Skip to main content

Posts

Showing posts from August, 2021

ଟିକା ଅସମତା ଲାଗି ବିଶ୍ୱକୁ ବହୁମୂଲ୍ୟ ଦେବାକୁ ପଡିପାରେ

କୋଭିଡ-୧୯ ମହାମାରୀର ମୁକାବିଲା କରିବା ପାଇଁ ସାରା ବିଶ୍ୱରେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ସେହି କ୍ରମରେ ଅଗଷ୍ଟ ୨୦୨୧ ସୁଦ୍ଧା ବିଶ୍ୱର ଉଚ୍ଚ ଆୟ ବର୍ଗର ଦେଶଗୁଡିକରେ ପ୍ରାୟ ୬୦ ପ୍ରତିଶତ ଲୋକଙ୍କୁ ଅନ୍ତତଃ ପକ୍ଷେ ଗୋଟିଏ ଡୋଜ ଟିକା ଦିଆ ସରିଲାଣି । ଅନ୍ୟ ପକ୍ଷରେ ବିଶ୍ୱର ନିମ୍ନ ଆୟକାରୀ ଦେଶଗୁଡିକରେ ଟିକାକରଣ ଅତି ମନ୍ଥର ଗତିରେ ଚାଲି ସେଠାରେ ସେହି ସମୟ ମଧ୍ୟରେ ମାତ୍ର ୧ ପ୍ରତିଶତ ଲୋକଙ୍କ ଟିକାକରଣ ହୋଇପାରିଛି । ଫଳରେ ସାରା ବିଶ୍ୱରେ ଧନୀ ଓ ଗରିବ ଦେଶମାନଙ୍କ ମଧ୍ୟରେ ଟିକାକରଣକୁ ନେଇ ଏକ ବିରାଟ ଖାଇ ସୃଷ୍ଟି ହୋଇଛି । ଏହି ଟିକାକରଣରେ ହୋଇଥିବା ଅସମତା ପାଇଁ ସାରା ବିଶ୍ୱକୁ ଆଗାମୀ ୪ ବର୍ଷ ମଧ୍ୟରେ ବହୁ ମୂଲ୍ୟ ଦେବାକୁ ପଡିପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ସାରା ବିଶ୍ୱରେ ୨୦୨୧ ଅଗଷ୍ଟ ଶେଷ ସୁଦ୍ଧା ୫୨୫ କୋଟି ଡୋଜ ଟିକା ଦିଆ ସରିଲାଣି, ଅର୍ଥାତ୍ ପ୍ରତି ୧୦୦ ଜଣରେ ୬୮ ଜଣ ଗୋଟିଏ ଡୋଜ ଟିକା ପାଇଲେଣି । ଏହା ଉତ୍ସାହଜନକ ପରି ମନେ ହେଉଥିଲେ ବି ବାସ୍ତବତା କିଛି ଭିନ୍ନ । ୟୁଏଇ, ଉରୁଗୁଏ, ମାଲଟା, କାତାର, ସିଙ୍ଗାପୁର, ଚିଲି, ଡେନମାର୍କ, ଆଇସଲାଣ୍ଡ, ପର୍ତ୍ତୁଗାଲ, କାନାଡା, ବେଲଜିଅମ ଆଦି ଦେଶରେ ୭୦ ପ୍ରତିଶତରୁ ଅଧିକ ଲୋକ ଡବଲ ଡୋଜ ଟିକା ନେଇ ସାରିଥିବା ବେଳେ ଏମାନଙ୍କ ମଧ୍ୟରୁ ୟୁଏଇ ସମେତ ଚାରିଟି ଦେଶରେ ତ ୮୦ ପ୍ରତିଶତରୁ ଅଧିକ ଲୋକ ଅନ୍ତତଃ ଗୋଟିଏ ଡୋଜର ଟିକା ପାଇ ସାରିଲେଣି । ଚୀନ, ଇସ୍ରାଏ

ଜାତିଭିତ୍ତିକ ଜନଗଣନା ଆବଶ୍ୟକ

ବିହାର, ଓଡିଶା, ମହାରାଷ୍ଟ୍ର ଆଦି ରାଜ୍ୟରୁ ଜାତିଭିତ୍ତିକ ଜନଗଣନା ପାଇଁ ଦାବି ହେବା ପରେ ସଂସଦରେ କେନ୍ଦ୍ର ସରକାରଙ୍କ ତରଫରୁ ସ୍ପଷ୍ଟ କରି ଦିଆଗଲା ଯେ ସରକାରଙ୍କ ନୀତି ଅନୁଯାୟୀ ଅନୁସୂଚୀତ ଜାତି ଓ ଜନଜାତିଙ୍କ ଗଣନା ବ୍ୟତୀତ ଜାତିଭିତ୍ତିକ ଜନଗଣନା କରାଯିବ ନାହିଁ । ଏହା ପରେ ବିହାରର ଶାସକ ଓ ବିରୋଧୀ ଦଳର ନେତାମାନେ ଜାତିଭିତ୍ତିକ ଜନଗଣନା ସପକ୍ଷରେ ସମସ୍ୱରରେ ଦାବି ଜଣାଇବା ଓ ବିହାରର ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ସମୟ ମାଗିବା ବେଶ ଗୁରୁତ୍ୱପୂର୍ଣ୍ଣ । ଆମେରିକୀୟ ଜନଗଣନା ଐତିହାସିକ ମାର୍ଗୋ ଆଣ୍ଡରସନଙ୍କ ଉକ୍ତି, “ସବୁ ସମୟରେ ଜନଗଣନା ରାଜନୈତିକ କ୍ଷମତା ଲାଗି ଏକ ଅସ୍ତ୍ର ହୋଇ ଆସିଛି” ଯେ ଭାରତରେ ଜାତିଭିତ୍ତିକ ଜନଗଣନା ପ୍ରତି କେତେ ପ୍ରଯୁଜ୍ୟ ଉପରୋକ୍ତ ଘଟଣାକ୍ରମରୁ ତା’ର ପୂର୍ବାନୁମାନ କରାଯାଇପାରେ ।      ସିପାହୀ ବିଦ୍ରୋହ ପରେ ଭାରତୀୟ ସମାଜର ଜାତି ବ୍ୟବସ୍ଥା, ବିଭିନ୍ନ ଜାତିର ଲୋକସଂଖ୍ୟାକୁ ଆଧାର କରି ସେମାନଙ୍କ ଉପଯୋଗିତା ଆଦିକୁ ବୁଝିବା ପ୍ରାଶାସନିକ ଦୃଷ୍ଟିରୁ ବ୍ରିଟିଶ ଶାସକଙ୍କ ପାଇଁ ଜରୁରୀ ହୋଇପଡିଲା । ତେଣୁ ରିଜଲେ, ହଟନଙ୍କ ପରି ଅନେକ ତାଲିମପ୍ରାପ୍ତ ନୃତତ୍ତ୍ୱବିଦଙ୍କୁ ଜନଗଣନା କମିଶନର ଭାବେ ନିଯୁକ୍ତି ଦେଇ ଜନଗଣନା ପ୍ରକ୍ରିୟାରେ ଜାତିୱାରି ଗଣନାକୁ ଗୁରୁତ୍ୱ ଦିଆଗଲା । ୧୮୮୧ରେ ଜନଗଣନା କମିଶନର ଡବଲ୍ୟୁ ସି ପ୍ଲାଓଡେନ ଲୋକମାନଙ୍କୁ ବ୍ରାହ୍ମଣ, ରାଜପୁ

ଅଲିମ୍ପିକ ସଫଳତା ପରେ ପୁରସ୍କାର ଅର୍ଥରେ ପାତର ଅନ୍ତର

ଟୋକିଓ ଅଲିମ୍ପିକରେ ଭାରତ ଗୋଟିଏ ସ୍ୱର୍ଣ୍ଣପଦକ, ଦୁଇଟି ରୌପ୍ୟପଦକ ଓ ଚାରିଟି କାଂସ୍ୟପଦକ ଏହିପରି ସମୁଦାୟ ୭ଟି ପଦକ ଜିତିବା ପରେ ଦେଶରେ ସ୍ୱାଭାବିକ ଭାବେ ଖୁସିର ଲହରୀ ଖେଳି ଯାଇଛି । ପଦକ ତାଲିକାରେ ଭାରତ ନିରାଶାଜନକ ଭାବେ ୪୮ଶ ସ୍ଥାନରେ ଥିଲେ ବି ଏହି ଖୁସିର ମୁଖ୍ୟତଃ ତିନିଟି କାରଣ ; ଭାରତ ୨୦୧୨ରେ ପାଇଥିବା ସର୍ବୋଚ୍ଚ ୬ଟି ପଦକକୁ ଟପି ଏଥର ଆଉ ଗୋଟିଏ ଅଧିକ ପଦକ ପାଇବା, ସ୍ୱାଧୀନତା ପ୍ରାପ୍ତିର ଏତେ ବର୍ଷ ପରେ ଭାରତକୁ ପ୍ରଥମ କରି ନୀରଜ ଚୋପ୍ରାଙ୍କ ଜାଭେଲିନ ଥ୍ରୋ’ରେ ସ୍ୱର୍ଣ୍ଣପଦକ ପାଇବା ଜରିଆରେ ଆଥଲେଟିକସରେ କୌଣସି ପଦକ ମିଳିବା ଓ ହକି ଖେଳରେ ଦୀର୍ଘ ୪୧ ବର୍ଷ ପରେ ପଦକ ମିଳିବା । ପଦକ ବିଜେତାମାନଙ୍କୁ ବିଭିନ୍ନ ଭାବେ ସମ୍ୱର୍ଦ୍ଧିତ ଓ ପୁରସ୍କୃତ କରାଯାଉଥିଲେ ବି ସ୍ୱାଭାବିକ ଭାବେ ସର୍ବାଧିକ ଧ୍ୟାନ ସ୍ୱର୍ଣ୍ଣପଦକ ବିଜୟୀ ନୀରଜ ଚୋପ୍ରାଙ୍କ ଉପରେ କେନ୍ଦ୍ରିତ ହେଉଛି । ତେବେ ପ୍ରଶ୍ନ ଉଠୁଛି ଖେଳାଳୀମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କଲା ବେଳେ ଜାଣତ ବା ଅଜାଣତରେ ସେମାନଙ୍କ ପ୍ରତି ପାତର ଅନ୍ତର ହୋଇଯାଉଛି କି ? ଖେଳାଳୀମାନଙ୍କୁ ପୁରସ୍କୃତ କରିବା ଲାଗି ଦେଶରେ ଏକ ଅଧିକ ନ୍ୟାୟସଙ୍ଗତ ଓ ଯୁକ୍ତିସଙ୍ଗତ ପୁରସ୍କାର ନୀତି ଅନୁସୃତ ହେବା ଉଚିତ କି ? ଏଥିପାଇଁ ଟୋକିଓ ଅଲିମ୍ପିକ ପଦକ ବିଜେତାଙ୍କୁ କି ଭଳି ପୁରସ୍କାର ପ୍ରଦାନ କରାଯାଇଛି ତାହା ଜାଣିବା ଆବଶ୍ୟକ । ଭାରତର ଏକମାତ୍ର ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ

ସୁପ୍ତ ଆଗ୍ନେୟଗିରି ଉପରେ ଆନ୍ତଃରାଜ୍ୟ ସୀମା ବିବାଦ

ଗତ ଜୁଲାଇ ୨୬, ୨୦୨୧ରେ ମିଜୋରାମର ଭାରିଙ୍ଗତେ ଗାଁ ନିକଟରେ ଆସାମ ଓ ମିଜୋରାମ ରାଜ୍ୟ ଦୁଇଟିର ପୁଲିସଙ୍କ ମଧ୍ୟରେ କଦର୍ଯ୍ୟ ରକ୍ତାକ୍ତ ସଂଘର୍ଷର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଲା । ଉଭୟ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ ଏପରି ଭୟଙ୍କର ରୂପ ନେଲା ଯେ ପୁଲିସଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଆସାମର ୬ ଜଣ ପୁଲିସ କର୍ମୀଙ୍କ ସମେତ ଜଣେ ସାଧାରଣ ନାଗରିକର ପ୍ରାଣହାନି ହେଲା । କିଛି ଦିନ ତଳେ ଓଡିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ କୋଟିଆ ଗ୍ରାମପୁଞ୍ଜକୁ ନେଇ ସୀମା ବିବାଦ ମଧ୍ୟ ଅଶୋଭନୀୟ ସ୍ତରକୁ ଯାଇଥିଲା । କେବଳ ଆସାମ-ମିଜୋରାମ ବା ଓଡିଶା-ଆନ୍ଧ୍ର ପ୍ରଦେଶ ମଧ୍ୟରେ ନୁହେଁ ; ବରଂ ବିଭିନ୍ନ ରାଜ୍ୟ ମଧ୍ୟରେ ଏହି ସୀମା ବିବାଦ ବର୍ଷ ବର୍ଷ ଧରି ଅସମାହିତ ଅବସ୍ଥାରେ ଲାଗି ରହିଥିବାରୁ ସେଗୁଡିକର ତୁରନ୍ତ ସମାଧାନ ହେବା ବାଞ୍ଛନୀୟ । ଇତି ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ତରଫରୁ ଲୋକସଭାରେ ସୂଚିତ କରାଯାଇଛି ଯେ ଦେଶରେ ରାଜ୍ୟ-ରାଜ୍ୟ ମଧ୍ୟରେ କେବଳ ୭ଟି ସୀମା ବିବାଦ ରହିଛି । ସେଗୁଡିକ ହେଲା, ହରିଆଣା-ହିମାଚଳ ପ୍ରଦେଶ, ଲଦାଖ-ହିମାଚଳ ପ୍ରଦେଶ, ମହାରାଷ୍ଟ୍ର-କର୍ଣ୍ଣାଟକ, ଆସାମ-ଅରୁଣାଚଳ ପ୍ରଦେଶ, ଆସାମ-ନାଗାଲାଣ୍ଡ, ଆସାମ-ମିଜୋରାମ ଓ ଆସାମ-ମେଘାଳୟ । ଅର୍ଥାତ୍, ଉପରୋକ୍ତ ସୀମା ବିବାଦଗୁଡିକ ମଧ୍ୟରୁ ସର୍ବାଧିକ ୪ଟି ବିବାଦ ସହ ଆସାମ ରାଜ୍ୟ ସଂଶ୍ଳିଷ୍ଟ । ପାହାଡ ପର୍ବତ ଘେରା ଉତ୍ତର-ପୂର୍ବର ରାଜ୍ୟଗୁଡିକରେ ଦଶକ-ଦଶକ ଧରି ବ

ପାଞ୍ଚ ଟ୍ରିଲିଅନ ବ୍ୟାଙ୍କ ଠକେଇ

ଅନେକଙ୍କର ଧାରଣା ବିଜୟ ମାଲ୍ୟା, ନୀରବ ମୋଦୀ, ମେହୁଲ ଚୋକସିଙ୍କ ଭଳି କୁଖ୍ୟାତ ବ୍ୟବସାୟୀ ଓ ଅପରାଧୀମାନେ ୟୁପିଏ ଅମଳରେ ଅନୈତିକ ଭାବେ ଋଣ ନେଇ ଭାରତୀୟ ବ୍ୟାଙ୍କଗୁଡିକୁ ହଜାର ହଜାର କୋଟି ଟଙ୍କା ଠକେଇ ବିଦେଶକୁ ପଳାଇ ଯିବା ପରେ ବ୍ୟାଙ୍କସମୂହ ଓ ସରକାରଙ୍କ ସତର୍କତା ଯୋଗୁ ବୋଧହୁଏ ଭାରତରେ ବ୍ୟାଙ୍କ ଠକେଇ ଯଥେଷ୍ଟ ହ୍ରାସ ପାଇଛି । ହେଲେ ସ୍ଥିତି ସମ୍ପୂର୍ଣ୍ଣ ବିପରୀତ । ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୦-୨୧ ବର୍ଷରେ ବ୍ୟାଙ୍କ ଠକେଇର ପରିମାଣ ମୋଟ ପ୍ରାୟ ୫ ଲକ୍ଷ କୋଟି (ଟ୍ରିଲିଅନ) ଛୁଇଁବାକୁ ଯାଉଛି । ବ୍ୟାଙ୍କ ଠକେଇର ପରିମାଣ ୨୦୧୯-୨୦ ବର୍ଷରେ ୧,୮୫,୪୬୮ କୋଟି ଟଙ୍କା ଥିଲା, ଯାହା ୨୦୨୦-୨୧ରେ ହ୍ରାସ ପାଇ ୧,୩୮,୪୨୨ କୋଟି ଟଙ୍କା ହୋଇଛି, ଯଦ୍ଦ୍ୱାରା ସର୍ବମୋଟ ବ୍ୟାଙ୍କ ଠକେଇର ପରିମାଣ ୪.୯୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅବଶ୍ୟ ରିଜର୍ଭ ବ୍ୟାଙ୍କ ତା’ର ହିସାବ ବର୍ଷକୁ ଜୁଲାଇ-ଜୁନ ବଦଳରେ ଅପ୍ରେଲ-ମାର୍ଚ୍ଚ ଯାଏଁ କରିଥିବାରୁ ରିଜର୍ଭ ବ୍ୟାଙ୍କ ଦ୍ୱାରା ୨୦୨୦-୨୧ ବର୍ଷ ପାଇଁ ପ୍ରଦତ୍ତ ତଥ୍ୟ ପୂରା ୧୨ ମାସର ନ ହୋଇ ଜୁଲାଇରୁ ମାର୍ଚ୍ଚ ଯାଏଁ ୯ ମାସ ପାଇଁ ଅଟେ । ସରକାର କୃଷି ଓ କୃଷକମାନଙ୍କ ପାଇଁ ଅନେକ ସବସିଡି ଓ ସୁବିଧା ସୁଯୋଗ ଦେଉଥିବା କଥା କୁହାଯାଇଥାଏ । ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୨୦-୨୧ ବଜେଟରେ କୃଷି, ସମବାୟ, କୃଷକ ମଙ୍ଗଳ ବିଭାଗ ପାଇଁ ଆବଣ୍ଟିତ ରାଶି