Skip to main content

Posts

Showing posts with the label Children's Story Eyes of Hoares Odia

ଡାକ୍ତରଙ୍କ ଚିଠାରେ ହୋରସଙ୍କ ଆଖି

ଥରେ ମୁନାର ଦେହ ଖରାପ ହୋଇଥାଏ । ବାପା ତାକୁ ସାଙ୍ଗରେ ନେଇ ଡାକ୍ତରଙ୍କ ପାଖକୁ ଗଲେ । ମୁହଁଟି ତାର ଶୁଖିଲା ଦିଶୁଥାଏ । ଡାକ୍ତରବାବୁ ମୁନାର ଦେହ ପରୀକ୍ଷା କଲା ପରେ କାଗଜରେ ଔଷଧ ଲେଖିବା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ସେଥିରେ ଗୋଟିଏ ସଙ୍କେତ ଲେଖିଲେ ଯେଉଁଟି ଇଂରାଜୀ ଅକ୍ଷର ‘ ଆର ’ ଓ ‘ ଏକ୍ସ ’ ସହ ସାଦୃଶ୍ୟ ଥିଲା । କୌତୂହଳବଶତଃ ମୁନା ଡାକ୍ତରବାବୁଙ୍କ ନିକଟରୁ ଚିହ୍ନଟି ସମ୍ପର୍କରେ ଜାଣିବାକୁ ଚାହିଁବାରୁ ଡାକ୍ତରବାବୁ କହିଲେ ଯେ ଏହି ଚିହ୍ନଟି ସୁରକ୍ଷା ବା ଆରୋଗ୍ୟର ପ୍ରତୀକ ହୋଇଥିବାରୁ ପ୍ରତ୍ୟେକ ଡାକ୍ତର ଔଷଧ ଲେଖିବା ପୂର୍ବରୁ ଏହି ସଙ୍କେତଟିକୁ ଲେଖିଥାଆନ୍ତି । ଏହା ଏକ ଲାଟିନ ଶବ୍ଦରୁ ଆସିଛି ଯାହାର ଅର୍ଥ ‘ ନିଅ ’ । ସଙ୍କେତଟି ସମ୍ପର୍କରେ ମୁନାର ଅଧିକ ଜାଣିବାର ଆଗ୍ରହ ଦେଖି ଡାକ୍ତରବାବୁ ସେହି ସଙ୍କେତଟି ପଛରେ ଥିବା ମିଶରୀୟ ପୁରାଣର ଏକ ମଜାଦାର ଗପ ଶୁଣାଇଲେ । ‘ ହୋରସଙ୍କ ଆଖି ’ ରୁ ଏହି ସଙ୍କେତଟିର ସୃଷ୍ଟି । ପ୍ରାଚୀନ ମିଶରରେ ଆକାଶର ଦେବତା ଥିଲେ ହୋରସ । ସେ ବିଭିନ୍ନ ରୂପରେ ପୂଜା ପାଉଥିଲେ ବି ତାଙ୍କୁ ସାଧାରଣତଃ ବାଜ ପକ୍ଷୀ ଭାବେ ଦର୍ଶା ଯାଉଥିଲା । ଅନ୍ୟ ଏକ ରୂପରେ ତାଙ୍କର ଶରୀର ମଣିଷ ଭଳି ହୋଇଥିଲା ବେଳେ ମୁଣ୍ଡଟି ବାଜ ପକ୍ଷୀ ପରି ଥିଲା । ତାଙ୍କ ଡାହାଣ ଆଖିଟି ସୂର୍ଯ୍ୟ ହୋଇଥିବା ବେଳେ ବାମ ଆଖିଟି ଚନ୍ଦ୍ର ବୋଲି ବିଚାର କରା ଯାଇଥାଏ । ଏହି ଦେବତାଙ୍କ ମୁଣ୍ଡଟିର ଆକାର ଅନେକଟା ଇଂ...