Skip to main content

Posts

Showing posts from July, 2019

ବିଶ୍ୱ ଶାନ୍ତି ସୂଚକାଙ୍କ ତାଲିକାରେ ଭାରତ ତଳେ କାହିଁକି ?

ବିଶ୍ୱାସ କରିବା କଠିନ ଯେ ସାରା ବିଶ୍ୱକୁ ଶାନ୍ତିର ବା ର୍ତ୍ତା  ପ୍ରଦାନ କରି ଆସିଥିବା ଭାରତ ବ ର୍ତ୍ତ ମାନ ବିଶ୍ୱର ପଚିଶଟି ସର୍ବାଧିକ ଅଶାନ୍ତ ଦେଶମାନଙ୍କ ତାଲିକାରେ ସ୍ଥାନିତ । ୧୬୩ଟି ଦେଶରେ ଶାନ୍ତିର ସ୍ଥିତିକୁ ଦର୍ଶାଇ ଇନଷ୍ଟିଚ୍ୟୁଟ ଅଫ ଇକୋନୋମିକ୍ସ ଆଣ୍ଡ ପିସ (ଆଇଇପି) ଦ୍ୱାରା ୨୦୧୯ ମସିହା ପାଇଁ ସଦ୍ୟ ପ୍ରକାଶିତ ବିଶ୍ୱ ଶାନ୍ତି ସୂଚକାଙ୍କରେ ଭାରତ ଗତ ବର୍ଷ ତୁଳନାରେ ୫ଟି ସ୍ଥାନ ତଳକୁ ଖସି ୧୪୧ତମ ସ୍ଥାନରେ ପହ ଞ୍ଚି ଛି । ଗତ ୧୩ ବର୍ଷ ଧରି ଏହି ସଂସ୍ଥା ପ୍ରତି ବର୍ଷ ଭିନ୍ନ ଭିନ୍ନ ତଥ୍ୟକୁ ଆଧାର କରି ବିଭିନ୍ନ ଦେଶରେ ଶାନ୍ତିର ସ୍ଥିତିକୁ ମାପି ଏହି ସୂଚକାଙ୍କ ପ୍ରକାଶ କରି ଆସୁଛି । ଆଇଇପି ଦ୍ୱାରା ପ୍ରସ୍ତୁତ ଏହି ବିଶ୍ୱ ଶାନ୍ତି ସୂଚକାଙ୍କକୁ ଶାନ୍ତିର ସବୁଠାରୁ ନିର୍ଭରଯୋଗ୍ୟ ପରିମାପକ ଭାବେ ଗ୍ରହଣ କରାଯାଇଥାଏ । ବାହ୍ୟ ସଂଘର୍ଷ, ଘରୋଇ ସଂଘର୍ଷ, କଏଦିଙ୍କ ହାର, ହିଂସାତ୍ମକ ପ୍ରଦର୍ଶନ, ଆତଙ୍କବାଦୀ ଗତିବିଧି, ଅସ୍ତ୍ରଶସ୍ତ୍ର ଆମଦାନୀ ଓ ରପ୍ତାନୀ, ହିଂସ୍ର ଅପରାଧ, ରାଜନୈତିକ ଅସ୍ଥିରତା, ପଡୋଶୀ ରାଷ୍ଟ୍ରଙ୍କ ସହ ସମ୍ପର୍କ, ଆତ୍ମହତ୍ୟା ହାର, ପୋଲିସ ସଂଖ୍ୟା, ସେନା ସଂଖ୍ୟା, ସାମରିକ ବ୍ୟୟ ଭଳି ୨୩ଟି ବିଷୟରେ ତଥ୍ୟକୁ ଏକତ୍ର କରି ପ୍ରସ୍ତୁତ ହୋଇଥିବା ଏହି ସୂଚକାଙ୍କକୁ ମୋଟାମୋଟି ଯେଉଁ ତିନୋଟି ବିଷୟଗତ ବିଭାଗରେ ରଖାଯାଇଛି ସେଗୁଡିକ ହେଲା ସେହି ଦେଶରେ, (୧) ସାମାଜିକ ସୁରକ୍ଷା ଓ ନିରାପତ୍ତାର ସ୍ତର,

ସୂଚନା ଅଧିକାର ଆଇନ ଦୁର୍ବଳ ହେବାର ଉପକ୍ରମ

ସୂଚନା ଅଧିକାର ଆଇନକୁ ସଂଶୋଧନ କରିବା ପାଇଁ ଏକ ବିଲ୍ ତରବରିଆ ଭାବେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ଏହା ଦୁର୍ବଳ ହୋଇଯିବ ବୋଲି ଉଭୟ ବିରୋଧୀ ଦଳ ଓ ସୂଚନା ଅଧିକାର କର୍ମୀମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି । ଅନ୍ୟ ପକ୍ଷରେ ଏହି ଆଇନକୁ ଅଧିକ ସରଳ ଓ କ୍ରିୟାଶୀଳ କରିବା ପାଇଁ ଏହି ସଂଶୋଧନ କରାଯାଉଛି ବୋଲି ସରକାରଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରାଯାଉଛି । ତେବେ ମୂଳ ଆଇନରେ କଣ ଏମିତି ଭୁଲ ରହିଯାଇଥିଲା ଯେ ତାକୁ ଯୁଦ୍ଧକାଳୀନ ଭିତ୍ତିରେ ସଂଶୋଧନ କରିବାର ଆବଶ୍ୟକତା ଉପୁଜିଲା ? ଅନେକ ସୂଚନା ଅଧିକାର କର୍ମୀ ଓ ସାଧାରଣ ଜନତାଙ୍କ ତ୍ୟାଗ ଓ ପ୍ରଚେଷ୍ଟା ପରେ ଉପା ସରକାରଙ୍କ ଅମଳରେ ୨୦୦୫ ମସିହାରେ ସୂଚନା ଅଧିକାର ଆଇନ ପ୍ରଣୟନ ହୋଇଥିଲା । ଦାପ୍ତରିକ ଗୋପନୀୟତା ଆଇନ, ୧୯୨୩ର ପ୍ରାବଧାନରେ ବଳୀୟାନ ଅମଲାତନ୍ତ୍ର ଭିତରେ ଯେଉଁ ଗୋପନୀୟତା ସଂସ୍କୃତି ଚେର ଭିଡି ସାରିଥିଲା ତାକୁ ଓପାଡି ଫୋପାଡିବା ସହ ଶାସନ ଓ ପ୍ରଶାସନରେ ସ୍ୱଚ୍ଛତା ଆଣିିବାର ଲକ୍ଷ୍ୟ ନେଇ ଏହି ଆଇନ ପ୍ରଣୟନ କରା ଯାଇଥିଲା । ନାଗରିକଙ୍କ ଆବେଦନ କ୍ରମେ ସେମାନଙ୍କୁ ସରକାରୀ ତଥ୍ୟ ଓ କାଗଜପତ୍ର ଯୋଗାଇ ଦେବା ପାଇଁ ସରକାର ବାଧ୍ୟ ହେଲେ । ଦାପ୍ତରିକ ଗୋପନୀୟତାର ଦ୍ୱାହି ଦେଇ ସରକାରୀ ତଥ୍ୟ ଲୁଚାଇ ରଖିବା ଆଉ ସହଜ ହୋଇ ରହିଲା ନାହିଁ । ଏହି ଆଇନ ମାଧ୍ୟମରେ ମିଳିଥିବା ଅନେକ ତଥ୍ୟ ସରକାରଙ୍କ ଅନେକ ଦୁର୍ନୀତି ଓ ଅନିୟମିତତାର ଗୁମର ଖୋଲି ସରକାରଙ୍କ

ନଦୀରେ ! ତୁ ନିଜ ଛନ୍ଦରେ ବହି ଚାଲ

ପୁଲ ଓ୍ଵା ମା ଆତଙ୍କବାଦୀ ଆକ୍ରମଣ ପରେ ତତକାଳୀନ କେନ୍ଦ୍ର ଜଳ ସମ୍ବଳ ଓ ନଦୀ ବିକାଶ ମନ୍ତ୍ରୀ ନୀତିନ ଗଡକରି ଯେତେବେଳେ ଦମ୍ଭୋକ୍ତି କଲେ ଯେ ପାକିସ୍ତାନକୁ ଆଉ ଆଦୌ ଉଦବୃ ତ୍ତ  ନଦୀ ଜଳ ଛଡାଯିବ ନାହିଁ, ମନେ ହେଲା ସତେ ଯେମିତି ସରକାର ଜଳ ନିୟନ୍ତ୍ରଣ ମାଧ୍ୟମରେ ପାକିସ୍ତାନକୁ ସାବାଡ କରିବା ପାଇଁ କିଛି ନୂଆ ନିଷ୍ପ ତ୍ତି  ଗ୍ରହଣ କଲେ । ଏହାଦ୍ୱାରା ବୋଧେ ଭାରତଠାରୁ ପାଣି ନ ପାଇ ସିନ୍ଧୁ ନଦୀ ଶୁଖିଯିବ ଆଉ ପାଣି ପାଇଁ ପାକିସ୍ତାନର ଲୋକେ ଡହଳ ବିକଳ ହୋଇ ପାନେ ପାଇବେ ବୋଲି ଅନେକଙ୍କ ଧାରଣା ସୃଷ୍ଟି ହେଲା । ବାସ୍ତବତା ହେଉଛି, ଏ ନିଷ୍ପ ତ୍ତି  ଆଦୌ ନୂଆ ନୁହେଁ, ବରଂ ବହୁ ପୂର୍ବରୁୁ ଏ ସମସ୍ତ ନିଷ୍ପ ତ୍ତି  ନିଆଯାଇ ସେଗୁଡିକୁ କାର୍ଯ୍ୟକା ରୀ  କରିବା ପାଇଁ ଖସଡା ପ୍ରସ୍ତୁତ ହୋଇ ସାରିଥିଲା । ସେଗୁଡିକୁ ଦୋହରାଇ ସରକାର ପାକିସ୍ତାନ ବିରୁଦ୍ଧରେ କଡା ପଦକ୍ଷେପ ନେଉଥିବାର ପ୍ରତ୍ୟୟ ସୃଷ୍ଟି କରି ଜନ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ଏକ ଉଦ୍ୟମ କରିଛନ୍ତି ଯାହା । ପ୍ରତ୍ୟୁତ୍ତରରେ ପାକିସ୍ତାନ ‘ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ ଭାରତ ତା ଭାଗର ପାଣି ଯେମିତି ଇଚ୍ଛା ବ୍ୟବହାର କରିବାକୁ ଚାହୁଁଛି କରୁ, ସେଥିରେ ଆମର ଚିନ୍ତା ବା ବିରୋଧ କରିବାର କିଛି ନାହିଁ’ ବୋଲି କହି ଏ ନିଷ୍ପ ତ୍ତି ର ତା ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସେଠାକାର ଲୋକଙ୍କ ମଧ୍ୟରେ ପ୍ରତ୍ୟୟ ସୃଷ୍ଟି କରିବାକୁ ଚେଷ୍ଟା କଲା । ତେବେ ପ୍ରକୃତ ପକ୍ଷେ

ଶଗଡ ଗୁଳାରେ ରାଜ୍ୟ କୃଷି ବଜେଟ

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ରାଜ୍ୟ କୃଷି ବଜେଟର କଳେବର ଗତ ବର୍ଷ ତୁଳନାରେ ୩୯୪୯ କୋଟି ଟଙ୍କା, ଅର୍ଥାତ ପ୍ରାୟ ୨୪ ପ୍ରତିଶତ ବଢି ୨୦୭୧୪ କୋଟି ଟଙ୍କାରେ ପହ ଞ୍ଚି ଛି । ତେବେ ସମଗ୍ର ରାଜ୍ୟ ବଜେଟ ୧,୩୯,୦୦୦ କୋଟି ଟଙ୍କାର ଏହା ୧୪.୯୦ ପ୍ରତିଶତ ଯାହା ଗତ ବର୍ଷର ୧୪ ପ୍ରତିଶତ ତୁଳନାରେ ସାମାନ୍ୟ ଅଧିକ । ପ୍ରକୃତ ପକ୍ଷେ ବଜେଟରେ ନୂଆ କରି ଯୋଗ ହୋଇଥିବା ‘କାଳିଆ’ ଯୋଜନା ପାଇଁ ଆବ ଣ୍ଟି ତ ୫୬୧୧ କୋଟି ଟଙ୍କାକୁ ବାଦ ଦେଲେ କୃଷି ବଜେଟର କଳେବର ୧୫୧୦୩ କୋଟି ଟଙ୍କା ହେବ, ଯାହା ଗତ ବର୍ଷର କୃଷି ବଜେଟର କଳେବରଠାରୁ କମ । ପ ଞ୍ଚ ସ୍ତରୀ ଲକ୍ଷ କୃଷି ପରିବାରକୁ ‘କାଳିଆ’ ଯୋଜନା ଲାଭ ପହ ଞ୍ଚା ଇବ ବୋଲି ବଜେଟରେ ଉଲ୍ଲେଖ ହୋଇ ସେଥିପାଇଁ କୃଷି ବଜେଟର ପ୍ରାୟ ୨୭ ପ୍ରତିଶତ ରାଶି ଆବ ଣ୍ଟି ତ ହୋଇଥିବାରୁ, ଏଥର କୃଷି ବଜେଟକୁ ‘କାଳିଆ ସର୍ବସ୍ୱ’ ବଜେଟ ଆଖ୍ୟା ଦିଆଯାଇପାରେ । କାରଣ ବଜେଟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ବିଭାଗ ଓ ମତ୍ସ୍ୟ ଓ ପଶୁ ସମ୍ବଳ ବିକାଶ ବିଭାଗ ଭଳି ତିନୋଟି ବିଭାଗ ପାଇଁ ଆବ ଣ୍ଟି ତ ହୋଇଥିବା ସମୁଦାୟ ୫୩୮୯ କୋଟି ଟଙ୍କା ଅପେକ୍ଷା କାଳିଆ ଯୋଜନାରେ ଅଧିକ ରାଶି ଆବ ଣ୍ଟି ତ ହୋଇଛି । ଏହି ଯୋଜନାଟି ସରକାରଙ୍କର ‘ଫ୍ଲାଗସିପ’ କାର୍ଯ୍ୟକ୍ରମ ହୋଇଥିବାରୁ ଏହାରି ମାଧ୍ୟମରେ କୃଷିର ଉନ୍ନତି ସହ କୃଷକଙ୍କ ସମୃଦ୍ଧି ସମ୍ଭବ ବୋଲି ସରକାରଙ୍କ ଅଜସ୍ର ବିଶ୍ୱାସ । ଡାଇରେକ୍ଟ ବେନିଫିଟ ଟ୍ର

ଇଭିଏମରୁ ଭୂତ ଭୋଟ

ଓେ ବ ପତ୍ରିକା ‘କୁଇଂଟ’ରେ ଚଳିତ ନିର୍ବାଚନରେ ଭୋଟ ଦେଇଥିବା ଲୋକଙ୍କ ସଂଖ୍ୟା ତୁଳନାରେ ଇଭିଏମରୁ ଗଣା ହୋଇଥିବା ଭୋଟ ସଂଖ୍ୟା ଅଧିକ ସୂଚାଇ ଏକ ଅନୁସନ୍ଧାନମୂଳକ ଲେଖା ପ୍ରକାଶ ପାଇବା ପରେ ଦେଶବ୍ୟାପୀ ‘ଭୂତ ଭୋଟ’ (ଫାଂଟମ ଭୋଟ) ପ୍ରସଙ୍ଗରେ ଚର୍ଚ୍ଚା ହେବା ସହ ଇଭିଏମରେ ଭୋଟଦାନ ପ୍ରକ୍ରିୟାର ବିଶ୍ୱସନୀୟତା ଉପରେ ପୁଣି ଥରେ ପ୍ରଶ୍ନ ଉଠିଲା । ଗୋଟିଏ ଦୁଇଟି ନିର୍ବାଚନ ମଣ୍ଡଳୀ ନୁହେଁ, ବରଂ ପ୍ରଥମ ଚାରୋଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନରେ ୩୭୩ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଆୟୋଗ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଭୋଟଦାନ ସଂଖ୍ୟା ଓ ଗଣତି ହୋଇଥିବା ଭୋଟ ସଂଖ୍ୟା ସମାନ ନୁହେଁ । ଦେଶବ୍ୟାପୀ ଇଭିଏମ ମାଧ୍ୟମରେ ଯେତିକି ଲୋକ ଭୋଟ ଦେଇଛନ୍ତି ତାଠାରୁ ପ୍ରାୟ ୫୪.୬୫ ଲକ୍ଷ ଅଧିକ ଭୋଟ ଗଣା ହୋଇଛି ବୋଲି ନିର୍ବାଚନ ଅୟୋଗଙ୍କ ତଥ୍ୟରୁ ସୂଚନା ମିଳିଲା । ଇତିମଧ୍ୟରେ ଏ ସମ୍ପର୍କରେ ଆୟୋଗ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ତାଙ୍କ େ ଓ୍ଵେବ ସାଇଟରେ ମତଦାନ ସମ୍ପର୍କୀୟ ଦିଆଯାଇଥିବା ତଥ୍ୟ ‘ଚୂଡାନ୍ତ’ ନଥିଲା । ତେଣୁ ଜୀବିତ ଲୋକମାନେ ହିଁ ଭୋଟ ଦେଇଛନ୍ତି କୌଣସି ଭୂତ ନୁହେଁ । ଆୟୋଗଙ୍କ ଏହି ସ୍ପଷ୍ଟୀକରଣ ସନ୍ତୋଷଜନକ ହୋଇ ନ ପାରିବାର କାରଣ ହେଉଛି ପ୍ରଥମ ଚାରି ପର୍ଯ୍ୟାୟର ମତଦାନ ପରେ ବିଭାଗୀୟ େ ଓ୍ଵେବ ସାଇଟରେ ମତଦାନ ସମ୍ପର୍କରେ ଦିଆଯାଇଥିବା ତଥ୍ୟ ‘ଚୂଡାନ୍ତ’ ବୋଲି ଉଲ୍ଲେଖ ଥିଲା, ‘ଅସ୍ଥାୟୀ’ (ପ୍ରୋଭିଜନାଲ) ନୁହେଁ । ତଥ୍ୟ ଅସ