Skip to main content

Posts

Showing posts from February, 2026

ଟ୍ରମ୍ପଙ୍କ ଟାରିଫ୍ ଆତଙ୍କ ରହିବ ନା ଯିବ?

ଆମେରିକାର ସୁପ୍ରିମ କୋର୍ଟ ଫେବୃଆରି ୨୦ ତାରିଖ ଦିନ ଏକ ଐିତିହାସିକ ରାୟ ପ୍ରଦାନ କରି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫଙ୍କ ଦ୍ୱାରା ବିଭିନ୍ନ ଦେଶ ଉପରେ ଭିନ୍ନଭିନ୍ନ ଦରରେ ଜାରି କରାଯାଇଥିବା ‘ପାରସ୍ପରିକ ଶୁଳ୍କ’ (ରେସିପ୍ରୋକାଲ ଟାରିଫ)କୁ ବେଆଇନ ଦର୍ଶାଇ ବାତିଲ କରିଦେଲେ। ଏହା ଟ୍ରମ୍ପଙ୍କ ଅହମିକା ପ୍ରତି ଏକ ଶକ୍ତ ଆଘାତ। ତେଣୁ ଟ୍ରମ୍ପ ଏହାକୁ ସହଜରେ ଗ୍ରହଣ କରି ନପାରି ତାଙ୍କର ‘ମର୍ଯ୍ୟାଦାହାନି’ ବୋଲି ଆକ୍ଷେପ କରିଛନ୍ତି। ଏହି ରାୟ ଆସିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଓଷଦ ବିକଳରେ ତାଟିଆ କାମୁଡ଼ିଲା ଭଳି ସବୁ ଦେଶ ଉପରେ ୧୦ ପ୍ରତିଶତ ‘ବୈଶ୍ୱିକ ଶୁଳ୍କ’ (ଗ୍ଲୋବାଲ ଟାରିଫ) ଲଗାଇବାକୁ ଘୋଷଣା କଲେ । ଠିକ୍ ଦିନକ ପରେ ପୁଣି ତାକୁ ବଢ଼ାଇ ୧୫ ପ୍ରତିଶତ କରିଦେଲେ। ଟ୍ରମ୍ପଙ୍କ ଟାରିଫ ଆତଙ୍କରେ ଗତ ପ୍ରାୟ ବର୍ଷେ କାଳ ଧରି ସାରା ବିଶ୍ୱର ବହିର୍ବାଣିଜ୍ୟ କ୍ଷେତ୍ରରେ ଅସ୍ଥିରତା ଦେଖା ଦେଇଥିଲା। ଇତିମଧ୍ୟରେ ଅନେକ ଦେଶ ଆମେରିକା ସହ ବାଣିଜ୍ୟ ଚୁକ୍ତି ସମ୍ପାଦନ କରିବାକୁ ବାଧ୍ୟ ହୋଇଥିଲେ। ଭାରତ ପରିପ୍ରେକ୍ଷୀରେ ମଧ୍ୟ ଏଭଳି ଏକ ଚୁକ୍ତିର ରୂପରେଖ ପ୍ରସ୍ତୁତ ହୋଇ ବହିର୍ବାଣିଜ୍ୟ ସ୍ଥିତି ସ୍ଥିରତା ଆଡ଼କୁ ଅଗ୍ରସର ହେଉଥିଲା। ଯଦିଓ ଆମେରିକା ସୁପ୍ରିମ କୋର୍ଟଙ୍କ ରାୟ ପରେ ଭବିଷ୍ୟତ ନେଇ ସ୍ପଷ୍ଟତା ମିଳି ପାରୁନାହିଁ, ତଥାପି ଏକ ସ୍ଥୂଳ ଅନୁମାନ ଏବଂ ଭାରତ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ନେଇ ଆଲୋଚନା କରାଯାଇପାରେ।  ଦ୍ୱ...