Skip to main content

Posts

Showing posts with the label Surrendering Indian Citizenship India Odia

ଏତେ ଭାରତୀୟ ନାଗରିକତା ଛାଡୁଛନ୍ତି କାହିଁକି ?

ବିଶ୍ୱର ଅଧିକାଂଶ ଲୋକ ଯେଉଁ ଦେଶରେ ଜନ୍ମ ହୋଇଥାଆନ୍ତି ସେହିଠାରେ ହିଁ ସାରା ଜୀବନ ବିତାଇବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି । ପ୍ରତି ୩୦ ଜଣରେ କେବଳ ମାତ୍ର ଜଣେ ସ୍ୱେଚ୍ଛାରେ ବା ବାଧ୍ୟ ହୋଇ ପ୍ରବାସୀ ଭାବେ ଜୀବନ ବିତାଇଥାଏ । ଏକ ଆକଳନ ଅନୁସାରେ ୨୦୨୦ରେ ସାରା ବିଶ୍ୱରେ ପ୍ରାୟ ୨୮.୧୦ କୋଟି ବା ସମୁଦାୟ ଜନସଂଖ୍ୟାର ୩.୬ ପ୍ରତିଶତ ଲୋକ ଅନ୍ତର୍ଜାତୀୟ ପ୍ରବାସୀ ଭାବେ ଜୀବନ ଅତିବାହିତ କରୁଛନ୍ତି । ଗତ ୫୦ ବର୍ଷ ମଧ୍ୟରେ ଏହି ଅନ୍ତର୍ଜାତୀୟ ପ୍ରବାସୀଙ୍କ ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇସାରିଲାଣି ।  ତେବେ ଲୋକମାନେ କେବଳ ଯେ ଉଚ୍ଚତର ଶିକ୍ଷା, ନିଯୁକ୍ତି ଓ ରୋଜଗାର ସୁଯୋଗ ଆଶାରେ ପ୍ରବାସୀ ଭାବେ ଅନ୍ୟ ଦେଶକୁ ଯାଆନ୍ତି ତାହା ନୁହେଁ, ସେମାନଙ୍କ ମଧ୍ୟରୁ କେତେକ ନିଜ ଦେଶର ନାଗରିକତା ପରିତ୍ୟାଗ କରି ସେମାନେ ଯାଇଥିବା ଦେଶର ନାଗରିକତା ଗ୍ରହଣ କରିବାକୁ ପସନ୍ଦ କରିଥାଆନ୍ତି । ଗତ କିଛି ବର୍ଷ ଧରି ଏହିପରି ଭାବେ ଭାରତୀୟ ନାଗରିକତା ପରିତ୍ୟାଗ କରି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିବାରେ ଭାରତୀୟମାନେ ଅନ୍ୟ ସବୁ ଦେଶ ତୁଳନାରେ ଆଗରେ ଅଛନ୍ତି । ବିଦେଶ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଗତ ୬ ବର୍ଷ ମଧ୍ୟରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ସେମାନଙ୍କ ନାଗରିକତା ପରିତ୍ୟାଗ କରିଛନ୍ତି । କେବଳ ୨୦୨୨ରେ ୨.୨୫ ଲକ୍ଷ ଭାରତୀୟ ନାଗରିକତା ପରିତ୍ୟାଗ କରି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଛନ୍ତି ଯାହା ଏକ ସର୍ବକାଳୀନ ରେକର୍ଡ । ତନ୍...