Skip to main content

Posts

Showing posts from September, 2022

ଭିନ୍ନ ମାପକାଠିରେ ଓଡିଶାର ମହିଳା ସଶକ୍ତିକରଣ

ମହିଳା ସଶକ୍ତିକରଣ କହିଲେ ସାଧାରଣତଃ ସାମାଜିକ, ଅର୍ଥନୈତିକ, ରାଜନୈତିକ ତଥା ଅନ୍ୟାନ୍ୟ ପ୍ରତିଟି କ୍ଷେତ୍ରରେ ମହିଳାମାନଙ୍କ ବର୍ଦ୍ଧିତ ଅଂଶଗ୍ରହଣକୁ ହିଁ ବୁଝାଇଥାଏ । ତେବେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନଏଫଏଚଏସ)ରେ ମହିଳା ସଶକ୍ତିକରଣକୁ ମାପିବା ପାଇଁ ଏକ ଭିନ୍ନ ମାପକାଠିର ପ୍ରୟୋଗ ହୋଇଥାଏ । ଏହାର ୫ମ ପର୍ୟ୍ୟାୟ (୨୦୨୦-୨୧) ରିପୋର୍ଟରେ ସାରା ଦେଶ ଓ ବିଭିନ୍ନ ରାଜ୍ୟରେ ୧୫ରୁ ୪୯ ବର୍ଷର ମହିଳାମାନଙ୍କର ସଶକ୍ତିକରଣର ସ୍ଥିତି ପ୍ରକାଶ ପାଇଛି । ଏହି ସର୍ଭେରେ ମହିଳା ସଶକ୍ତିକରଣର ସ୍ଥିତି ଜାଣିବା ପାଇଁ ଯେଉଁ ୬ଟି ପରିମାପକର ସାହାଯ୍ୟ ନିଆଯାଇଛି ସେଗୁଡିକୁ ପର୍ୟ୍ୟାଲୋଚନା କରାଯାଉ । ମହିଳା ସଶକ୍ତିକରଣର ପ୍ରଥମ ପରିମାପକ ରୂପେ ଜଣେ ବିବାହିତା ମହିଳା ପରିବାରର ତିନିଟି ମୁଖ୍ୟ ପ୍ରସଙ୍ଗରେ ନିଷ୍ପତ୍ତି ଗ୍ରହଣ କରିବା ପାଇଁ କେତେ ଦୂର ସମର୍ଥ, ତାହା ବିବେଚନା କରାଯାଇଥାଏ । ସେହି ପ୍ରସଙ୍ଗ ତିନିଟି ହେଲା ମହିଳା ଜଣକ ନିଜ ସ୍ୱାସ୍ଥ୍ୟର ଯତ୍ନ ପାଇଁ ନିଜେ ନିର୍ଣ୍ଣୟ ନେବା, ପରିବାର ପାଇଁ ବଡ ବଡ ଜିନିଷର କ୍ରୟ ନିଷ୍ପତ୍ତିରେ ଅଂଶଗ୍ରହଣ କରିବା ଓ ନିଜ ପରିବାର ବା ସମ୍ପର୍କୀୟଙ୍କ ନିକଟକୁ ବୁଲିଯିବାର ନିଷ୍ପତ୍ତି ନିଜେ ନେବା । ଓଡିଶାରେ ୯୦.୨ ପ୍ରତିଶତ ମହିଳା ଏହି ତିନିଟି ପ୍ରସଙ୍ଗରେ ନିଷ୍ପତ୍ତି ନେବାରେ ଅଂଶଗ୍ରହଣ କରି ପାରୁଛନ୍

ଡାକ୍ତରଙ୍କ ଚିଠାରେ ହୋରସଙ୍କ ଆଖି

ଥରେ ମୁନାର ଦେହ ଖରାପ ହୋଇଥାଏ । ବାପା ତାକୁ ସାଙ୍ଗରେ ନେଇ ଡାକ୍ତରଙ୍କ ପାଖକୁ ଗଲେ । ମୁହଁଟି ତାର ଶୁଖିଲା ଦିଶୁଥାଏ । ଡାକ୍ତରବାବୁ ମୁନାର ଦେହ ପରୀକ୍ଷା କଲା ପରେ କାଗଜରେ ଔଷଧ ଲେଖିବା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ସେଥିରେ ଗୋଟିଏ ସଙ୍କେତ ଲେଖିଲେ ଯେଉଁଟି ଇଂରାଜୀ ଅକ୍ଷର ‘ ଆର ’ ଓ ‘ ଏକ୍ସ ’ ସହ ସାଦୃଶ୍ୟ ଥିଲା । କୌତୂହଳବଶତଃ ମୁନା ଡାକ୍ତରବାବୁଙ୍କ ନିକଟରୁ ଚିହ୍ନଟି ସମ୍ପର୍କରେ ଜାଣିବାକୁ ଚାହିଁବାରୁ ଡାକ୍ତରବାବୁ କହିଲେ ଯେ ଏହି ଚିହ୍ନଟି ସୁରକ୍ଷା ବା ଆରୋଗ୍ୟର ପ୍ରତୀକ ହୋଇଥିବାରୁ ପ୍ରତ୍ୟେକ ଡାକ୍ତର ଔଷଧ ଲେଖିବା ପୂର୍ବରୁ ଏହି ସଙ୍କେତଟିକୁ ଲେଖିଥାଆନ୍ତି । ଏହା ଏକ ଲାଟିନ ଶବ୍ଦରୁ ଆସିଛି ଯାହାର ଅର୍ଥ ‘ ନିଅ ’ । ସଙ୍କେତଟି ସମ୍ପର୍କରେ ମୁନାର ଅଧିକ ଜାଣିବାର ଆଗ୍ରହ ଦେଖି ଡାକ୍ତରବାବୁ ସେହି ସଙ୍କେତଟି ପଛରେ ଥିବା ମିଶରୀୟ ପୁରାଣର ଏକ ମଜାଦାର ଗପ ଶୁଣାଇଲେ । ‘ ହୋରସଙ୍କ ଆଖି ’ ରୁ ଏହି ସଙ୍କେତଟିର ସୃଷ୍ଟି । ପ୍ରାଚୀନ ମିଶରରେ ଆକାଶର ଦେବତା ଥିଲେ ହୋରସ । ସେ ବିଭିନ୍ନ ରୂପରେ ପୂଜା ପାଉଥିଲେ ବି ତାଙ୍କୁ ସାଧାରଣତଃ ବାଜ ପକ୍ଷୀ ଭାବେ ଦର୍ଶା ଯାଉଥିଲା । ଅନ୍ୟ ଏକ ରୂପରେ ତାଙ୍କର ଶରୀର ମଣିଷ ଭଳି ହୋଇଥିଲା ବେଳେ ମୁଣ୍ଡଟି ବାଜ ପକ୍ଷୀ ପରି ଥିଲା । ତାଙ୍କ ଡାହାଣ ଆଖିଟି ସୂର୍ଯ୍ୟ ହୋଇଥିବା ବେଳେ ବାମ ଆଖିଟି ଚନ୍ଦ୍ର ବୋଲି ବିଚାର କରା ଯାଇଥାଏ । ଏହି ଦେବତାଙ୍କ ମୁଣ୍ଡଟିର ଆକାର ଅନେକଟା ଇଂ

ରାଷ୍ଟ୍ରପତିଙ୍କ ଅସମ୍ମାନ

ଲୋକସଭାରେ କଂଗ୍ରେସ ଦଳର ନେତା ଥିବା ଅଧୀର ରଞ୍ଜନ ଚୌଧୁରୀଙ୍କ ଦ୍ୱାରା ଜୁଲାଇ ୨୮, ୨୦୨୨ରେ ସଂସଦ ବାହାରେ ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ଭାବେ ସମ୍ୱୋଧନ କରିବାକୁ କେନ୍ଦ୍ର କରି ଉଭୟ ସଂସଦ ଭିତରେ ଓ ବାହାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସେ ଜଣେ ବଙ୍ଗଳାଭାଷୀ ଓ କହୁ କହୁ ଏହା ତାଙ୍କ ପାଟିରୁ ଖସି ଯାଇଥିଲା ବୋଲି ସେ ଦେଇଥିବା ସଫେଇଟି ଗ୍ରହଣୀୟ ହୋଇ ନ ଥିଲା । ଏଥିଲାଗି ତାଙ୍କୁ ରାଷ୍ଟ୍ରପତିଙ୍କଠାରୁ  ବ୍ୟକ୍ତିଗତ ଭାବେ କ୍ଷମା ଯାଚନା କରିବାକୁ ହୋଇଥିଲା । ‘ରାଷ୍ଟ୍ରପତ୍ନୀ’ ଶବ୍ଦଟି ଏକ ଅତିମାତ୍ରାରେ ଲିଙ୍ଗ-ପକ୍ଷପାତୀ (ସେକ୍ସିଷ୍ଟ) ମନ୍ତବ୍ୟ ଓ ଏହା ରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନସୂଚକ ହେଉଥିବାରୁ ଏହାର ପ୍ରୟୋଗ ସର୍ବାଦୌ ନିନ୍ଦନୀୟ । ରାଷ୍ଟ୍ରପତି ପଦଟି ସର୍ବୋଚ୍ଚ ସାମ୍ୱିଧାନିକ ପଦ ହୋଇଥିବାରୁ ନାଗରିକଙ୍କ ଦ୍ୱାରା ସେଥିପ୍ରତି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ହେବା ଉଚିତ । ତେବେ ବିଭିନ୍ନ ସମୟରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇ ତାଙ୍କ ପ୍ରତି ଭିନ୍ନ ଭିନ୍ନ ଢଙ୍ଗରେ ଅସମ୍ମାନ ପ୍ରଦର୍ଶନ ହେଉଥିବାରୁ ରାଷ୍ଟ୍ରପତିଙ୍କ ଅସମ୍ମାନ ପ୍ରସଙ୍ଗଟି ବିସ୍ତୃତ ଆଲୋଚନାର ଅପେକ୍ଷା ରଖେ । ଅଧୀର ରଞ୍ଜନ ଚୌଧୁରୀଙ୍କ ଆପତ୍ତିଜନକ ମନ୍ତବ୍ୟର ଭର୍ତ୍ସନା କରି ମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭାରେ ଯେଉଁ ବକ୍ତବ୍ୟଟି ଉପସ୍ଥାପନ କରିଥିଲେ ସେଥିରେ ମଧ୍ୟ ରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ ହୋଇଥିବା ପରିଲ

ଭଲ ସ୍କୁଲ ଶିକ୍ଷା କ’ଣ କେବଳ ସମ୍ପନ୍ନଙ୍କ ଅଧିକାର ?

ନିକଟରେ ଏକ ସାକ୍ଷାତକାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏକ ଉକ୍ତି - “କ’ଣ ଭାରତର ରାଷ୍ଟ୍ରପତିଙ୍କ ନାତୁଣୀର ସ୍କୁଲ ଦରମାର ଢାଞ୍ଚା ଆଉ ଆପଣଙ୍କ ଘରେ କାମ କରୁଥିବା କାମବାଲିର ଝିଅର ସ୍କୁଲ ଦରମାର ଢାଞ୍ଚା ଏକା ହେବା ଉଚିତ ? ଯିଏ ଅଧିକା ଦେଇ ପାରୁଛନ୍ତି ସେ ତାଙ୍କ ପକେଟରୁ ଦିଅନ୍ତୁ । ଯିଏ ଦେଇ ପାରୁନାହାନ୍ତି ସରକାର ତାଙ୍କ କଥା ଚିନ୍ତା କରନ୍ତୁ ।“ – ଏବେ ସାମାଜିକ ଗଣମାଧ୍ୟମରେ ବେଶ ଆଲୋଚିତ ହେଉଛି । ଦିଲ୍ଲୀ ସରକାରଙ୍କ ଶିକ୍ଷାନୀତିକୁ ଆକ୍ଷେପ କରି ସେ ଏହା କହିଥିଲେ । ଦିଲ୍ଲୀ ସରକାର ଦାରିଦ୍ର୍ୟକୁ ମହିମାମଣ୍ଡିତ କରିବା ସହିତ ପ୍ରଦର୍ଶନ କରି ସମ୍ପନ୍ନତାକୁ ଏକ ନାପସନ୍ଦଯୋଗ୍ୟ ଦୃଷ୍ଟିରେ ଦେଖୁଥିବା ବିଷୟ ଇଙ୍ଗିତ କରି ସେ କହିଥିଲେ ଯେ ଦିଲ୍ଲୀ ସରକାରଙ୍କ ମନୋଭାବ – 'ଦେଖ ଆମେ ତ ଗରିବ ଲୋକଙ୍କ ବିଷୟରେ ଚିନ୍ତା କରୁଛୁ’ – ଶିକ୍ଷା କ୍ଷେତ୍ରରେ ଉଦ୍ୟମୀଙ୍କ ଦକ୍ଷତାକୁ ବାଧା ଦେବ ବା ଘରୋଇ ନିବେଶକୁ ନିରୁତ୍ସାହିତ କରିବ । ଏହା କେତେ ଦୂର ସମୀଚୀନ ବୋଲି ସେ ପ୍ରଶ୍ନ କରିଥିଲେ । ମନ୍ତ୍ରୀଙ୍କର ଏହି ଉକ୍ତିରୁ ସରକାରୀ ସ୍କୁଲ ଶିକ୍ଷା ପ୍ରତି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟର ସଙ୍କେତ ମିଳେ । ଭବିଷ୍ୟତରେ ସ୍କୁଲ ଶିକ୍ଷାର ରୂପରେଖ ଓ ତହିଁରେ ସରକାରଙ୍କ ଭାଗିଦାରୀ ଉପରେ ଏହାର ସୁଦୂର ପ୍ରସାରୀ ପ୍ରଭାବ ପଡିବାକୁ ଯାଉଥିବାରୁ ଉପରୋକ୍ତ ଉକ୍ତିର ଏକ ତର୍ଜମା ଆବଶ୍ୟକ । ରାଜନୈତିକ ରଙ୍ଗମଞ୍ଚରେ ସ

‘ସରପଞ୍ଚ ପତି’ ପ୍ରଥାର ଅନ୍ତ କେବେ ?

ଜାତୀୟ ପଞ୍ଚାୟତି ରାଜ ଦିବସ ଅବସରରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦି ଜଣେ ରାଜନୈତିକ କର୍ମୀ ତାଙ୍କ ସହ ସାକ୍ଷାତରେ ନିଜକୁ କିପରି ‘ଏସପି’ ବା ‘ସରପଞ୍ଚ ପତି’ ଭାବେ ପରିଚିତ କରାଇଥିଲେ ତା’ର ଏକ ରୋଚକ ଉଦାହରଣ ଦେବା ସହ ସରପଞ୍ଚ ପତିମାନେ ନିର୍ବାଚିତ ମହିଳା ସରପଞ୍ଚଙ୍କ କାର୍ୟ୍ୟ କ୍ଷେତ୍ରରେ ଦଖଲ ଦେଇ ଅବାଞ୍ଛିତ ପ୍ରଭାବ ବିସ୍ତାର କରୁଥିବାରୁ ତୁରନ୍ତ ଏହି ପ୍ରଥାର ଅନ୍ତ ହେବା ଆବଶ୍ୟକ ବୋଲି ଆହ୍ୱାନ ଜଣାଇଥିଲେ । ଇତିମଧ୍ୟରେ ୭ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ବି ଏହି ପ୍ରଥାର ପରିସମାପ୍ତି ହେବା ତ ଦୂରର କଥା ବରଂ ଏହି ନିନ୍ଦିତ ପ୍ରଥାଟିର ଭିନ୍ନ ଭିନ୍ନ କୁତ୍ସିତ ରୂପ ଦେଖିବାକୁ ମିଳୁଛି  । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ସ୍ୱାଧୀନତା ଓ ଗଣତନ୍ତ୍ରର ଉତ୍ସବ ହର୍ଷୋଲ୍ଲାସରେ ପାଳିତ ହେଉଥିବାବେଳେ ବିଜେପି ଶାସିତ ମଧ୍ୟ ପ୍ରଦେଶର ସାଗର, ପନ୍ନା, ଧାର, ରେୱା ଆଦି ଜିଲ୍ଲାମାନଙ୍କରେ ନବଗଠିତ ପଞ୍ଚାୟତ ପାଇଁ ନିର୍ବାଚିତ ମହିଳା ସରପଞ୍ଚମାନଙ୍କ ମଧ୍ୟରୁ ଅନେକେ ନିଜେ ଶପଥ ଗ୍ରହଣ ନ କରି ସେମାନଙ୍କ ବାପା, ଭିଣୋଇ, ସ୍ୱାମୀ, ଶ୍ୱଶୁର ଆଦି ପୁରୁଷ ପ୍ରତିନିଧିମାନେ ଶପଥ ଗ୍ରହଣ କରୁଥିବାର ଚିତ୍ରମାନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଗଣତନ୍ତ୍ରର ଏହି ବିକୃତ ରୂପ ଅନେକଙ୍କୁ ଲଜ୍ଜିତ କରିଛି । ଏହି ପ୍ରଥାଟି ମହିଳାମାନଙ୍କ ରାଜନୈତିକ ସଶକ୍ତିକରଣର ବାଟ ଓଗାଳୁଥିବାର