Skip to main content

Posts

Showing posts with the label Social

ବାଲ୍ୟବିବାହ ପ୍ରଥାର ଅନ୍ତ କେବେ ?

‘ଦେଲା ନାରୀ ହେଲା ପାରି’, ‘ଝିଅ ଘିଅ’, ‘ଗୃହଯୋଗ୍ୟା ହେବା’ ଆଦି ଆମ ସମାଜରେ ପ୍ରଚଳିତ ପୁରୁଷ ମାନସିକତାର ଏହି କଥାଗୁଡିକରେ ବଢିଲା ଝିଅକୁ ବୋଝ ବା ବିପଦ ବୋଲି ଅଭିହିତ କରାଯାଇଛି । ସେହି କଥା ବାରମ୍ବାର ଶୁୁଣୁୁଥିବା ଲୋକଟିଏ ସତକୁ ସତ ଝିଅକୁ ବୋଝ ବୋଲି ଗ୍ରହଣ କରି ନେଇ ଯଥାଶୀଘ୍ର ତା ହାତକୁ ଦି ହାତ କରିବା ପାଇଁ ବୋଝ ଓ ବିପଦମୁକ୍ତ ହେବାକୁ ବ୍ୟଗ୍ର ହୋଇପଡେ । ଫଳସ୍ୱରୂପ, ସମୟ ପୂର୍ବରୁ ବାଲ୍ୟ ବିବାହ କରି ଆଉ ଗୋଟିଏ ଝିଅ ବାହା ବେଦିରେ ବଳି ପଡିଯାଏ । ସାରା ବିଶ୍ୱରେ ବାଲ୍ୟବିବାହ ପ୍ରଥାକୁ ମୌଳିକ ମାନବିକ ଅଧିକାରର ପରିପନ୍ଥୀ ବୋଲି ବିବେଚନା କରା ଯାଇଛି । ତେଣୁ ୧୯୮ଟି ଦେଶ ବିବାହ ପାଇଁ ସର୍ବନିମ୍ନ ବୟସ ସ୍ଥିର କରି ଆଇନ ପ୍ରଣୟନ କରଥିଲେ ମଧ୍ୟ ଅନେକ ଦେଶରେ ତାହା କଡାକଡି ଭାବେ ପାଳନ ହେଉନାହିଁ । ଫଳରେ ପୃଥିବୀର ବିଭିନ୍ନ ଦେଶରେ ଏହି କୁପ୍ରଥା ଏବେ ମଧ୍ୟ ପ୍ରଚଳିତ ଓ ବିଶ୍ୱରେ ପ୍ରତି  ପାଞ୍ଚ  ଜଣରେ ଜଣେ ବାଳିକା ନିର୍ଦ୍ଧାରିତ ୧୮ ବର୍ଷ ବୟସ ପୂର୍ବରୁ ବାଲ୍ୟବିବାହ କରିବାକୁ ବାଧ୍ୟ ହେଉଛନ୍ତି ।  ବର୍ତ୍ତମାନ ଜୀବିତ ୬୫ କୋଟି ମହିଳା ବାଲ୍ୟବିବାହ କରିଥିଲେ । ପ୍ରତିବର୍ଷ ପ୍ରାୟ ୧ କୋଟି ୨୦ଲକ୍ଷ ବାଳିକା ୧୮ ବର୍ଷ ନ ପୂରୁଣୁ ବାହା ହେଉଛନ୍ତି, ଯାହା ଅର୍ଥ ପ୍ରତି ମିନିଟରେ ୨୩ ଜଣ । ନାଇଜର ନାମକ ଦେଶରେ ସର୍ବାଧିକ ୭୬ ପ୍ରତିଶତ ବାଳିକା ବାଲ୍ୟବିବାହର ଶିକାର ହେଉଛନ୍ତି । ଏକଦା ଭାରତରେ ...

ଧଳା ଟର୍କିସ ଟାଓ୍ଵେଲ ପିନ୍ଧା ଚଉକି

ଚଉକି କ୍ଷମତାର ପ୍ରତୀକ l ସରକାରୀ କାର୍ଯ୍ୟାଳୟରେ ଚଉକି ଖଣ୍ଡେ ପାଇଥିବା ଲୋକଟିର କ୍ଷମତା ଯେ କେତେ ଅଧିକ ତାହା ଯେ କେହି ହୃଦୟଙ୍ଗମ କରିଥିବେ l କିନ୍ତୁ ସେହି ଚଉକି ଉପରେ ଯେତେବେଳେ ଧଳା ଟର୍କିସ ଟାଓ୍ଵେଲ (ତଉଲିଆ) ଖଣ୍ଡେ ପଡିଯାଏ, ସେହି ଚଉକିର ଅଧିକାରୀଙ୍କ କ୍ଷମତା ଯେ ନିଶ୍ଚିତ ଭାବେ ସ୍ଵତନ୍ତ୍ର, ତାହା ବୁଝିବାକୁ ଆଉ ବାକି ରହେନାହିଁ l ତେବେ ଭାରତରେ ପ୍ରଚଳିତ ଏହି ଧଳା ଟର୍କିସ ଟାଓ୍ଵେଲ ପିନ୍ଧା ଚଉକି ବ୍ୟବସ୍ଥା ବିଦେଶରେ ଦେଖାଯାଏ ନାହିଁ, ଭାରତରେ ମଧ୍ୟ ତାହା ଅତୀତରେ ନ ଥିଲା l ଇଂରେଜ ଶାସନର ଶେଷ ବେଳକୁ ସେମାନେ ଭାରତୀୟ ଅମଲାଙ୍କ ପାଇଁ ଏହି ବ୍ୟବସ୍ଥାଟି ଆରମ୍ଭ କଲେ, କାରଣ ଭାରତୀୟମାନେ ମୁଣ୍ଡରେ ତେଲ ଲଗାଉଥିବାରୁ ଚଉକିରେ ଦାଗ ଲାଗି ଯାଉଥିଲା l ଚଉକିଗୁଡିକୁ ତେଲ ଦାଗ ଲାଗିବାରୁ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରଚଳିତ ଏହି ବ୍ୟବସ୍ଥା ସେମାନଙ୍କ ପାଇଁ ଲାଗୁ ନଥିଲା l ଅର୍ଥାତ୍, ସେମାନେ ବସୁଥିବା ଚଉକି ଉପରେ ଟର୍କିସ ଟାଓ୍ଵେଲ ପଡୁ ନଥିଲା l ସେମାନଙ୍କର ଭାରତୀୟଙ୍କ ତେଲମଖା ମୁଣ୍ଡ ପ୍ରତି ଘୃଣାରୁ ଉତ୍ପନ୍ନ ଏହି ବ୍ୟବସ୍ଥାଟିକୁ ଭାରତୀୟ ଅମଲାମାନେ ଏକ ସମ୍ମାନ ଭାବେ ଗ୍ରହଣ କରିନେଲେ, ଆଉ ତାହା କ୍ରମଶଃ କ୍ଷମତା ପ୍ରଦର୍ଶନର ଏକ ଅଳଙ୍କାର ପାଲଟିଗଲା l ଚଉକି ଉପରେ ପଡୁଥିବା ତଉଲିଆଟି ଏକ ସାଧାରଣ ତଉଲିଆ ନ ହୋଇ ଟର୍କିସ ଟାଓ୍ଵେଲ ହୋଇଥାଏ l ସପ୍ତଦଶ ଶତାବ୍ଦୀରେ ତୁର୍କୀର ବୁର୍ସା ସହରରେ ପ୍ରଥମେ ତିଆର...