Skip to main content

Posts

Showing posts with the label Nuclear Weapons

ଦ୍ରୁତ ହେବ ଯୁଦ୍ଧାସ୍ତ୍ର ଦୌଡ !

ୟୁକ୍ରେନ ଆକ୍ରମଣ ପରେ ପ୍ରତିରକ୍ଷା ବଜେଟ ବୃଦ୍ଧି ସପକ୍ଷରେ ଥିବା କିଛି ବ୍ୟକ୍ତି ଆକ୍ଷେପ କରୁଛନ୍ତି ଯେ ସାମରିକ ଶକ୍ତି ବୃଦ୍ଧି ଲାଗି ଗୁରୁତ୍ୱ ଦେଇ ନ ଥିବାରୁ ୟୁକ୍ରେନ ଏଇ ଦୁର୍ଦ୍ଦଶା ଭୋଗୁଛି । ରୁଷିଆ ବିଶ୍ୱର ଦ୍ୱିତୀୟ ବୃହତ୍ ସାମରିକ ଶକ୍ତି ଯାହା ୟୁକ୍ରେନର ସାମରିକ ଶକ୍ତି ତୁଳନାରେ ଯଥେଷ୍ଟ ଅଧିକ । ତଥାପି ସାମରିକ ଦୃଷ୍ଟିରୁ ୟୁକ୍ରେନ ଦୁର୍ବଳ ନୁହେଁ ବରଂ ବିଶ୍ୱର ୨୨ତମ ଶକ୍ତି ହୋଇଥିବା ବେଳେ ତା’ ନିକଟରେ ୨.୫ ଲକ୍ଷ ସକ୍ରିୟ ସେନାବାହିନୀ ଅଛନ୍ତି, ଯାହା ସେହି ଅଞ୍ଚଳରେ ରୁଷିଆ ପଛକୁ ଦ୍ୱିତୀୟ ସର୍ବାଧିକ । ତେବେ ଗୋଟିଏ ଦେଶ ସାମରିକ ଦୃଷ୍ଟିରୁ ଯେତେ ଶକ୍ତିଶାଳୀ ହେଲେ ବି ଏକ ସାମରିକ ମହାଶକ୍ତି ସହ ଯୁଦ୍ଧର ସମ୍ମୁଖୀନ ହୋଇ ଅନ୍ୟ ଦେଶଙ୍କଠାରୁ ପ୍ରତ୍ୟକ୍ଷ ସହଯୋଗ ନ ପାଇଲେ ସେହି ଶକ୍ତିର ଠିକ ଉପଯୋଗ କରିପାରି ନ ଥାଏ । ନିଜକୁ ଏକ ଶାନ୍ତିକାମୀ ଦେଶ ଭାବେ ପ୍ରତିଷ୍ଠିତ କରିବା ପୂର୍ବରୁ ୟୁକ୍ରେନର ସାମରିକ ଶକ୍ତି ଅନ୍ୟ ଅନେକ ଦେଶଙ୍କ ଈର୍ଷଣୀୟ ସ୍ଥିତିରେ ଥିଲା । ସୋଭିଏତ ସଂଘର ବିଘଟନ ପରେ ଏକ ନୂଆ ଦେଶ ଭାବେ ଉଭା ହୋଇଥିବା ୟୁକ୍ରେନ ନିକଟରେ ସୋଭିଏତ ସଂଘର ସମୁଦାୟ ପରମାଣୁ ଅସ୍ତ୍ରର ପ୍ରାୟ ଏକ ତୃତୀୟାଂଶ ଥିଲା । ସେତେବେଳେ ୟୁକ୍ରେନ ଥିଲା ତୃତୀୟ ବୃହତ୍ ପରମାଣୁ ଅସ୍ତ୍ରସମ୍ପନ୍ନ ଦେଶ । ପରମାଣୁ ଅସ୍ତ୍ର ତିଆରି ଲାଗି ତା’ ନିକଟରେ ଆବଶ୍ୟକ ଭିତ୍ତିଭୂମି, ବିଶେଷ ବୈଷୟିକ ଜ୍ଞାନକୌଶଳ, ସମୃଦ୍ଧ (ଏନରିଚଡ) ୟୁରାନ...