Skip to main content

Posts

Showing posts with the label UT

ଲକ୍ଷ୍ୟରେ ଲାକ୍ଷାଦ୍ୱୀପ

ଲାକ୍ଷାଦ୍ୱୀପରେ ସବୁ ବେଳେ ଶାନ୍ତି ଏତେ ଅଧିକ ବିରାଜମାନ କରୁଥାଏ ଯେ ତାହା ଜାତୀୟ ଗଣମାଧ୍ୟମରେ ଖବରର ଶିରୋନାମ ପାଲଟିବା ପ୍ରାୟ କେହି କେବେ ଦେଖନ୍ତି ନାହିଁ । ହେଲେ ଏବେ ଅଶାନ୍ତ ସେହି ଲାକ୍ଷାଦ୍ୱୀପ । ସେଠାରେ ନବନିଯୁକ୍ତ ପ୍ରଶାସକ ପ୍ରଫୁଲ୍ଲ ଖୋଡା ପଟେଲ ଡିସେମ୍ୱର ୫, ୨୦୨୦ରେ କାର୍ଯ୍ୟରେ ଯୋଗଦାନ କରିବା ପରଠାରୁ ପ୍ରଶାସନର କାର୍ଯ୍ୟ ବିରୁଦ୍ଧରେ ପ୍ରତିବାଦର ସ୍ୱର କ୍ରମଶଃ ବୃଦ୍ଧି ପାଉଛି । ତାଙ୍କର କିଛି ନିଷ୍ପତ୍ତି ଓ କାର୍ଯ୍ୟ ଦ୍ୱୀପ ତଥା ଦ୍ୱୀପାଞ୍ଚଳ ଅଧିବାସୀଙ୍କ ସ୍ୱାର୍ଥ ବିରୋଧୀ ବୋଲି ଦର୍ଶାଇ ତୀବ୍ର ବିରୋଧ ହେଉଥିବାରୁ ଜନ ଅସନ୍ତୋଷର କାରଣଗୁଡିକୁ ଜାଣିବାର ଆବଶ୍ୟକତା ରହିଛି ।    ଏକଦା ମାଡ୍ରାସ ପ୍ରେସିଡେନ୍ସିରେ ମାଲାବାର ଜିଲ୍ଲାର ଅଂଶ ବିଶେଷ ଥିବା ଲାକ୍ଷାଦ୍ୱୀପକୁ କେରଳ ରାଜ୍ୟ ଗଠନ ପରେ ୧୯୫୬ ମସିହାରେ ଏକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରାଗଲା । ଆୟତନ ଦୃଷ୍ଟିରୁ ଲାକ୍ଷାଦ୍ୱୀପ ଭାରତର କ୍ଷୁଦ୍ରତମ କେନ୍ଦ୍ରଶାସିତ ଅଞ୍ଚଳ । ଏହା କେରଳ ଉପକୂଳର ପଶ୍ଚିମରେ ୨୨୦ରୁ ୪୪୦ କିଲୋମିଟର ଦୂର ଆରବ ସାଗରସ୍ଥିତ ୩୨ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ୩୬ଟି ଦ୍ୱୀପକୁ ନେଇ ଏକ ଦ୍ୱୀପପୁଞ୍ଜ । ଏଥି ମଧ୍ୟରୁ ଗୋଟିଏ ଦ୍ୱୀପ ପାଣିରେ ବୁଡି ସାରିଥିବାରୁ ଏବେ ଆଉ ୩୫ଟି ଦ୍ୱୀପ ଅଛି । ଏଗୁଡିକ ମଧ୍ୟରୁ ମାତ୍ର ୧୦ଟିରେ ଲୋକେ ବସବାସ କରନ୍ତି ଓ ଏଠାକାର ସମୁଦାୟ ଜନସଂଖ୍ୟା ପ୍ରାୟ ୭୦ ହଜ...