Skip to main content

Posts

Showing posts from 2026

ଓଡ଼ିଶାର ଲକ୍ଷେ କୋଟି ଟଙ୍କା ସ୍ୱାହା!

ସଂସଦର ମୌସୁମୀ ଅଧିବେଶନରେ ୧୨ଟି ବିଲ୍ ପାରିତ ହୋଇଛି। ସେହି ବିଲଗୁଡ଼ିକ ମଧ୍ୟରେ ଥିଲା ମାତ୍ର ଗୋଟିଏ ବିଲ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଅନ୍ୟ ବିଲଗୁଡ଼ିକ ବିନା ଚର୍ଚ୍ଚାରେ ମୌଖିକ ଭୋଟରେ ପାରିତ ହେଲା। ସେହି ବିଲଗୁଡ଼ିକ ମଧ୍ୟରେ ଥିଲା ଗୁରୁତ୍ୱପୂର୍ଣ୍ଣ ‘ଖଣି ଓ ଖଣିଜ ( ବିକାଶ ଓ ନିୟାମକ) ସଂଶୋଧନ ବିଲ’ ବା ଏମ.ଏମ.ଡି.ଆର୍. ଆମେଣ୍ଡମେଣ୍ଟ ବିଲ’ ଯାହା ବିନା ଚର୍ଚ୍ଚାରେ ମୌଖିକ ଭୋଟରେ ପାରିତ ହେଲା। ଏହି ସଂଶୋଧନ ବିଲ୍ ଆଇନରେ ପରିଣତ ହେଲେ ଓଡ଼ିଶାର ଏକ ଲକ୍ଷ କୋଟି ଟଙ୍କା ସ୍ୱାହା ହେବାର ଆଶଙ୍କା ସୃଷ୍ଟି ହୋଇଛି।    ଗତ ଅଗଷ୍ଟ ୧୩ ତାରିଖ ଦିନ ଏମ.ଏମ.ଡି.ଆର୍. ସଂଶୋଧନ ବିଲ ସଂସଦର ଉଭୟ ସଦନରେ ପାରିତ ହୋଇସାରିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଏହା ଆଇନରେ ପରିଣତ ହେବ। ଏମଏମଡିଆର୍ ଆଇନ, ୧୯୫୭ର ରୟାଲଟି ସଂକ୍ରାନ୍ତୀୟ ଧାରା ୯ରେ ଆଉ ଏକ ଉପଧାରା ‘ଘ’ ଯୋଗ କରାଗଲା, ଯଦ୍ଦ୍ୱାରା ଖଣି ସମ୍ପର୍କୀୟ ଟିକସ ନିର୍ଦ୍ଧାରଣରେ ଆଉ ରାଜ୍ୟଗୁଡ଼ିକର ସ୍ୱାଧୀନତା ରହିବ ନାହିଁ। କେନ୍ଦ୍ର ସରକାରଙ୍କ ସର୍ତ୍ତ ଓ କଟକଣା ବାହାରକୁ ଯାଇ ରାଜ୍ୟଗୁଡ଼ିକ ଆଉ ଖଣିଜ ପଦାର୍ଥ ଥିବା ଜମି ଉପରେ କୌଣସି ଟିକସ, ଲେଭି ଇତ୍ୟାଦି ଲଗାଇପାରିବେ ନାହିଁ। କେବଳ ସେତିକି ନୁହେଁ ଅନ୍ୟ କୌଣସି ଆଇନ ବା ଅଦାଲତଙ୍କ ରାୟ ବଳରେ ଆଦାୟ ହେବାକୁ ଥିବା ବକେୟା ଦେୟ ଏହି ସଂଶୋଧିତ ଆଇନ କାର୍ଯ୍ୟକାରୀ ହେବା ଦିନଠାରୁ ଆଉ ଆଦାୟ କରିହେବନ...

ରାଜ୍ୟରେ ଭିଡ଼ ହିଂସା ବୃଦ୍ଧି: ଏକ ଅନୁଚିନ୍ତା

ମେ ୭ ତାରିଖ ଦିନ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜଣେ ଯୁବକ ବର୍ବରୋଚିତ ଭିଡ଼ ହିଂସାରେ ମୃତ୍ୟୁବରଣ କଲେ। ଏହା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣାକୁ ମାସେ ପୂରିଛି କି ନାହିଁ ଜୁନ୍ ୧୬ ତାରିଖରେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁରଠାରେ ରାଜ୍ୟ ବାହାରର ଦୁଇଜଣ ଏନ.ଜି.ଓ. ଶିକ୍ଷାନବୀଶଙ୍କୁ ପିଲାଚୋର ସନ୍ଦେହରେ ଭିଡ଼ ହିଂସା ଭୋଗିବାକୁ ହେଲା। ମହିଳା କର୍ମୀଜଣକ ପାଇଥିବା ଶାରୀରିକ ଓ ମାନସିକ ଯାତନାର ଛାତିଥରା ଘଟଣା ସାମ୍ନାକୁ ଆସିଲା, ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଏଭଳି ଘଟଣାର ସଂଖ୍ୟା ହଠାତ୍ ବୃଦ୍ଧି ପାଇବା ଉଦବେଗର ବିଷୟ।     ଉପରୋକ୍ତ ଘଟଣା ଦୁଇଟି ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଜ୍ୟ ବିଧାନସଭାରେ ଜଣାଇଥିଲେ ଯେ ଗତ ଦୁଇ ବର୍ଷ (ଜୁନ ୨୦୨୪ରୁ ଫେବୃଆରୀ ୨୦୨୬) ମଧ୍ୟରେ ରାଜ୍ୟରେ ୭ଟି ଭିଡ଼ ହିଂସା ଘଟଣା ଘଟିଛି ଓ ସେଥିରେ ୬୧ ଜଣଙ୍କୁ ଗିରଫ କରାଯାଇଛି। ଏଥିରୁ ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୩ଟି, ଢେଙ୍କାନାଳ ଜିଲ୍ଲାରେ ୨ଟି ଏବଂ ଦେବଗଡ଼ ଓ ବାଲେଶ୍ୱର ଜିଲ୍ଲାରେ ଗୋଟିଏ ଲେଖାଏଁ ଭିଡ଼ ହିଂସା ସଂଘଟିତ ହୋଇଛି। ଏତଦଭିନ୍ନ ଗତବର୍ଷ ଜୁନ ମାସ ଗଞ୍ଜାମ ଜିଲ୍ଲାର ଧରାକୋଟଠାରେ ଗୋରୁ ଚାଲାଣ ସନ୍ଦେହରେ ଦଳିତ ବର୍ଗର ଦୁଇଜଣଙ୍କୁ ଅଧା ଲଣ୍ଡା କରି, ଦଉଡ଼ିରେ ବାନ୍ଧି, ନର୍ଦ୍ଦମା ପାଣି ପିଇବାକୁ ବାଧ୍ୟ କରି ବର୍ବରୋଚିତ...

ତେଲ ଦର କମ୍ କରି ହେବ କି!

ତେଲ ଦର କମ୍ କରି ହେବ କି! ସରଳ କୁମାର ଦାସ ପଶ୍ଚିମ ଏସିଆରେ ଯୁଦ୍ଧ ଲାଗି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର ହୁ ହୁ ହୋଇ ବଢ଼ୁଥିବା ସତ୍ତ୍ୱେ ଭାରତରେ ୫ଟି ରାଜ୍ୟରେ ନିର୍ବାଚନ ଥିବାରୁ ତେଲ ଦର ଦୁଇ ମାସ ଧରି ଅପରିବର୍ତ୍ତିତ ରହିଲା ଏବଂ ଫଳ ଘୋଷଣାର ସପ୍ତାହେ ପରଠାରୁ ପନ୍ଦର ଦିନ ମଧ୍ୟରେ ୪ ଦଫାରେ ପେଟ୍ରୋଲ ଓ ଡିଜେଲର ଦର ସାଢ଼େ ସାତ ଟଙ୍କା ବଢ଼ାଇଦିଆଗଲା। ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ତେଲର ଦର ଅପେକ୍ଷାକୃତ କମ ବୃଦ୍ଧି ପାଇଛି ବୋଲି କୁହାଯାଉଛି। ହେଲେ, ଯୁଦ୍ଧ ଆଗରୁ ବି ଯେତେବେଳେ ତେଲର ଅନ୍ତର୍ଜାତୀୟ ଦର ବ୍ୟାରେଲ ପ୍ରତି ୭୦ ଡଲାରରୁ କମ ଥିଲା ସେତେବେଳେ ମଧ୍ୟ ଭାରତରେ ତେଲର ଦର ଉଚ୍ଚ ଥିଲା। ଭୂ-ରାଜନୈତିକ ଜଟିଳତା ବୃଦ୍ଧି ପାଇଲେ ତେଲ ଦର ଆହୁରି ବଢ଼ିବାର ଆଶଙ୍କା ରହିଛି। ତୈଳ ବିପଣନକାରୀ କମ୍ପାନୀଗୁଡ଼ିକର କ୍ଷତିକୁ କମ କରିବା ଲାଗି ତେଲ ଦରକୁ ବଢ଼ାଇବାକୁ ପଡ଼ୁଛି ବୋଲି କୁହାଯାଉଛି। ତେବେ ପ୍ରଶ୍ନ ହେଲା, ତେଲ ଦରବୃଦ୍ଧିରେ ଅତିଷ୍ଠ ଖାଉଟିର ବୋଝ ଲାଘବ କରିବା ଲାଗି ଅନ୍ୟ କିଛି ଉପାୟ କରିହେବ କି? ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦର, ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ, ପରିବହନ, ବୀମା, ବିଶୋଧନ, ବିପଣନ ଖର୍ଚ୍ଚ ଓ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଟିକସ ନୀତି ଉପରେ ନିର୍ଭର କରିଥାଏ ଖାଉଟିଙ୍କୁ ମିଳୁଥିବା ପେଟ୍ରୋଲ ଓ ଡିଜେଲର ଦର। ଏବେ ଦେଶର ଅଧିକାଂଶ ରାଜ୍ୟରେ ପେଟ୍ରୋଲ ...

ସୁନା ବଢ଼ାଉଛି ଦେଶର ଚିନ୍ତା

୨୦୨୫ ମସିହା ଆରମ୍ଭରେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରା ପିଛା ଥିଲା ୭୮ ହଜାର ଟଙ୍କା ଆଉ ୨୨ କ୍ୟାରେଟର ୭୧୫୦୦ ଟଙ୍କା। ବର୍ଷ ଶେଷ ବେଳକୁ ତାହା ହୋଇଯାଇଥିଲା ଯଥାକ୍ରମେ ୧.୩୪ ଲକ୍ଷ ଟଙ୍କା ଓ ୧.୨୩ ଲକ୍ଷ ଟଙ୍କା। ଅର୍ଥାତ୍ ବର୍ଷକ ଭିତରେ ସୁନା ଦର ପ୍ରାୟ ୭୦ ପ୍ରତିଶତ ବଢ଼ିଥିଲା। ସେହିପରି ରୁପାର ଦର ସେହି ସମୟ ଖଣ୍ଡରେ କେଜି ପିଛା ୯୧ ହଜାର ଟଙ୍କାରୁ ବଢ଼ି ପହଞ୍ଚିଥିଲା ୨ ଲକ୍ଷରୁ ଅଧିକ ଟଙ୍କାରେ। ଏବେ ସୁନା ଦର ଦେଢ଼ ଲକ୍ଷ ଟଙ୍କାକୁ ଟପିଗଲାଣି। ଝିଅ ବାହାଘର ପାଇଁ ପ୍ରସ୍ତୁତ ହେଉଥିବା ପରିବାରଗୁଡ଼ିକ ଲାଗି ଏହା ଚଡ଼କ ସଦୃଶ। ସୁନା କ୍ରମଶଃ ଅଧିକ ଲୋକଙ୍କ ପହଞ୍ଚ ବାହାରକୁ ଚାଲିଯାଉଥିବା ବେଳେ ସୁନା ନ କିଣିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।   ଇସ୍ରାଏଲ-ଇରାନ ଯୁଦ୍ଧ ଜନିତ ଅଶୋଧିତ ତେଲର ଦରବୃଦ୍ଧି, ଦୁର୍ବଳ ଟଙ୍କା, ଚାପଗ୍ରସ୍ତ ବୈଦେଶିକ ମୁଦ୍ରା ଭଣ୍ଡାର ଯୋଗୁଁ ଦେଶର ଆର୍ଥିକ ସ୍ଥିତି ସଙ୍କଟାଭିମୁଖୀ ହେଉଥିବାବେଳେ ମେ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଯେଉଁ ୭ଟି ଅପିଲ୍ କରିଥିଲେ, ସେଥିରୁ ଗୋଟିଏ ଥିଲା ଅନ୍ତତଃ ବର୍ଷେ ଯାଏଁ ଦେଶବାସୀ ସୁନା କିଣିବାରୁ ବିରତ ରହନ୍ତୁ। ୨୦୨୫ ଆର୍ଥିକ ବର୍ଷରେ ଭାରତକୁ ୭୫୭ ଟନ ଓଜନର ସୁନା ଆମଦାନୀ ହୋଇ ଆସିଥିବା ବେଳେ ୨୦୨୬ ଆର୍ଥିକ ବର୍ଷରେ ତାହା ୪ ପ୍ରତିଶତ ହ୍ରାସ ପାଇ ୭୨୧ ଟନ ହୋଇଛି। କିନ୍ତୁ ସୁନାର ବର୍ଦ୍ଧିତ ମୂଲ୍ୟ ...

ଶକ୍ତି ସୁରକ୍ଷା ପ୍ରାଥମିକତା ପାଉ

ହର୍ମୁଜ ପ୍ରଣାଳୀ ବନ୍ଦ ରହି ତେଲ ଓ ଗ୍ୟାସର ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାରୁ ସାରା ବିଶ୍ୱରେ ଶକ୍ତି ସଙ୍କଟ କେତେ ଉତ୍କଟ ହୋଇଛି, ତାହା ହାଣ୍ଡିଶାଳରେ ଅନୁଭୂତ ହେଲା। ତେଣୁ ପ୍ରତ୍ୟେକ ଦେଶ ପୁଣି ଥରେ ନିଜ ନିଜ ଶକ୍ତି ସୁରକ୍ଷା ନେଇ ନୂଆ କରି ଚିନ୍ତା କରିବାକୁ ବାଧ୍ୟ ହେଲେଣି। ଶକ୍ତି ସୁରକ୍ଷା କହିଲେ ଶକ୍ତିର ନିରନ୍ତର ଉପଲବ୍ଧତାକୁ ବୁଝାଇଥାଏ, ପୁଣି ତାହା ସୁଲଭ ମୂଲ୍ୟରେ। ଶକ୍ତି ପାଇଁ ଯେଉଁ ଦେଶ ଆମଦାନୀ ଉପରେ ଯେତେ ଅଧିକ ନିର୍ଭରଶୀଳ, ସେହି ଦେଶ ସେତେ ଅଧିକ ଶକ୍ତି ଅସୁରକ୍ଷିତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଶକ୍ତିର ପ୍ରଧାନ ଉତ୍ସ ତେଲ ଓ ଗ୍ୟାସ ଭଳି ଜୀବାଶ୍ମ ଇନ୍ଧନ, ଯାହା ନିର୍ଦ୍ଦିଷ୍ଟ କିଛି ଦେଶରେ ବିପୁଳ ପରିମାଣରେ ଗଚ୍ଛିତ ଥିବାରୁ ଭୂ-ରାଜନୈତିକ ସ୍ଥିତିରେ ପରିବର୍ତ୍ତନ ହେଲେ ଜୀବାଶ୍ମ ଇନ୍ଧନର ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୁଏ, ଯାହା ଫଳରେ ସାରା ବିଶ୍ୱରେ ତେଲ ଓ ଗ୍ୟାସର ଦର ବୃଦ୍ଧି ପାଇଥାଏ। ସେହି ଦୃଷ୍ଟିରୁ ଭାରତର ସ୍ଥିତି ବିଶେଷ ଭଲ ନୁହେଁ କାରଣ ତେଲ ଆମଦାନୀ ଉପରେ ଭାରତ ଅତ୍ୟଧିକ ନିର୍ଭରଶୀଳ। ଏହି ଦରବୃଦ୍ଧି ଦେଶର ଅର୍ଥନୀତିକୁ ଖୁବ୍ ପ୍ରଭାବିତ କରିଥାଏ। ଉଦାହରଣ ସ୍ୱରୂପ ତେଲର ଦର ବ୍ୟାରେଲ ପିଛା ମାତ୍ର ୧ ଡଲାର ବଢ଼ିଲେ ଭାରତ ଉପରେ ୧୪୦ କୋଟି ଡଲାର ବା ପ୍ରାୟ ୧୩୦୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିଥାଏ। ଇରାନ ସହିତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଫେବୃଆରି ମାସ ବ୍ରେଣ୍ଟ...

ସଙ୍କଟରେ କୃଷି ଓ ଖାଦ୍ୟ ସୁରକ୍ଷା

ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଲାଗିବା ପରଠାରୁ ତା’ର ପ୍ରତିକୂଳ ପ୍ରଭାବ ତୁରନ୍ତ ଭାରତରେ ଅନଭୂତ ହେବାକୁ ଲାଗିଲା। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବାଧିତ ହେବାରୁ ଉପସାଗରୀୟ ଦେଶଗୁଡ଼ିକରୁ ଅଶୋଧିତ ତେଲ ଓ ଗ୍ୟାସ ମିଳିବାରେ ସଙ୍କଟ ଦେଖାଦେଲା। ‘ଏଲପିଜି’ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ସହ ସିଲିଣ୍ଡର ପାଇବା ଲାଗି ଲୋକଙ୍କୁ ଲମ୍ୱା ଲାଇନରେ ଠିଆ ହେବାକୁ ହେଲା। ବାଣିଜ୍ୟିକ ସିଲିଣ୍ଡରର ବିତରଣକୁ ବନ୍ଦ କରିଦିଆଯିବାରୁ ହୋଟେଲ, ରେସ୍ତୋରାଁ ଓ ଛୋଟ ଛୋଟ ଦୋକାନୀଙ୍କ ବ୍ୟବସାୟ ବାଧିତ ହେଲା। ଇତିମଧ୍ୟରେ ତୈଳ ବିତରଣ କମ୍ପାନୀଗୁଡ଼ିକ ପ୍ରିମିଅମ ପେଟ୍ରୋଲ ଓ ଔଦ୍ୟୋଗିକ ଡିଜେଲର ମୂଲ୍ୟ ବୃଦ୍ଧି କରିସାରିଲେଣି। ‘ବ୍ରେଣ୍ଟ' ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୧୧୦ ଡଲାରରୁ ଅଧିକ ରହୁଥିବାରୁ ଆଗାମୀ ଦିନରେ ଦେଶରେ ସାଧାରଣ ପେଟ୍ରୋଲ ଓ ଡିଜେଲର ମଧ୍ୟ ଦରବୃଦ୍ଧିର ଆଶଙ୍କା ଦେଖାଦେଲାଣି। ଦେଶରେ ତେଲର ଅଭାବ ନଥିବା ନେଇ ପେଟ୍ରୋଲିଅମ୍ ମନ୍ତ୍ରଣାଳୟ ପକ୍ଷରୁ ଦୃଢ଼ୋକ୍ତି କରାଯାଇଥିଲେ ମଧ୍ୟ ଦେଶ କ୍ରମଶଃ ଇନ୍ଧନ ସଙ୍କଟ ଭିତରକୁ ଠେଲି ହୋଇଯାଉଥିବାର ଅନୁମାନ କରାଯାଉଛି। ଅନ୍ୟ ପକ୍ଷରେ ଦୀର୍ଘ ଦିନ ଧରି ଯୁଦ୍ଧ ଲାଗି ରହିଲେ ଆମଦାନି ରପ୍ତାନି ବାଧାପ୍ରାପ୍ତ ହୋଇ ଆଗାମୀ ଦିନରେ ଯେ ଦେଶରେ କୃଷି ଓ ଖାଦ୍ୟ ସୁରକ୍ଷା ମଧ୍ୟ ସଙ୍କଟଗ୍ରସ୍ତ ହେବ, ଏଥିରେ ସନ୍ଦେହ ନାହିଁ।  ଦେଶରେ କୃଷି ଏବେ ଅତ୍ୟଧିକ ରାସାୟନିକ ସାର ନିର୍ଭର...

ଦେଶ ସ୍ୱାର୍ଥରକ୍ଷା ଆଢ଼ୁଆଳରେ ଦୁର୍ନୀତି

ପ୍ରତ୍ୟେକ କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇ ଦେଶର ସ୍ୱାର୍ଥରକ୍ଷା ହେବା ସହିତ ଜନସ୍ୱାର୍ଥ ସୁରକ୍ଷିତ ରହିବା ସମସ୍ତଙ୍କର କାମ୍ୟ। ତେବେ ଦେଶର ସ୍ୱାର୍ଥରକ୍ଷା ଆଢ଼ୁଆଳରେ ଦୁର୍ନୀତି ମୁଣ୍ଡ ଟେକିଲେ, ତାହା ଉଭୟ ଦେଶ ଓ ଜନସ୍ୱାର୍ଥ ବିରୋଧୀ ହୋଇଥାଏ। ଇସ୍ପାତ କ୍ଷେତ୍ରରେ ହୋଇଥିବା ଏପରି ଏକ ବଡ଼ ଧରଣର ଦୁର୍ନୀତି ଏବେ ‘କମ୍ପିଟିସନ କମିସନ’ ମାଧ୍ୟମରେ ଜଣାପଡ଼ିଛି, ଯାହା ଅତ୍ୟନ୍ତ ଉଦବେଗଜନକ।  ଊନବିଂଶ ଶତାବ୍ଦୀର ଶେଷ ଦଶକ ବେଳକୁ ଆମେରିକାରେ ବଡ଼ ବଡ଼ ଶିଳ୍ପ ଟ୍ରଷ୍ଟଗୁଡିକ ଏତେ ଅଧିକ ଶକ୍ତିଶାଳୀ ହୋଇଯାଇଥିଲେ ଯେ ସେମାନଙ୍କ ମନମୁଖୀ ଓ ଏକଚାଟିଆ କାର୍ଯ୍ୟରେ ସାଧାରଣ ଗ୍ରାହକ ଅତିଷ୍ଠ ହେଲେ। ତେଣୁ କମ୍ପାନୀଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ମାଧ୍ୟମରେ ଖାଉଟିଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିବା ଲାଗି ୧୮୯୦ ମସିହାରେ ‘ସେରମାନ ଆକ୍ଟ’ କାର୍ଯ୍ୟକାରୀ ହେଲା। ଏହା ଥିଲା ଏକ ଏଣ୍ଟିଟ୍ରଷ୍ଟ ବା ଏକଚାଟିଆ-ବିରୋଧୀ ଆଇନ। ସମୟ କ୍ରମେ ବିଭିନ୍ନ ଦେଶରେ ଏପରି ଏକଟାଟିଆ ବିରୋଧୀ ଆଇନର ପ୍ରଣୟନ ହେବାକୁ ଲାଗିଲା। ଭାରତରେ ୧୯୬୯ ମସିହାରେ ପ୍ରଣୀତ ଏହି ଆଇନର ନାମ ଥିଲା ‘ମନୋପଲିଜ୍ ଆଣ୍ଡ ରେଷ୍ଟ୍ରିକ୍ଟିଭ ଟ୍ରେଡ ପ୍ରାକ୍ଟିସେସ’ (ଏମଆରଟିପି)। ତେବେ, ୨୦୦୨ ମସିହାରେ ଏହା ସ୍ଥାନରେ ପ୍ରଣୀତ ହୋଇଛି ‘କମ୍ପିଟିସନ ଆଇନ’। ଏହି ଆଇନର ଉଦ୍ଦେଶ୍ୟ ହେଉଛି ପ୍ରତିଯୋଗିତା ବିରୋଧୀ କାର୍ଯ୍ୟକଳାପ ଓ ଆଧିପତ୍ୟର ଅପବ୍ୟବହାରକୁ ପ୍ରତିରୋଧ କରି...

Archive

Show more