Skip to main content

Posts

Showing posts with the label Income of Farmers

ବାଇଶରେ ଚାଷୀଙ୍କ ଆୟ ଦୁଇ ଗୁଣ ହେବ ?

ଫେବୃଆରି ୨୦୧୬ରେ ପ୍ରଧାନମନ୍ତ୍ରୀ ଚାଷୀର ଆୟ ୨୦୨୨ ସୁଦ୍ଧା ଡବଲ ହେବାର ଘୋଷଣା କରିବା ପରେ କେନ୍ଦ୍ରରୁ ରାଜ୍ୟ ପର୍ଯ୍ୟନ୍ତ କମିଟିମାନ ବସି ବିଶେଷଜ୍ଞଙ୍କୁ ନେଇ ରଣନୀତି ପ୍ରସ୍ତୁତ ହେବାକୁ ଲାଗିଲା । ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଗଲା । ଏ ସବୁରେ ଚାଷୀଙ୍କ ଆୟ କେତେ ବଢିଲା ତାହା ତ ଜଣା ନାହିଁ, ବରଂ କୃଷି ସଙ୍କଟ ଗମ୍ଭୀର ହୋଇ ସାରା ଦେଶରୁ ନିୟମିତ ଭାବେ ଚାଷୀ ଆତ୍ମହତ୍ୟାର ଖବରମାନ ଶୁଣିବାକୁ ମିଳୁଛି । ଇତି ମଧ୍ୟରେ ପୁଣି ଥରେ ବିଜେପିର ନିର୍ବାଚନୀ ଘୋଷଣା ପତ୍ରରେ ୨୦୨୨ ସୁଦ୍ଧା ଦେଶରେ ଚାଷୀଙ୍କ ଆୟ ଡବଲ କରାଯିବ ବୋଲି ଦୋହରାଯିବା ପରେ ଏହି ସମୟ ମଧ୍ୟରେ ଚାଷୀଙ୍କ ଆୟ ଡବଲ ହେବାର ସମ୍ଭାବନା କେତେ ଅଧିକ ବା କ୍ଷୀଣ ତାହା ତର୍ଜମା ହେବାର ଆବଶ୍ୟକତା ରହିଛି । ଚାଷୀଙ୍କ ଆୟ ଡବଲ ହେବା ଘୋଷଣା ପରେ ଏ ଯାଏଁ ସ୍ପଷ୍ଟ କରାଯାଇ ନାହିିଁଁ ଏହି ଆୟ ବୃଦ୍ଧି ନାମମାତ୍ର (ନୋମିନାଲ ଟର୍ମ) ଭାବେ ହେବ ନା ବାସ୍ତବ (ରିଅଲ ଟର୍ମ) ଭାବେ ହେବ । ଉଭୟଙ୍କ ମଧ୍ୟରେ ଫରକ ହେଲା ନାମମାତ୍ର ବୃଦ୍ଧିରେ ମୁଦ୍ରାସ୍ଫୀତିକୁ ବିଚାରକୁ ନିଆଯାଇ ନଥାଏ । ଫଳରେ ପରିମାଣ ଦୃଷ୍ଟିରୁ ଆୟ ବୃଦ୍ଧି ପାଇଲେ ମଧ୍ୟ ମୁଦ୍ରାସ୍ଫୀତି ଯୋଗୁ ସେହି ଟଙ୍କାର କ୍ରୟ ଶକ୍ତି କମ ହୋଇଥିବାରୁ ଚାଷୀ ପ୍ରକୃତରେ ସେତେଟା ଲାଭାନ୍ୱିତ ହୋଇ ପାରି ନଥାଏ । ବ ର୍ତ୍ତ ମାନ ୨୦୧୧-୧୨ର ସ୍ଥିର ମୂଲ୍ୟ ଆଧାରରେ ରିଅଲ ଟର୍ମରେ ଅଭିବୃଦ୍ଧିକୁ ଆକଳନ କରାଯାଉଥିବାରୁ ଏ...