Skip to main content

Posts

Showing posts from October, 2023

ଚିନ୍ତାରେ ‘ସିଜ୍’ ରଜା

ଦଶ ବର୍ଷ ତଳେ ଅଗଷ୍ଟ ୨୦୧୩ରେ ନିୟମଗିରି ଆନ୍ଦୋଳନ ଯୋଗୁଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଥିବା ୧୨ଟି ଗ୍ରାମସଭାର ମତ ଆଧାରରେ ନିୟମଗିରି ଆଦିବାସୀଙ୍କ ନିର୍ଣ୍ଣାୟକ ବିଜୟ ହୋଇଥିଲା । କ୍ଷମତାଶାଳୀ ବେଦାନ୍ତ କମ୍ପାନୀ ପରାଜୟ ବରଣ କରି ସେଠାରୁ ଆଉ ବକ୍ସାଇଟ ଉତ୍ତୋଳନ କରି ପାରିଲା ନାହିଁ । ଆଶା କରାଯାଉଥିଲା ଯେ ବୋଧହୁଏ ଏହାପରେ ଆଦିବାସୀମାନଙ୍କ ଭାବନାକୁ ସମ୍ମାନ ଜଣାଇ ବକ୍ସାଇଟ ଗଚ୍ଛିତ ଥିବା ଅନ୍ୟ ପାହାଡ଼ଗୁଡ଼ିକ ଉପରେ ଆଉ ଅନ୍ୟ କୌଣସି କମ୍ପାନୀଙ୍କ ଲୋଲୁପ ଦୃଷ୍ଟି ପଡ଼ିବ ନାହିଁ କି ଆଦିବାସୀମାନଙ୍କୁ ବିସ୍ଥାପିତ କରି ସେମାନଙ୍କ ଜୀବନଜୀବିକାକୁ ବିପନ୍ନ କରାଯିବା ନାହିଁ । କିନ୍ତୁ ଭାରତରେ ଗଚ୍ଛିତ ଥିବା ପ୍ରାୟ ୩୦୧ କୋଟି ଟନ ବକ୍ସାଇଟ ମଧ୍ୟରୁ ୬୦ ପ୍ରତିଶତ କେବଳ ଓଡ଼ିଶାରେ ଉପଲବ୍ଧ ଥିବାରୁ ଦେଶୀ ବିଦେଶୀ ସବୁ କମ୍ପାନୀଙ୍କ ଆଖି ଓଡ଼ିଶାର ବକ୍ସାଇଟ ଉପରୁ ହଟନ୍ତା ବା କିପରି ? ଫଳରେ ଗଲା ଦଶ ବର୍ଷ ଭିତରେ ସ୍ଥିତିରେ ପରିବର୍ତ୍ତନ ଘଟି ତାହା ଏତେ ବେଶୀ କମ୍ପାନୀ ଅନୁକୂଳ ହୋଇସାରିଲାଣି ଯେ ନିରୀହ ଆଦିବାସୀଙ୍କ ସ୍ୱରକୁ ବଳ ଦେବା ଲାଗି ମାତ୍ର କିଛି ହାତଗଣତି ବ୍ୟକ୍ତି ଓ ସଂଗଠନ ବିଦ୍ୟମାନ ଥିବାରୁ ଆଦିବାସୀଙ୍କ ସ୍ୱାର୍ଥକୁ ସୁରକ୍ଷାର ସମ୍ଭାବନା କ୍ରମେ କ୍ଷୀଣ ହେବାକୁ ବସିଲାଣି । ତେବେ, ଏହି ସଂଦର୍ଭରେ ସିଜିମାଳି ଅଞ୍ଚଳରେ ଖଣି ଆବଣ୍ଟନକୁ ନେଇ କୁହୁଳୁଥିବା ଜନ ଆକ୍ରୋଶ ବିଷୟରେ ଆଲୋଚନା କରାଯାଉ

ଜମି ଅଧିଗ୍ରହଣ ଆଇନ ସଂଶୋଧନ - ଏହାର ଆବଶ୍ୟକତା ଥିଲା କି ?

ଗଲା ସେପ୍ଟେମ୍ୱର ୨୭, ୨୦୨୩ରେ ଓଡିଶା ବିଧାନସଭାରେ ଜମି ଅଧିଗ୍ରହଣ ଆଇନରେ ସଂଶୋଧନ କରାଯାଇ ‘ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂ-ଅର୍ଜନ, ପୁନର୍ବାସନ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା’ ବିଲ୍ ପାରିତ ହୋଇଛି । ଏଥିରେ ୫୦୦ ଏକର ପର୍ଯ୍ୟନ୍ତ ଜମି ଅଧିଗ୍ରହଣରେ ‘ସାମାଜିକ ପ୍ରଭାବ ଆକଳନ’ ଓ ଖାଦ୍ୟ ସୁରକ୍ଷା କଟକଣାରୁ ଅବ୍ୟାହତି ମିଳିଛି ; ଯାହା ଫଳରେ ଜନଶୁଣାଣି ଅନାବଶ୍ୟକ ହୋଇପଡ଼ିଛି । ରାଜ୍ୟରେ ଦ୍ରୁତ ଶିଳ୍ପାୟନ ପାଇଁ ନିବେଶକଙ୍କୁ ଅବାଧ ଜମି ହସ୍ତାନ୍ତରର ବ୍ୟବସ୍ଥା କରି ପୁଞ୍ଜି ଆକୃଷ୍ଟ କରିବା ପାଇଁ ଏ ଭଳି ସଂଶୋଧନର ଆବଶ୍ୟକତା ଥିଲା ବୋଲି କୁହାଯାଉଛି । ତେବେ ଆଇନରେ ପରିଣତ ହେଲେ ଏହାର କି ପ୍ରଭାବ ପଡ଼ିପାରେ ସେ ସମ୍ପର୍କରେ ଜନସାଧାରଣ ଜାଣିବାର ଆବଶ୍ୟକତା ରହିଛି ।    ୟୁପିଏ ସରକାର ଅମଳରେ ୨୦୧୩ରେ ପାରିତ ହୋଇଥିବା ‘ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂଅର୍ଜନ, ପୁନର୍ବାସନ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ଆଇନ, ୨୦୧୩’ରେ ଜମି ଅଧିଗ୍ରହଣ ଅପେକ୍ଷାକୃତ କଠିନ ହେଉଥିଲା ବୋଲି ବିଭିନ୍ନ ରାଜ୍ୟରୁ ଅଭିଯୋଗ ମିଳୁଥିଲା । ତେଣୁ ଏହାର ସଂଶୋଧନ ପାଇଁ ସଂସଦ ଦ୍ୱାରା ଏକ ଜେପିସି ଗଠିତ ହୋଇଥିଲା, ଯାହାର ସୁପାରିଶ କ୍ରମେ ଏନଡିଏ ସରକାର ୨୦୧୫ରେ ଉପରୋକ୍ତ ଆଇନରେ ସଂଶୋଧନ କରି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଅଧିକ ସରଳ ଓ କୋହଳ କରିବାର ପ୍ରୟାସ କଲେ । ଉଲ୍ଲେଖଯୋଗ୍ୟ ଯେ ସଂସଦୀୟ କମିଟିକୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୩ରେ

ସର୍ବନିମ୍ନ ସ୍ତରରେ ପରିବାରର ସଞ୍ଚୟ ହାର

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ନିକଟରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରକାଶ ପାଇଥିବା ଭାରତୀୟ ପରିବାରର (ହାଉସହୋଲଡ) ସଞ୍ଚୟ ରିପୋର୍ଟରେ ଦେଶରେ ପରିବାରର ସଞ୍ଚୟ ହାର ହ୍ରାସ ପାଇ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡ଼ିପି)ର ୫.୧ ପ୍ରତିଶତରେ ପହଞ୍ଚିଛି, ଯାହା ଗତ ଆର୍ଥିକ ବର୍ଷରେ ୭.୨ ପ୍ରତିଶତ ଥିଲା । ଉଦବେଗର ବିଷୟ ଯେ ଗତ ୪୭ ବର୍ଷ ମଧ୍ୟରେ ଦେଶର ଜିଡ଼ିପିରେ ପରିବାର ସଞ୍ଚୟର ପ୍ରତିଶତ କେବେ ହେଲେ ଏ ବର୍ଷ ପରି ଏତେ ତଳ ସ୍ତରକୁ ଖସି ନ ଥିଲା । ଉଭୟ ପରିବାର ଓ ଦେଶର ଅର୍ଥନୀତି ଉପରେ ପରିବାର ସଞ୍ଚୟ ହ୍ରାସ ପାଇବାର କି ପ୍ରଭାବ ପଡ଼ିପାରେ, ତାହା ବୁଝିବାର ଆବଶ୍ୟକତା ରହିଛି । ପରିବାରର ଆର୍ଥିକ ସମ୍ପତ୍ତି କହିଲେ ବ୍ୟାଙ୍କ ଜମା, ପୁଞ୍ଜିବଜାରରେ କମ୍ପାନିର ଅଂଶଧନ, ବଣ୍ଡ, ମ୍ୟୁଚୁଆଲ ଫଣ୍ଡ ଆଦିରେ ବିନିଯୋଗ, ଜୀବନ ବୀମା, ଭବିଷ୍ୟନିଧି, ପେନସନ ଆଦି ପାଣ୍ଠିରେ ବିନିଯୋଗ ଓ ପାଖରେ ଥିବା ନଗଦ ରାଶିକୁ ବୁଝାଇଥାଏ । ସେଥିରୁ ବ୍ୟାଙ୍କ ଓ ଅଣବିତ୍ତୀୟ କମ୍ପାନୀ ଆଦିଠାରୁ ଅଣାଯାଇଥିବା ଋଣ ବାବଦ ଦେୟକୁ ବାଦ ଦେଲେ ଯାହା ବଳକା ରହେ ତାହା ପରିବାରର ନିଟ ସଞ୍ଚୟ ଭାବେ ପରିଗଣିତ ହୋଇଥାଏ । ତେବେ ଗୋଟିଏ ସାଧାରଣ ଭାରତୀୟ ପରିବାରର ମୋଟ ସମ୍ପତ୍ତିର ପ୍ରାୟ ୭୭ ପ୍ରତିଶତ ଘର, ଜମିବାଡ଼ିରେ ବିନିଯୋଗ ହେଉଥିଲାବେଳେ ୭ ପ୍ରତିଶତ ଗାଡି, ଗୃହପାଳିତ ପଶୁପକ୍ଷୀ, କୃଷି ଉପକରଣ ଓ ଅନ୍ୟାନ୍ୟ ଅଣକୃଷି ବ୍ୟାବସାୟିକ ଉପକରଣରେ ବିନିଯୁକ୍ତ ହୋଇଥାଏ