Skip to main content

Posts

Showing posts from November, 2022

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା: ରାଜ୍ୟ ଓ ଚାଷୀଙ୍କ ଅଧିକ ହିତ କିଭଳି ସମ୍ଭବ

ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ହେଉଥିବା ଉପ-ନିର୍ବାଚନରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀମାନେ ସେମାନଙ୍କ ଖରିଫ ୨୦୨୧ର ପ୍ରାପ୍ୟ ବୀମା ଦେୟ ଦୀର୍ଘ କାଳ ପରେ ମଧ୍ୟ ନ ପାଇବା, କୌଣସି ଯୁକ୍ତିଯୁକ୍ତ କାରଣ ନ ଦର୍ଶାଇ ସେମାନଙ୍କୁ ବୀମା ଦେୟ ପାଇବାରୁ ବଞ୍ଚିତ କରିବା ଆଦି ପ୍ରସଙ୍ଗ ଚାଷୀମାନଙ୍କ ଗଣ ଅସନ୍ତୋଷର କାରଣ ପାଲଟି ଏକ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ହୋଇଥିବା ବେଳେ ଏଥିପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପରସ୍ପରକୁ ଦୋଷାରୋପ କରିବା ଭଳି ସ୍ଥିତି ଯୋଜନାର ଉଦ୍ଦେଶ୍ୟ ସାଧନ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର କାର୍ଯ୍ୟକାରିତାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଚାଷୀ ଅସନ୍ତୋଷ ଦେଖା ଦେଉଛି । ରାଜ୍ୟ ସରକାରଙ୍କ ଅନୁସାରେ ଖରିଫ ୨୦୨୧ରେ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ ଓ ୧୫ଟି ପୌରାଞ୍ଚଳର ୨୬୩୫୬୦ ହେକ୍ଟର ଜମିରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିଲେ ମଧ୍ୟ ଅନେକ କ୍ଷତିଗ୍ରସ୍ତ ଚାଷୀ ବୀମା ଦେୟ ପାଇ ନଥିବାରୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାର ଉଦ୍ୟମ କରି ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁତରାଂ ଏଭଳି ସମସ୍ୟାର ସମୀକ୍ଷା ଓ ପୁନର୍ବିବେଚନାର ଆବଶ୍ୟକତା ରହିଛି ବୋଲି ମନେ ହୋଇଥାଏ ।      ଖରିଫ ୨୦୧୬ରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ୟ୍ୟକାରୀ ହେବାଠାରୁ ଦେ

ଜନସଂଖ୍ୟା ବୃଦ୍ଧି ଓ ସାମ୍ପ୍ରଦାୟିକ ସନ୍ତୁଳନ

ଜାତିସଂଘ ତରଫରୁ ପ୍ରକାଶିତ ‘ୱାର୍ଲଡ଼ ପପୁଲେସନ ପ୍ରୋସପେକ୍ଟସ ୨୦୨୨’ ଅନୁଯାୟୀ ଆଜି ଅର୍ଥାତ୍ ନଭେମ୍ୱର ୧୫, ୨୦୨୨ରେ ବିଶ୍ୱର ଜନସଂଖ୍ୟା ୮୦୦ କୋଟି ଛୁଇଁବ । ବିଶ୍ୱ ଜନସଂଖ୍ୟା ୨୦୮୦ରେ ୧୦୪୦ କୋଟିର ସର୍ବାଧିକ ସ୍ତରରେ ପହଞ୍ଚିବା ପରେ ୨୧୦୦ ଯାଏଁ ଅପରିବର୍ତ୍ତିତ ରହିବ । ଅନ୍ୟପକ୍ଷରେ ୨୦୨୩ ସୁଦ୍ଧା ଭାରତର ଜନସଂଖ୍ୟା ଚୀନର ଜନସଂଖ୍ୟାକୁ ଟପି ଏହା ବିଶ୍ୱର ସର୍ବାଧିକ ଜନବହୁଳ ଦେଶରେ ପରିଣତ ହେବ । ଜନସଂଖ୍ୟାରେ ସାମ୍ପ୍ରଦାୟିକ ଅସନ୍ତୁଳନ ଭୌଗୋଳିକ ସୀମାର ପରିବର୍ତ୍ତନର କାରଣ ହେଉଥିବାରୁ ‘ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ’ର ମୁଖ୍ୟ ମୋହନ ଭାଗବତଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଦେଶରେ ବିଭିନ୍ନ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଏକ ଜନସଂଖ୍ୟା ନୀତି ପ୍ରଣୟନ ସପକ୍ଷରେ ମତ ଦେଇଆସୁଛନ୍ତି । ତେଣୁ ଭାରତରେ ଜନସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ସାଂପ୍ରଦାୟିକ ସନ୍ତୁଳନ ରକ୍ଷା ହୋଇ ନ ପାରିବାର କାରଣଗୁଡ଼ିକ ସମ୍ପର୍କରେ ତର୍ଜମା ହେବାର ଆବଶ୍ୟକତା ରହିଛି ।      ୧୮୦୪ରେ ପ୍ରଥମ ଥର ପାଇଁ ୧୦୦ କୋଟି ଛୁଇଁଥିବା ବିଶ୍ୱ ଜନସଂଖ୍ୟା ୨୦୦ କୋଟିରେ ପହଞ୍ଚିବାକୁ ଆଉ ୧୨୩ ବର୍ଷ ଲାଗିଗଲା । ୧୯୬୦ରେ ଜନସଂଖ୍ୟା ୩୦୦ କୋଟିରେ ପହଞ୍ଚିବା ପରେ ପ୍ରତି ୧୨ରୁ ୧୪ ବର୍ଷ ବ୍ୟବଧାନରେ ଏହା ୧୦୦ କୋଟି ଲେଖାଏଁ ବଢି ଚାଲିଲା । ବିଶ୍ୱ ଜନସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ବୃଦ୍ଧି ହାର ୨୦୨୦ରେ ପ୍ରଥମ ଥର ପାଇଁ ୧ ପ୍

କ୍ଷୁଧା ସୂଚକାଙ୍କରେ ଭାରତ ତଳେ କାହିଁକି

“ଭାରତରେ କୋଭିଡ ଆରମ୍ଭରୁ ଆଜି ଯାଏଁ କେନ୍ଦ୍ର ସରକାର ପରା ୮୦ କୋଟି ଲୋକଙ୍କୁ ପ୍ରତି ମାସ ଡାଲି ଚାଉଳ ମାଗଣାରେ ବାଣ୍ଟି ଚାଲିଛନ୍ତି ! ଏଣେ ଟଙ୍କିକିଆ ଚାଉଳ ଯାହାକୁ ଯେତେ । ଲୋକେ ନିଜ ଖାଦ୍ୟାଭାବ ମେଣ୍ଟାଇ ପୁଣି ବାହାରେ ବିକୁଛନ୍ତି ! ତଥାପି ଦେଶରେ କ’ଣ ଆହୁରି ଭୋକିଲା ଲୋକ ଅଛନ୍ତି ? ଭାରତକୁ ବଦନାମ କରିବା ପାଇଁ ଓ ତା’ର ଛବି ମଳିନ କରିବା ପାଇଁ କିଛି ବିଦେଶୀ ସଂସ୍ଥାଙ୍କ ଦ୍ୱାରା ୟେ ରୀତିମତ ଗୋଟେ ଷଡଯନ୍ତ୍ର ।”  ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୦୭ତମ ସ୍ଥାନକୁ ଖସି ଆସିବା ପରେ ଏହାକୁ ଗ୍ରହଣ କରି ପାରୁ ନ ଥିବା କିଛି ବ୍ୟକ୍ତି ଏପରି ମନ୍ତବ୍ୟ ଦେଉଥିବା ଦେଖାଯାଉଛି । ଭୋକ ଓ କ୍ଷୁଧା ଶବ୍ଦ ଦ୍ୱୟ ସମାନାର୍ଥକ ହୋଇଥିଲେ ବି ଭୋକରେ ନ ଥିବା ଲୋକ ଯେ ସେ କ୍ଷୁଧାଗ୍ରସ୍ତ ନୁହେଁ, ତାହା କହି ହେବନାହିଁ । ଭୋକରେ ରହିବା କ୍ଷୁଧାର ଏକ ସୂଚକ ହୋଇପାରେ, କିନ୍ତୁ ଏକମାତ୍ର ସୂଚକ ନୁହେଁ । କ୍ଷୁଧା ନିବାରଣର ଅର୍ଥ ଯାହିତାହି ଦୁଇ ମୁଠା ଖାଇ ଭୋକ ମେଣ୍ଟାଇବା ନୁହେଁ, ଆବଶ୍ୟକ ପରିମାଣର ପୁଷ୍ଟିକର ଖାଦ୍ୟ ଖାଇବା ମଧ୍ୟ ଏହାର ଅନ୍ତର୍ଭୁକ୍ତ । ଲଗାତାର ଭାବେ ସେହି ପରିମାଣର ପୁଷ୍ଟିକର ଖାଦ୍ୟ ଗ୍ରହଣ କରି ନପାରିଲେ ଜଣେ ଅପୁଷ୍ଟି ଓ ଅପପୁଷ୍ଟିରେ ଆକ୍ରାନ୍ତ ହୋଇ ନାନାଦି ଶାରୀରିକ ଦୁର୍ବଳତା ଓ ଅକ୍ଷମତାର ଶିକାର ହୋଇଥାଏ, ଯାହା କ୍ଷୁଧାର ବିଭିନ୍ନ ପରିପ୍ରକାଶ ମାତ୍ର । ଉଲ୍ଲେଖଯୋଗ୍ୟ ଯେ ଡାଲି ଚାଉଳ ଭଳି ସର୍ବନିମ୍ନ ଆବଶ୍ୟକ