Skip to main content

Posts

Showing posts from June, 2020

ଜୀବନ ବି ବଞ୍ଚାଇ ହେବ

ପ୍ରଖ୍ୟାତ ଜର୍ମାନ ଲେଖକ ଗେଟେଙ୍କୁ ପ୍ରସିଦ୍ଧି ଆଣି ଦେଇଥିବା ତାଙ୍କ ପ୍ରଥମ ଉପନ୍ୟାସ ‘ଦି ସରୋଜ୍ ଅଫ ୟଙ୍ଗ  ଓ୍ଵେ ର୍ଥର’ ୧୭୭୪ ମସିହାରେ ପ୍ରକାଶ ପାଇଲା ପରେ ତାହା ପ୍ରବଳ ଜନାଦୃତି ଲାଭ କରିଥିଲା । ଉପନ୍ୟାସରେ ପ୍ରେମରେ ବିଫଳ ହୋଇ ନାୟିକାକୁ ଆଉ ହାସଲ କରି ପାରିବ ନାହିଁ ବୋଲି ଉପଲବ୍ଧି କରି ନାୟକ  ଓ୍ଵେ ର୍ଥର ପରିଶେଷରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି । ନାୟକର ଆତ୍ମହତ୍ୟା ପ୍ରାକ୍ ପ୍ରସ୍ତୁତିର ବର୍ଣ୍ଣନା ସମଗ୍ର ୟୁରୋପରେ ଅସଫଳ ପ୍ରେମିକମାନଙ୍କ ଉପରେ ଏପରି ପ୍ରଭାବ ପକାଇଲା ଯେ ତାକୁ ଅନୁସରଣ କରି କେତେକ ନିଜକୁ  ଓ୍ଵେ ର୍ଥରଙ୍କ ପରି ବେଶ ପୋଷାକରେ ଆଭୂଷିତ କରି ସମାନ ପ୍ରକାର ପିସ୍ତଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିବାକୁ ପଛାଇଲେ ନାହିଁ । ସ୍ଥଳ ବିଶେଷରେ ଶବ ନିକଟରୁ ସେହି ପୁସ୍ତକ ମଧ୍ୟ ଉଦ୍ଧାର ହୋଇଥିଲା ବୋଲି କୁହାଯାଏ । ଫଳରେ ସେ ସମୟରେ ୟୁରୋପର ଅନେକ ଦେଶରେ ବହିଟିକୁ ପ୍ରତିବନ୍ଧିତ କରାଯାଇଥିଲା । ସମ୍ଭବତଃ, ସମଗ୍ର ବିଶ୍ୱରେ ଏହା ହିଁ ଥିଲା ‘ଆତ୍ମହତ୍ୟା ନକଲ’ (କପିକ୍ୟାଟ ସୁଇସାଇଡ)ର ପ୍ରଥମ ଉଦାହରଣ ଓ ଏହାକୁ ‘ ଓ୍ଵେ ର୍ଥର ଇଫେକ୍ଟ’ ବୋଲି କୁହାଯାଏ । ମିଡିଆ ଜନିତ ‘ଆତ୍ମହତ୍ୟା ସଂକ୍ରମଣ’କୁ ମଧ୍ୟ ‘ ଓ୍ଵେ ର୍ଥର ଇଫେକ୍ଟ’ ବୋଲି କୁହାଯାଇଥାଏ । ଏଥିରୁ ପୁସ୍ତକ, ନାଟକ, ସିନେମା, ଟେଲିଭିଜନ ଓ ଗଣମାଧ୍ୟମରେ ଆତ୍ମହତ୍ୟାକୁ ନେଇ ଉପସ୍ଥାପିତ, ପ୍ରଚାରିତ ଓ ପ୍ରସାରିତ ତଥ୍ୟ, ବର୍ଣ୍ଣନା ଓ ଦୃଶ୍

ଚୀନର ସୈତାନୀ ବୁଦ୍ଧି

ଭାରତର ଅନ୍ୟତମ ବୃହତ ଋଣ ପ୍ରଦାନକାରୀ ସଂସ୍ଥା ଏଚଡିଏଫସି ମାର୍ଚ୍ଚ ୩୧ , ୨୦୨୦ ପରେ ଯେତେବେଳେ ଷ୍ଟକ ଏକ୍ସଚେଞ୍ଜଗୁଡିକୁ ସୂଚୀତ କଲା ଯେ ଚୀନର କେନ୍ଦ୍ରୀୟ ବ୍ୟାଙ୍କ ପିପୁଲସ ବ୍ୟାଙ୍କ ଅଫ ଚାଇନା ( ପିବିଓସି ) କମ୍ପାନୀର ୧ . ୭୫ କୋଟି ସେୟାର କିଣି ୧ . ୦୧ ପ୍ରତିଶତ ଅଂଶଧନର ଅଧିକାରୀ ହୋଇଛି ବୋଲି , ସେତେବେଳେ ଅର୍ଥ ବଜାରରେ ହଇଚଇ ସୃଷ୍ଟି ହୋଇଗଲା । କରୋନା ଆତଙ୍କରେ ସେୟାର ବଜାର ଧରାଶାୟୀ ହୋଇ ସେୟାର ଦାମ ଅତି ତଳକୁ ଖସି ଯାଇଥିବା ବେଳେ ପିବିଓସି ଏହି ଅଂଶଧନ କିଣିଥିଲା । ଏମିତିରେ ଦେଖିବାକୁ ଗଲେ ଗୋଟିଏ କମ୍ପାନୀରେ ୧ ପ୍ରତିଶତ ଅଂଶଧନ ଆହରଣରେ ସେହି କମ୍ପାନୀର ମାଲିକାନା ବଦଳିଯିବାର ବା ସେହି କମ୍ପାନୀ ବିଦେଶୀଙ୍କ ହାତକୁ ଚାଲିଯିବାର କୌଣସି ଆଶଙ୍କା ନ ଥିଲେ ବି ଏହି ଅସମୟରେ ଭାରତୀୟ କମ୍ପାନୀଗୁଡିକରେ ନିବେଶ କରିବା ପାଇଁ ଚୀନର ଅହେତୁକ ଆଗ୍ରହ ସରକାରଙ୍କୁ ବିଚଳିତ କରିଥିଲା । କାରଣ ସେତେବେଳେ କରୋନା ସଂକ୍ରମଣର ବିପତ୍ତି ମଧ୍ୟରେ ଅନ୍ୟାନ୍ୟ ଦେଶରୁ ସମାନ ପ୍ରକାର ଖବରମାନ ଆସି ଚୀନର ସୈତାନୀ ବୁଦ୍ଧିକୁ ସ୍ପଷ୍ଟ କରି ଦେଇଥିଲା । ତେବେ , ଭାରତୀୟ କମ୍ପାନୀରେ ଚୀନର ପୁଞ୍ଜି ନିବେଶର ଆଗ୍ରହ ଏବର ନୁହେଁ । ୨୦୧୪ରେ ଏନଡିଏ ସରକାର ଶାସନକୁ ଆସିଲା ବେଳକୁ ଚୀନ ଭାରତରେ ପ୍ରାୟ ୧୬୦ କୋଟି ଡଲାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ କରିଥିବା ବେଳେ ଗତ ୬ ବର୍ଷ ଭିତରେ ତାହା ବୃଦ୍ଧି ପାଇ ୨୬୦୦ କୋଟି ଡଲାରରେ

ଭାରତ-ନେପାଳ ସମ୍ପର୍କରେ ତିକ୍ତତାର ନୂଆ ଫର୍ଦ୍ଦ

ନେପାଳ ସଂସଦର ଉଭୟ ସଦନରେ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଏକ ନୂତନ ପ୍ରଶାସନିକ ମାନଚିତ୍ର ଗୃହୀତ ହୋଇ ସେଠାକାର ରାଷ୍ଟ୍ରପତିଙ୍କ ସମ୍ମତି ପାଇବା ପରେ ଭାରତ ଓ ନେପାଳ ମଧ୍ୟରେ ଏକ ନୂଆ ‘ମାନଚିତ୍ର ଯୁଦ୍ଧ’ ଆରମ୍ଭ ହେବାକୁ ଯାଉଥିବା ସହ ଉଭୟ ଦେଶ ମଧ୍ୟରେ ବିଶ୍ୱାସ-ନିଅ ଣ୍ଟ  (ଟ୍ରଷ୍ଟ ଡେଫିସିଟ) ଦେଖାଦେଇ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇବାର ଆଶଙ୍କା  ହେଉଛି  । ଫଳସ୍ୱରୂପ, ଭାରତ ଦଖଲରେ ଥିବା କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରା ଅ ଞ୍ଚ ଳ ତିନୋଟି ସମେତ ୩୩୫ ବର୍ଗ କିଲୋମିଟର ପରିମିତ ଅ ଞ୍ଚ ଳକୁ ନେପାଳ ନିଜର ବୋଲି ଘୋଷଣା କରି ସମଗ୍ର ଅ ଞ୍ଚ ଳକୁ ବିବାଦିତ କରି ଦେଇଛି । ନେପାଳର ଏହି ପଦକ୍ଷେପରେ ଭାରତ କ୍ଷୁବ୍ଧ ହୋଇ ନିଜ ଆପ ତ୍ତି  ଜଣାଇବା ସହ ଏହାକୁ ଏକ ‘କୃତ୍ରିମ ବିସ୍ତାର’ ବୋଲି ଅଭିହିତ କରିଛି । ଭୌଗୋଳିକ, ସାଂସ୍କୃତିକ, ଧାର୍ମିକ, ଐତିହାସିକ ଆଦି ବିଭିନ୍ନ କାରଣରୁ ଭାରତ ସହ ନେପାଳର ସମ୍ପର୍କ ଅତି ନିବିଡ । ତେବେ ଭାରତର ସ୍ୱାଧୀନତା ପରେ ନେପାଳ ସହ ସମ୍ପର୍କରେ ସେହି ନିବିଡତା ଓ ଆକର୍ଷଣ ଶିଥିଳ ହୋଇ କ୍ରମଶଃ ତାହା ତିକ୍ତତା ଆଡକୁ ମୁହାଁଇବାର କାରଣ ଜାଣିବାକୁ ହେଲେ ଏହାର ବିଗତ ସାତ ଦଶନ୍ଧିର ଐତିହାସିକ ପୃଷ୍ଠଭୂମିକୁ ବୁଝିବାକୁ ହେବ । ତତକାଳୀନ ନେପାଳର ରାଣାଙ୍କ ଆଗ୍ରହ କ୍ରମେ ଭାରତ ଓ ନେପାଳ ମଧ୍ୟରେ କାଠମାଣ୍ଡୁଠାରେ ଜୁଲାଇ ୩୧, ୧୯୫୦ରେ ଏକ ‘ଶାନ୍ତି ଓ ମୈତ୍ରୀ ଚୁକ୍ତି’ ସ୍ୱାକ୍ଷରିତ ହୋଇଥିଲା