Skip to main content

Posts

Showing posts from August, 2018

ଚିଲିକାରେ ସି ପ୍ଲେନ

ଭାରତ ସରକାରଙ୍କ ବେସାମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଓଡିଶା ସମେତ ଦେଶର ପାଞ୍ଚଟି ରାଜ୍ୟରେ ଜଳ ବିମାନଘା଼ଟି ପ୍ରତିଷ୍ଠା କରାଯିବ ବୋଲି ନୀତିଗତ ନିଷ୍ପତ୍ତି ଘୋଷଣା ହୋଇଛି । ପ୍ରଥମ ଦଫାରେ ଓଡିଶାର ଚିଲିକା ଓ ଗୁଜରାଟର ସାବରମତି ରିଭର ଫ୍ରଣ୍ଟ ଓ ନର୍ମଦା ସରୋବର ଡ୍ୟାମରୁ ସି ପ୍ଲେନ ଉଡିବା ସ୍ଥିର ହୋଇଛି । ଚିଲିକା ହ୍ରଦ ସହ ଜୀବନ ଜୀବିକା ଜଡିତ ଲୋକ ଓ ଅନୁଷ୍ଠାନଗୁଡିକୁ ବିଶ୍ଵାସକୁ ନ ନେଇ ଏକ ତରଫା ଭାବେ ଚିଲିକାରୁ ସି ପ୍ଲେନ ଚଳାଚଳ ଘୋଷଣା ପରେ ଏହାକୁ ଅନେକେ ବିରୋଧ କରିବା ଆରମ୍ଭ କଲେଣି । କେହି କେହି ଏହାର ପରିବେଶଗତ କୁପ୍ରଭାବ ଉପରେ ପ୍ରଶ୍ନ ଉଠାଉଥିବା ବେଳେ ଅନ୍ୟ କେହି ଏହାର ପର୍ଯ୍ୟଟନ ଉପରେ ପଡିବାକୁ ଥିବା ପ୍ରତିକୂଳ ପ୍ରଭାବ ଉପରେ ସନ୍ଦେହ ବ୍ୟକ୍ତ କଲେଣି । ସି ପ୍ଲେନ ଅଷ୍ଟ୍ରିଆର ଉଇଲହେମ କ୍ରେସଙ୍କ ଦ୍ଵାରା ୧୮୯୮ ମସିହାରେ ଉଦ୍ଭାବନ ହୋଇଥିଲା । କ୍ରମଶଃ ଏହାର ବ୍ୟାବସାୟିକ ଉପଯୋଗ ହେବାକୁ ଲାଗିଲା । ଦ୍ଵିତୀୟ ବିଶ୍ଵଯୁଦ୍ଧ ପର୍ଯ୍ୟନ୍ତ ଏହା ବହୁଳ ଭାବେ ବ୍ୟବହୃତ ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବେଗ ଓ ଅନ୍ୟାନ୍ୟ କାରଣରୁ ଏହାର ଆଦୃତି କମିଲା । ଦୁର୍ଗମ ଓ ସମ୍ଵେଦନଶୀଳ ଅଞ୍ଚଳକୁ ଦ୍ରୁତ, ନିରାପଦ ଯାତାୟତର ସୁବିଧା ଯୋଗାଇ ଦେବା ପାଇଁ ସି ପ୍ଲେନଠାରୁ ଭଲ ସାଧନ ଆଉ କିଛି ନାହିଁ । ଅନୁସନ୍ଧାନକାରୀ, ଗବେଷକ, ଉଦ୍ଧାରକାରୀ ଦଳ, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା, ଆଦିଙ୍କ ପାଇଁ ଏହା ସୁବିଧାଜନ

ସ୍ୱଚ୍ଛ ମତଦାନ ପାଇଁ ଇଭିଏମର ବିକଳ୍ପ ବ୍ଲକ ଚେନ ପଦ୍ଧତି

ଇଭିଏମ (ଇଲେକ୍ଟ୍ରୋନିକ ଭୋଟିଂ ମେସିନ) ମାଧ୍ୟମରେ ହେଉଥିବା ନିର୍ବାଚନକୁ ନେଇ ବାରମ୍ଵାର ବିବାଦ ଉଠିବା ଓ ବିରୋଧୀ ଦଳ ଏହାର ବିଶ୍ଵସନୀୟତା ଉପରେ ପ୍ରଶ୍ନ ଉଠାଇବା, ଭାରତର ନିର୍ବାଚନୀ ବ୍ୟବସ୍ଥାକୁ ଶଙ୍କାମୁକ୍ତ କରୁନାହିଁ l ବିଭିନ୍ନ ରାଜନୈତିକ ଦଳ ଇଭିଏମ ବଦଳରେ ପୁରୁଣା ବ୍ୟାଲଟ ପେପର ବ୍ୟବସ୍ଥାକୁ ଫେରିଯିବାକୁ ପୁଣି ଦାବି ଉଠାଇଲେଣି l ଅନ୍ୟ ପକ୍ଷରେ ପୁରୁଣା ଜ୍ଞାନକୌଶଳରେ ନିର୍ମିତ ଇଭିଏମକୁ ସର୍ବଶେଷ ଓ ସର୍ବଶ୍ରେଷ୍ଠ ବୋଲି ଧରି ନେଇ ନିର୍ବାଚନ କମିଶନ ଯେମିତି ସେଇଠି ଅଟକିଯିବା ପାଇଁ ଅଧିକ ପସନ୍ଦ କରୁଛନ୍ତି l ଚର୍ଚ୍ଚା କେବଳ ଇଭିଏମ ଓ ବ୍ୟାଲଟ ପେପର ମଧ୍ୟରେ କେନ୍ଦ୍ରିତ ରହୁଥିବାରୁ ଅନ୍ୟ ବିକଳ୍ପ ନେଇ ବିତର୍କର ଦରଜା ଖୋଲୁନାହିଁ l ଏହି ପରିପ୍ରେକ୍ଷୀରେ ବ୍ଲକ ଚେନ (ବ୍ଲକ ଶୃଙ୍ଖଳ) ପଦ୍ଧତିରେ ଭୋଟଗ୍ରହଣ ସଦ୍ୟତମ ବିକଳ୍ପ ଭାବେ ଉଭା ହୋଇଥିବାରୁ ଭାରତରେ ମଧ୍ୟ ତା'ର ପ୍ରୟୋଗ କଥା ବିଚାର କରାଯାଇପାରେ l ଇଭିଏମରେ ବୋତାମ ଟିପି ମତଦାତା ଦେଉଥିବା ଭୋଟଟି ପ୍ରକୃତରେ ତା' ପସନ୍ଦର ପ୍ରାର୍ଥୀଙ୍କ ସପକ୍ଷରେ ଯାଉଛି କି ନାହିଁ ତାହା ଜାଣିବା ତା' ପକ୍ଷେ ସମ୍ଭବ ହେଉ ନଥିବାରୁ ଇଭିଏମ ସହ ଭିଭିପାଟ (ଭୋଟର ଭେରିଫାଏବଲ୍ ପେପର ଅଡିଟ ଟ୍ରେଲ) ମେସିନ ସଂଯୁକ୍ତ ହେବା କଥା ଉଠିଲା l ମତଦାତା ଇଭିଏମରେ ବୋତାମ ଟିପିଲା ପରେ ସାତ ସେକେଣ୍ଡ ପର୍ଯ୍ୟନ୍ତ ସେ ଦେଇଥିବା ଭୋଟ ଅନୁଯାୟୀ ପ୍ରାର୍ଥୀଙ୍କ ଚିହ୍ନ ଥାଇ କାଗଜଟିଏ