Skip to main content

Posts

Showing posts with the label Speaker

ଦଳବଦଳ ଆଇନ ପ୍ରସଙ୍ଗ - ସଦସ୍ୟ ଅଯୋଗ୍ୟତାର ନିର୍ଣ୍ଣୟ ଓ ବାଚସ୍ପତି

କରୋନା ଭୂତାଣୁ ଆତଙ୍କ ଓ ମଧ୍ୟପ୍ରଦେଶ ରାଜନୀତିରେ କ୍ଷମତା କନ୍ଦଳର କୋଳାହଳ ଭିତରେ ସୁପ୍ରିମ କୋର୍ଟ ୨୦୨୦, ମାର୍ଚ୍ଚ ୧୮ରେ ଦେଇଥିବା ଏକ ଅଭୂତପୂର୍ବ ଆଦେଶ ହୁଏତ ଅନେକଙ୍କ ଦୃଷ୍ଟି ଅଢୁଆଳରେ ରହି ଯାଇଥିଲେ ମଧ୍ୟ ଏହାର ସୁଦୂର ପ୍ରସାରୀ ପ୍ରଭାବ ଅଚିରେ ଭାରତୀୟ ରାଜନୀତିରେ ଅନୁଭୂତ ହେବ । ‘କେ ଏମ ସିଂହ ବନାମ ମଣିପୁର ବିଧାନସଭା ବାଚସ୍ପତି ଓ ଅନ୍ୟମାନେ’ ମାମଲାରେ ସମ୍ବିଧାନର ଧାରା ୧୪୨ରେ ପ୍ରଦ ତ୍ତ  କ୍ଷମତାକୁ ପ୍ରୟୋଗ କରି ସୁପ୍ରିମକୋର୍ଟ ଦେଇଥିବା ଆଦେଶରେ ମଣିପୁରର ବିଜେପି ବିଧାୟକ ତଥା ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଟି ଏସ ସିଂହଙ୍କୁ ପରବ ର୍ତ୍ତୀ  ଆଦେଶ ପର୍ଯ୍ୟନ୍ତ ମଣିପୁର ବିଧାନସଭା ଭିତରକୁ ପ୍ରବେଶ କରିବାକୁ ବାରଣ କରିବା ସହିତ ତାଙ୍କୁ ତତକ୍ଷଣାତ ମନ୍ତ୍ରୀ ପଦରୁ ଅବ୍ୟାହତି ଦିଆଯାଇଛି । ଦେଶର ଇତିହାସରେ କୌଣସି ବିଧାୟକଙ୍କ ବିଧାନସଭା ପ୍ରବେଶ ଉପରେ ଏଭଳି କଟକଣା ଲାଗିବାର ଇଏ ପ୍ରଥମ ଉଦାହରଣ । ବିଚାରାଧୀନ କୌଣସି ମାମଲାରେ ଆବଶ୍ୟକୀୟ ‘ସମ୍ପୂର୍ଣ୍ଣ ନ୍ୟାୟ’ (କମ୍ପ୍ଲିିଟ ଜଷ୍ଟିସ) ପ୍ରଦାନ ପାଇଁ ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ର ଉପଯୋଗ କରି ରାୟ ବା ଆଦେଶ ପ୍ରଦାନ କରିଥାନ୍ତି । ଉପରୋକ୍ତ ସଦସ୍ୟଙ୍କ ଅଯୋଗ୍ୟତା ସମ୍ପର୍କୀୟ ଯାଚିକାରେ ନିଷ୍ପ ତ୍ତି  ନେବାରେ ବାଚସ୍ପତିଙ୍କ ଅହେତୁକ ବିଳମ୍ବ ଏହି ଆଦେଶର ମୁଖ୍ୟ କାରଣ ଥିଲା । ତେବେ ବିଭିନ୍ନ ରାଜ୍ୟରେ ବିଧାୟକଙ୍କ ଦଳବଦଳ ବା...