗୁଣ ବଢି ୯୧,୯୪୩ କୋଟି ଟଙ୍କା ହେବା ଓ ମୁଣ୍ଡପିଛା ଋଣ ଭାର ବୃଦ୍ଧି ପାଇ ୨୦୧୮-୧୯ରେ ୨୧,୮୯୧ ଟଙ୍କା ହୋଇଥିବାରୁ ସରକାର ତୀବ୍ର ସମାଲୋଚନାର ଶରବ୍ୟ ହେଉଥିବା ବେଳେ ଏନଡିଏ ସରକାର ଅମଳରେ ଭାରତ ସରକାରଙ୍କ ଋଣ ଭାର ୫୪.୯୦ ଲକ୍ଷ କୋଟି ଟଙ୍କାରୁ ପ୍ରାୟ ଦେଢ ଗୁଣ ବଢି  ୮୩.୦୩ ଲକ୍ଷ କୋଟି ଟଙ୍କା ହୋଇଥିଲେ ମଧ୍ୟ, ତାହା ସେହିପରି ଆଲୋଚନା ହେଉନାହିିଁ । ଉଭୟଙ୍କ କ୍ଷେତ୍ରରେ ଋଣ ଭାର ଉଦବେଗଜନକ ଭାବେ ବୃଦ୍ଧି ପାଇଥିବା ପରି ଜଣା ପଡୁଥିଲେ ମଧ୍ୟ ତାହା ମୋଟ ଘରୋଇ ଉତ୍ପାଦ(ଜିଡିପି)ର କେତେ ପ୍ରତିଶତ, ଜାଣିବା ଅଧିକ ଗୁରୁତ୍ୱପୂର୍ଣ୍ଣ । ଅର୍ଥନୀତି ଅଭିବୃଦ୍ଧି ହାର ତୁଳନାରେ ଯଦି ଋଣ ବୃଦ୍ଧି ହାର ଅଧିକ ହେଉଥାଏ, ତେବେ ତାହା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ଦେଶର ମୋଟ ଘରୋଇ ଉତ୍ପାଦରେ ଏହି ଋଣ ଭାରର ପ୍ରତିଶତ ଜୁନ ୨୦୧୪ରେ ୪୭.୪ ଥିବା ବେଳେ ସେପ୍ଟେମ୍ବର ୨୦୧୮ରେ ୧.୩ ପ୍ରତିଶତ କମ ହୋଇ ୪୬.୧ରେ  ପହ ଞ୍ଚି ଥିବାରୁ ତାହା ଦେଶ ସ୍ତରରେ ନିୟନ୍ତ୍ରଣ ଭିତରେ ରହିଛି ବୋଲି ବୁଝିବାକୁ ହେବ । ସମାନ ଯୁକ୍ତିରେ ଓଡିଶା ସରକାରଙ୍କ ଋଣ ଭାର ମୋଟ ଘରୋଇ ଉତ୍ପାଦର ୨୦.୭୩ ପ୍ରତିଶତରେ ସୀମିତ ଥିବାରୁ ଏହା ନିୟନ୍ତ୍ରଣ ଭିତରେ ରହିଛି ବୋଲି ସ୍ୱୀକାର କରିବାକୁ ହେବ । ତେବେ ଋଣର ପରିମାଣ ଅପେକ୍ଷା ଋଣର ଉତ୍ସ, ସୁଧ ହାର ଓ ଅନ୍ୟ  ସର୍ତ୍ତାବଳୀ  ସମ୍ପର୍କରେ ବୁଝିବା ଅଧିକ ଗୁରୁତ୍ୱପ

ଦଙ୍ଗା କୁକୁର ଓ କୁକୁର ପାଇଁ ଦଙ୍ଗା

ମାଟିଆ ରଙ୍ଗର ବୁଲା କୁକୁରଟିଏ l ନାଁ ତାର ‘କାନେଲୋସ’ l ତାର ଛବି ପ୍ରଥମ ଥର ପାଇଁ ଗ୍ରୀସର ଏଥେନ୍ସସ୍ଥିତ ନ୍ୟାସନାଲ ଟେକନିକାଲ ୟୁନିଭର୍ସିଟିର ଛାତ୍ର ସଂସଦ ସାଧାରଣ ଅଧିବେଶନର ଏକ ଫଟୋରେ ଦେଖିବାକୁ ମିଳିଥିଲା l ୨୦୦୮ ମସିହାରେ ହୋଇଥିବା ଗ୍ରୀକ ଦଙ୍ଗା ସମୟରେ ଚିତ୍ରୋ ତ୍ତୋ ଳକମାନେ ଉଠାଇଥିବା ଅନେକ ଫଟୋ ଓ ଫୁଟେଜରେ କାନେଲୋସର ଉପସ୍ଥିତି ସାମ୍ଵାଦିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଓ ହଠାତ୍ ସେ ବିଖ୍ୟାତ ହୋଇଗଲା l ତା ପରଠାରୁ ଦୁଇ ବର୍ଷ ଯାଏଁ ଏଥେନ୍ସ ସହରରେ ହୋଇଥିବା ପ୍ରାୟ ପ୍ରତିଟି ବିକ୍ଷୋଭ ଓ ପ୍ରଦର୍ଶନ ସମୟରେ କାନେଲୋସକୁ ବିକ୍ଷୋଭକାରୀଙ୍କ ପାଖେପାଖେ ଚାଲୁଥିବା ଲକ୍ଷ୍ୟ କରା ଯାଇଥିଲା l ଏହି ଧରଣର କୁକୁରଙ୍କ ପାଇଁ ଇଂରାଜୀ ମିଡିଆରେ ନୂଆ ଶବ୍ଦର ପ୍ରଚଳନ ହେଲା ‘ରାୟଟ ଡଗ’ ବା ‘ଦଙ୍ଗା କୁକୁର’ l କେବଳ କାନେଲୋସ ନୁହେଁ, ବରଂ ଦଙ୍ଗା କୁକୁରଙ୍କ ମଧ୍ୟରେ ଚର୍ଚ୍ଚିତ ଅନ୍ୟ ବୁଲା କୁକୁରମାନେ ହେଲେ ଗ୍ରୀସର ‘ଥଡୋରିସ’, ‘ଲୁକାନିକୋସ’ ଓ ଚିଲିର ‘ନିଗ୍ରୋ ମାଟାପାକୋ’ l ଆଇଏମଏଫର ମିତବ୍ୟୟିତା ପରାମର୍ଶ ବିରୁଦ୍ଧରେ ଗ୍ରୀସରେ ହୋଇଥିବା ପ୍ରଦର୍ଶନର ପ୍ରତୀକ ରୂପେ ଲୁକାନିକୋସକୁ ଗ୍ରହଣ କରାଗଲା l ୨୦୧୧ ମସିହା ସେପ୍ଟେମ୍ଵର ମାସରେ ସେଠାରେ ପୋଲିସ ୟୁନିଅନର ଆହ୍ଵାନ କ୍ରମେ କିଛି ପୋଲିସ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇଥିବା ବେଳେ ଦଙ୍ଗା ନିୟନ୍ତ୍ରଣକାରୀ ପୋଲିସ ସେମାନଙ୍କ ଉପରେ ଆକ୍ରମଣ କଲେ l ଉଭୟେ ସମାନ ୟୁନିଫ

ମିଶନରୁ ଛତ୍ରଭଙ୍ଗ ଯାଏଁ

କର୍ଣ୍ଣାଟକ ପରେ ଓଡିଶା ହେଉଛି ଦେଶର ଦ୍ୱିତୀୟ ରାଜ୍ୟ ଯେଉଁଠାରେ ୨୦୧୩-୧୪ରୁ ସାଧାରଣ ବଜେଟ ସହ ଏକ ସ୍ୱତନ୍ତ୍ର କୃଷି ବଜେଟ ପ୍ରସ୍ତୁତ ହୋଇ ଆସୁଛି । ଗତ ଛଅ ବର୍ଷ ମଧ୍ୟରେ କୃଷି ବଜେଟର ଆକାର ୭,୧୬୨ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୧୮-୧୯ରେ ୧୬,୭୬୫ କୋଟି ଟଙ୍କାରେ ପହ ଞ୍ଚି ଲାଣି । କୃଷିକୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସାଧାରଣରେ ପ୍ରତ୍ୟୟ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରସ୍ତୁତ କୃଷି ବଜେଟରେ ପ୍ରତି ବର୍ଷ ନୂଆ ନୂଆ ଆକର୍ଷଣୀୟ ଯୋଜନା ଓ ମିଶନମାନ ଘୋଷଣା ହୋଇ ଆସୁଛି । କୃଷି ଓ କୃଷକ ସଶକ୍ତିକରଣ ପାଇଁ ଦାବି କରୁଥିବା ସରକାର ଏହି ମିଶନ ଓ ଯୋଜନାଗୁଡିକ ମାଧ୍ୟମରେ କୃଷକଙ୍କୁ ସୁନେଲି ସ୍ୱପ୍ନ ଦେଖାଇ ଆସୁଥିଲେ ମଧ୍ୟ ବାସ୍ତବ ପକ୍ଷେ ଏଗୁଡିକ ଚାଷୀଙ୍କ ସ୍ୱାର୍ଥ ହାସଲ ଦିଗରେ କେତେ ସହାୟକ ହୋଇଛି, ତାହା ସମୀକ୍ଷାର ବିଷୟ । ଏକ ସଚିବସ୍ତରୀୟ ଟାସ୍କଫୋର୍ସ ଆଧାରରେ ୨୦୧୫-୧୬ରୁ ରାଜ୍ୟରେ ଆରମ୍ଭ ହୋଇଥିବା ଆଳୁ ମିଶନର ବିଫଳତା ବାସ୍ତବିକ ଚିନ୍ତାଜନକ । ତିନି ବର୍ଷ ମଧ୍ୟରେ ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ଏହି ମିଶନର ଲକ୍ଷ୍ୟ ଥିଲା । ତଦନୁସାରେ ଆଳୁ ଚାଷକୁ ୧୫ ହଜାର ହେକ୍ଟରରୁ ବଢାଇ ୬୦ ହଜାର ହେକ୍ଟର କରିବା ସହ ଉତ୍ପାଦନକୁ ଅଢେଇ ଲକ୍ଷ ଟନରୁ ବଢାଇ ୧୧ ଲକ୍ଷ ୨୫ ହଜାର ଟନରେ  ପହଞ୍ଚାଇବା ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ସମ୍ପ୍ରସାରଣ ଓ ଗବେଷଣା, ବିହନ ଉତ୍ପାଦନ, ଶୀତଳ ଭଣ୍ଡାର ପ୍ରତିଷ୍ଠା