Skip to main content

Posts

Showing posts with the label Trump's victory Immigrants Tariff Trade Dollar India Odia

ଟ୍ରମ୍ପଙ୍କ ବିଜୟରେ ଭାରତର ଚିନ୍ତା

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲଡ ଟ୍ରମ୍ପ ନିର୍ବାଚିତ ହେଲା ପରେ ବିଶ୍ୱର ଅନେକ ରାଷ୍ଟ୍ରମୁଖ୍ୟଙ୍କ ନିକଟରୁ ତାଙ୍କ ପାଖକୁ ସୌଜନ୍ୟମୂଳକ ଅଭିନନ୍ଦନର ସୁଅ ଛୁଟିଲା । ହେଲେ ତାଙ୍କ ବିଜୟ ପରେ କେବଳ ଇସ୍ରାଏଲକୁ ବାଦ୍ ଦେଲେ ଚୀନଠାରୁ ଆରମ୍ଭ କରି ୟୁରୋପୀୟ ଦେଶସମୂହଙ୍କ ପର୍ଯ୍ୟନ୍ତ ଅଧିକାଂଶ ରାଷ୍ଟ୍ରଙ୍କର ଚିନ୍ତା ଊଣା ଅଧିକେ ବୃଦ୍ଧି ପାଇଛି । ସେହି ଚିନ୍ତାର କାରଣ ଭିନ୍ନ ଭିନ୍ନ ହୋଇପାରେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଟ୍ରମ୍ପଙ୍କର ସମ୍ପର୍କ ବେଶ ଭଲ ଥିବା ସତ୍ତ୍ୱେ, କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଭାରତର ମଧ୍ୟ ଚିନ୍ତା ବୃଦ୍ଧି ପାଇଛି । ରାଷ୍ଟ୍ରପତି ଭାବେ ପ୍ରଥମ ଦଫାର ଶାସନ କାଳରୁ ଏପର‌୍ୟ୍ୟନ୍ତ ଟ୍ରମ୍ପ ‘ଆମେରିକା ଫାଷ୍ଟ’ ବା ‘ପ୍ରଥମେ ଆମେରିକା’ ନୀତି ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ଅର୍ଥାତ୍, ସ୍ୱାର୍ଥଦ୍ୱନ୍ଦ୍ୱ ଉପୁଜିଲେ ଆମେରିକାର ସ୍ୱାର୍ଥ ରକ୍ଷା ପାଇଁ ସେ ଯେ କୌଣସି ପଦକ୍ଷେପ ନେବାକୁ ପଛାଇବେ ନାହିଁ । ତାହାର ସଫଳ ରୂପାୟନ ପାଇଁ ସେ ଆମେରିକାର ମାନୁଫାକଚରିଙ୍ଗ (ଉତ୍ପାଦନ) ଶିଳ୍ପର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ମାନୁଫାକଚରିଙ୍ଗ ଶିଳ୍ପକୁ ଆବଶ୍ୟକ ସଂରକ୍ଷଣ ପ୍ରଦାନ କରିବା ଲାଗି ସେ ଶ୍ରମବଳର ବିକାଶ, ଅନ୍ୟ ଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିବା ଓ କେତେକ ଆବଶ୍ୟକ ଆଇନ ପ୍ରଣୟନ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି । ବିଦେଶୀମାନଙ୍କ ଅବ...