Skip to main content

Posts

Showing posts with the label TFR South Indian States India Odisha Odia

ଷୋହଳ ସନ୍ତାନ ଲାଭ କର

ନିକଟରେ ଏକ ଗଣ ବିବାହୋତ୍ସବରେ ଯୋଗ ଦେଇ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଯେତେବେଳେ ନବଦମ୍ପତିମାନଙ୍କୁ ଷୋହଳଟି ସନ୍ତାନ ଲାଭ କରିବାକୁ ଆହ୍ୱାନ ଦେଲେ, ତାହା ଅନେକଙ୍କୁ ବିସ୍ମିତ କରିଥିଲା । ଅଳ୍ପ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ମଧ୍ୟ ଅନୁରୂପ ଭାବେ ଲୋକମାନଙ୍କୁ ଦୁଇଟିରୁ ଅଧିକ ସନ୍ତାନ ଜନ୍ମ କରିବାକୁ ପରାମର୍ଶ ଦେଇଥିଲେ । କେବଳ ସେତିକି ନୁହେଁ, ଏଣିକି ସେଠାରେ ଦୁଇଟି ସନ୍ତାନରୁ ଅଧିକ ଥିବା ବାପା, ମା’ମାନେ ମଧ୍ୟ ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନରେ ଲଢ଼ି ପାରିବେ ବୋଲି ଆଇନ ହେଲାଣି । ଦକ୍ଷିଣ ଭାରତର ଏହି ଦୁଇ ମୁଖ୍ୟମନ୍ତ୍ରୀ ହଠାତ୍ ଅଧିକ ସନ୍ତାନ ଲାଭ କରିବା ଲାଗି କାହିଁକି ଏଭଳି ଆହ୍ୱାନ ଦେଇଛନ୍ତି, ତାହା ପର୍ଯ୍ୟାଲୋଚନାର ବିଷୟ ନିଶ୍ଚୟ । ୨୦୨୬ ମସିହାରେ ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ କରାଯିବାର ଯୋଜନା ରହିଛି । ଏହା ହେଲେ ଦେଶର ରାଜନୈତିକ ମାନଚିତ୍ରରେ ଅନେକ ପରିବର୍ତ୍ତନ ହୋଇଯିବ । ସଂସଦରେ ଉତ୍ତର ଭାରତର କତିପୟ ରାଜ୍ୟଙ୍କ ତୁଳନାରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ରାଜନୈତିକ ପ୍ରଭାବ ହ୍ରାସ ପାଇବାର ଆଶଙ୍କା ଦେଖାଦେଇଛି । ଏହା ହିଁ ଉଦବେଗ କାରଣ । ସମ୍ୱିଧାନର ଅନୁଚ୍ଛେଦ ୮୨ ଓ ୧୭୦ ଅନୁଯାୟୀ ପ୍ରତି ୧୦ ବର୍ଷରେ ଥରେ ଜନଗଣନା ଆଧାରରେ ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକର ସଂଖ୍ୟା ଓ ସୀମା ନିର୍ଦ୍ଧାରଣ ହେବା ଆ...