Skip to main content

Posts

Showing posts with the label Crony Capitalism India Odia

‘ମିତ୍ର ପୁଞ୍ଜିବାଦ’ ମୁହାଁ ଭାରତ !

ଯେତେବେଳେ ଜଣେ ‘ମିତ୍ର ପୁଞ୍ଜିପତି’ଙ୍କ ପୁଅର ବିବାହୋତ୍ସବରେ ଯୋଗ ଦେବା ଲାଗି ବିଦେଶରୁ ଆସୁଥିବା ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସୁବିଧା ଲାଗି ଗୁଜରାଟର ଜାମନଗର ଘରୋଇ ବିମାନ ବନ୍ଦର (ଯହିଁରେ କେବଳ ଦେଶ ଭିତରର ବିମାନ ଉଡ଼ାଣ ଓ ଅବତରଣ କରିଥାଏ)କୁ ୧୦ ଦିନ ଲାଗି ଅନ୍ତର୍ଜାତୀୟ ବିମାନ ବନ୍ଦରର ମାନ୍ୟତା ପ୍ରଦାନ କରାଯାଏ, ଭାରତୀୟ ବାୟୁ ସେନା ତା’ର ସମ୍ୱେଦନଶୀଳ ‘ବୈଷୟିକ’ ଅଞ୍ଚଳର ଘରୋଇ ବ୍ୟବହାର ଲାଗି ଅନୁମତି ପ୍ରଦାନ କରେ, ଟିକସ ଦାତାଙ୍କ ଅର୍ଥରେ ବିମାନ ବନ୍ଦରର ସମ୍ପ୍ରସାରଣ କରାଯାଏ, ଯୁଦ୍ଧକାଳୀନ ଭିତ୍ତିରେ ସେଠାରେ ବହିର୍ବ୍ୟାପାର, ଅପ୍ରବାସନ (ଇମିଗ୍ରେସନ), ସଂଗରୋଧନ (କ୍ୱାରାଣ୍ଟାଇନ୍) ସୁବିଧା ଉପଲବ୍ଧ କରାଇବା ଲାଗି କେନ୍ଦ୍ର ସରକାରଙ୍କ ଗୃହ, ଅର୍ଥ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତତ୍ପରତା ପ୍ରଦର୍ଶନ କରନ୍ତି, ବିମାନ ବନ୍ଦରରେ ସୁରକ୍ଷା ବୃଦ୍ଧି ଲାଗି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରେ, ସେତେବେଳେ ଅନୁମାନ କରିହୁଏ ଭାରତର ଶାସନ ତନ୍ତ୍ରରେ ମିତ୍ର ପୁଞ୍ଜିପତିମାନଙ୍କ ପ୍ରଭାବ ଓ ନିୟନ୍ତ୍ରଣ କେତେ ଅଧିକ । ଗତ କିଛି ବର୍ଷ ଧରି ମିତ୍ର ପୁଞ୍ଜିପତିମାନେ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ଶାସନ ତନ୍ତ୍ରରେ ଏପରି ଏକଚାଟିଆ ପ୍ରଭାବ ବିସ୍ତାର କରିସାରିଲେଣି ଯେ ଅର୍ଥବ୍ୟବସ୍ଥା ‘ମିତ୍ର ପୁଞ୍ଜିବାଦ’ (କ୍ରୋନି କ୍ୟାପିଟାଲିଜମ୍) ମୁହାଁ ହୋଇ ଦେଶରେ ଗଣତନ୍ତ୍ରକୁ ବିପନ୍ନ କଲାଣି । ତେଣୁ ଦେଶରେ କ୍ରମ ବର୍ଦ୍ଧିଷ୍ଣୁ ‘ମ...