ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ଦ୍ୱାରା ୨୦୧୯-୨୦ ବର୍ଷ ପାଇଁ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସମୀକ୍ଷାର ବିଷୟବସ୍ତୁ ହେଉଛି ‘ସମ୍ପ ତ୍ତି ସୃଷ୍ଟି’ ଓ ଏହା ମାଧ୍ୟମରେ ବିକାଶର ଲକ୍ଷ୍ୟ ହାସଲ କରିବା ପାଇଁ ଯେଉଁ ଦଶଟି ନୂଆ ବିଚାରର ଅବତାରଣା କରାଯାଇଛି, ତାହା ତର୍ଜମାର ଅପେକ୍ଷା ରଖେ । ପ୍ରଥମ, ସମ୍ପ ତ୍ତି ସୃଷ୍ଟି ହେବାରେ ସମସ୍ତଙ୍କର ଲାଭ ହୋଇଥାଏ । ଦେଶରେ ସମସ୍ତଙ୍କ ମଧ୍ୟରେ ସମ୍ପ ତ୍ତି ବ ଣ୍ଟ ନ ଲାଗି ପ୍ରଥମେ ଅଧିକରୁ ଅଧିକ ସମ୍ପ ତ୍ତି ସୃଷ୍ଟି ହେବା ଆବଶ୍ୟକ । ବାସ୍ତବିକ ବିକାଶକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ‘ସମ୍ପ ତ୍ତି ସୃଷ୍ଟି’ର ଏକ ଗୁଣକ ପ୍ରଭାବ (ମଲଟିପ୍ଲାୟର ଇଫେକ୍ଟ) ପରିଲକ୍ଷିତ ହୋଇଥାଏ । କିନ୍ତୁ ପରିତାପର ବିଷୟ ଭାରତରେ ସମ୍ପ ତ୍ତି ସୃଷ୍ଟିକାରୀଙ୍କୁ ଭଲ ଦୃଷ୍ଟିରେ ଦେଖାଯାଇ ନଥାଏ । ସେମାନଙ୍କୁ ସମ୍ପ ତ୍ତି ଠୁଳକାରୀ ‘ଶୋଷକ ବର୍ଗ’ର ବୋଲି ଚିତ୍ରିତ କରାଯାଇଥାଏ ଓ ସମାଜର ଏକ ବଡ ବର୍ଗ ସେମାନଙ୍କୁ ଆନ୍ତରିକ ଭାବେ ଗ୍ରହଣ କରି ପାରି ନଥାଏ । ସମ୍ପ ତ୍ତି ସୃଷ୍ଟିକାରୀଙ୍କ ପ୍ରତି ଏହି ନକାରାତ୍ମକ ମନୋଭାବ ଉଦ୍ୟୋଗୀ ସୃଷ୍ଟି କରିବାରେ ବାଧକ ସାଜୁଥିବାରୁ ସମ୍ପ ତ୍ତି ସୃଷ୍ଟିକାରୀଙ୍କୁ ସମ୍ମାନ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଦ୍ୱିତୀୟ, ବଜାର ଅର୍ଥନୀତିର ଅଦୃଶ୍ୟ ହାତ ସମ୍ପ ତ୍ତି ସୃଷ୍ଟ...