Skip to main content

Posts

Showing posts from February, 2020

ରାଜ୍ୟ କୃଷି ବଜେଟ ୨୦୨୦-୨୧ – ଏକ ଅବଲୋକନ

ଓଡିଶା ସରକାରଙ୍କ ଦ୍ୱାରା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଥିବା ସ୍ୱତନ୍ତ୍ର କୃଷି ବଜେଟର ଆକାର ୧୯,୪୦୮ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି, ଯାହା ସମଗ୍ର ବଜେଟ ରାଶି ୧.୫୦ ଲକ୍ଷ କୋଟି ଟଙ୍କାର ୧୨.୯୪ ପ୍ରତିଶତ । ଉଲ୍ଲେଖଯୋଗ୍ୟ, ୨୦୧୯-୨୦ ପାଇଁ ପ୍ରସ୍ତୁତ ବଜେଟରେ କୃଷି ବଜେଟର ଆକାର ୨୧,୦୧୬ କୋଟି ଟଙ୍କା ଥିବା ବେଳେ ଏହା ସମଗ୍ର ବଜେଟର ୧୫.୧୧ ପ୍ରତିଶତ ଥିଲା । ଅର୍ଥାତ୍‌, ପରିମାଣ ଦୃଷ୍ଟିରୁ ଗତ ବର୍ଷ ତୁଳନାରେ ଏ ବର୍ଷ କୃଷି ପାଇଁ ପ୍ରାୟ ୧,୬୦୮ କୋଟି ଟଙ୍କା କମ ପ୍ରାବଧାନ କରାଯାଇଛି । ୨୦୧୩-୧୪ରୁ ସ୍ୱତନ୍ତ୍ର କୃଷି ବଜେଟ ପ୍ରସ୍ତୁତ ହେବା ପରଠାରୁ ଆଜି ଯାଏଁ ପୂର୍ବ ବର୍ଷ ତୁଳନାରେ କୃଷି ବଜେଟ ପାଇଁ ପ୍ରାବଧାନ କେବେ ବି କମ କରାଯାଇ ନଥିଲା ।  ଅବଶ୍ୟ ୨୦୧୯-୨୦ର ସଂଶୋଧିତ ଆକଳନ ତୁଳନାରେ ଏହା ପ୍ରାୟ ୧,୯୦୦ କୋଟି ଟଙ୍କା ଅଧିକ । ଏ ବର୍ଷ କୃଷି ବଜେଟର ପରିମାଣ ହ୍ରାସ ପାଇବାର ଏକ ମୁଖ୍ୟ କାରଣ ହେଉଛି ଗତ ବର୍ଷ କାଳିଆ ଯୋଜନା ପାଇଁ ୫,୬୧୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଏ ବର୍ଷ ତାହା ପ୍ରାୟ ୨,୩୦୦ କୋଟି ଟଙ୍କା ହ୍ରାସ ପାଇ ୩,୩୦୫ କୋଟି ଟଙ୍କା ହୋଇଛି । ଅର୍ଥମନ୍ତ୍ରୀ ତାଙ୍କ ବଜେଟୀୟ ଅଭିଭାଷଣରେ ଜଣେ ହେଲେ ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନାରୁ ବାଦ ଦିଆଯିବ ନାହିଁ ବୋଲି କହିଥିବା ବେଳେ ଏଥିପାଇଁ ଆବ ଣ୍ଟି ତ ରାଶିରେ ସର୍ବାଧିକ ୩୨ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ । କୃ

ଆପଣମାନେ ଖୁସି ତ ?

‘ଆପନମାନେ ଖୁସି ତୋ ?’ ଓଡିଆ ଜାଣନ୍ତି ନାହିଁ ବୋଲି ବିରୋଧୀଙ୍କ ସମାଲୋଚନାର ଶରବ୍ୟ ହେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ବଡ ସଭାମାନଙ୍କରେ ଏହି ପ୍ରଶ୍ନଟି ପଚାରିଥାନ୍ତି, ସମବେତ ଜନତାଙ୍କ ମଧ୍ୟରେ ହସର ଜୁଆର ଖେଳି ଯାଇଥାଏ ଓ ଉଚ୍ଚ ସ୍ୱରରେ ଉ ତ୍ତ ର ଭାସି ଆସିଥାଏ ‘ହଁ, ଆମେ ଖୁସି’ । ଏହି ଧରଣର ପ୍ରଶ୍ନ ପଚାରିଲା ବେଳେ ପ୍ରଶ୍ନକ ର୍ତ୍ତା  ଭଲ ଭାବେ ଜାଣିଥାନ୍ତି ଯେ ଲୋକଟିଏ ଯେତେ ଦୁଃଖରେ ଥିଲେ ବି ସେ ‘ହଁ’ ହିଁ କହିବ । ଯେମିତି, କେହି ଯଦି ପଚାରେ ‘କେମିତି ଅଛ?’ ବୋଲି ତେବେ ଉ ତ୍ତ ରଦାତା ଯେତେ ଅସୁବିଧାରେ ଥିଲେ ବି ମୁହଁରେ, କୃତ୍ରିମ ହେଉ ପଛେ, ହସଟିଏ ଫୁଟାଇ ‘ଭଲ ଅଛି’ ବୋଲି କହିବାକୁ କୁଣ୍ଠା ପ୍ରକାଶ କରି ନ ଥାଏ । ନେତା ପଚାରୁଥିବା ପ୍ରଶ୍ନର ଉ ତ୍ତ ର ଜନତା କଣ ଦେଲେ ବା କିପରି ଦେଲେ, ତାହା ନେତାଙ୍କୁ କେତେ ଦୂର ସନ୍ତୁଷ୍ଟ କଲା, ତାହା ଏହି ଆଲେଖ୍ୟର ବିଷୟବସ୍ତୁ ନୁହେଁ । ପ୍ରଶ୍ନ ହେଉଛି, ଗଣତନ୍ତ୍ରରେ ଜନତା ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶ୍ନ ପଚାରିବେ ନା ନିର୍ବାଚିତ ପ୍ରତିନିଧି ନାଗରିକଙ୍କଠାରୁ ଉ ତ୍ତ ର ଚାହିଁବେ । ଆଜିକାଲି ନେତାମାନେ ଜନତାଙ୍କୁ ତ କେବଳ ପ୍ରଶ୍ନ ପଚାରୁ ନାହାନ୍ତି, ବରଂ ପ୍ରଶ୍ନକୁ କେଉଁ ଢଙ୍ଗରେ ପଚାରିଲେ ଜନତାଙ୍କଠାରୁ ଚାହୁଁଥିବା ଉ ତ୍ତ ରଟି ମିଳିବ, ରୀତିମତ ତାହା ମଧ୍ୟ ନିର୍ଦ୍ଧାରଣ କରୁଛନ୍ତି । ବିଭିନ୍ନ ସମୟରେ କିଛି ଶାସନ ମୁଖ୍ୟ ଏକ ତରଫା ଯୋଗାଯୋଗ

କେନ୍ଦ୍ର ବଜେଟ ଚାଷୀଙ୍କ ହିତରେ କେତେ

ଏ ବର୍ଷ ଅର୍ଥମନ୍ତ୍ରୀଙ୍କ ସୁଦୀର୍ଘ ବଜେଟ ଅଭିଭାଷଣରେ ଚାଷ, ଚାଷୀ ଓ ଗ୍ରାମା ଞ୍ଚ ଳର ଲୋକଙ୍କ ବିକାଶ ଲାଗି ନିଆଯାଉଥିବା ପଦେକ୍ଷପଗୁଡିକର ଅବତାରଣାରେ ଦୀର୍ଘ ସମୟ ବ୍ୟୟିତ ହୋଇଥିଲା । କୃଷି ଓ ଗ୍ରାମା ଞ୍ଚ ଳର ବିକାଶ ଲାଗି ବଜେଟରେ ମୋଟ ୨.୮୩ ଲକ୍ଷ କୋଟି ଟଙ୍କା ଆବ ଣ୍ଟି ତ ହୋଇଛି । ଗତ ବର୍ଷ ତୁଳନାରେ ଗ୍ରାମା ଞ୍ଚ ଳ ବିକାଶ ବାବଦ ଆବ ଣ୍ଟ ନରେ ୧୮ ପ୍ରତିଶତ ହ୍ରାସ ପାଇ ୧.୨୩ ଲକ୍ଷ କୋଟି ଟଙ୍କା ଆବ ଣ୍ଟି ତ ହୋଇଥିଲା ବେଳେ କୃଷି ବାବଦରେ ଆବ ଣ୍ଟ ନ ପରିମାଣ ସାମାନ୍ୟ ବୃଦ୍ଧି ପାଇ ୧.୬୦ ଲକ୍ଷ କୋଟି ଟଙ୍କାରେ ପହ ଞ୍ଚି ଛି । ତେବେ କୃଷି ପାଇଁ ଆବ ଣ୍ଟି ତ ଅର୍ଥରୁ ପ୍ରାୟ ୧.୧୨ ଲକ୍ଷ କୋଟି ଟଙ୍କା କେବଳ ତିନୋଟି କାର୍ଯ୍ୟକ୍ରମ ( ପିଏମ-କିସାନ -୭୫୦୦୦ କୋଟି, ଫସଲବୀମା – ୨୧୧୭୫ କୋଟି, ସୁଧ ରିହାତି – ୧୫୬୯୫ କୋଟି) ପାଇଁ ଉଦ୍ଦିଷ୍ଟ ଥିବାରୁ ବିଭାଗର ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସେଭଳି ଆବ ଣ୍ଟ ନ ହୋଇ ପାରିନାହିଁ । ବିଶେଷ କରି ବଜେଟ ଅଭିଭାଷଣରେ ଷୋହଳ ସୂତ୍ରୀ କାର୍ଯ୍ୟକ୍ରମ ଉପରେ ଏତେ ବେଶି ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ତାହା ବଜେଟ ଆବ ଣ୍ଟ ନରେ ସମ ପରିମାଣରେ ପ୍ରତିଫଳିତ ହୋଇନାହିଁ ।  ଷୋହଳ ସୂତ୍ରୀ କାର୍ଯ୍ୟକ୍ରମର ପ୍ରଥମ ସୂତ୍ର ଭାବେ ଚାଷୀମାନଙ୍କୁ ଉପଯୁକ୍ତ ସାର ପ୍ରୟୋଗ, କମ ଜଳ ବ୍ୟବହାର ତଥା ସନ୍ତୁଳିତ ରାସାୟନିକ ସାର ପ୍ରୟୋଗ କରିବା ପାଇଁ ପ୍ରୋତ୍ସାହିତ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେ

ଓଡିଆ ସିନେମା ପତ୍ରିକାର ସୁଦୀର୍ଘ ଇତିହାସ

ଓଡିଆ ସିନେମା ଭଳି ଓଡିଆ ସିନେମା ପତ୍ରିକାର ମଧ୍ୟ ଏକ ସୁଦୀର୍ଘ ଇତିହାସ ରହିଛି । ଓଡିଶାର ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ ଓ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅଭିଲେଖାଗାରରେ ଆୟୋଜିତ ହେଉଥିବା ଛାୟାଲିପି ପ୍ରଦର୍ଶନୀ (ଫେବୃଆରୀ ୧୮ରୁ ୨୪, ୨୦୨୦)ରେ ପ୍ରଦର୍ଶିତ ହୋଇଥିବା ଓଡିଆ ସିନେମା ପତ୍ରିକାର ପ୍ରଚ୍ଛଦଗୁଡିକୁ ଅବଲୋକନ କଲେ କେବଳ ଏହାର ଇତିହାସ ନୁହେଁ ବରଂ କିପରି ପ୍ରତିକୂଳ ପରିବେଶ ସ ତ୍ତ୍ଵେ  ଏହି ସବୁ ପତ୍ରିକାର ପ୍ରକାଶନ କରାଯାଇ ପାରିଥିଲା ସେ ନେଇ ଆଶ୍ଚର୍ଯ୍ୟ ହେବାକୁ ହୁଏ । ଏଥି ସହ ଓଡିଆ ସିନେମା ପତ୍ରିକାର କ୍ରମ ବିକାଶ ସମ୍ପର୍କରେ ମଧ୍ୟ ଧାରଣା କରିହୁଏ । ୧୯୩୬ ମସିହାରେ ପ୍ରଥମ ଓଡିଆ ସିନେମା ‘ସୀତା ବିବାହ’ ମୁକ୍ତିଲାଭ କରିବା ପରେ କେତେକ ସମ୍ବାଦପତ୍ରରେ ସିନେମା ସଂକ୍ରାନ୍ତୀୟ ଖବର ଓ ସମୀକ୍ଷା ପ୍ରକାଶ ପାଇଥିଲେ ମଧ୍ୟ କାଳୀଚରଣ ତ୍ରିପାଠୀଙ୍କ ସମ୍ପାଦନାରେ ବ୍ରହ୍ମପୁରରୁ ଅପ୍ରେଲ ୧୯୫୧ମସିହାରେ ପ୍ରକାଶିତ ‘ସିନେ ଓଡିଶା’ ହେଉଛି ପ୍ରଥମ ଓଡିଆ ସିନେମା ପତ୍ରିକା । ପ୍ରଥମେ ପ୍ରକାଶିତ ପା ଞ୍ଚ ଟି ଓଡିଆ ସିନେମା ପତ୍ରିକା ମଧ୍ୟରୁ ତିନିଟି ଯଥା- ‘ସିନେ ଓଡିଶା’, ‘କଳାଶ୍ରୀ’ (ଅଗଷ୍ଟ ୧୯୫୨, ସଂ. ଶିଶିର କୁମାର ପଟ୍ଟଦେବ) ଓ ‘ରୂପକଥା’ (ଫେବୃଆରୀ, ୧୯୫୬, ସଂ. ଗୋପାଳକୃଷ୍ଣ ପାଠୀ) ବ୍ରହ୍ମପୁରରୁ ପ୍ରକାଶିତ ହୋଇଥିଲା ବେଳେ, ‘ଚିତ୍ରଲେଖା’ (ଜୁଲା

ଅର୍ଥନୈତିକ ସମୀକ୍ଷାରେ ସମ୍ପତ୍ତି ସୃଷ୍ଟିିି ପାଇଁ ନୂଆ ବିଚାର

ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ଦ୍ୱାରା ୨୦୧୯-୨୦ ବର୍ଷ ପାଇଁ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସମୀକ୍ଷାର ବିଷୟବସ୍ତୁ ହେଉଛି ‘ସମ୍ପ ତ୍ତି  ସୃଷ୍ଟି’ ଓ ଏହା ମାଧ୍ୟମରେ ବିକାଶର ଲକ୍ଷ୍ୟ ହାସଲ କରିବା ପାଇଁ ଯେଉଁ ଦଶଟି ନୂଆ ବିଚାରର ଅବତାରଣା କରାଯାଇଛି, ତାହା ତର୍ଜମାର ଅପେକ୍ଷା ରଖେ । ପ୍ରଥମ, ସମ୍ପ ତ୍ତି  ସୃଷ୍ଟି ହେବାରେ ସମସ୍ତଙ୍କର ଲାଭ ହୋଇଥାଏ । ଦେଶରେ ସମସ୍ତଙ୍କ ମଧ୍ୟରେ ସମ୍ପ ତ୍ତି  ବ ଣ୍ଟ ନ ଲାଗି ପ୍ରଥମେ ଅଧିକରୁ ଅଧିକ ସମ୍ପ ତ୍ତି  ସୃଷ୍ଟି ହେବା ଆବଶ୍ୟକ । ବାସ୍ତବିକ ବିକାଶକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ‘ସମ୍ପ ତ୍ତି  ସୃଷ୍ଟି’ର ଏକ ଗୁଣକ ପ୍ରଭାବ (ମଲଟିପ୍ଲାୟର ଇଫେକ୍ଟ) ପରିଲକ୍ଷିତ ହୋଇଥାଏ । କିନ୍ତୁ ପରିତାପର ବିଷୟ ଭାରତରେ ସମ୍ପ ତ୍ତି  ସୃଷ୍ଟିକାରୀଙ୍କୁ ଭଲ ଦୃଷ୍ଟିରେ ଦେଖାଯାଇ ନଥାଏ । ସେମାନଙ୍କୁ ସମ୍ପ ତ୍ତି  ଠୁଳକାରୀ ‘ଶୋଷକ ବର୍ଗ’ର ବୋଲି ଚିତ୍ରିତ କରାଯାଇଥାଏ ଓ ସମାଜର ଏକ ବଡ ବର୍ଗ ସେମାନଙ୍କୁ ଆନ୍ତରିକ ଭାବେ ଗ୍ରହଣ କରି ପାରି ନଥାଏ । ସମ୍ପ ତ୍ତି  ସୃଷ୍ଟିକାରୀଙ୍କ ପ୍ରତି ଏହି ନକାରାତ୍ମକ ମନୋଭାବ ଉଦ୍ୟୋଗୀ ସୃଷ୍ଟି କରିବାରେ ବାଧକ ସାଜୁଥିବାରୁ ସମ୍ପ ତ୍ତି  ସୃଷ୍ଟିକାରୀଙ୍କୁ ସମ୍ମାନ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଦ୍ୱିତୀୟ, ବଜାର ଅର୍ଥନୀତିର ଅଦୃଶ୍ୟ ହାତ ସମ୍ପ ତ୍ତି  ସୃଷ୍ଟି କରିବାରେ ସହାୟକ ହୋଇଥାଏ । ତେଣୁ ଏହା ଦ୍ୱାରା ମିଳି ପାର

ଓଡିଶାକୁ ବାନ୍ଧି ରଖିବା ପାଇଁ ଅଭିଧାନଟିଏ

କୋଲକାତାର ଫୋର୍ଟ ଉଇଲିୟମ କଲେଜର ଲାଇବ୍ରେରିଆନ ମୋହନ ପ୍ରସାଦ ଠାକୁରଙ୍କ ଦ୍ଵାରା ୧୮୧୧ ମସିହାରେ ରଚିତ ‘ଭୋକାବୁଲାରି ଅଫ ଓଡିଆ ଆଣ୍ଡ ଇଂଲିସ ଫର ଦି ୟୁଜ ଅଫ ଷ୍ଟୁଡେଣ୍ଟସ’ ହେଉଛି ଓଡିଆ ଭାଷାରେ ପ୍ରଥମ ଅଭିଧାନ ଯେଉଁଥିରେ ୪୨୪୬ଟି ଶବ୍ଦ ଥିଲା l ଏହି ଅଭିଧାନଟି ପରବର୍ତ୍ତୀ ସଂକଳକମାନଙ୍କୁ ଓଡିଆରେ ଅଭିଧାନ ପ୍ରସ୍ତୁତ କରିବା ପାଇଁ ପ୍ରେରଣା ଦେଇଥିଲା l ଏ ଯାବତ ୧୧୩ଟି ଓଡିଆରୁ ଓଡିଆ ଅଭିଧାନ ପ୍ରକାଶିତ ହୋଇସାରିଛି l ତନ୍ମଧ୍ୟରୁ ପ୍ରମୁଖ କେତୋଟି ଅଭିଧାନ ହେଲା, ଏମସ ସଟନ ଓ ଭୁବନାନନ୍ଦ ନ୍ୟାୟାଳଙ୍କାରଙ୍କ ରଚିତ ‘ଏନ ଓଡିଆ ଡିକସନାରୀ ଇନ ଥ୍ରି ଭଲ୍ୟୁମସ’ (୧୮୪୧-୪୩), ଚତୁର୍ଭୁଜ ପଟ୍ଟନାୟକ ଓ ଶିବନାରାୟଣ ନାୟକଙ୍କ ରଚିତ ଓ ବାଲେଶ୍ଵରରୁ ପ୍ରକାଶିତ ‘ଶବ୍ଦନିଧି’ (୧୮୮୩), ଜଗନ୍ନାଥ ରାଓଙ୍କ ରଚିତ ‘ଉତ୍କଳ ଅଭିଧାନ’ (୧୮୯୧), ମଧୁସୂଦନ ରାଓଙ୍କ ରଚିତ ‘ସୁଖବୋଧ ଅଭିଧାନ’ (୧୯୧୨), ମୃତ୍ୟୁଞ୍ଜୟ ରଥଙ୍କ ରଚିତ ‘ମୂଳ ଶବ୍ଦବୋଧ ବୋଧିନୀ’ (୧୯୧୪), ଗୋପୀନାଥ ନନ୍ଦଶର୍ମାଙ୍କ ରଚିତ ‘ଶବ୍ଦତତ୍ତ୍ଵବୋଧ ଅଭିଧାନ’ (୧୯୧୬), ଦାମୋଦର ମିଶ୍ର ଓ ପ୍ରମୋଦ ଚନ୍ଦ୍ର ଦେବଙ୍କ ରଚିତ ‘ପ୍ରମୋଦ ଅଭିଧାନ’ (୧୯୪୨), କୃଷ୍ଣଚନ୍ଦ୍ର କରଙ୍କ ରଚିତ ‘ତରୁଣ ଶବ୍ଦକୋଷ’ ଇତ୍ୟାଦି l ତେବେ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ରଚିତ ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’କୁ ସର୍ବଶ୍ରେଷ୍ଠ ଓ ବ୍ୟାପକ ଅଭିଧାନ ଭାବେ ଗ୍ରହଣ କରାଯାଇଥାଏ l ସାତ ଖଣ୍ଡ ବିଶିଷ୍ଟ ଏହି ଅଭିଧାନରେ

ଗାନ୍ଧୀଜୀଙ୍କ ରାଜନୈତିକ ଗୁରୁ ଗୋଖଲେ

ଗାନ୍ଧୀଜୀଙ୍କ ଭାରତ ଆଗମନର ଯଥେଷ୍ଟ ପୂର୍ବରୁ ଭାରତୀୟ ରାଜନୀତିରେ ଗୋପାଳକୃଷ୍ଣ ଗୋଖଲେ ଜଣେ ବିଶାଳ ବ୍ୟକ୍ତିତ୍ୱ ଭାବେ ଉଭା ହୋଇ ସାରିଥିଲେ । ସ୍ୱାଧୀନତା ଆନ୍ଦୋଳନର ଦୁଇଟି ପ୍ରମୁଖ ଧାରା ମଧ୍ୟରୁ ଚରମ ପନ୍ଥାର ଚେହେରା ଲୋକମାନ୍ୟ ତିଲକ ହୋଇଥିବା ବେଳେ ନରମ ପନ୍ଥାର ଚେହେରା ଥିଲେ ଗୋଖଲେ । ଗାନ୍ଧୀଜୀ ମଧ୍ୟ ତାଙ୍କ ଦ୍ୱାରା ବେଶ ପ୍ରଭାବିତ ହୋଇଥିଲେ ଓ ତାଙ୍କୁ ନିଜ ରାଜନୈତିକ ଗୁରୁ ଭାବେ ଗ୍ରହଣ କରୁଥିଲେ । ଗାନ୍ଧୀଜୀ ୧୮୯୬ ମସିହାରେ ଭାରତକୁ ଆସିଥିବା ଅବସରରେ ବମ୍ବେ, ପୁନା, ମାନ୍ଦ୍ରାଜ, କଲିକତା ଓ ନାଗପୁର ଆଦି ସହରମାନଙ୍କୁ ଯାଇ ସେଠାରେ ରାଜନୈତିକ ନେତାମାନଙ୍କ ସହ ସାକ୍ଷାତ କରିବା ସହ ବିଭିନ୍ନ ସ୍ଥାନରେ ସାର୍ବଜନିକ ସଭା ମାଧ୍ୟମରେ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟଙ୍କ ନିର୍ଯାତନାର କରୁଣ କାହାଣୀ ଶୁଣାଉଥିଲେ । ଏହି କ୍ରମରେ ସେ ପୁନା ସହରକୁ ଆସିଥିଲେ ଓ ପୁନାସ୍ଥିତ ଫର୍ଗୁସନ କଲେଜ ପଡିଆରେ ଅକ୍ଟୋବର ୧୨, ୧୮୯୬ ଦିନ ତାଙ୍କର ପ୍ରଥମ ଥର ଲାଗି ଗୋଖଲେଙ୍କ ସହ ସାକ୍ଷାତ ହୋଇଥିଲା । ସେତେବେଳେ ଗୋଖଲେ ସେହି କଲେଜରେ ଗଣିତ ଅଧ୍ୟାପନା କରୁଥିବାରୁ ଗାନ୍ଧୀଜୀ ତାଙ୍କୁ ପ୍ରଫେସର ବୋଲି ସମ୍ବୋଧନ କରୁଥିଲେ । ଗୋଖଲେଙ୍କ ସହ ଏହି ପ୍ରଥମ ସାକ୍ଷାତ ଗାନ୍ଧୀଜୀଙ୍କ ଉପରେ ବେଶ ପ୍ରଭାବ ପକାଇଥିଲା । ଏ ସମ୍ପର୍କରେ ଗାନ୍ଧୀଜୀ ନିଜେ ଲେଖିଛନ୍ତି  ଯେ ସେ ଗୋଖଲେଙ୍କ ସହିତ ପ୍ରଥମ ଥର ଭେଟୁଥିଲେ ମଧ୍ୟ ତାଙ୍କୁ ଏମିତି ଲାଗୁଥିଲା