Skip to main content

Posts

Showing posts with the label Rwanda

ରୁଆଣ୍ଡା ରେଡିଓ ଓ ଘୃଣାର ଫସଲ

ସୁଦର୍ଶନ ନିଉଜ ଚ୍ୟାନେଲ ଦ୍ୱାରା ‘ୟୁପିଏସସି ଜିହାଦ’ ନାମକ ଏକ କାର୍ଯ୍ୟକ୍ରମର ଚାରିଟି ଅଧ୍ୟାୟ ପ୍ରସାରିତ ହୋଇ ମୁସଲମାନମାନେ ଆଇଏଏସ, ଆଇପିଏସ ଭଳି ସିଭିଲ ସର୍ଭିସେସରେ ଅଧିକ ସଂଖ୍ୟକ ଚାକିରୀ ଦଖଲ କରିବାକୁ କିପରି ଏକ ଷଡଯନ୍ତ୍ରରେ ଲିପ୍ତ ବୋଲି ଦର୍ଶାଇବାକୁ ଚେଷ୍ଟା କରାଯାଇଥିଲା । ଏହାର ବିଷୟବସ୍ତୁ ଅତ୍ୟନ୍ତ ଆପତ୍ତିଜନକ ଓ ଘୃଣା ଉଦ୍ରେକକାରୀ ହୋଇଥିବାରୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଲା ଓ ଅଦାଲତ ମଧ୍ୟ ତାହା ଗ୍ରହଣ କରି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ଅବଶିଷ୍ଟ ଅଧ୍ୟାୟଗୁଡିକର ପ୍ରସାରଣ ଉପରେ ପ୍ରତିବନ୍ଧ ଲଗାଇଲେ । ମାମଲାର ଶୁଣାଣି ଅବସରରେ ଅଦାଲତଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ – “ଭାରତ ବିବିଧ ସଭ୍ୟତା, ସଂସ୍କୃତି, ଧର୍ମ ଓ ଭାଷାର ଏକ ମିଳନସ୍ଥଳୀ । ଅଦାଲତ ସାମ୍ୱିଧାନିକ ମୂଲ୍ୟବୋଧର ସଂରକ୍ଷକ ହୋଇଥିବାରୁ ଗୋଟିଏ ଧର୍ମୀୟ ସମ୍ପ୍ରଦାୟକୁ ତିରସ୍କାର କରିବା ଲାଗି ହେଉଥିବା ଯେ କୌଣସି ଉଦ୍ୟମକୁ ଏହା ଅନୁମୋଦନ ନ କରି ଗମ୍ଭୀରତାର ସହ ଦେଖିବ । ସାମ୍ୱିଧାନିକ ମୂଲ୍ୟବୋଧକୁ କାର୍ଯ୍ୟକାରୀ କରିବା ଲାଗି ଏହା ଉପରେ ନ୍ୟସ୍ତ ଗୁରୁ ଦାୟିତ୍ୱ, ଏହାଠାରୁ ଆଦୌ କିଛି କମ ଆଶା କରେ ନାହିଁ ।“ କହିବା ବାହୁଲ୍ୟ ଯେ ଏହା ପ୍ରକୃତରେ ଘୃଣା ଓ ବିଦ୍ୱେଷର ପ୍ରସାର କରୁଥିବା ସମସ୍ତ ନିଉଜ ଚ୍ୟାନେଲଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ଏହି ଚ୍ୟାନେଲଗୁଡିକ ଦ୍ୱାରା ପ୍ରସାରଣ କରାଯାଉଥିବା ସାମ୍ପ୍ରଦାୟିକ ବିଷର ପରିଣତି ଯେ କେ...