Skip to main content

Posts

Showing posts with the label General Election Voting Percentage India Odisha Odia

କମ୍ ମତଦାନର କିଛି ସମ୍ଭାବ୍ୟ କାରଣ

ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଥମେ ଜାରି ହୋଇଥିବା ସୂଚନାରୁ ୨୦୨୪ ସାଧାରଣ ନିର୍ବାଚନର ପ୍ରାରମ୍ଭିକ ପର୍ଯ୍ୟାୟଗୁଡ଼ିକରେ ଭୋଟଦାନ ହାର ଯଥେଷ୍ଟ କମ ହୋଇଥିଲା ବୋଲି ଜଣାପଡ଼ୁଥିଲା। ତେବେ ମେ ୨୫ ତାରିଖରେ କମିସନଙ୍କ ଦ୍ୱାରା ପ୍ରଥମ ୫ଟି ପର୍ଯ୍ୟାୟରେ ସଂସଦ କ୍ଷେତ୍ର ଆସନ ପିଛା ମତଦାନ ସମ୍ପର୍କରେ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରୁ ଜଣାପଡ଼ୁଛି ଯେ ସମଗ୍ର ଦେଶରେ ମୋଟାମୋଟି ପ୍ରାୟ ୬୬.୮ ପ୍ରତିଶତ ମତଦାନ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ ମତଦାନ ହାର ୬୭.୪ ପ୍ରତିଶତ ଥିଲା। ସୁତରାଂ, ପାଞ୍ଚ ପର୍ଯ୍ୟାୟର ଭୋଟଦାନ ହାରକୁ ବିଚାର କଲେ ମତଦାନ ମାତ୍ର ୦.୬ ପ୍ରତିଶତ ଊଣା ହୋଇଛି। ଆଗାମୀ ଦୁଇ ପର୍ଯ୍ୟାୟର ମତଦାନ ତଥ୍ୟ ସାର୍ବଜନୀନ ହେଲେ ଚୂଡ଼ାନ୍ତ ସ୍ଥିତି ଜଣାପଡ଼ିବ। ନିର୍ବାଚନ କମିସନଙ୍କ ସୂଚନା ଅନୁସାରେ ପଶ୍ଚିମବଙ୍ଗ. ଆନ୍ଧ୍ରପ୍ରଦେଶ ଓ ଉତ୍ତର ପୂର୍ବାଞ୍ଚଳର ରାଜ୍ୟଗୁଡ଼ିକରେ ଅନେକ ସ୍ଥାନରେ ୮୦ ପ୍ରତିଶତରୁ ଅଧିକ ଭୋଟଦାନ ହୋଇଥିବାବେଳେ ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଭଳି ରାଜ୍ୟଗୁଡ଼ିକରେ ହାରାହାରି ମତଦାନ ୬୦ ପ୍ରତିଶତରୁ କମ୍ ହୋଇଛି। ଅନେକ ସ୍ଥାନରେ ତ ତାହା ୫୦ ପ୍ରତିଶତ ବି ଛୁଇଁ ପାରିନାହିଁ। ଓଡ଼ିଶାରେ ହାରାହାରି ମତଦାନ ହାର ଭଲ ଥିଲେ ସୁଦ୍ଧା ଆସ୍କା, ବ୍ରହ୍ମପୁର, ଭୁବନେଶ୍ୱର ଭଳି କେତେକ ଆସନରେ ତାହା କମ୍ ହୋଇଛି। ଏଭଳି ସ୍ଥଳେ ଭୋଟଦାନର ବିଭିନ୍ନ ଦିଗ ସମ୍ପର୍କରେ ଏକ ଆଲୋଚନା କରାଯାଇପାରେ। ବିଶ୍ଳେଷକ...