Skip to main content

Posts

Showing posts from August, 2022

‘ରାଇଟ୍ ଅଫ୍’ ଆଳରେ କୋଟିପତିଙ୍କୁ ଋଣଛାଡ

ମୋଦି ସରକାର ଶାସନକୁ ଆସିଲା ପରେ ୧୦ ଲକ୍ଷ କୋଟି ଟଙ୍କାରୁ ବେଶି ବ୍ୟାଙ୍କଋଣ ରାଇଟ୍ ଅଫ୍ କରାଯାଇଥିବା ଜଣା ପଡିବା ପରେ ମୁଷ୍ଟିମେୟ ପୁଞ୍ଜିପତି ମିତ୍ରଙ୍କ ସ୍ୱାର୍ଥରେ ସରକାର ସେମାନଙ୍କ ବ୍ୟାଙ୍କ ‘ଋଣଛାଡ’ କରୁଛନ୍ତି ବୋଲି ବିରୋଧୀ ଦଳଗୁଡିକ ଆକ୍ଷେପ କରୁଛନ୍ତି । ଅନ୍ୟ ପକ୍ଷରେ କାହାକୁ ଟଙ୍କାଟିଏ ବି ଋଣଛାଡ କରାଯାଇନାହିଁ ବରଂ ଏ ସମସ୍ତ ରାଶି ରାଇଟ୍ ଅଫ୍ କରାଯାଇଛି ବୋଲି ସରକାରୀ ଦଳର ମୁଖପାତ୍ରମାନେ ଏମିତି ଉପସ୍ଥାପନ କରୁଛନ୍ତି ଯେମିତି ଏହି ସମସ୍ତ ରାଶି ଖିଲାପିଙ୍କଠାରୁ କଡାଗଣ୍ଡା କରି ଆଦାୟ ହୋଇଯିବ । ତେଣୁ ଋଣଛାଡ ଓ ଲୋନ ରାଇଟ୍ ଅଫ୍ ମଧ୍ୟରେ ଥିବା ପାର୍ଥକ୍ୟ ଏବଂ ରାଇଟ୍ ଅଫ୍ ଦ୍ୱାରା କାହାର କ’ଣ ଲାଭ ବା କ୍ଷତି ହୁଏ, ତାହା ବୁଝିବାର  ଆବଶ୍ୟକତା ରହିଛି । ଋଣଛାଡର ଅର୍ଥ ହେଉଛି ଋଣ ଖାତା ବାତିଲ ହେବା, ଯଦ୍ଦ୍ୱାରା ଋଣଗ୍ରହୀତା ସମ୍ପୂର୍ଣ୍ଣ ଭାବେ ଋଣମୁକ୍ତ ହୋଇଥାଏ । ତା’ଠାରୁ ଋଣ ଆଦାୟ ଲାଗି ବ୍ୟାଙ୍କ ଆଉ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରୟାସ ମଧ୍ୟ କରି ନ ଥାଏ । ଋଣଗ୍ରହୀତା ଦେଇଥିବା ବନ୍ଧକ କାଗଜପତ୍ର ତାକୁ ଫେରାଇ ଦିଆଯାଇଥାଏ । ଏହା ସାଧାରଣତଃ କୌଣସି ବିଶେଷ ପରିସ୍ଥିତିରେ ସରକାରଙ୍କ ଦ୍ୱାରା ଘୋଷିତ ନୀତି ଅନୁଯାୟୀ କରାଯାଇଥାଏ । ବ୍ୟାଙ୍କର ପ୍ରାପ୍ୟକୁ ସରକାର ଭରଣା କରିଥାଆନ୍ତି । ଅର୍ଥାତ୍, ବ୍ୟାଙ୍କ ନିଜେ କାହାରି ଋଣଛାଡ କରି ନଥାଏ । ଅନ୍ୟ ପକ୍ଷରେ ବ୍ୟାଙ୍କର ମନ୍ଦ ଋଣକୁ ବ୍ୟାଙ୍କଖାତାରୁ

ତା’ହେଲେ ଦରଦାମ ବୃଦ୍ଧି କ’ଣ ଏକ ଭ୍ରମ ?

ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା କରିବାକୁ ବିରୋଧୀ ଦଳଗୁଡିକ କରୁଥିବା ଦାବିକୁ ନେଇ ସଂସଦ କାର୍ୟ୍ୟ ଦୀର୍ଘ ଦିନ ଧରି ବାଧାପ୍ରାପ୍ତ ହେଲା ପରେ ଶେଷରେ ସଂସଦରେ ସେ ନେଇ ଆଲୋଚନା ହେଲା । ତେବେ ବିରୋଧୀ ଦଳର ସଦସ୍ୟମାନେ ଉଠାଇଥିବା ପ୍ରଶ୍ନଗୁଡିକର ଉତ୍ତର କେନ୍ଦ୍ର ଅର୍ଥମନ୍ତ୍ରୀ ଯେଉଁଭଳି ଢଙ୍ଗରେ ରଖିଲେ ସେଥିରୁ ପ୍ରତୀତ ହେଲା ବୋଧେ ଭାରତରେ ଦରଦାମ ବୃଦ୍ଧି ସମସ୍ୟା ଉତ୍କଟ ନୁହେଁ ବରଂ ଅନ୍ୟାନ୍ୟ ଅନେକ ଦେଶ ତୁଳନାରେ ଭାରତର ସ୍ଥିତି ଯଥେଷ୍ଟ ଭଲ । ଲୋକସଭାରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ପ୍ରାୟ ଦେଢ ଘଣ୍ଟା ଧରି ଦିଆଯାଇଥିବା ବିବୃତି ଦରଦାମ ବୃଦ୍ଧି ଅପେକ୍ଷା ଦେଶର ଅର୍ଥନୈତିକ ଅବସ୍ଥା ଉପରେ ଅଧିକ କେନ୍ଦ୍ରିତ ଥିଲା, ଯାହା ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ପ୍ରୟାସକୁ ନେଇ ସାଧାରଣ ଜନତାଙ୍କୁ ଆଶ୍ୱସ୍ତ କରିବାରେ ଅସମର୍ଥ ହୋଇଥିଲା । ତାହା ଶୁଣିଲା ପରେ କ୍ଷଣିକ ପାଇଁ ମନରେ ପ୍ରଶ୍ନଟିଏ ଉଙ୍କି ମାରିବା ସ୍ୱାଭାବିକ, ‘ତାହାହେଲେ ଦରଦାମ ବୃଦ୍ଧି ସମସ୍ୟା କ’ଣ ବାସ୍ତବ ନା ଏକ ଭ୍ରମ ?’      ଅର୍ଥମନ୍ତ୍ରୀଙ୍କ ଅନୁଯାୟୀ କୋଭିଡ ମହାମାରୀର ଡେଲଟା ଓ ଓମିକ୍ରନ ଲହର, ରୁଷିଆ-ୟୁକ୍ରେନ ଯୁଦ୍ଧ ଓ ଚୀନରେ ଲକଡାଉନ ଆଦି କାରଣରୁ ସାରା ବିଶ୍ୱରେ ବିଭିନ୍ନ ଦେଶର ଅର୍ଥନୀତି ଏବଂ ଯୋଗାଣ ଓ ପରିବହନ ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇପଡିଛି । ଏହି ବୈଶ୍ୱିକ କାରଣଗୁଡିକ ଉପରେ ଭାରତର ନିୟନ୍ତ୍ରଣ ନ ଥିବାରୁ ଭାରତରେ ମୁଦ୍ରାସ୍