Skip to main content

Posts

Showing posts with the label Functioning of Governor Supreme Court Tamilnadu Governor India Odia

ରାଜ୍ୟପାଳଙ୍କ କାର୍ଯ୍ୟଶୈଳୀ ଉପରେ ଲଗାମ

କେହି ନିଜ କ୍ଷମତା ବହିର୍ଭୁତ କାମଟିଏ କଲେ ‘ମନେମନେ ନିଜକୁ ଗଭର୍ଣ୍ଣର ଭାବୁଛି’ ଭଳି କଟାକ୍ଷଟିଏ ଓଡ଼ିଆରେ ଶୁଣିବାକୁ ମିଳିଥାଏ । ଅବଶ୍ୟ ବ୍ୟବହୃତ ‘ଗଭର୍ଣ୍ଣର’ ଶବ୍ଦଟି ଏବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନୁହେଁ ବରଂ ସ୍ୱାଧୀନତା ପୂର୍ବର ବ୍ରିଟିଶ୍ ପ୍ରଦେଶଗୁଡ଼ିକର ଗଭର୍ଣ୍ଣରଙ୍କ ପ୍ରତି ହୋଇଥାଏ, କାରଣ ସେତେବେଳେ ସେମାନେ ଅମାପ କ୍ଷମତା ଉପଭୋଗ କରୁଥିଲେ । ଭାରତୀୟ ସମ୍ୱିଧାନରେ ରାଜ୍ୟପାଳ କେବଳ ରାଜ୍ୟର ସାମ୍ୱିଧାନିକ ମୁଖ୍ୟ, ଯିଏ ନ୍ୟସ୍ତ ଦାୟିତ୍ୱ ଓ ଅଧିକାରକୁ ମନ୍ତ୍ରୀମଣ୍ଡଳର ସହଯୋଗ ଓ ପରାମର୍ଶ କ୍ରମେ ନିର୍ବାହ କରିଥାଆନ୍ତି । ତଥାପି ସେହି ପଦରେ ଅଧିଷ୍ଠିତ କେହି କେହି ଏହି ବାସ୍ତବତାଟିକୁ ଗ୍ରହଣ ନ କରି ସାମ୍ୱିଧାନିକ କ୍ଷମତା ବହିର୍ଭୁତ କାର‌୍ୟ୍ୟମାନ କରି ବସିଥାନ୍ତି । ଅବଶ୍ୟ ସେମାନଙ୍କ ଏପରି ଆଚରଣ ପଛରେ କେନ୍ଦ୍ର ସରକାରଙ୍କ ସମର୍ଥନ ଯେ ନ ଥାଏ, ତାହା କହି ହେବ ନାହିଁ । ଫଳରେ ବିଭିନ୍ନ ରାଜ୍ୟରେ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇ ସ୍ୱାଭାବିକ ଶାସନ ପରିଚାଳନା କ୍ଷେତ୍ରରେ ବାଧା ଉତ୍ପନ୍ନ ହୋଇଥାଏ । ତାମିଲନାଡ଼ୁ ବିଧାନସଭା ଦ୍ୱାରା ଗୃହୀତ ୧୦ଟି ବିଲର ଅନୁମୋଦନକୁ ନେଇ ତାମିଲନାଡ଼ୁର ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସୁପ୍ରିମ କୋର୍ଟରେ ବର୍ଷାଧିକ କାଳ ଧରି ମାମଲା ଲାଗି ରହିଥିଲା । ଜଷ୍ଟିସ ଜେ ବି ପାର୍ଦିୱାଲା ଓ ଜଷ୍ଟିସ ଆର ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ୮ ଏପ...