Skip to main content

Posts

Showing posts with the label Election

ଗାନ୍ଧୀଜୀ ବି ଲଢିଥିଲେ ନିର୍ବାଚନ

ଅନେକଙ୍କର ବିଶ୍ୱାସ ଯେ ଗାନ୍ଧୀଜୀ ଦେଶସେବାରେ ବ୍ରତୀ ଥିବାରୁ ଓ ତାଙ୍କର କୌଣସି  ପଦରେ ଅଭିଷିକ୍ତ ହେବାର ଲାଳସା ନଥିବାରୁ ସେ ନିର୍ବାଚନ ଲଢି ନ ଥିଲେ l ଗାନ୍ଧୀଜୀଙ୍କ ଆତ୍ମଜୀବନୀରେ ତାଙ୍କ ନିର୍ବାଚନୀ ଅଭିଜ୍ଞତା ସମ୍ପର୍କରେ କୌଣସି ଉଲ୍ଲେଖ ନ ଥିବାରୁ ସେ ବୋଧହୁଏ ନିର୍ବାଚନକୁ ସେତେ ଗୁରୁତ୍ୱ ଦେଉ ନ ଥିଲେ ବୋଲି ବାର୍ତ୍ତାଟିଏ ଯାଇ ଲୋକଙ୍କ ଉପରୋକ୍ତ ବିଶ୍ୱାସଟି ସୁଦୃଢ ହୋଇ ଥାଇପାରେ l ତେବେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ବିଶ୍ୱାସୀ ଗାନ୍ଧୀଜୀ ନିର୍ବାଚନ ପ୍ରକ୍ରିୟାକୁ କେବଳ ଯେ ଗୁରୁତ୍ୱ ଦେଉଥିଲେ ତାହା ନୁହେଁ , ବରଂ ସେ ନିଜେ ମଧ୍ୟ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ l ସେ ସମୁଦାୟ କେତେ ଥର ନିର୍ବାଚନ ଲଢିଥିଲେ , ତାହା ବିଧିବଦ୍ଧ ଭାବେ କୌଣସିଠାରେ ଉଲ୍ଲେଖ ହୋଇ ନ ଥିଲେ ବି ଅନ୍ତତଃ ଚାରି ଥର ନିର୍ବାଚନ ଲଢିଥିବାର ତଥ୍ୟ ଉପଲବ୍ଧ ହେଉଛି l ତେବେ ଐତିହାସିକ ରିଜଓ୍ୱାନ କାଦରିଙ୍କ ଅନୁସାରେ ଗାନ୍ଧୀଜୀ ସର୍ବମୋଟ ପାଞ୍ଚ ଥର ନିର୍ବାଚନ ଲଢିଥିଲେ l ଏ ସମ୍ପର୍କରେ ଅଧିକ ଗବେଷଣା ହେଲେ ହୁଏତ ସ୍ଥିତି ଆହୁରି ସ୍ପଷ୍ଟ ହୋଇ ପାରିବ l ତଥାପି ଉପଲବ୍ଧ ତଥ୍ୟ ଆଧାରରେ ଗାନ୍ଧୀଜୀଙ୍କ ନିର୍ବାଚନୀ ରଣାଙ୍ଗନରେ ଥିବା ଖଟାମିଠା ଅନୁଭୂତିର ବିଶ୍ଳେଷଣ କରା ଯାଇପାରେ l ଦକ୍ଷିଣ ଆଫ୍ରିକାରୁ ପ୍ରତ୍ୟାବର୍ତ୍ତନ କରି ଜାନୁଆରୀ  ୯, ୧୯୧୫ ରେ ଭାରତରେ ପହଞ୍ଚିଲା ପରେ ଗାନ୍ଧୀଜୀ ଅହମ୍ମଦାବାଦଠାରେ ଏକ ଆଶ୍ରମ ...

ନିର୍ବାଚନୀ ବଣ୍ଡରୁ ଭ୍ରଷ୍ଟାଚାରର ଗନ୍ଧ

ଆରଟିଆଇ ମାଧ୍ୟମରେ ଉପଲବ୍ଧ ସୂଚନା ଆଧାରରେ ନିର୍ବାଚନୀ ବଣ୍ଡ ଯୋଜନାରେ ଏକ ବଡ ଧରଣର ଭ୍ରଷ୍ଟାଚାର ହୋଇଥିବାର ପ୍ରାରମ୍ଭିକ ସୂଚନା ମିଳୁଛି । ଶାସକ ଦଳକୁ ସୁହାଇବା ଲାଗିି ଯେଉଁ ଭଳି ଚତୁରତାର ସହ ନିର୍ବାଚନୀ ବଣ୍ଡ ଯୋଜନାର ପ୍ରଣୟନ କରାଗଲା, ତାହା ଯେ ସାଧାରଣ ନାଗରିକଙ୍କ ସ୍ୱାର୍ଥ ବିରୋଧୀ, ତାହା ସୁସ୍ପଷ୍ଟ । ୨୦୧୭ ମସିହାରେ କେନ୍ଦ୍ର ବଜେଟ ସହ ନିର୍ବାଚନୀ ବଣ୍ଡ ଯୋଜନାକୁ ଏକ ଆର୍ଥିକ ବିଲ ଭାବେ ଉପସ୍ଥାପନ କରାଗଲା ବେଳେ ଏହାକୁ ନଗଦ ଚାନ୍ଦା ପ୍ରଦାନର ବିକଳ୍ପ କହି ଏହା ଦ୍ୱାରା ରାଜନୈତିକ ଚାନ୍ଦା ପ୍ରଦାନ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ ବୋଲି ଦାବି କରାଯାଉଥିଲା । ଏହି ଆଇନ ପ୍ରଣୟନ ପାଇଁ ରିଜର୍ଭ ବ୍ୟାଙ୍କ ଆଇନ ୧୯୩୪, ଜନ ପ୍ରତିନିଧିତ୍ୱ ଆଇନ ୧୯୫୧, ଆୟକର ଆଇନ ୧୯୬୧ ଓ କମ୍ପାନୀ ଆଇନ ଭଳି ଚାରିଟି ଆଇନରେ ସଂଶୋଧନ କରାଗଲା । ନିର୍ବାଚନ କମିଶନ ନିର୍ବାଚନୀ ବଣ୍ଡର ପ୍ରଚଳନକୁ ବିରୋଧ କରିଥିଲେ । ରିଜର୍ଭ ବ୍ୟାଙ୍କ ଆଇନରେ ସଂଶୋଧନର ପ୍ରସ୍ତାବ ଥିବାରୁ ରିଜର୍ଭ ବ୍ୟାଙ୍କର ମତ ଲୋଡା ଯାଇଥିଲା । ବ୍ୟାଙ୍କ ନିଜ ବିରୋଧ ପ୍ରଦର୍ଶନ କରି ସ୍ପଷ୍ଟ ମତ ରଖିଥଲା ଯେ ଏହି ସଂଶୋଧନ ଏକ ଖରାପ ଉଦାହରଣ ପ୍ରତିଷ୍ଠା କରିବା ସହ କଳା ଟଙ୍କାକୁ ଧଳା କରିବାକୁ ପ୍ରୋତ୍ସାହିତ କରିବ । ବ୍ୟାଙ୍କ ଅନୁସାରେ, “ବହୁ ପରିମାଣରେ ବଣ୍ଡ ଜାରି ହେଲେ ଲୋକଙ୍କର ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ଟଙ୍କା ଉପରୁ ବିଶ୍ୱାସ ହ୍ରାସ ପାଇବାର ଆଶ...

ଇଭିଏମରୁ ଭୂତ ଭୋଟ

ଓେ ବ ପତ୍ରିକା ‘କୁଇଂଟ’ରେ ଚଳିତ ନିର୍ବାଚନରେ ଭୋଟ ଦେଇଥିବା ଲୋକଙ୍କ ସଂଖ୍ୟା ତୁଳନାରେ ଇଭିଏମରୁ ଗଣା ହୋଇଥିବା ଭୋଟ ସଂଖ୍ୟା ଅଧିକ ସୂଚାଇ ଏକ ଅନୁସନ୍ଧାନମୂଳକ ଲେଖା ପ୍ରକାଶ ପାଇବା ପରେ ଦେଶବ୍ୟାପୀ ‘ଭୂତ ଭୋଟ’ (ଫାଂଟମ ଭୋଟ) ପ୍ରସଙ୍ଗରେ ଚର୍ଚ୍ଚା ହେବା ସହ ଇଭିଏମରେ ଭୋଟଦାନ ପ୍ରକ୍ରିୟାର ବିଶ୍ୱସନୀୟତା ଉପରେ ପୁଣି ଥରେ ପ୍ରଶ୍ନ ଉଠିଲା । ଗୋଟିଏ ଦୁଇଟି ନିର୍ବାଚନ ମଣ୍ଡଳୀ ନୁହେଁ, ବରଂ ପ୍ରଥମ ଚାରୋଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନରେ ୩୭୩ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଆୟୋଗ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଭୋଟଦାନ ସଂଖ୍ୟା ଓ ଗଣତି ହୋଇଥିବା ଭୋଟ ସଂଖ୍ୟା ସମାନ ନୁହେଁ । ଦେଶବ୍ୟାପୀ ଇଭିଏମ ମାଧ୍ୟମରେ ଯେତିକି ଲୋକ ଭୋଟ ଦେଇଛନ୍ତି ତାଠାରୁ ପ୍ରାୟ ୫୪.୬୫ ଲକ୍ଷ ଅଧିକ ଭୋଟ ଗଣା ହୋଇଛି ବୋଲି ନିର୍ବାଚନ ଅୟୋଗଙ୍କ ତଥ୍ୟରୁ ସୂଚନା ମିଳିଲା । ଇତିମଧ୍ୟରେ ଏ ସମ୍ପର୍କରେ ଆୟୋଗ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ତାଙ୍କ େ ଓ୍ଵେବ ସାଇଟରେ ମତଦାନ ସମ୍ପର୍କୀୟ ଦିଆଯାଇଥିବା ତଥ୍ୟ ‘ଚୂଡାନ୍ତ’ ନଥିଲା । ତେଣୁ ଜୀବିତ ଲୋକମାନେ ହିଁ ଭୋଟ ଦେଇଛନ୍ତି କୌଣସି ଭୂତ ନୁହେଁ । ଆୟୋଗଙ୍କ ଏହି ସ୍ପଷ୍ଟୀକରଣ ସନ୍ତୋଷଜନକ ହୋଇ ନ ପାରିବାର କାରଣ ହେଉଛି ପ୍ରଥମ ଚାରି ପର୍ଯ୍ୟାୟର ମତଦାନ ପରେ ବିଭାଗୀୟ େ ଓ୍ଵେବ ସାଇଟରେ ମତଦାନ ସମ୍ପର୍କରେ ଦିଆଯାଇଥିବା ତଥ୍ୟ ‘ଚୂଡାନ୍ତ’ ବୋଲି ଉଲ୍ଲେଖ ଥିଲା, ‘ଅସ୍ଥାୟୀ’ (ପ୍ରୋଭିଜନାଲ) ନୁହେଁ ...

ଓଡିଶାରେ ବିଭାଜିତ ମତଦାନର ବାସ୍ତବତା

୨୦୧୯ ସାଧାରଣ ନିର୍ବାଚନରେ ଲୋକସଭା ସହ ଓଡିଶା, ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ରାଜ୍ୟମାନଙ୍କରେ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥି ମଧ୍ୟରୁ ଓଡିଶାକୁ ବାଦ ଦେଲେ ବାକି ତିନୋଟି ରାଜ୍ୟରେ ବିଧାନସଭାରେ ଅଧିକ ଆସନ ପାଇଥିବା ଦଳ ସ୍ୱାଭାବିକ ଭାବେ ଲୋକସଭାରେ ମଧ୍ୟ ଆନୁପାତିକ ଭାବେ ଅଧିକ ଆସନ ପାଇଲେ । ତେବେ ଓଡିଶା ନିର୍ବାଚନ ଫଳରୁ ବିଜେଡି ରାଜ୍ୟ ବିଧାନସଭାରେ ସଫଳତା ପାଇଲେ ମଧ୍ୟ ଓ ବିଜେପି ଲୋକସଭାର ୮ଟି ଆସନ ଦଖଲ କରିବାକୁ ଜାତୀୟ ଗଣ ମାଧ୍ୟମର ପ୍ରତିଷ୍ଠିତ ନିର୍ବାଚନ ବିଶ୍ଳେଷକମାନେ ଏଠାକାର ମତଦାତାଙ୍କ ବିଭାଜିତ ମତଦାନ (ସ୍ପ୍ଲିଟ ଭୋଟିଂ) ବା କୌଶଳଗତ ମତଦାନ (ଟାକ୍ଟିକାଲ ଭୋଟିଂ)  କହି  ପ୍ରଶଂସା କରିବା ସହ ଓଡିଶା ଭଳି ଏକ ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ରାଜ୍ୟର ମତଦାତା ଏ ଭଳି ପରିପକ୍ୱତା ଦେଖାଇଥିବାରୁ ବିସ୍ମିତ ହୋଇଥିଲେ । ଜଣେ ମତଦାତା ବିଧାନସଭା ପାଇଁ ଗୋଟିଏ ଦଳକୁ ଓ ଲୋକସଭା ପାଇଁ ଆଉ ଗୋଟିଏ ଦଳକୁ ଭୋଟ ଦେବାରେ ମତଦାତାର ବିଭାଜିତ ଆଚରଣକୁ ବିଭାଜିତ ମତଦାନ କୁହାଯାଇଥାଏ । ଗୋଟିଏ ଲୋକସଭା କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀମାନେ ପାଇଥିବା ସମୁଦାୟ ଭୋଟ ତୁଳନାରେ ଲୋକସଭା ପ୍ରାର୍ଥୀ ବେଶି ବା କମ ଭୋଟ ପାଇଥିଲେ ସେଠାରେ ସମ ପରିମାଣରେ ବିଭାଜିତ ମତଦାନ ତାଙ୍କ ସପକ୍ଷରେ ବା ବିପକ୍ଷରେ ଯାଇଛି ବୋଲି କୁହାଯାଇପାରେ । ତେବେ ଓଡିଶାରେ ଏ...

ନିର୍ବାଚନ ଆୟୋଗ କେତେ ନିରପେକ୍ଷ ?

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ବିଭିନ୍ନ ଅଭିଯୋଗରେ ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା କ୍ଲିନ୍ ଚିଟ୍ ପ୍ରଦାନ କରାଯିବାର ପ୍ରତିବାଦରେ ତିନି ଜଣିଆ ନିର୍ବାଚନ ଆୟୋଗର ଅନ୍ୟତମ ବରିଷ୍ଠ ସଦସ୍ୟ ଅଶୋକ ଲାଭାସା ନିଜ ଅସନ୍ତୋଷ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ବିଚାର ପାଇଁ ବସୁଥିବା ମିଟିଂରେ ଆଉ ଅଂଶଗ୍ରହଣ କରିବାକୁ ମନା କରିଦେବା ଘଟଣା ଆୟୋଗର ନିରପେକ୍ଷତା ଉପରେ ପୂର୍ବରୁ ଉଠି ଆସୁଥିବା ଅଭିଯୋଗକୁ ଆହୁରି ସୁଦୃଢ କରିଛି । ଏହା ପରେ ଏ ସଂକ୍ରାନ୍ତରେ ତାଙ୍କର ଭିନ୍ନ ମତକୁ ସାର୍ବଜନୀନ କରିବା ନେଇ ଲାଭାସାଙ୍କ ଦାବିକୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଖାରଜ କରିବା ଘଟଣା ଆୟୋଗରେ ଥିବା ଫାଟକୁ ପଦାରେ ପକାଇ ଦେଇଛି, ଯାହା ଗଣତନ୍ତ୍ର ପାଇଁ ନିଶ୍ଚିତ ଭାବେ ଶୁଭଙ୍କର ନୁହେଁ । ଏଥି ପୂର୍ବରୁ ‘ନାନାବିଧ ଅସୁବିଧା ଓ ବାଧାବିଘ୍ନ ସ ତ୍ତ୍ଵେ  ଭାରତରେ ସୁଦୀର୍ଘ ସମୟ ଧରି ମୁକ୍ତ ଓ ଅବାଧ ନିର୍ବାଚନ କରାଇବାର ସମ୍ମାନ ଓ ଶ୍ରେୟର ହକଦାର ନିର୍ବାଚନ ଆୟୋଗ ହୋଇଥିବା ବେଳେ ଏବେ କିନ୍ତୁ ଏହାର ସ୍ୱାଧୀନତା, ସ୍ୱଚ୍ଛତା ଓ ନିରପେକ୍ଷତାରେ ସାଲିଶ ହୋଇଥିଲା ଭଳି ମନେ ହେଉଛି । ତଦ୍ଦ୍ୱାରା ଭାରତୀୟ ଗଣତନ୍ତ୍ରର ମୂଳଦୁଆ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାର ସଂହତି ବିପଦଗ୍ରସ୍ତ ହୋଇଛି ଓ ନିର୍ବାଚନ ଆୟୋଗ ବିଶ୍ୱସନୀୟତା-ସଙ୍କଟର ସମ୍ମୁଖୀନ ହୋଇଛନ୍ତି’ - ଏହି ମର୍ମରେ ୬୬ ଜଣ ଭାରତୀୟ ପ୍ରଶ...

ନିର୍ବାଚନରେ ଅର୍ଥ ଓ ବାହୁବଳ

ନିର୍ବାଚନରେ  ପ୍ରାର୍ଥୀ ଚୟନ ବେଳେ ଆମେ ଉଇନେବିଲିଟି (ଜିତିବା ସମ୍ଭାବନା) ଉପରେ ଅଧିକ ଗୁରୁତ୍ୱ ଦେଉଛୁ’, ଏ କଥା ଯେ କୌଣସି ରାଜନୈତିକ ଦଳର ମୁଣ୍ଡିଆଳମାନେ ମୁଖସ୍ତ କଲା ଭଳି କହିଥାନ୍ତି । ତେବେ ଏହି ଉଇନେବିଲିଟିର ଅର୍ଥ, ନିର୍ବାଚନରେ ଟିକେଟ ଆଶାୟୀ ଜଣେ ନେତାଙ୍କୁ ଏକ ନୂଆ ଦଳରେ ଯୋଗ ଦେବା ଅବସରରେ ପଚରା ଯାଉଥିବା ପ୍ରଶ୍ନରୁ ହିଁ ବୁଝି ହେବ । ‘କେତେ ଖର୍ଚ୍ଚ କରି ପାରିବେ (ପାଖରେ କଳା ଟଙ୍କା କେତେ ଅଛି)?’ ‘ହାତରେ କେତେ ଟୋକା (ବେକାର, ଅସାମାଜିକ ହେଲେ ଆହୁରି ଭଲ) ଅଛନ୍ତି?’ ଅର୍ଥାତ୍, ଏଣିକି ଟଙ୍କା ଆଉ ଟୋକା ଉଇନେବିଲିଟିର ପରିମାପକ ପାଲଟିଛି । ନିଜ ପାଖରେ ଟଙ୍କା ନଥିଲେ ବି ଚଳିବ, ଯଦି ଆପଣଙ୍କ ସମର୍ଥନରେ କିଛି ମାଲଦାର ଅସାଧୁ ବ୍ୟବସାୟୀ, କ ଣ୍ଟ୍ରା କ୍ଟର ବା ଶିଳ୍ପପତି ଛିଡା ହୋଇ ଟଙ୍କା ଢାଳିବାକୁ ପ୍ରସ୍ତୁତ ଥାଆନ୍ତି । କ୍ରମଶଃ, ଅନେକ ପ୍ରାର୍ଥୀଙ୍କ ଦକ୍ଷତା, ଯୋଗ୍ୟତା ଗୌଣ ହୋଇ ପଡୁଛିି । ବ୍ୟୟ ବହୁଳ ହୋଇ ପଡିଥିବାରୁ ସାଧାରଣ ଲୋକଟିଏ ପକ୍ଷରେ ନିର୍ବାଚନ ଲଢିବା ଅସମ୍ଭବ ହୋଇ ପଡିଲାଣି । ଟଙ୍କା ଫୋପାଡି ପାରୁଥିବା ଲୋକଟି ପଛରେ ଜନ୍ଦାପିମ୍ପୁଡି ଭଳି କର୍ମୀମାନେ ମାଳମାଳ ବୁଲିଥାନ୍ତି । ତାକୁ ‘ପାରିବାର ଲୋକ’ କୁହା ଯାଉଥିବା ବେଳେ ଟଙ୍କା ଫୋପାଡିବାର କ୍ଷମତା ନଥିଲେ ‘ଧଇଁଆ ପାର୍ଟି’ ବୋଲି ଅଭିହିତ କରିଥାନ୍ତି । ଉଦବେଗର ବିଷୟ, ନିର୍ବାଚନୀ ରାଜନୀତି ଅର୍ଥସର୍ବସ୍ୱ ହୋଇ ପଡିଥିବାରୁ ଏଣିକି ବିଧା...