Skip to main content

Posts

Showing posts with the label Cow Hug Day Valentine Day India Odia

କାହିଁକି ଫସର ଫାଟିଲା ଗୋ ଆଲିଙ୍ଗନ ଦିବସ

ନବେ ଦଶକର ପ୍ରାରମ୍ଭରୁ ଦେଶରେ ଅର୍ଥନୈତିକ ଉଦାରୀକରଣ ବ୍ୟବସ୍ଥା ପ୍ରଚଳନ ସହ ‘ଭାଲେଣ୍ଟାଇନ ଡେ’ ପାଳନର ଲୋକପ୍ରିୟତା ମଧ୍ୟ ବଢ଼ି ବଢ଼ି ଚାଲିଲା । କିଛି ବର୍ଷ ପରେ ଏହାକୁ ଅପସଂସ୍କୃତି କହି ବଜରଙ୍ଗ ଦଳ ପରି ମୌଳବାଦୀ ସଙ୍ଗଠନଗୁଡ଼ିକ ଏହାର ହିଂସାତ୍ମକ ଭାବେ ତୀବ୍ର ବିରୋଧ କରିବାକୁ ଲାଗିଲେ । ଏହା ସତ୍ତ୍ୱେ ଏହାର ପାଳନରେ ଉତ୍ସାହ ହ୍ରାସ ପାଇଲା ନାହିଁ । ୨୦୧୮ରେ ଭାରତୀୟ ଜନତା ଦଳ ତରଫରୁ ଏହି ଦିନଟିକୁ ‘ମାତୃ-ପିତୃ ଦିବସ’ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ ବି ରାଜସ୍ଥାନ ସରକାରଙ୍କ ଶିକ୍ଷାମନ୍ତ୍ରୀ ତାକୁ ଅଗ୍ରାହ୍ୟ କରି କହିଥିଲେ ଯେ ବାପା-ମାଙ୍କୁ କେବଳ ଗୋଟିଏ ଦିନ ସମ୍ମାନ ଜଣାଇ ଦାୟିତ୍ୱମୁକ୍ତ ହୋଇହେବନାହିଁ । ବସ୍ତୁତଃ ‘ଭାଲେଣ୍ଟାଇନ ଡେ’ ପାଳନକୁ ଫିକା ପକାଇବା ଲାଗି ହୋଇଥିବା ଉଦ୍ୟମଗୁଡ଼ିକ ଆଶାନୁରୂପ ସଫଳତା ହାସଲ କରିବା ପରିବର୍ତ୍ତେ ‘ଭାଲେଣ୍ଟାଇନ ଡେ’ର ଲୋକପ୍ରିୟତା, ବିଶେଷ କରି ସହରାଞ୍ଚଳମାନଙ୍କରେ, ବୃଦ୍ଧି ପାଇ ଚାଲିଛି । ଏକ ଆକଳନ ଅନୁସାରେ କେବଳ ୨୦୨୦ ମସିହା ଭାଲେଣ୍ଟାଇନ ଦିବସ ଦିନ ଭାରତରେ ୧୦ କୋଟିରୁ ଅଧିକ ଡଲାର (ପ୍ରାୟ ୮୦୦ କୋଟି ଟଙ୍କା)ର ଉପହାର ଦିଆନିଆ ହୋଇଥିଲା । ‘ଭାଲେଣ୍ଟାଇନ ଡେ’କୁ ବିରୋଧ କ୍ରମରେ ସଦ୍ୟତମ ପ୍ରୟାସ ହେଉଛି ଫେବୃଆରି ୧୪ ଦିନଟିକୁ  ‘ଗୋ ଆଲିଙ୍ଗନ ଦିବସ’ (କାଓ ହଗ ଡେ) ରୂପେ ପାଳନ କରିବାର ଘୋଷଣା । ୨୦୨୩ରେ ଏହି ଦିନଟିକୁ ‘ଗୋ ଆଲିଙ୍ଗନ ଦିବସ’ (କାଓ ହଗ ଡେ) ରୂପ...