Skip to main content

Posts

Showing posts from October, 2019

ଖାଉଟିଙ୍କ ବିଶ୍ୱାସରେ ଭଟ୍ଟା

ଦେଶର ଅର୍ଥନୀତି ଉପରେ ଖାଉଟିଙ୍କର କେତେ ବିଶ୍ୱାସ ରହିଛି ତାକୁ ମାପିବା ପାଇଁ ରିଜର୍ଭ ବ୍ୟାଙ୍କ ତରଫରୁ ପ୍ରତି ଦୁଇ ମାସରେ ଥରେ ଏକ ସର୍ଭେ କରାଯାଇଥାଏ । ସେପ୍ଟେମ୍ବର ୨୦୧୯ ପାଇଁ ହୋଇଥିବା ସର୍ଭେର ଫଳାଫଳ ପ୍ରକାଶ ପାଇବା ପରେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଦେଶର ଅର୍ଥନୀତି ଯେ ଅଧିକ ନୈରାଶ୍ୟଜନକ ସ୍ଥିତି ଆଡକୁ ଗତିି କରିଛିି, ତାହା ବୁଝିବାକୁ ଆଉ ବାକି ନାହିଁ । ବସ୍ତୁତଃ, ଗତ ୬ ବର୍ଷ ମଧ୍ୟରେ ଖାଉଟିଙ୍କ ଏ ଭଳି ବିଶ୍ୱାସ ସଙ୍କଟ କେବେ ହେଲେ ଦେଖା ଦେଇ ନଥିଲା ବୋଲି ସର୍ଭେର ତଥ୍ୟରୁ ସ୍ପଷ୍ଟ । ଏହି ସର୍ଭେରେ ଅହମଦାବାଦ, ବେଙ୍ଗାଲୁରୁ, ଭୋପାଲ, ଚେନ୍ନାଇ, ଦିଲ୍ଲୀ, ଗୁଆହାଟୀ, ହାଇଦ୍ରାବାଦ, ଜୟପୁର, କୋଲକାତା, ଲ କ୍ଷ୍ନୌ , ମୁମ୍ବାଇ, ପାଟନା, ତିରୁବନନ୍ତପୁରମ ଭଳି ଦେଶର ୧୩ଟି ପ୍ରମୁଖ ନଗରର ୫,୧୯୨ଟି ପରିବାର ଅଂଶ ଗ୍ରହଣ କରିଥିଲେ । ଦେଶର ସାଧାରଣ ଅର୍ଥନୈତିକ ଅବସ୍ଥା, ନିଯୁକ୍ତି ପରିଦୃଶ୍ୟ, ମୋଟାମୋଟି ଭାବେ ଦରଦାମର ସ୍ଥିତି ଏବଂ ନିଜ ଆୟ ଓ ବ୍ୟୟକୁ ନେଇ ଉ ତ୍ତ ରଦାତାଙ୍କ ଅନୁଭବ ଓ ପ୍ରତ୍ୟାଶାକୁ ଆଧାର କରି ଏହି ସର୍ଭେର ଫଳାଫଳ ପ୍ରସ୍ତୁତ ହୋଇଥାଏ । ଖାଉଟି ବିଶ୍ୱାସ ସୂଚକାଙ୍କ ମାପିବାର ଆଧାର ହେଉଛି ଖାଉଟିମାନେ ଅର୍ଥନୀତିକୁ ନେଇ ଆଶାବାଦୀ ରହିଲେ ସେମାନେ ଅଧିକ ଦ୍ରବ୍ୟ ଓ ସେବା କ୍ରୟ କରିଥାଆନ୍ତି, ଯାହା ଫଳରେ ଚାହିଦା ବୃଦ୍ଧି ପାଇ ସାମଗ୍ରିକ ଭାବେ ଅର୍ଥନୀତି ଚଳଚ ଞ୍ଚ ଳ ହୋଇଥାଏ । ବିଶ୍ୱର

କର୍ପୋରେଟ କର ହ୍ରାସ- ମାନ୍ଦାବସ୍ଥା ସୁଧାରିବ?

ଅର୍ଥନୈତିକ ମାନ୍ଦାବସ୍ଥାକୁ ପ୍ରକାଶ୍ୟରେ ସ୍ୱୀକାର ନ କଲେ ମଧ୍ୟ ତାକୁ ସଜାଡିବା ପ୍ରଚେଷ୍ଟାରେ ଅର୍ଥମନ୍ତ୍ରୀ କର୍ପୋରେଟ କ୍ଷେତ୍ରକୁ ସରକାରଙ୍କ ତରଫରୁ ପ୍ରାୟ ୧.୪୫ ଲକ୍ଷ କୋଟି ଟଙ୍କାର କର ରିହାତି ପ୍ରଦାନ କରିଛନ୍ତି । ଯଦିଓ ଏହା ଦ୍ୱାରା ବିଶେଷ କିଛି ଲାଭ ହେବାର ସଙ୍କେତ ଦିଶିନାହିଁ, ତଥାପି ଏହାକୁ କେହି କେହି ଏକ ବଡ ଧରଣର ଅର୍ଥନୈତିକ ସଂସ୍କାର କହି ମତ ଦେଉଛନ୍ତି ଯେ ଏହା ଦେଶର ଅର୍ଥନୀତିକୁ ପୁଣି ବାଟକୁ ଫେରାଇ ଆଣିବ । ତେବେ ଏ କଥା ମଧ୍ୟ କୁହାଯାଉଛି ଯେ ସାବଧାନତା ଅବଲମ୍ବନ ନ କଲେ ଏହା ଦ୍ୱାରା ଦେଶ ଅଧିକ ଆର୍ଥିକ ସଙ୍କଟ ଭିତରକୁ ଟାଣି ହୋଇଯାଇପାରେ । ଯେମିତି କରଯୋଗ୍ୟ ଆୟ ଉପରେ ବ୍ୟକ୍ତିକୁ ଆୟକର ଦେବାକୁ ହୋଇଥାଏ, ଠିକ ସେହିପରି କମ୍ପାନିଗୁଡିକୁ ସେମାନଙ୍କ ନିଟ ଲାଭ ଉପରେ ପ୍ରତିବର୍ଷ କର୍ପୋରେଟ କର ଦେବାକୁ ପଡିଥାଏ । ଏ ପର୍ଯ୍ୟନ୍ତ ଘରୋଇ କମ୍ପାନିମାନଙ୍କୁ ସେମାନଙ୍କ ଲାଭ ଉପରେ ସର୍ବାଧିକ ଶତକଡା ୩୦ ଭାଗ (ମୂଳ ଦର ଭାବେ) କର୍ପୋରେଟ କର ଦେବାକୁ ହେଉଥିଲା । ଏହା ଉପରେ ସରଚାର୍ଜ ଓ ସେସ ମିଶାଇଲେ ତାହା ପ୍ରାୟ ୩୫ ପ୍ରତିଶତ ହୋଇ ଯାଉଥିଲା । ନୂତନ ନିଷ୍ପ ତ୍ତି  ଅନୁଯାୟୀ କର୍ପୋରେଟ କରର ଏହି ମୂଳ ଦରକୁ ୮ପ୍ରତିଶତ କମାଇ ୨୨ ପ୍ରତିଶତ କରି ଦିଆଗଲା । ଏହା ଉପରେ ସରଚାର୍ଜ ଓ ସେସ ମିଶାଇଲେ ପ୍ରକୃତ କର ହାର (ଇଫେକ୍ଟିଭ ଟ୍ୟାକ୍ସ ରେଟ) ୨୫.୧୭ ପ୍ରତିଶତ ହେବ, ଯାହା କି ପୂର୍ବାପେକ୍ଷା ପ୍ରାୟ ୧୦ ପ୍ର