Skip to main content

Posts

Showing posts with the label TRP BARC India Odia

ଟିଆରପି କେଳେଙ୍କାରି

ବିଭିନ୍ନ ସମୟରେ ଟିଆରପି ବା ଟେଲିଭିଜନ ରେଟିଂ ପଏଣ୍ଟରେ ହେରଫେର ହେଉଥିବାର ଅଭିଯୋଗମାନ ଶୁଣିବାକୁ ମିଳୁଥିଲା । ହେଲେ ଟିଆରପିକୁ ନେଇ ଏକ ବଡ ଧରଣର ଦୁର୍ନୀତି ହୋଇଥିବା ସମ୍ପର୍କରେ ମୁମ୍ୱଇ ପୁଲିସ କମିଶନର ଏକ ସାମ୍ୱାଦିକ ସମ୍ମିଳନୀରେ ଜଣାଇବା ସହ ସେଥିରେ ଚର୍ଚ୍ଚିତ ସାମ୍ୱାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ‘ରିପବ୍ଲିକ ଟିଭି’ ଚ୍ୟାନେଲ ସମେତ ‘ଫକ୍ତ ମରାଠୀ’ ଓ ‘ବକ୍ସ ସିନେମା’ ନାମକ ଆଉ ଦୁଇଟି ଚ୍ୟାନେଲ ସମ୍ପୃକ୍ତ ଥିବା କଥା ଘୋଷଣା କରିବା ପରେ ଗଣମାଧ୍ୟମ ସହ ସମ୍ପୃକ୍ତ କିଛି ବ୍ୟକ୍ତିବିଶେଷଙ୍କ କୁତ୍ସିତ ଚେହେରା ଓ ଗତିବିଧି ପଦାରେ ପଡିବା ସହ ସମଗ୍ର ଟିଆରପି ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲାଗିଛି । ଭାରତୀୟ ଟେଲିଭିଜନ ଇତିହାସରେ ଏହା ହେଉଛି ପ୍ରଥମ ବଡ ଧରଣର କେଳେଙ୍କାରି । ନିଜ ଚ୍ୟାନେଲକୁ ନମ୍ୱର ଏକ ଚ୍ୟାନେଲ ବୋଲି ପ୍ରତିପାଦିତ କରିବା ଲାଗି ହେଉଥିବା ପ୍ରତିଯୋଗିତାରେ ଜନସାଧାରଣଙ୍କ ଅଗୋଚରରେ ଯେଉଁ ସବୁ ଅସଲ ଖେଳ ଖେଳା ଯାଇଥାଏ, ତାହା ବୁଝିବାକୁ ହେଲେ ଦର୍ଶକଙ୍କୁ ଏହି ଟିଆରପି ବ୍ୟବସ୍ଥାଟି ସମ୍ପର୍କରେ ଅବଗତ ହେବାର ଆବଶ୍ୟକତା ରହିଛି । ବିଭିନ୍ନ ଟେଲିଭିଜନ ଚ୍ୟାନେଲ ଓ ସେମାନଙ୍କ ଦ୍ୱାରା ପ୍ରସାରିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଲୋକପ୍ରିୟତାକୁ ମାପିବା ପାଇଁ ଟିଆରପି ବା ଟେଲିଭିଜନ ରେଟିଂ ପଏଣ୍ଟ ଏକ ସୂଚକାଙ୍କ ବା ଇଣ୍ଡେକ୍ସ ଭଳି ବ୍ୟବହୃତ ହୋଇଥାଏ । ସେହି ଚ୍ୟାନେଲ ଓ କାର୍ଯ୍ୟକ୍ରମଗୁଡିକୁ ମିଳୁଥିବା ଟ...